ହାଇଦ୍ରାବାଦ: ଆଇଫୋନ ଲାଗି ପର୍ପ୍ଲେକ୍ସିଟି ଏଆଇ ଏକ ନୂଆ ଭଏସ ଆସିଷ୍ଟାଣ୍ଟ ‘Perplexity iOS Voice Assistant’କୁ ଉପଲବ୍ଧ କରାଇଛି । ଏହି ନୂଆ ଏଆଇ ଭଏସ ଆସିଷ୍ଟାଣ୍ଟଟି Perplexity ଆପ୍ ସହିତ ଆସିଥାଏ । ଆପଲ୍ ଆପ୍ ଷ୍ଟୋର୍ରେ ପର୍ପ୍ଲେକ୍ସିଟି ଆପ୍ ପୂର୍ବରୁ ଉପଲବ୍ଧ ଅଛି । ଏହି ଭଏସ୍ ଆସିଷ୍ଟାଣ୍ଟ ଜାନୁଆରୀ 2025ରେ ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ପରିଚିତ ହୋଇଥିଲା ଏବଂ ବର୍ତ୍ତମାନ ପ୍ରାୟ 3 ମାସ ପରେ ଏହା iOS ଡିଭାଇସ୍ ପାଇଁ ମଧ୍ୟ ଲଞ୍ଚ କରାଯାଇଛି ।
ପର୍ପ୍ଲେକ୍ସିଟି AI Xରେ ସେୟାର କରିଥିବା ଏକ ଭିଡିଓ ଅନୁଯାୟୀ, ଏହା ଆଇଫୋନ୍ ପାଇଁ ଏକ ନୂତନ ଭଏସ୍ ଆସିଷ୍ଟାଣ୍ଟ ଭାବରେ କାମ କରିବ । ୱେବ୍ ବ୍ରାଉଜିଂ ଏବଂ ମଲ୍ଟି-ଆପ୍ ଆକ୍ସନ ବ୍ୟବହାର କରି ଏହା ବିଭିନ୍ନ କାର୍ଯ୍ୟ କରିଥାଏ ଯେପରିକି ସଂରକ୍ଷଣ ବୁକିଂ କରିବା, ଇମେଲ ପଠାଇବା, କ୍ୟାଲେଣ୍ଡର ଆମନ୍ତ୍ରଣ ପଠାଇବା ଏବଂ ପର୍ପ୍ଲେକ୍ସିଟି ଆଇଓଏସ୍ ଆପରୁ ମିଡିଆ ଫାଇଲ୍କୁ ପରିଚାଳନା କରିବା ଇତ୍ୟାଦି ।
Introducing Perplexity iOS Voice Assistant
— Perplexity (@perplexity_ai) April 23, 2025
Voice Assistant uses web browsing and multi-app actions to book reservations, send emails and calendar invites, play media, and more—all from the Perplexity iOS app.
Update your app in the App Store and start asking today. pic.twitter.com/OKdlTaG9CO
ନୂଆ ଭଏସ ଆସିଷ୍ଟାଣ୍ଟର ଫାଇଦା
ଏହି ଏଆଇ କମ୍ପାନୀ ଅନ୍ୟ ଏକ ପୋଷ୍ଟରେ କହିଛି ଯେ ଆଇଫୋନରେ ପଡକାଷ୍ଟ, ୟୁଟ୍ୟୁବ ଭିଡିଓ ଏବଂ ମିଡିଆ ଫାଇଲ୍ସକୁ ସର୍ଚ୍ଚ ଓ ପ୍ଲେ କରିପାରିବ । ଏହାବ୍ୟତୀତ Perplexity iOS Voice Assistant ଆଇଫୋନରେ ଇମେଲ ଡ୍ରାଫ୍ଟ କରିବା ଓ Uber ପରି କ୍ୟାବ ସର୍ଭିସର ରାଇଡ୍ ବି ବୁକ୍ କରିପାରେ । କହି ରଖିବାକୁ ଚାହୁଁଛୁ ଯେ ଏପରି ଫିଚର ଆଇଫୋନର ନିଜସ୍ବ ଭଏସ ଆସିଷ୍ଟାଣ୍ଟ Siriରେ ମଧ୍ୟ ଉପଲବ୍ଧ ଅଛି । ମାତ୍ର ରେସ୍ତୋରାଁରେ ରିଜର୍ଭେସନ ବୁକ୍ କରିବା ପରି କିଛି ସ୍ବତନ୍ତ୍ର ଫିଚର Perplexity iOS Voice Assistantରେ ଦିଆଯାଇଛି ।
ତେବେ ଏହି AI ଭଏସ୍ ଆସିଷ୍ଟାଣ୍ଟର କିଛି ନେଗେଟିଭ୍ ଜିନିଷ ଯେପରି ଏହା ଆଲାର୍ମ ସେଟ୍ କରିପାରିବ ନାହିଁ, କାହାର ଫଟୋ କ୍ଲିକ୍ କରିପାରିବ ଏବଂ ଆଇଫୋନରେ ନୋଟିଫିକେସନକୁ ମ୍ୟୁଟ୍ କରିପାରିବ ନାହିଁ । ChatGPT ପରି ଅନ୍ୟ AI ଭଏସ ଆସିଷ୍ଟାଣ୍ଟ ଆଇଫୋନର କ୍ୟାମେରାକୁ ପ୍ରବେଶ କରିପାରିବେ ଏବଂ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବେ, କିନ୍ତୁ ଆଇଫୋନର ନୂତନ AI ଭଏସ୍ ଆସିଷ୍ଟାଣ୍ଟ ଅର୍ଥାତ୍ Perplexity AI ଏହା କରିପାରିବ ନାହିଁ । କିନ୍ତୁ ଆଣ୍ଡ୍ରଏଡ ଡିଭାଇସଗୁଡ଼ିକରେ ଏହି କାର୍ଯ୍ୟକୁ ଅତି ସହଜରେ କରିପାରେ Perplexity AIର ଆଣ୍ଡ୍ରଏଡ୍ ଭଏସ୍ ଆସିଷ୍ଟାଣ୍ଟ ।

iOS ଡିଭାଇସରେ Perplexityକୁ କିପରି ବ୍ୟବହାର କରିବେ ?
- ଏଥିଲାଗି ସର୍ବପ୍ରଥମେ ନିଜ ଆଇଫୋନରେ Perplexity appକୁ ଖୋଲନ୍ତୁ ।
- ଇନପୁଟ୍ ବକ୍ସରେ ଭଏସ ଆଇକନ୍ ଉପରେ ଟାପ୍ କରନ୍ତୁ ।
- ଏବେ ନିଜର କ୍ବେରୀ (ପ୍ରଶ୍ନ) ପଚାରନ୍ତୁ ।
ଆକ୍ସନ ବଟନ୍ର ବ୍ୟବହାର କିପରି କରିବେ ?
- ଏଥିଲାଗି ଆପଣଙ୍କ ଫୋନରେ Settings ଖୋଲନ୍ତୁ ।
- ତଳକୁ ଯାଇ Action Button ଉପରେ କ୍ଲିକ୍ କରନ୍ତୁ ।
- ସେଠାରେ ଥିବା ବିକଳ୍ପ ମଧ୍ୟରେ Shortcuts ଅପସନକୁ ଚୟନ କରନ୍ତୁ ।
- ଏବେ ସେଠାରେ ଉପଲବ୍ଧ ଆପ୍ ତାଲିକା ମଧ୍ୟରେ Perplexityକୁ ଚୟନ କରନ୍ତୁ ।
- ଏବେ Start Voice Conversation ଅପସନକୁ ବାଛନ୍ତୁ ।
ତେବେ Perplexity AIର ସେଟିଙ୍ଗର ଆକ୍ସନ ବଟନ୍କୁ ସେଟ୍ କରିବା ପରେ ଆଇଫୋନ ୟୁଜର ନିଜ ଫୋନର ଆକ୍ସନ ବଟନ୍କୁ ଦବାଇ ଅତି ସହଜରେ Perplexity iOS Voice Assistantକୁ ବ୍ୟବହାର କରିପାରିବେ ।