ହାଇଦ୍ରାବାଦ: ଇଲେକଟ୍ରିକ୍ ଯାନ ନିର୍ମାତା କମ୍ପାନୀ ଓଲା ଇଲେକଟ୍ରିକ୍ (Ola Electric) ଆର୍ଥିକ ବର୍ଷ 2024-25 ସମାପ୍ତ ସହିତ ଇଲେକଟ୍ରିକ୍ ଦୁଇ ଚକିଆ ସେଗମେଣ୍ଟରେ 30 ପ୍ରତିଶତ ବଜାର ଅଂଶୀଦାର ହାସଲ କରିଛି । ହେଲେ ଏହି ସେଗମେଣ୍ଟରେ କମ୍ପାନୀ ବଜାଜ ଅଟୋ ଓ ଟିଭିଏସ ମୋଟର ପରି ବଡ଼ ବଡ଼ ବ୍ରାଣ୍ଡ ସହିତ ମୁକାବିଲା କରି ବିପଦକୁ ଆସିଛି । ଏବେ ଏହି ଇଲେକଟ୍ରିକ୍-ଓନଲି ଷ୍ଟାର୍ଟଅପ୍ ଆର୍ଥିକ ବର୍ଷ 2025-26 ଦ୍ବିତୀୟ ତ୍ରୟମାସରେ 14 ନୂଆ ଇଲେକଟ୍ରିକ୍ ଯାନ ଲଞ୍ଚ କରିବାକୁ ଯୋଜନା କରୁଛି ।
ଏହି 14 ନୂଆ ପ୍ରଡକ୍ଟରେ ଦୁଇଟି ଇଲେକଟ୍ରିକ୍ କମର୍ସିଆଲ୍ ତିନି ଚକିଆ ଯାନ ମଧ୍ୟ ସାମିଲ । କମ୍ପାନୀ ଏହି ସମସ୍ତ ମଡେଲର ସମ୍ପୂର୍ଣ୍ଣ ଟାଇମଲାଇନର ତଥ୍ୟ ଦେଇନାହିଁ, କିନ୍ତୁ ଆଶା କରାଯାଉଛି ଯେ ଅଗଷ୍ଟ 15 ତାରିଖ ମଧ୍ୟରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରେ ।

ଇଲେକ୍ଟ୍ରିକ 2 ଚକିଆ ଯାନରେ ବାଇକ୍ ଓ ସ୍କୁଟର କେତୋଟି ?
ସଦ୍ୟତମ ସୂଚନା ଅନୁସାରେ, କମ୍ପାନୀ 12ଟି ନୂଆ ଦୁଇ ଚକିଆ ଯାନ ଲଞ୍ଚ କରିବାକୁ ଯୋଜନା କରୁଛି । ଏଥିରେ 6ଟି ଇ-ସ୍କୁଟର ହେବ ଓ ବାକି ସବୁ ଇ-ମୋଟରସାଇକେଲ୍ ହେବ । ଏହା ବ୍ୟତୀତ ଓଲା ଇଲେକଟ୍ରିକ୍ ଆଗକୁ 3 ସ୍କୁଟର ପ୍ଲାଟଫର୍ମ ଆଣିବାକୁ ଯୋଜନା କରୁଛି ଯେଉଁଥିରେ S1, S2 ଓ S3 ଇଲେକଟ୍ରିକ୍ ସ୍କୁଟର ଆସିପାରେ ।

କହି ରଖୁଛୁ କି, ଓଲା ପୂର୍ବରୁ ହିଁ Ola S1 ଇଲେକଟ୍ରିକ୍ ସ୍କୁଟରକୁ ବିକ୍ରି କରୁଛି । ଏହାସହିତ Ola S1 Z ଓ Gig ଇ-ସ୍କୁଟରକୁ କମ୍ପାନୀ ଲଞ୍ଚ କରିଛି ଯାହାର ଡେଲିଭରି ଖୁବଶୀଘ୍ର ଆରମ୍ଭ ହେବ । କମ୍ପାନୀ ସ୍କୁଟରର ଏକ ନୂଆ Ola S1 Sports ସିରିଜ ବି ଲଞ୍ଚ କରିବ । ଆଶା କରାଯାଉଛି ଯେ ଓଲା ଇଲେକଟ୍ରିକ୍ ନିକଟରେ ଏକ ନୂଆ ଇ-ସ୍କୁଟର ହେବ ଯାହାକି ସ୍ପୋର୍ଟି ଗ୍ରାହକଙ୍କୁ ବେଶ ଆକର୍ଷିତ କରିବ ।

ଏହାସହିତ କମ୍ପାନୀ Ola S2 City, S2 Sport ଓ S2 Tourer ସିରିଜକୁ ବି ଲଞ୍ଚ କରିପାରେ । ଏହାସହିତ Ola S3 ସିରିଜ ଲଞ୍ଚ କରିପାରେ, ଯାହାକି ସମ୍ଭବତଃ ମାକ୍ସି-ସ୍କୁଟର ବା ସର୍ବନିମ୍ନ ଭାବେ ମାକ୍ସି-ଷ୍ଟାଇଲ ପରି ହୋଇପାରେ । ଏହାକୁ Ola S3 Grand Adventure ଓ S3 Grand Tourer ନାମ ଦିଆଯାଇପାରେ । ଏହା ବ୍ୟତୀତ କମ୍ପାନୀ ପୂର୍ବରୁ ହିଁ 6ଟି ଇ-ମୋଟରସାଇକେଲ କନସେପ୍ଟ ପ୍ରଦର୍ଶିତ କରିଛି, ଯାହାକୁ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

Ola ତିନି ଚକିଆ ଯାନ
ଓଲା ଲଞ୍ଚ କରିବାକୁ ଯୋଜନା କରୁଥିବା 3 ଚକିଆ ଯାନ ମଧ୍ୟରେ ଦୁଇଟି କମର୍ସିଆଲ ଯାନ ରହିଛି । ଗୋଟିଏ କାର୍ଗୋ ଓ ଅନ୍ୟଟି ପାସେଞ୍ଜର ତିନି ଚକିଆ ଯାନ ହେବ ।