ETV Bharat / technology

OnePlus 13s ସ୍ମାର୍ଟଫୋନ ଲଞ୍ଚ ତାରିଖ ଖୁଲାସା; କଣ ଏଥିରେ ଖାସ - ONEPLUS 13S INDIA LAUNCH DATE

ୱାନପ୍ଲସ ଭାରତୀୟ ବଜାରରେ ଏହାର ଏକ ନୂଆ ସ୍ମାର୍ଟଫୋନ OnePlus 13sକୁ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ସ୍ମାର୍ଟଫୋନରେ କଣ ଖାସ ଜାଣନ୍ତୁ...

OnePlus 13s
OnePlus 13s (Image Credirts: OnePlus India)
author img

By ETV Bharat Tech Team

Published : May 19, 2025 at 5:12 PM IST

2 Min Read

ହାଇଦ୍ରାବାଦ: ୱାନପ୍ଲସ ନିଜର ଆଗାମୀ କମ୍ପାକ୍ଟ ଫ୍ଲାଗସିପ୍‌ ଫୋନ 'ୱାନପ୍ଲସ 13ଏସ' (OnePlus 13s)ର ଲଞ୍ଚ ତାରିଖର ଖୁଲାସା କରିଛି । କମ୍ପାନୀ ଏହାକୁ 2025 ଜୁନ ମାସ ପ୍ରଥମ ସପ୍ତାହ ଅର୍ଥାତ ଜୁନ 5 ତାରିଖରେ ଲଞ୍ଚ କରିବାକୁ ଯାଉଛି । ଏହି ଫୋନଟି ଲଞ୍ଚ ହେବା ପରେ ୱାନପ୍ଲସ-13 ସିରିଜରେ ସାମିଲ ହେବ । ଏହା କ୍ବାଲକମ୍‌ର ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହିତ ଆସିବ ଓ ଏଥିରେ ତିନୋଟି ରଙ୍ଗ ବିକଳ୍ପ ଉପଲବ୍ଧ ହେବ ।

OnePlus 13s: ଭାରତ ଲଞ୍ଚ ତାରିଖ

ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନଟି ଜୁନ 5 ତାରିଖ ମଧ୍ୟାହ୍ନ 12ଟାରେ ଲଞ୍ଚ ହେବ । ଏହି କମ୍ପାକ୍ଟ ଫ୍ଲାଗସିପ୍‌ ଫୋନଟି ତିନୋଟି କଲର ଅପସନ ଯେପରିକି ବ୍ଲାକ୍‌ ଭେଲଭେଟ୍‌, ପିଙ୍କ ସାଟିନ୍‌ ଓ ଗ୍ରୀନ ସ୍ଲିକ୍‌ ସହିତ ଉପଲବ୍ଧ ହେବ । ଗ୍ରୀନ୍‌ ରଙ୍ଗର ୱାନପ୍ଲସ 13ଏସ ମଡେଲଟି କେବଳ ଭାରତୀୟ ବଜାରରେ ବିକ୍ରି ଲାଗି ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

OnePlus 13s: କଣ ଆଶା କରିବା ?

  • ୱାନପ୍ଲସ 13ଏସ ସ୍ମାର୍ଟଫୋନଟି ଏକ କମ୍ପାକ୍ଟ ଡିଜାଇନ 8.15 ମିମି ମୋଟେଇ ଓ 185 ଗ୍ରାମ ଓଜନର ହେବ । କମ୍ପାନୀ ଅନୁଯାୟୀ, ଫ୍ଲାଗସିପ୍-ସ୍ତରୀୟ ସ୍ନାପଡ୍ରାଗନ୍ 8 ଏଲିଟ୍ ପ୍ରୋସେସର୍ ଏହି ସ୍ମାର୍ଟଫୋନକୁ ଶକ୍ତି ଦେବ । OnePlus 13sରେ 4400 ବର୍ଗ ମିମି କ୍ରାୟୋ-ଭେଲୋସିଟି ଭାପର୍ ଚାମ୍ବର ସହିତ ପଛ କଭରରେ ଏକ କୁଲିଂ ସ୍ତର ରହିଛି, ଯାହା ତାପ ଅପଚୟରେ ସାହାଯ୍ୟ କରିବ ବୋଲି କମ୍ପାନୀ ଦାବି କରିଛି ।
  • କମ୍ପାନୀ ଏହି ଫୋନରେ ଦମଦାର ବ୍ୟାଟେରୀ ଲାଇଫ୍‌ ପ୍ରଦାନ କରିବ ବୋଲି ଆଶା କରାୟାଉଛି । ପରୀକ୍ଷଣ ସମୟରେ, ଏହି ଫୋନରେ 7 ଘଣ୍ଟା ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ (BGMI) ଚଲାଇବା, ହ୍ବାଟ୍ସଆପ୍‌ କଲ୍‌ରେ 24 ଘଣ୍ଟା ଓ ଲଗାତାର ଇନଷ୍ଟାଗ୍ରାମ ବ୍ରାଉଜିଂ ସମୟରେ 16 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।
  • ଏହି ଫୋନରେ କମ୍ପାନୀ 'Plus' ନାମରେ ଏକ ନୂଆ ଫିଚର ଆଣୁଛି । ଏହା ପାରମ୍ପରିକ ଆଲର୍ଟ ସ୍ଲାଇଡର ସ୍ଥାନ ନେବ, ଯେଉଁଥିରେ ୟୁଜର ଗୋଟିଏ ଆକ୍ସେସରେ ସାଉଣ୍ଡ ମୋଡ୍‌, ଏଆଇ ଟୁଲ୍‌, DND ଓ ଅନ୍ୟ ଫଙ୍କସନ ଲାଗି ସର୍ଟକଟ୍‌ କଷ୍ଟୋମାଇଜ୍‌ ପାଇପାରିବେ ।
  • ଫୋନରେ ଭଲ ସିଗ୍ନାଲ ଓ କନେକ୍ଟିଭିଟି ଲାଗି 11 ଆଣ୍ଟିନା ସହିତ 360 ଡିଗ୍ରୀ ଆଣ୍ଟିନା ସିଷ୍ଟମ ଲଗାଯିବ । ଏହା ସ୍ବବିକଶିତ ସିଗ୍ନାଲ-ବାଲାନ୍ସଡ୍‌ ମୋଡ୍‌ର ବ୍ୟବହାର କରିବ ଓ G1 ୱାଇ-ଫାଇ ଚିପସେଟ୍‌ ସହିତ ଆସିବ ଯାହାର ଉଦ୍ଦେଶ୍ୟ ହେଉଛି କମ ସିଗ୍ନାଲ ଆସୁଥିବା ଅଞ୍ଚଳରେ ମଧ୍ୟ ୱାଇ-ଫାଇର ପ୍ରଦର୍ଶନ ଉନ୍ନତ ହେବ । ଏହା ଦୁର୍ଗମ ଅଞ୍ଚଳରେ କନେକ୍ଟିଭିଟି 60 ପ୍ରତିଶତ ସୁଦୃଢ କରିପାରିବ । ଏହି ଡିଭାଇସ ଭାରତରେ 5.5G ନେଟୱର୍କକୁ ସମର୍ଥନ କରିବ ।
ଏହା ବି ପଢନ୍ତୁ
  1. ଲଞ୍ଚ ପୂର୍ବରୁ iQOO Neo 10ର ଡିସପ୍ଲେ, କ୍ୟାମେରା ଓ ସ୍ପେଶିଫିକେସନର ଖୁଲାସା
  2. ମେ 27ରେ ଭାରତରେ ଲଞ୍ଚ ହେବ Realme GT 7 ଓ GT 7T ସ୍ମାର୍ଟଫୋନ; ପ୍ୟାରିସରେ ଲଞ୍ଚ ଇଭେଣ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.