ETV Bharat / technology

ବ୍ଲୁ ଅରିଜିନ ରଚିଲା ଇତିହାସ; ପପ୍‌ ଗାୟିକା କେଟି ପେରିଙ୍କ ସମେତ 6 ପ୍ରସିଦ୍ଧ ମହିଳାଙ୍କୁ କରାଇଲା ମହାକାଶ ଯାତ୍ରା - FEMALE CELEBRITY CREW TO SPACE

ଜେଫ୍‌ ବେଜୋସ୍‌ଙ୍କ ବ୍ଲୁ ଅରିଜିନ କମ୍ପାନୀ ରଚିଲା ଇତିହାସ । 6ଜଣ ଲୋକପ୍ରିୟ ମହିଳାଙ୍କୁ କରାଇଲା ସଫଳ ମହାକାଶ ଯାତ୍ରା । ଆପଣ ବି କରିପାରିବେ ମହାକାଶକୁ ଯାତ୍ରା । ଅଧିକ ପଢନ୍ତୁ

Blue Origin Launches An All-female Celebrity Crew
Blue Origin Launches An All-female Celebrity Crew (AP)
author img

By ETV Bharat Tech Team

Published : April 15, 2025 at 9:31 AM IST

2 Min Read

ହାଇଦ୍ରାବାଦ: ଆମେରିକାର କୋଟିପତି ଜେଫ୍‌ ବେଜୋସ୍‌ (Jeff Bezos)ଙ୍କ ସ୍ପେଶଫ୍ଲାଇଟ କମ୍ପାନୀ ବ୍ଲୁ ଅରିଜିନ (Blue origin)ର ମିଶନ NS-31 ସଫଳତାର ଶେଷ ହୋଇ ଇତିହାସ ରଚିଥିବାବେଳେ ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଏହି ମିଶନ ଅଧୀନରେ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା 6 ଜଣ ମହିଳା ମହାକାଶକୁ ଯାତ୍ରା କରିଛନ୍ତି । ଏହି ମହିଳା କ୍ରୁ ମେମ୍ବରଙ୍କ ମଧ୍ୟରେ ଆମେରିକାର ପପ୍‌ ଗାୟିକା କେଟି ପେରି ମଧ୍ୟ ରହିଛନ୍ତି । ଏପ୍ରିଲ 14 (ସୋମବାର) ଏହି ମହାକାଶ ଯାତ୍ରା ସଫଳ ହୋଇଛି ।

Blue Origin
ପୃଥିବୀଠାରୁ 100କିମି ଉଚ୍ଚକୁ ଗଲା ମହାକାଶଯାନ (Image Credit: Blue Origin)

11ମିନିଟ ଧରି ଚାଲିଲା ମିଶନ

ଆମେରିକା ଉଦ୍ୟୋଗପତି ଜେଫ୍‌ ବେଜୋସ୍‌ଙ୍କ କମ୍ପାନୀ ବ୍ଲୁ ଅରିଜିନ କମ୍ପାନୀ ସୋମବାର ସନ୍ଧ୍ୟା 7ଟାରେ ୱେଷ୍ଟଟେକ୍ସାସର ଲଞ୍ଚ ସାଇଟ୍‌ରୁ ଉଡ଼ାଣ ଭରିଥିବାବେଳେ ପ୍ରାୟ 11 ମିନିଟ୍‌ ପରେ ପୃଥିବୀକୁ ଫେରିଥିଲା । ରକେଟ୍‌ ପୃଥିବୀଠାରୁ 100କିମି ଉପରକୁ ଯାଇଥିବାବେଳେ ଯିବାଆସିବାକୁ ମିଶାଇ ମୋଟ 212କିମି ଯାତ୍ରା କରିଥିଲା । ଏହି ମିଶନର ସମସ୍ତ କ୍ରୁ ମେମ୍ବର ମହିଳା ଥିବାବେଳେ ନିଜ ନିଜ କ୍ୟାରିଅର କ୍ଷେତ୍ରରେ ବେଶ ସଫଳ ରହିଛନ୍ତି ।

Blue Origin
ପପ୍‌ ଗାୟିକା କେଟି ପେରିଙ୍କ ସମେତ 6 ପ୍ରସିଦ୍ଧ ମହିଳାଙ୍କୁ କରାଇଲା ମହାକାଶ ଯାତ୍ରା (Image Credit: Blue Origin)

କ୍ରୁ ମେମ୍ବରଙ୍କ ମଧ୍ୟରେ କିଏ ?

ଏହି ମିଶନରେ ମହାକାଶକୁ ଯାତ୍ରା କରିଥିବା କ୍ରୁ ମେମ୍ବରମାନେ ହେଉଛନ୍ତି ପ୍ରସିଦ୍ଧ ପପ୍‌ ସିଙ୍ଗର କେଟି ପେରି, ପୂର୍ବତନ ନାସା ରକେଟ୍‌ ବୈଜ୍ଞାନିକ ଆଇଶା ବୋୱେ, ବାୟୋଷ୍ଟ୍ରୋନାଟିକ୍ସ ଅନସୁନ୍ଧାନ ବୈଜ୍ଞାନିକ ଆମଣ୍ଡା ନୱେନ୍‌, ସିବିସି ସାମ୍ବାଦିକା ଗେଲ୍‌ କିଙ୍ଗ, ଚଳଚ୍ଚିତ୍ର ପ୍ରଯୋଜକ କେରିଆନ୍‌ ଫ୍ଲିନ୍‌ ଓ Emmy ପୁରସ୍କାର ବିଜେତା ସାମ୍ବାଦିକା ଲରେନ୍‌ ସାଞ୍ଚେସ୍‌ ସାମିଲ ।

ମହାକାଶରେ ଗୀତ ଗାଇଲେ କେଟି ପେରି

ମିଶନ ସମୟରେ ପପ୍‌ ଗାୟିକା କେଟି ପେରି ଲୁଇ ଆର୍ମଷ୍ଟ୍ରଙ୍ଗଙ୍କ 'What a Wonderful World' ଗାଇଥିବା ନେଇ ଟିଭି ଉପସ୍ଥାପିକା ଗେଲ୍ କିଙ୍ଗ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୃଥିବୀ ଉପରୁ ବହୁତ ସୁନ୍ଦର ନଜର ଆସୁଥିଲା । ମହାକାଶରୁ ପୃଥିବୀକୁ ଫେରିବା ପରେ କେଟି ପେରି ଭାବପ୍ରବଣ ଦେଖାଯାଉଥିଲେ । ମାତୃତ୍ବ ଲାଭ କରିବା ପରେ ଏହା ତାଙ୍କ ଜୀବନର ସବୁଠାରୁ ବିଶେଷ ଅନୁଭୂତି ଥିଲା ବୋଲି ସେ କହିଛନ୍ତି ।

ବିନା ପାଇଲଟ୍‌ରେ ମହାକାଶ ଯାତ୍ରା

ଏହି ମିଶନ ବିନା ପାଇଲଟ୍‌ରେ ମହାକାଶକୁ ଯାତ୍ରା କରିଥିଲା । ଏହା କମ୍ପ୍ୟୁଟର ମାଧ୍ୟମରେ ଚାଲିଥିବାବେଳେ ରକେଟ୍‌ ବିନା ପାଇଲଟରେ 6 ଜଣ କ୍ରୁ ମେମ୍ବରଙ୍କୁ ନେଇ ମହାକାଶକୁ ଯାଇଥିଲା । କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ମିଶନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ମହାକାଶ ଅନୁସନ୍ଧାନ କ୍ଷେତ୍ର ପ୍ରତି ଆକୃଷ୍ଟ କରିବା ଓ କ୍ୟାରିଅର ଗଢିବାକୁ ପ୍ରୋତ୍ସାହିତ କରାଯାଉଛି ।

ବ୍ଲୁ ଅରିଜିନ ସମ୍ପର୍କରେ...

ମିଶନ NS-31 ବ୍ଲୁ ଅରିଜିନ୍‌ର ଏକାଦଶ ମାନବ ସ୍ପେସ୍ ଫ୍ଲାଇଟ୍ ଥିଲା । କହି ରଖୁଛୁ କି କମ୍ପାନୀର ମାଲିକ ତଥା ଆମେରିକୀୟ କୋଟିପତି ଜେଫ୍ ବେଜୋସ୍ ଆମାଜନରୁ ରୋଜଗାର କରିବା ପରେ 2000 ମସିହାରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ସେ ନିଜେ 2021 ମସିହାରେ ବ୍ଲୁ ଅରିଜିନ୍‌ର ପ୍ରଥମ ସ୍ପେଶ୍‌ ଟୁରିଷ୍ଟ ଫ୍ଲାଇଟ୍‌ରେ ଅଂଶଗ୍ରହଣ କରିଥିଲେ । ଏଥର ସେ ନିଜର ଭାବିପତ୍ନୀ ତଥା Emmy ପୁରସ୍କାର ବିଜେତା ସାମ୍ବାଦିକା ଲରେନ୍‌ ସାଞ୍ଚେସ୍‌ଙ୍କୁ ମହାକାଶ ଯାତ୍ରା କରାଇଛନ୍ତି ।

ଏହା ବି ପଢନ୍ତୁ
  1. Blue Originର ପ୍ରଥମ ମହିଳା ମହାକାଶ ମିଶନ; କ୍ରୁଙ୍କ ମଧ୍ୟରେ ପ୍ରସିଦ୍ଧ ଗାୟିକା Katy Perry
  2. ଚୀନରେ ପ୍ରଥମ ସ୍ବୟଂଚାଳିତ ଯାତ୍ରୀବାହୀ ଫ୍ଲାଇଙ୍ଗ ଟ୍ୟାକ୍ସିକୁ ଗ୍ରୀନ ସିଗ୍ନାଲ; ବିନା ପାଇଲଟରେ ଉଡ଼ିବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.