ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ଟ୍ରେଣ୍ଡ ସାମନାକୁ ଆସୁଛି । ଏଥର ଚାଟ୍ ଜିପିଟି ନୂଆ ଇମେଜ ଜେନେରେସନ ସୁବିଧା ସହ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି । ଷ୍ଟୁଡିଓ ଘିବଲି ଇନଷ୍ଟାଗ୍ରାମ, ଫେସବୁକ ଓ ହ୍ବାଟସ ଆପ୍ରେ ନିଜର ପ୍ରଭାବ ବିସ୍ତାର କରିଛି । ପ୍ରଧାନମନ୍ତ୍ରୀ ମୋଦି, ସଚିନ ତେନ୍ଦୁଲକର, ରାଜପାଲ ଯାଦବଙ୍କ ସମେତ ଅନେକ ଲୋକପ୍ରିୟ ଚେହେରାଙ୍କ ଘିବଲି ଇମେଜ ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି । ସେଲିବ୍ରିଟିଙ୍କ ବ୍ୟତୀତ ସୋସିଆଲ ମିଡିଆ ୟୁଜର ପୁରୁଣା ସ୍ମୃତିକୁ ଘିବଲି ଟଚ୍ ଦେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ଏଆଇ ସହାୟତାରେ ଏହି ନୂଆ ଟ୍ରେଣ୍ଡ ନିଜ ଯାଦୁ ମାଧ୍ୟମରେ ଦୁନିଆର ଲୋକଙ୍କୁ ବଶୀଭୂତ କରିନେଇଛି ।
- ଷ୍ଟୁଡିଓ ଘିବଲି କଣ ?
ଷ୍ଟୁଡିଓ ଘିବଲି ଏକ ଜାପାନୀ ଆନିମେସନ ଫିଲ୍ମ ଷ୍ଟୁଡିଓ । ଏହାର ଆରମ୍ଭ 1985ରେ ହାୟାଓ ମିୟାଜାକି, ଇସାଓ ତାକାହାଟା ଓ ତୋସିଓ ସୁଜୁକି କରିଥିଲେ । ଏହି କମ୍ପାନୀ ଚିତ୍ରର ବ୍ୟବହାର କରି ଉଚ୍ଚ ଗୁଣାବତ୍ତା ଆନିମେଟେଡ ଫିଲ୍ମ ନିର୍ମାଣ ପାଇଁ ଜାପାନରେ ବେଶ ଲୋକପ୍ରିୟ ।

- ଚାଟଜିପିଟିରେ କାହିଁକି ଟ୍ରେଣ୍ଡ କରୁଛି ଷ୍ଟୁଡିଓ ଘିବଲି ?
ନିକଟରେ ଏଆଇ ଦ୍ବାରା ନିର୍ମିତ ଏହି ଖାସ ଫଟୋ ଟାଇପ ଲୋକପ୍ରିୟ ହୋଇପାରିଛି । ଅଧିକାଂଶ ଲୋକ ଷ୍ଟୁଡିଓ ଘିବଲି ଅନ୍ଦାଜରେ ଫଟୋ ତିଆରି କରୁଛନ୍ତି । ଲୋକେ ଚାଟ ଜିପିଟି ଭଳି ଏଆଇ ଟୁଲ ଓ DALLE ଭଳି ଇମେଜ ଜେନେରେଟରର ବ୍ୟବହାର କରି ଘିବଲି ଷ୍ଟାଇଲରେ ସୁନ୍ଦର ଆନିମେସନ ପ୍ରସ୍ତୁତ କରିଛନ୍ତି । ଷ୍ଟୁଡିଓ ଘିବଲି ଅନ୍ଦାଜରେ ଦୈନନ୍ଦିନ ଜୀବନ, ପର୍ବପର୍ବାଣୀ, ପାରମ୍ପାରିକ ଭାରତୀୟ ବେଶଭୂଷା ଓ ପୌରାଣିକ ଦୃଶ୍ୟପଟ୍ଟକୁ ଦେଖିବା ସମସ୍ତଙ୍କୁ ପସନ୍ଦ ଆସୁଛି । ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡ ଖୁବ ଭାଇରାଲ ହେଉଛି । ଅଧିକାଂଶ ସୋସିଆଲ ମିଡିଆ ୟୁଜର୍ସ ଅନେକ ଫିଲ୍ମର ହିଟ୍ ସିନ୍କୁ ଘିବଲି ଷ୍ଟାଇଲରେ ରିକ୍ରିଏଟ କରୁଛନ୍ତି । ଏହି ଷ୍ଟାଇଲରେ ଦେବୀ ଦେବତାଙ୍କ ଫଟୋ ବି ତିଆରି ହୋଇଛି ଯାହାକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।

ଏହି ସୁବିଧାର ଉପଯୋଗ କେମିତି କରିବେ ?
- ଷ୍ଟୁଡିଓ ଘିବଲି ଷ୍ଟାଇଲ ଫଟୋ ପାଇଁ ଚାଟ୍ ଜିପିଟିରେ ଇମେଜ କ୍ରିଏସନ ଟୁଲ୍ର ବ୍ୟବହାର କରିବାକୁ ପଡିବ ।
- ଏଥିପାଇଁ ପ୍ରଥମେ ଚାଟ୍ ଜିପିଟି ଖୋଲି ଇମେଜ କ୍ରିଏସନ ଅପସନ୍ରେ କ୍ଲିକ କରନ୍ତୁ ।
- ଏବେ ଏଥିରେ ଆପଣଙ୍କ ଫଟୋ ଅପଲୋଡ କରନ୍ତୁ ।
- କିଛି କ୍ଷଣରେ ଆପଣଙ୍କୁ ଘିବଲି ଷ୍ଟାଇଲର ଫଟୋ ମିଳିଯିବ ।
- ଯଦି ଆପଣଙ୍କ ପାଖରେ ChatGPTର ପ୍ରିମିୟମ ସବସ୍କ୍ରିପ୍ସନ ନାହିଁ ତେବେ ଘିବଲି ଷ୍ଟାଇଲ ପୋଟ୍ରେଟ ତିଆରି କରିବା ପାଇଁ ଥାର୍ଡ ପାର୍ଟି ଆପ୍ଲିକେସନର ବ୍ୟବହାର କରିପାରିବେ ।
- Crayon, DeepAI ଓ Playground AI ଭଳି ଆପ୍ ଇମେଜ ତିଆରି କରିପାରୁଛି ।
- ନିଜ ଫଟୋ ଅପଲୋଡ କରି ଷ୍ଟୁଡିଓ ଘିବଲି ଷ୍ଟାଇଲ ପୋଟ୍ରେଟ ତିଆରି କରିବା ପାଇଁ ନିଜ ପସନ୍ଦର ପ୍ରପ୍ ଯୋଡନ୍ତୁ
- ଆପଣଙ୍କ ଫଟୋ କିଛି ସମୟରେ ପ୍ରସ୍ତୁତ ହୋଇଯିବ
ଏହା ମଧ୍ୟ ପଢନ୍ତୁ ହ୍ବାଟସଆପ୍ ଫେସବୁକ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କେମିତି ଗୀତ ଯୋଡିବେ ?
ଏହା ମଧ୍ୟ ପଢନ୍ତୁ 'X' କୁ ବିକ୍ରି କରିଦେଲେ ଏଲନ ମସ୍କ, ଜାଣନ୍ତୁ ନୂଆ ମାଲିକ କିଏ?