ETV Bharat / technology

ଏପ୍ରିଲ 21ରେ ଲଞ୍ଚ ହେବାକୁ ଯାଉଛି Oppo K13; ମିଳିବ 7000mAhର ବଡ଼ ବ୍ୟାଟେରୀ - OPPO K13 INDIA LAUNCH DATE

ଆସନ୍ତା ଏପ୍ରିଲ 21ରେ ଓପୋ ଭାରତୀୟ ବଜାରରେ ବଜେଟ୍‌ ସ୍ମାର୍ଟଫୋନ Oppo K13କୁ ଲଞ୍ଚ କରିବାକୁ ଯାଉଛି । ଏଥିରେ 7000mAhର ବଡ଼ ବ୍ୟାଟେରୀ ମିଳିବ । ଅଧିକ ପଢନ୍ତୁ

Oppo K13 India launch date announced
Oppo K13 India launch date announced (Image Credit: Oppo India)
author img

By ETV Bharat Tech Team

Published : April 15, 2025 at 11:52 AM IST

2 Min Read

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଓପୋ ଭାରତୀୟ ବଜାରରେ ନିଜର ବଜେଟ୍‌ ସ୍ମାର୍ଟଫୋନର ଲଞ୍ଚ ତାରିଖ ସମ୍ପର୍କରେ ଘୋଷଣା କରିଛି । ଲଞ୍ଚ ପୂର୍ବରୁ କମ୍ପାନୀ ଏହାର ଡିଜାଇନ ଓ କିଛି ମୁଖ୍ୟ ସ୍ପେଶିଫିକେସନ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି । ଏପରିକି ଏହି ସ୍ମାର୍ଟଫୋନଟିର ଦାମ କେତେ ମଧ୍ୟରେ ତାହା ମଧ୍ୟ ଖୁଲାସା ହୋଇଛି । ଏହି ହ୍ୟାଣ୍ଡସେଟ୍‌ଟି 7000mAh ବଡ଼ ବ୍ୟାଟେରୀ ସହିତ ଆସିବ ଯାହାଦ୍ବାରା ବ୍ୟବହାରକାରୀଙ୍କୁ ବାରମ୍ବାର ନିଜ ମୋବାଇଲକୁ ଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ମୋବାଇଲରେ ଆଉ କଣ ଖାସ ଜାଣିବା ।

Oppo K13: ଭାରତ ଲଞ୍ଚ

  • ଆସନ୍ତା ସପ୍ତାହ ଏପ୍ରିଲ 21ରେ ଏହି ଫୋନଟି ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି ।
  • ଏହି ହ୍ୟାଣ୍ଡସେଟ୍‌ର ପ୍ରାରମ୍ଭିକ ମୂଲ୍ୟ 20,000 ତଳେ ରହିବ ଓ ଫୋନଟି ବିକ୍ରି ଲାଗି ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।
  • ଫ୍ଲିପକାର୍ଟ ମାଇକ୍ରୋସାଇଟ୍‌ ଅନୁସାରେ ଫୋନଟି ପତଳା ଡିଜାଇନର ହେବା ସହିତ କ୍ୟାମେରା ମଡ୍ୟୁଲ ଅର୍ଦ୍ଧ ବର୍ଗାକାର ଓ ବୃତ୍ତାକାର ରହିବ ।
  • ଏହା Icy Purple ଓ Prism Black କଲର ଅପସନ ସହିତ ଉପଲବ୍ଧ ହେବ ।

Oppo K13: ସମ୍ଭବତଃ ସ୍ପେଶିଫିକେସନ

  • ଡିସପ୍ଲେ: ହ୍ୟାଣ୍ଡସେଟ୍‌ଟି 6.67-ଇଞ୍ଚ AMOLED ଡିସପ୍ଲେ, FHD+ ରିଜୋଲ୍ୟୁସନ, 120Hz ରିଫ୍ରେସ୍‌ ରେଟ୍‌, 1200ନିଟ୍ସ ପିକ୍‌ ବ୍ରାଇଟନେସ୍‌ ସହ ଆସିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏହା ଇନ-ସ୍କ୍ରିନ ଫିଙ୍ଗରପ୍ରିଣ୍ଟ ସ୍କାନର ସହ ଆସିବ ।
  • ପ୍ରୋସେସର: Snapdragon 6 Gen 4
  • ମେମୋରୀ: 8GB LPPDR4x RAM ଓ 256GB UFS 3.1 ଷ୍ଟୋରେଜ ସହ ଆସିବ ।
  • କ୍ୟାମେରା: ଏହା ଡୁଆଲ କ୍ୟାମେରା ସେଟଅପ୍‌ ସହ ଆସିବାକୁ ଥିବାବେଳେ 50MP ମେନ୍‌ ସେନ୍ସର ସହ ଆସିପାରେ ।
  • ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ ColorOS 15 ଦ୍ବାରା ଚାଲିପାରେ ।
  • ବ୍ୟାଟେରୀ ଓ ଚାର୍ଜିଂ: 7,000mAh ବ୍ୟାଟେରୀ ଯାହାକି 80ୱାଟ୍‌ ଚାର୍ଜିଂକୁ ସପୋର୍ଟ କରିବ ।
  • ସୁରକ୍ଷା ଫିଚର: ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP65 ରେଟିଂ ସହ ଆସିପାରେ ।
  • ପରିମାପ: 208 ଗ୍ରାମ ଏବଂ ମୋଟେଇ 8.45ମିମି ରହିବ ।
  • AI ଫିଚର: ଏଥିରେ ଅନେକ ଏଆଇ ଫିଚର ମଧ୍ୟ ରହିବ ବୋଲି ଆଶା କରାଯାଉଛି ଯେପରିକି AI Summary, ଏଆଇ ଟ୍ରାନ୍ସେଲଟର ଓ ଏଆଇ ରାଇଟର୍‌ ସହ ଆସିପାରେ । ଏହାସହ ଏଆଇ ଇମେଜର୍‌ ଯେପରିକି ଏଆଇ ରିଫ୍ଲେକ୍ସେନ ରିମୁଭର୍‌, ଏଆଇ ଅନବ୍ଲର୍‌, ଏଆଇ ଇରେଜର୍‌ ଓ ଏଆଇ କ୍ଲାରିଟି ଏନହାନ୍ସର ସହ ଆସିପାରେ ।

ଦାମ କେତେ ହୋଇପାରେ ?

ଆସନ୍ତା ସୋମବାର ଲଞ୍ଚ ଇଭେଣ୍ଟରେ OPPO K13ର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ଆମେ ଆନୁଷ୍ଠାନିକ ବିବରଣୀ ଜାଣିବା । କିନ୍ତୁ ଏହାର ପ୍ରାରମ୍ଭିକ ମୂଲ୍ୟ 20ହଜାର ମଧ୍ୟରେ ରହିପାରେ । ତେବେ କହି ରଖୁଛୁ ଏହାର ପୂର୍ବ ମଡେଲ୍‌ OPPO K12x ଭାରତରେ 12,999 ଟଙ୍କାରୁ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ
  1. ମିଡ୍‌ରେଞ୍ଜ ସ୍ମାର୍ଟଫୋନ ଆଣୁଛି ସାମସଙ୍ଗ; ଏପ୍ରିଲ 17ରେ ହେବ ଲଞ୍ଚ
  2. ଏପ୍ରିଲ 23ରେ ଲଞ୍ଚ ହେବ Realme GT 7; ମିଳିବ 7000mAhର ବଡ଼ ବ୍ୟାଟେରୀ ଓ 100W ଫାଷ୍ଟ ଚାର୍ଜିଂ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.