ହାଇଦ୍ରାବାଦ: ଦୁନିଆର ସବୁଠୁ ଲୋକପ୍ରିୟ ଓ ବୃହତ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ନିକଟରେ 50ବର୍ଷ ପୂରଣ କରିଛି । ଆମେରିକାର ଏହି ପ୍ରସିଦ୍ଧ କମ୍ପାନୀର ଶୁଭାରମ୍ଭ 1975 ମସିହା ଏପ୍ରିଲ 4 ତାରିଖରେ ଆରମ୍ଭ ହୋଇଥିଲା । ମାଇକ୍ରୋସଫ୍ଟର ନିକଟରେ 50 ବର୍ଷ ପୂରଣ କରିଥିବାବେଳେ ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହି ବିଶାଳ ବୈଷୟିକ କମ୍ପାନୀର ଚମତ୍କାର ଯାତ୍ରା ସମ୍ପର୍କରେ କହିବାକୁ ଯାଉଛୁ । ମାଇକ୍ରୋସଫ୍ଟ କିପରି ଆରମ୍ଭ ହେଲା ଏବଂ ଏହାର ଯାତ୍ରା କିପରି ଥିଲା ସେ ସମ୍ପର୍କରେ ଆସନ୍ତୁ ଜାଣିବା ।
ରେଡମଣ୍ଡ ସ୍ଥିତ ଟେକ୍ ଜାଏଣ୍ଟ ବିଲ୍ ଗେଟ୍ସ ଏବଂ ତାଙ୍କ ପିଲାଦିନର ବନ୍ଧୁ ସ୍ବର୍ଗତ ପଲ୍ ଆଲେନଙ୍କ ଦ୍ବାରା ଲିଖିତ ଏକ ଗୁରୁତ୍ବପୂର୍ଣ୍ଣ କମ୍ପ୍ୟୁଟର କୋଡ୍ ସହିତ ମାଇକ୍ରୋସଫ୍ଟର ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ସେମାନେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ପ୍ରଥମ ବର୍ଷରେ ପଢୁଥିଲେ । ବ୍ୟକ୍ତିଗତ ଗଣନା (Personal Computing) ଇତିହାସରେ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିଲ୍ ଗେଟ୍ସ ଏକ ବ୍ଲଗ୍ ପୋଷ୍ଟରେ ତାଙ୍କର ପ୍ରାରମ୍ଭିକ ମୁହୂର୍ତ୍ତଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି ।
ଏହି ଯୋଡି ସେମାନଙ୍କର ପ୍ରଥମ ବଡ଼ ସଫଳତା ହାସଲ କଲେ ଯେତେବେଳେ ସେମାନେ Altair 8800 ପାଇଁ ସଫ୍ଟୱେର୍ ବିକଶିତ କଲେ, ଯାହା ଏହି ଅବଧି ମଧ୍ୟରେ ନିର୍ମିତ ପ୍ରଥମ ବ୍ୟକ୍ତିଗତ କମ୍ପ୍ୟୁଟର ମଧ୍ୟରୁ ଗୋଟିଏ । 1975 ମସିହା ଏପ୍ରିଲ୍ 4ରେ, ବିଲ୍ ଗେଟ୍ସ ଏବଂ ସ୍ବର୍ଗତ ପଲ୍ ଆଲେନ୍ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ, ଯାହା ଆଲ୍ଟାୟର୍ ବେସିକ୍ ବିକଶିତ କରିଥିଲା । ଏହା ସହିତ ଏକ ବିଶ୍ବ ବୈଷୟିକ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲା । 1979 ମସିହାରେ ମାଇକ୍ରୋସଫ୍ଟର ସେଲ୍ 1 ମିଲିୟନ୍ ଡଲାରରୁ ଅଧିକ ହୋଇଗଲା ଏବଂ କମ୍ପାନୀର ମୁଖ୍ୟାଳୟକୁ ନ୍ୟୁ ମେକ୍ସିକୋର ଆଲବୁକେର୍କୁଠାରୁ ୱାଶିଂଟନର ବେଲେଭ୍ୟୁକୁ ସ୍ଥାନାନ୍ତର କରାଗଲା । 1980 ଦଶକରେ ମାଇକ୍ରୋସଫ୍ଟ ଘରେ ଘରେ ପରିଚିତ ହୋଇଥିଲା ।
ମାଇକ୍ରୋସଫ୍ଟର ପ୍ରଥମ ବଡ଼ ସଫଳତା
1981 ମସିହାରେ ମାଇକ୍ରୋସଫ୍ଟ MS-DOS ନାମକ ଏକ ନୂତନ ଅପରେଟିଂ ସିଷ୍ଟମ୍ ଲଞ୍ଚ କଲା, ଯାହା IBMର ବ୍ୟକ୍ତିଗତ କମ୍ପ୍ୟୁଟରରେ ଚାଲିବା ଆରମ୍ଭ କଲା । ଏହା ମଧ୍ୟ କମ୍ପାନୀ ପାଇଁ ଏକ ବଡ଼ ସଫଳତା ଥିଲା । ଏହାପରେ 1983 ମସିହାରେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ 1.0 ଲଞ୍ଚ କଲା, ଯାହା କମ୍ପ୍ୟୁଟରର ବ୍ୟବହାରକୁ ଅଧିକ ସହଜ କରିଥିଲା । ଏହି ୱିଣ୍ଡୋ ସହିତ ଗ୍ରାଫିକାଲ୍ ଇଣ୍ଟରଫେସ୍ ମଧ୍ୟ ପ୍ରଥମ ଥର ପାଇଁ କମ୍ପ୍ୟୁଟରରେ ଆସିଲା ।
1986ରେ ମାଇକ୍ରୋସଫ୍ଟ ଏହାର ମୁଖ୍ୟାଳୟକୁ ରେଡମଣ୍ଡ, ୱାଶିଂଟନକୁ ସ୍ଥାନାନ୍ତର କରି ସର୍ବସାଧାରଣ ଷ୍ଟକ୍ ବଜାରରେ ପ୍ରବେଶ କଲା । ସେଠାରେ ଗୋଟିଏ ସେୟାରର ମୂଲ୍ୟ ଥିଲା $ 21 । ଏହା 31 ବର୍ଷ ବୟସରେ ବିଲ୍ ଗେଟ୍ସଙ୍କୁ କୋଟିପତି କରିଥିଲା ।
1987ରେ ମାଇକ୍ରୋସଫ୍ଟ ବ୍ୟକ୍ତିଗତ କମ୍ପ୍ୟୁଟର ପାଇଁ ସଫ୍ଟୱେର୍ ବିକଶିତ କରୁଥିବା ବିଶ୍ବର ସର୍ବବୃହତ କମ୍ପାନୀ ହୋଇଗଲା ।
1988ରେ ମାଇକ୍ରୋସଫ୍ଟ Windows 2.0 ଲଞ୍ଚ କଲା, ଯାହା ବିଶ୍ବବ୍ୟାପୀ କମ୍ପ୍ୟୁଟରର ବ୍ୟବହାରକୁ ବୃଦ୍ଧ କରିଥିଲା । ସେହି ସମୟରେ ବିଶ୍ବର ବିକ୍ରି ଆଧାରରେ ମାଇକ୍ରୋସଫ୍ଟ ବିଶ୍ବର ସର୍ବବୃହତ PC ସଫ୍ଟୱେର୍ କମ୍ପାନୀ ହୋଇପାରିଥିଲା ।
1989ରେ ମାଇକ୍ରୋସଫ୍ଟ 'Microsoft Office' ଲଞ୍ଚ କଲା ଯେଉଁଥିରେ Word, Excel ଏବଂ PowerPoint ଅନ୍ତର୍ଭୁକ୍ତ ଥିଲା । ଏହି ସଫ୍ଟୱେର୍ ବର୍ତ୍ତମାନ ସୁଦ୍ଧା ବିଶ୍ବର ଘର, ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ବ୍ୟବହୃତ ହେଉଛି ।
1990 ଦଶକରେ ଡେସ୍କଟପ୍ ଉପରେ ପ୍ରାଧାନ୍ୟ
- 1990 ଦଶକରୁ ମାଇକ୍ରୋସଫ୍ଟର ପ୍ରାଧାନ୍ୟ ଦୃଶ୍ୟମାନ ହେବାକୁ ଲାଗିଲା । କମ୍ପାନୀ 1990ରେ Windows 3.0 ଲଞ୍ଚ କରିଥିଲା ଏବଂ 1995ରେ Windows 95 ରିଲିଜ୍ କରିଥିଲା । ସେଥିମଧ୍ୟରୁ 1 ମିଲିୟନ୍ କିମ୍ବା 1 ମିଲିୟନରୁ ଅଧିକ କପି ମାତ୍ର 4 ଦିନ ମଧ୍ୟରେ ବିକ୍ରି ହୋଇଥିଲା । ଏହି ବର୍ଷଠାରୁ ବିଶ୍ବର ଅନେକ ଘର, ବିଦ୍ୟାଳୟ ଏବଂ ବ୍ୟବସାୟରେ କମ୍ପ୍ୟୁଟର ବ୍ୟବହାର ଆରମ୍ଭ ହେଲା । ଏହା ବ୍ୟତୀତ 'ୱିଣ୍ଡୋଜ୍ ଯୁଗ' (Windows era) ମଧ୍ୟ ଏହି ବର୍ଷଠାରୁ ଆରମ୍ଭ ହୋଇଥିଲା । ୱିଣ୍ଡୋଜ୍ 95 ରିଲିଜ୍ ମାଇକ୍ରୋସଫ୍ଟର ବ୍ୟବସାୟରେ ଏକ ନୂତନ ଏବଂ ପ୍ରମୁଖ ମୋଡ଼ ବଦଳାଇଲା ।
- 1998 ମସିହାରେ ମାଇକ୍ରୋସଫ୍ଟ Windows 98 ଲଞ୍ଚ କଲା, ଯାହା ପ୍ରଥମ ଥର ପାଇଁ ଗ୍ରାହକଙ୍କ ପାଇଁ ଡିଜାଇନ୍ କରାଯାଇଥିଲା । ସେହିବର୍ଷ ଆମେରିକୀୟ ନ୍ୟାୟପାଳ ବିଭାଗ ମାଇକ୍ରୋସଫ୍ଟ ବିରୋଧରେ ଆଣ୍ଟିଟ୍ରଷ୍ଟ ଚାର୍ଜ ଦାଖଲ କରିଥିଲା କାରଣ କମ୍ପାନୀ ଏହାର ସଫ୍ଟୱେୟରକୁ ଏହାର ଅପରେଟିଂ ସିଷ୍ଟମରେ ପ୍ୟାକ୍ କରିବାକୁ ଚେଷ୍ଟା କରୁଥିଲା ।
- 2000ରେ ମାଇକ୍ରୋସଫ୍ଟ Windows XP ଲଞ୍ଚ କରିଥିଲା ।
- 2001ରେ ମାଇକ୍ରୋସଫ୍ଟ Xbox ଲଞ୍ଚ କରି ଗେମିଂ ଜଗତରେ ପ୍ରବେଶ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଅଗ୍ରଗତି କରୁଛି । ମାଇକ୍ରୋସଫ୍ଟ ପାଇଁ Xbox ବହୁତ ସଫଳ ହୋଇଥିଲା ଏବଂ ସମଗ୍ର ବିଶ୍ବରେ ମୁଖ୍ୟ ଗେମ୍ କନସୋଲ୍ ହୋଇଗଲା ।
- 2005ରେ କମ୍ପାନୀ ପରବର୍ତ୍ତୀ ପିଢି Xbox 360 ଲଞ୍ଚ କରିଥିଲା ।
- 2006ରେ ମାଇକ୍ରୋସଫ୍ଟ Zune ନାମକ ଏକ ପୋର୍ଟେବଲ୍ ମ୍ୟୁଜିକ୍ ପ୍ଲେୟାର ଲଞ୍ଚ କଲା, ଯାହା iPodକୁ ଚ୍ୟାଲେଞ୍ଜ କରିବା ପାଇଁ ଡିଜାଇନ୍ କରାଯାଇଥିଲା । କିନ୍ତୁ କମ୍ପାନୀର ଏହି ପଦକ୍ଷେପ ସଫଳ ହୋଇପାରିଲା ନାହିଁ ଏବଂ ଏହା 2012ରେ ବନ୍ଦ ହୋଇଗଲା ।
- 2007ରେ ମାଇକ୍ରୋସଫ୍ଟ Windows Vista ଲଞ୍ଚ କଲା, ଯାହାକି କମ୍ପାନୀର ସର୍ବନିମ୍ନ ଲୋକପ୍ରିୟ ସିଷ୍ଟମ ବୋଲି ପ୍ରମାଣିତ ହୋଇଥିଲା ।
- 2009 ମସିହାରେ ମାଇକ୍ରୋସଫ୍ଟ Window 7 ଲଞ୍ଚ କଲା, ଯାହା ପୂର୍ବ ସଂସ୍କରଣ ଅପେକ୍ଷା ଭଲ ଥିଲା । ଏହା ସହିତ କମ୍ପାନୀ Bing ନାମକ ଏକ ନୂତନ ସର୍ଚ୍ଚ ଇଞ୍ଜିନ୍ ମଧ୍ୟ ଲଞ୍ଚ କଲା, ଯାହାଦ୍ବାରା ଏହା ଗୁଗଲ୍ ସର୍ଚ୍ଚ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲା ।
- 2010ରେ କମ୍ପାନୀ Microsoft Azure ଲଞ୍ଟ କରିଥିଲା, ଯାହା ସହିତ ମାଇକ୍ରୋସଫ୍ଟ କ୍ଲାଉଡ୍ କମ୍ପ୍ୟୁଟିଂରେ ପ୍ରବେଶ କରିଥିଲା ।
Skype ଓ Linkedinକୁ କିଣିଲା କମ୍ପାନୀ
2011: ଏହି ମସିହାରେ ମାଇକ୍ରୋସଫ୍ଟ Skypeକୁ 8.5 ବିଲିୟନ ଡଲାରରେ କିଣିଥିଲା, ଯାହାକି କମ୍ପାନୀର ଯୋଗାଯୋଗ ଉପକରଣଗୁଡ଼ିକୁ ଆହୁରି ଦୃଢ କରିଥିଲା ।
2012: ମାଇକ୍ରୋସଫ୍ଟ Surface ଲଞ୍ଚ କରିଥିଲା, ଯାହାକି କମ୍ପାନୀର ପ୍ରଥମ ଇନ୍-ହାଉସ୍ PC ହାର୍ଡୱେର୍ ଥିଲା ।
2014: କମ୍ପାନୀ ସତ୍ୟ ନାଡେଲାଙ୍କୁ ମାଇକ୍ରୋସଫ୍ଟର ସିଇଓ କରିଥିଲେ । ସେ ମାଇକ୍ରୋସଫ୍ଟକୁ କ୍ଲାଉଡ୍ ଏବଂ AI ଦିଗରେ ଆଗକୁ ନେଇଥିଲେ । ସତ୍ୟ ନାଡେଲାଙ୍କ ନେତୃତ୍ବରେ Azure କ୍ଲାଉଡ୍ ପ୍ଲାଟଫର୍ମ କମ୍ପାନୀର ଏକ ସଫଳ ପ୍ଲାଟଫର୍ମ ହେଲା ।
2015: Windows 10କୁ Windows 7 ଓ 8 ବ୍ୟବହାରକାରୀଙ୍କ ପାଇଁ ଏକ ମାଗଣା ଅପଗ୍ରେଡ୍ ଭାବରେ 2015ରେ ଲଞ୍ଚ କରାଯାଇଥିଲା । କ୍ରମାଗତ ଅପଡେଟ୍ ସହିତ ଏହା ଅନ୍ତିମ ସଂସ୍କରଣ ଭାବରେ ପରିଚିତ ହେଲା ।
2016: ମାଇକ୍ରୋସଫ୍ଟ 26.2 ବିଲିୟନ ଡଲାରରେ ଲିଙ୍କଡଇନ୍ (Linkedin) କିଣିଥିଲା ।
2020: ବିଲ୍ ଗେଟ୍ସ ମାଇକ୍ରୋସଫ୍ଟର ବୋର୍ଡ ଚେୟାରରୁ ଇସ୍ତଫା ଦେଇଥିଲେ ।
2021: Microsoft Teams 250 ନିୟୁତ ମାସିକ ସକ୍ରିୟ ଉପଭୋକ୍ତାଙ୍କ ନମ୍ବରକୁ ଅତିକ୍ରମ କରି ସମଗ୍ର ବିଶ୍ବରେ ୟୁଜରଙ୍କ ପାଇଁ ରିମୋଟ ୱାର୍କକୁ ଗୁରୁତ୍ବପୂର୍ଣ୍ଣ କରିଥିଲା ।
2023: ମାଇକ୍ରୋସଫ୍ଟ 68.7 ବିଲିୟନ ଡଲାରରେ Activision Blizzard କ୍ରୟ କରିଥିଲା, ଯେଉଁ କାରଣରୁ କମ୍ପାନୀ ଗେମ୍ ଶିଳ୍ପରେ ଏକ ପ୍ରମୁଖ ସଫଳତା ହାସଲ କରିଥିଲା ।
2024: ମାଇକ୍ରୋସଫ୍ଟର ବଜାର ମୂଲ୍ୟ 3 ଟ୍ରିଲିୟନ ଡଲାରରୁ ଅଧିକ ହୋଇଯାଇଥିଲା, ଯାହା ପରେ ମାଇକ୍ରୋସଫ୍ଟ ମଧ୍ୟ ଆପଲ୍ ପରି ଦୁନିଆର ଅନ୍ୟତମ ମୂଲ୍ୟବାନ କମ୍ପାନୀ ହୋଇପାରିଥିଲା।
2025: ଚଳିତ ବର୍ଷ ମାଇକ୍ରୋସଫ୍ଟ 190ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି ଏବଂ ଏଥିରେ 2,20,000ରୁ ଅଧିକ କର୍ମଚାରୀ ଅଛନ୍ତି ।
ଏପ୍ରିଲ୍ 2025 ସୁଦ୍ଧା ମାଇକ୍ରୋସଫ୍ଟର ବଜାର ମୂଲ୍ୟ ହେଉଛି $2.840 ଟ୍ରିଲିୟନ୍ ଅଛି । ଏହି କାରଣରୁ ମାଇକ୍ରୋସଫ୍ଟ ଆଜି ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇପାରିଛି ।