ETV Bharat / technology

ଆସନ୍ତାକାଲି ଭାରତରେ ଲଞ୍ଚ ହେବ ନୂଆ KTM 390 Enduro R; କଣ ଖାସ - KTM 390 ENDURO R INDIA LAUNCH

KTM India ନିଜର ନୂଆ 390 Enduro R ବାଇକ୍‌କୁ ଆସନ୍ତାକାଲି (ଏପ୍ରିଲ 11)ରେ ଲଞ୍ଚ କରିବାକୁ ଯାଉଛି । ଏହା ଏକ ଅଫ୍‌-ରୋଡ କେନ୍ଦ୍ରିତ ମୋଟରସାଇକେଲ । ଅଧିକ ପଢନ୍ତୁ

KTM 390 Enduro R India Launch
KTM 390 Enduro R India Launch (Image Credit: KTM India)
author img

By ETV Bharat Tech Team

Published : April 10, 2025 at 12:20 PM IST

2 Min Read

ହାଇଦ୍ରାବାଦ: ପ୍ରିମିୟମ ଓ ସ୍ପୋର୍ଟ ମୋଟରସାଇକେଲ ନିର୍ମାତା କମ୍ପାନୀ KTM ଆସନ୍ତାକାଲି (ଏପ୍ରିଲ 11)ରେ ଭାରତୀୟ ବଜାରରେ ନିଜର ନୂଆ କେଟିଏମ 390 ଏଣ୍ଡୁରୋ ଆର (KTM 390 Enduro R)ବାଇକ୍‌କୁ ଲଞ୍ଚ କରିବାକୁ ଯାଉଛି । ଏହା ଏକ ଅଫ୍‌-ରୋଡ୍‌ କେନ୍ଦ୍ରିତ ମୋଟରସାଇକେଲ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାୟାଇଛି ।

KTM 390 Enduro R: ପାୱାରଟ୍ରେନ

ଏହି ମୋଟରସାଇକେଲର ପାୱାର୍ ଟ୍ରେନ୍ ବିଷୟରେ ଆଲୋଚନା କଲେ ଏହା 399cc, ସିଙ୍ଗଲ୍ ସିଲିଣ୍ଡର, ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ସହିତ ଆସିଛି ଯାହା କମ୍ପାନୀର KTM 390 ଡ୍ୟୁକ୍ ଏବଂ 390 ଆଡଭେଞ୍ଚର ମଡେଲରେ ମଧ୍ୟ ବ୍ୟବହୃତ ହୋଇଛି । ଅନ୍ୟ ଦୁଇଟି ମୋଟରସାଇକେଲ ପରି ନୂତନ 390 ଏଣ୍ଡୁରୋ ଆରରେ ମଧ୍ୟ ଏହି ଇଞ୍ଜିନ 45.3bhp ଶକ୍ତି ଏବଂ 39Nm ଟର୍କ ଉତ୍ପାଦନ କରେ । ଏହି ମୋଟସାଇକେଲର ମୁଖ୍ୟ ଫ୍ରେମ ଓ ସ୍ବିଙ୍ଗଆର୍ମ ଲାଟେଷ୍ଟ ଜେନେରେସନ 390 ଆଡଭେଞ୍ଚର ପରି ରହିଛି । ଏହା ଏକ ଅଫ୍‌-ରୋଡ ମୋଟରସାଇକେଲ ହୋଇଥିବାରୁ ଏଥିରେ 285ମିମିର ଛୋଟ ଫ୍ରଣ୍ଟ ଡିସ୍କ ବ୍ରେକ୍‌ ଲଗାଯାଇଛି ।

KTM 390 Enduro R
KTM 390 Enduro R (Image Credit: KTM India)

KTM 390 Enduro R: ଫିଚର

ମୋଟରସାଇକେଲର ଟେକ୍ନିକାଲ୍‌ ଫିଚର ସମ୍ପର୍କରେ କହିଲେ ଏହି ବାଇକ୍‌ରେ 4.2 ଇଞ୍ଚର TFT ଡିସପ୍ଲେର ବ୍ୟବହାର କରାଯାଇଛି ଯାହାକି ମ୍ୟୁଜିକ୍‌, କଲ୍‌ ଓ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଲାଗି ସ୍ମାର୍ଟଫୋନ କନେକ୍ଟିଭିଟି ପ୍ରଦାନ କରିଥାଏ । ଏହାବ୍ୟତୀତ ମୋଟରସାଇକେଲର ଦୁଇଟି ସ୍ବତନ୍ତ୍ର ରାଇଡିଂ ମୋଡ୍‌ ଦିଆଯାଇଛି ଯେଉଁଥିରେ Street ଓ Off-Road ସାମିଲ ।

KTM 390 Enduro R: ହାର୍ଡୱେର

ଏହି ବାଇକ୍‌ରେ 390 Adventure ପରି ସମାନ ସସପେନ୍ସନ ୟୁନିଟ୍‌ର ବ୍ୟବହାର କରାଯାଇଛି । ଏହାର ଅର୍ଥ ମୋଟରସାଇକେଲରେ 200ମିମି/205ମିମି (ଏଫ/ଆର) ସସପେନ୍ସନ ଟ୍ରାଭେଲ୍‌ ମିଳିଥାଏ । ଏହାର ପରିମାଣସ୍ବରୂପ ସିଟ୍‌ର ଉଚ୍ଚତା 860ମିମି ହୋଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେଉଥିବା KTM 390 Enduro Rର ମଡେଲ୍‌ 890ମିମି ତୁଳନରେ କମ୍‌ ।

ସେହିପରି ଭାରତରେ ବିକ୍ରି ହେବାକୁ ଥିବା ଏହି ମଡେଲ୍‌ର ଗ୍ରାଉଣ୍ଡ କ୍ଲିୟରାନ୍ସ 272 ମିମିଠାରୁ ହ୍ରାସ ପାଇ 253ମିମି ହୋଇଛି । ଏହାବ୍ୟତୀତ ବିଦେଶରେ ବିକ୍ରି ହେଉଥିବା KTM 390 Enduro R ମଡେଲ୍‌ ପରି ଭାରତୀୟ ମଡେଲ୍‌ ସମାନ । ଏହି ମୋଟରସାଇକେଲର ଓଜନ 177 କିଲୋଗ୍ରାମ ରହିଛି ଯାହାକି କମ୍ପାନୀର 390 Adventure ମଡେଲଠାରୁ 5-6 କିଗ୍ରା ହାଲୁକା ।

କାହା ସହ କରିବ ମୁକାବିଲା ?

ଭାରତୀୟ ବଜାରରେ ଏହି ବାଇକ୍‌ଟି Kawasaki KLX 230 ପ୍ରତିଦ୍ବନ୍ଦ୍ବିତା କରିବ । ଦାମ କଥା କହିଲେ KTM India ନୂଆ 390 Enduro R ବାଇକ୍‌କୁ ବଜାରରେ 3.15 ଲକ୍ଷରୁ 3.50 ଲକ୍ଷ ଟଙ୍କା (ଏକ୍ସଶୋରୁମ) ମଧ୍ୟରେ ବିକ୍ରି କରିପାରେ ।

ଏହା ବି ପଢନ୍ତୁ
  1. 2025 KTM 390 Dukeରେ ଆସୁଛି କାରରେ ମିଳୁଥିବା ଫିଚର; ଜାଣନ୍ତୁ କଣ
  2. 20ହଜାର ଟଙ୍କା କମିଲା KTM 250 Dukeର ଦାମ; ଏବେ କେତେ ଜାଣନ୍ତୁ..
  3. ନୂଆ ଅପଡେଟ୍‌ ସହ ଲଞ୍ଚ ହେଲା Yamaha FZ-S Fi ବାଇକ୍‌; ଦାମ କେତେ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.