ETV Bharat / technology

7000mAh ବଡ଼ ବ୍ୟାଟେରୀ ସହ ଲଞ୍ଚ ହେଲା OPPO K13; ଦାମ କେତେ ଜାଣନ୍ତୁ - OPPO K13 5G LAUNCHED IN INDIA

ଓପୋ ଭାରତୀୟ ବଜାରରେ ଆଜି ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଯେଉଁଥିରେ ଆପଣଙ୍କୁ 7000mAh ବଡ଼ ବ୍ୟାଟେରୀ ମିଳିବାକୁ ଯାଉଛି । ଅଧିକ ପଢନ୍ତୁ

OPPO K13 5G Smartphone Launched in India
OPPO K13 5G Smartphone Launched in India (Image Credit: OPPO India)
author img

By ETV Bharat Tech Team

Published : April 21, 2025 at 1:18 PM IST

2 Min Read

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଓପୋ ଭାରତରେ ଆଜି (ସୋମବାର) OPPO K13 ନାଁରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏଥିରେ ଗ୍ରାହକଙ୍କୁ 7000mAhର ବଡ଼ ବ୍ୟାଟେରୀ ପ୍ରଦାନ କରାଯାଇଛି । ଏହାସହି ପ୍ରୋସେସର ଭାବରେ Snapdragon 6 Gen 4 ଦିଆଯାଇଛି । ଏଥିରେ ଡୁଆଲ କ୍ୟାମରା ସେଟଅପ୍‌ ସହ 6.67 ଇଞ୍ଚର AMOLED ଡିସପ୍ଲେ ମିଳିବ । କମ୍ପାନୀ ଭାରତୀୟ ବଜାରରେ ଏହାକୁ Oppo K12xର ସଫଳତା ପୂର୍ବକ ଲଞ୍ଚ କରିଛି । ତେବେ ଏହାର ସ୍ପେଶିଫିକେସନ ଓ ଫିଚର କଣ, ଦାମ କେତେ ବିସ୍ତୃତ ଭାବରେ ନିମ୍ନରେ ଜାଣନ୍ତୁ ।

OPPO K13 5G: ଦାମ, ସେଲ୍‌ ଓ ଉପଲବ୍ଧତା

  • ଏହି ହ୍ୟାଣ୍ଡସେଟ୍‌ଟି ଭାରତୀୟ ବଜାରରେ 8GB + 128GB ଭାରିଏଣ୍ଟ ଲାଗି ₹17,999ରେ ଉପଲବ୍ଧ ହୋଇଛି ।
  • ଏଥିରେ ଆପଣଙ୍କୁ Icy Purple ଓ Prism Black ଦୁଇଟି କଲର ଅପସନ ମିଳିବ ।
  • ଏହାକୁ ଆପଣ Flipkart ଓ Oppoର ଅଫିସିଆଲ ୱେବସାଇଟ୍‌ରୁ କିଣିପାରିବେ ।
  • ଏହାର ସେଲ୍‌ ଏପ୍ରିଲ 25 ତାରିଖ ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବ ।
  • କମ୍ପାନୀ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ କାର୍ଡ (HDFC, SBI, ICICI)ରେ 1000ଟଙ୍କା ଡିସକାଉଣ୍ଟ ପ୍ରଦାନ କରୁଛି । ଏଥିରେ ବିନା ମୂଲ୍ୟରେ 6ମାସ ଲାଗି EMI ମଧ୍ୟ ମିଳୁଛି ।
ଭାରିଏଣ୍ଟଦାମ
8GB + 128GB₹17,999
8GB + 256GB₹19,999

OPPO K13 5G: ସ୍ପେଶିଫିକେସନ ଓ ଫିଚର

  • ଡିସପ୍ଲେ: ଏଥିରେ 120Hz ରିଫ୍ରେସ୍‌ ରେଟ୍‌ ସହିତ ଏକ 6.67-ଇଞ୍ଚ FHD + AMOLED ଡିସପ୍ଲେ, 1200 ନିଟ୍ ବ୍ରାଇଟନେସ୍‌, ଲୋ-ବ୍ଲୁ ଲାଇଟ୍‌ ଆଇ କେୟାର, 2400 x 1080 ପିକ୍ସେଲ ରିଜୋଲ୍ୟୁସନ ପ୍ରଦାନ କରାଯାଇଛି ।
  • ପ୍ରୋସେସର: ଏହା ଗ୍ରାଫିକ୍ସ ପାଇଁ କ୍ବାଲକମ୍ ସ୍ନାପଡ୍ରାଗନ୍ 6 ଜେନ 4 ଚିପସେଟ୍‌ ଦ୍ବାରା ଚାଳିତ ।
  • OS: ଆଣ୍ଡ୍ରଏଡ୍ 15-ଆଧାରିତ ColorOS 15 କଷ୍ଟମ୍ ସ୍କିନ ଦ୍ବାରା ଚାଳିତ । ଏହାକୁ କମ୍ପାନୀ 2 ବର୍ଷର OS ଅପଡେଟ୍ ଏବଂ 3 ବର୍ଷର ସୁରକ୍ଷା ଅପଡେଟ୍ ସହ ଉପଲବ୍ଧ କରାଇଛି ।
  • ମେମୋରୀ: 8GB LPDDR4x RAM ଏବଂ 128GB / 256GB UFS 3.1 ସହ ଆସିଛି ।
  • କ୍ୟାମେରା: ଏହା 50MP ଫୋନ୍ f / 1.85 ଆପେର୍ଚର ସହିତ ପ୍ରାଇମେରି କ୍ୟାମେରା ଓ 2MP ଗଭୀରତା ୟୁନିଟ୍ ସହ ଆସିଛି । ଏଥିରେ ସେଲଫି ପାଇଁ 16MP ଲେନ୍ସ ବ୍ୟବହାର ହୋଇଛି ।
  • ବ୍ୟାଟେରୀ: ଏଥିରେ 80ୱାଟ୍‌ ଦ୍ରୁତ ଚାର୍ଜିଂ ସମର୍ଥନ ସହିତ ଏକ 7000mAh ଗ୍ରାଫାଇଟ୍ ବ୍ୟାଟେରୀ ସହିତ ଆସିଛି । ଏହା 5ବର୍ଷର ସ୍ଥାୟିତ୍ବ ପ୍ରଦାନ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି ।
  • ଅନ୍ୟ ଫିଚର: 5700 mm2 VC, 6000 mm2 ଗ୍ରାଫାଇଟ୍ କୁଲିଂ, ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ଡୁଆଲ୍ ଷ୍ଟେରିଓ ସ୍ପିକର, ଇନଫ୍ରାଡ୍ ରିମୋଟ୍ କଣ୍ଟ୍ରୋଲ୍, IP65 ରେଟିଂ ସହ ଆସିଛି ।
  • କନେକ୍ଟିଭିଟି: 5G, 4G LTE, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ 5.4, ଜିପିଏସ୍ ଏବଂ ଏକ USB ଟାଇପ୍-ସି ପୋର୍ଟ ସହ ଆସିଛି ।
  • AI ଫିଚର: ଏଥିରେ ଏଆଇ ଫିଚର ଭାବେ AI କ୍ଲାରିଟି ଏନହାନ୍ସର୍, ଏଆଇ ଅନବ୍ଲର୍, ଏଆଇ ରିଫ୍ଲେକ୍ସନ ରିମୁଭର୍, ଏଆଇ ରାଇଟର୍, ଏଆଇ ସମରି ଏବଂ ଏଆଇ ଏରେଜର ସହ ଆସିଛି ।

ପୁରୁଣା ଫୋନଠାରୁ କଣ ନୂଆ ?

କମ୍ପାନୀ ଭାରତରେ Oppo K12x ସ୍ମାର୍ଟଫୋନରେ ମିଡିଆଟେକ୍‌ ଡାଇମେନସିଟି 6300 ଚିପସେଟ୍‌ ଦେଇଥିବାବେଳେ ନୂଆ ମଡେଲରେ ସ୍ନାପଡ୍ରାଗନ 6 ଜେନ୍‌ 4 ଚିପସେଟ୍‌ ଦେଇଛି । ପୁରୁଣା ମଡେଲରେ 5100mAh ବ୍ୟାଟେରୀ ଦିଆଯାଇଥିବାବେଳେ ଏଥିରେ ସବୁଠୁ ବଡ଼ 7000mAh ବ୍ୟାଟେରୀ ଦିଆଯାଇଛି । ସେହିପରି ପୁରୁଣା ମଡେଲରେ 45ୱାଟ୍‌ ଦ୍ରୁତ ଚାର୍ଜିଂ ସପୋର୍ଟ ରହିଥିଲା, କିନ୍ତୁ ଏଥିରେ କମ୍ପାନୀ 80ୱାଟ୍‌ ଦ୍ରୁତ ଚାର୍ଜିଂ ସପୋର୍ଟ ପ୍ରଦାନ କରିଛି ।

ଏହା ବି ପଢନ୍ତୁ
  1. ଏପ୍ରିଲ 24ରେ ଲଞ୍ଚ ହେବ Oppo A5 Pro 5G ସ୍ମାର୍ଟଫୋନ; ଲିକ୍‌ ହେଲା ତଥ୍ୟ
  2. Infinix ଲଞ୍ଚ କଲା ଦେଶର ସବୁଠୁ ପତଳା 144Hz AMOLED ଡିସପ୍ଲେ ସ୍ମାର୍ଟଫୋନ; ଦାମ ଏତିକି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.