
Jeep Compassର ଟ୍ରାକ୍ ଏଡିସନ ଲଞ୍ଚ; ଦାମ କେତେ ଜାଣନ୍ତୁ
Jeep Compassର ଷ୍ଟାଣ୍ଡାର୍ଡ ଭର୍ସନଠାରୁ ଏହି ଲିମିଟେଡ୍ ଏଡିସନ SUVଟି ଏକାଧିକ ଏକ୍ସଟିରିଅର ଓ ଇଣ୍ଟିରିଅର ଅପଗ୍ରେଡ୍ ସହିତ ଲଞ୍ଚ ହୋଇଛି । ଅଧିକ ପଢନ୍ତୁ

Published : October 9, 2025 at 4:15 PM IST
ହାଇଦ୍ରାବାଦ: ବିଳାସପୂର୍ଣ୍ଣ ଏସୟୁଭି ନିର୍ମାତା କମ୍ପାନୀ ଜିପ୍ ଇଣ୍ଡିଆ ଭାରତୀୟ ବଜାରରେ ଏହାର ଲୋକପ୍ରିୟ SUV 'Jeep Compass'ର ଏକ ନୂତନ ସ୍ବତନ୍ତ୍ର ସଂସ୍କରଣ Track Editionକୁ ଲଞ୍ଚ କରିଛି । ରିପୋର୍ଟ ଅନୁସାରେ, Jeep Compass Track Edition ସୀମିତ ସଂଖ୍ୟାରେ ଉପଲବ୍ଧ ହେବ ଏବଂ ଏଥିରେ ଟପ୍-ସ୍ପେକ୍ ମଡେଲ୍ S ଟ୍ରିମ୍ ତୁଳନାରେ କିଛି ବାହ୍ୟ ଏବଂ ଭିତର କସମେଟିକ୍ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାର ବୁକିଂ ଆରମ୍ଭ ହୋଇସାରିଥିବାବେଳେ ଖୁବଶୀଘ୍ର ଏହାର ଡେଲିଭରି ଆରମ୍ଭ ହେବାକୁ ଯାଉଛି ।
ଏହି ସ୍ବତନ୍ତ୍ର ଏଡିସନ କାରଟି ଷ୍ଟାଣ୍ଡାର୍ଡ ମଡେଲ S ଭାରିଏଣ୍ଟଠାରୁ 25 ହଜାର ଟଙ୍କା ମହଙ୍ଗା ରହିଛି । ଏହା କୌଣସି ଯାନ୍ତ୍ରିକ ପରିବର୍ତ୍ତନ ସହ ଆସିନାହିଁ ଅର୍ଥାତ ଏହି ସ୍ବତନ୍ତ୍ର ସଂସ୍କରଣଟି ସମାନ ଇଞ୍ଜିନ, ଟ୍ରାନ୍ସମିଶନ ଅପସନ ଓ ପାୱାରଟ୍ରେନ୍ ସହ ଆସିଛି । ଏଥିରେ 3ଟି କଲର ଅପସନ Pearl White, Brilliant Black ଓ Exotica Red ଉପଲବ୍ଧ । ତେବେ ଏହାର ଇଞ୍ଜିନଠାରୁ ଆରମ୍ଭ କରି ଫିଚର୍ସ ଓ ଦାମ ଏବଂ ଉପଲବ୍ଧତା ସମ୍ପର୍କରେ ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।

Jeep Compass Track Edition: ଏକ୍ସଟିରିଅର
ଏହାର ବାହାର ଡିଜାଇନ ସମ୍ପର୍କରେ କହିବାକୁ ଗଲେ, Compass Track Editionର ସବୁଠୁ ଖାସ କଥା ହେଉଛି ଏହାର ଆକର୍ଷଣୀ ଲୁକ୍ । ଏସୟୁଭିକୁ ସ୍ବତନ୍ତ୍ର ଲୁକ୍ ଦେବା ଲାଗି ଏଥିରେ ସିଗ୍ନେଚର ହୁଡ୍ ଡିକାଲ, ପିୟାନୋ ବ୍ଲାକ୍ ଗ୍ରୀଲ୍ ଓ ବେଜିଂ ଏବଂ ଟ୍ରାକ୍ ଏଡିସନ ବ୍ୟାଜ୍ ଦିଆଯାଇଛି । ଏହାସହିତ ଏଥିରେ 18-ଇଞ୍ଚ ଡାଏମଣ୍ଡ କଟ୍ ଟେକ୍ ଗ୍ରେ ଓ ହ୍ବିଲ୍ସ ଏହି ଏସୟୁଭିର ଷ୍ଟାଇଲ୍କୁ ଦ୍ବିଗୁଣିତ କରେ ।

Jeep Compass Track Edition: ଇଣ୍ଟିରିଅର
କାରର ଭିତର ପାର୍ଶ୍ବ ବିଷୟରେ କହିବାକୁ ଗଲେ, ଆପଣ ବ୍ୟାଜ୍ ସହିତ ଚମଡ଼ା ସିଟ୍ ଅପହୋଲଷ୍ଟେରି ଏବଂ କଳା ଡୁଆଲ୍-ଟୋନ୍ କ୍ୟାବିନ୍ ଥିମ୍ ଦେଖିବେ (ସାଧାରଣ ମଡେଲ୍ S ରେ କଳା ଫିନିଶ୍ ଅଛି) । ଡ୍ୟାସବୋର୍ଡଟି କଣ୍ଟ୍ରାଷ୍ଟ ବ୍ୟାଜ୍ ଷ୍ଟିଚିଂ ଏବଂ ସ୍ମୋକଡ୍ କ୍ରୋମ୍ ଆକ୍ସେଣ୍ଟ ସହିତ ଷ୍ଟାଇଲିସ୍ ଦେଖାଯାଉଛି, ଏବଂ ସହ-ଡ୍ରାଇଭରଙ୍କ ପାର୍ଶ୍ବ ଚମଡ଼ା ପ୍ୟାଡିଂରେ ଏକ ଟ୍ରାକ୍ ଏଡିସନ୍ ବ୍ରାଣ୍ଡିଂ ଅଛି । ଏହାସହିତ ଏଥିରେ ନିର୍ଦ୍ଦିଷ୍ଟ ଟ୍ରାକ୍ ଏଡିସନ୍ ଫ୍ଲୋର୍ ମ୍ୟାଟ୍ ମଧ୍ୟ ଯୋଗାଇ ଦିଆଯାଇଛି ।
Many show off, few can show what they are made of.
— Jeep India (@JeepIndia) October 8, 2025
Do you make the cut?
Presenting the exclusive Jeep® Compass Track Edition.
Scroll to see for yourself what a real SUV is made of.
Book now!#jeep #jeepindia #jeeplife #TrackEdition
[Jeep®, Jeep®India, Jeep®Compass,… pic.twitter.com/teOKmzp1vA
Jeep Compass Track Edition: ଫିଚର୍ସ
ଏହି ଏସୟୁଭିର ଫିଚରଗୁଡ଼ିକୁ ଷ୍ଟାଣ୍ଡାର୍ଡ ମଡେଲ ପରି ରଖାଯାଇଛି, କିନ୍ତୁ ଏହାକୁ ଆଗ ଅପେକ୍ଷା ଅଧିକ ବିଳାସପୂର୍ଣ୍ଣ ଓ ଆରାମଦାୟକ କରାଯାଇଛି । ଏଥିରେ 10-ଇଞ୍ଚ Uconnect ଇନଫୋଟେନମେଣ୍ଟ ଡିସପ୍ଲେ ସହିତ ୱେୟାରଲେସ୍ Android AUto ଏବଂ Apple CarPlay ସମର୍ଥନ ଦିଆଯାଇଛି । ଏହାସହିତ 10.25-ଇଞ୍ଚ ଡିଜିଟାଲ TFT ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ Alpine ସାଉଣ୍ଡ ସିଷ୍ଟମ ରହିଛି । ଡୁଆଲ-ପ୍ୟାନ ପେନାରୋମିକ୍ ସନରୁଫ୍ ଦିଆଯାଇଛି, ଯାହାକି ଲମ୍ବା ଡ୍ରାଇଭ ଲାଗି ଉତ୍ତମ ।

Jeep Compass Track Edition: ସୁରକ୍ଷା ଫିଚର୍ସ
ଏହାର ସୁରକ୍ଷା ଫିଚର ମଧ୍ୟ ବେଶ ମଜଭୁତ ରହିଛି । ସେଗୁଡିକ ହେଲା:
- ESC
- ABS
- ABA
- ହିଲ୍ ଷ୍ଟାର୍ଟ ଆସିଷ୍ଟ
- ରେନ୍ ବ୍ରେକ୍ ଆସିଷ୍ଟ
Jeep Compass Track Edition: ଇଞ୍ଜିନ
ଏହି ସ୍ବତନ୍ତ୍ର ଏଡିସନରେ ମଧ୍ୟ ପୂର୍ବ ଷ୍ଟାଣ୍ଡାର୍ଡ ମଡେଲ ପରି ସମାନ ଇଞ୍ଜିନ ଦିଆଯାଇଛି । ଏହା 167.67 bhp ପାୱାର ଆଉଟପୁଟ୍ ଏବଂ 350 Nm ଟର୍କ ଉତ୍ପାଦନ କରେ । ଏହି ଇଞ୍ଜିନଟି 6-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ କିମ୍ବା 9-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଯୋଡ଼ା ହୋଇଛି । ଏହା ୨WD ଏବଂ ୪WD ଡ୍ରାଇଭଟ୍ରେନ୍ ଉଭୟରେ ଉପଲବ୍ଧ ।

Jeep Compass Track Edition: ଦାମ ଓ ଉପଲବ୍ଧତା
ଏହି ସ୍ବତନ୍ତ୍ର ଏଡିସନଟି 3 ଟ୍ରିମ୍ରେ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ₹26.78 ଲକ୍ଷ ଟଙ୍କା (ଏକ୍ସ-ଶୋରୁମ) ରହିଛି । ସେହିପରି ସବୁଠୁ ମହଙ୍ଗା 4x4 ଭାରିଏଣ୍ଟର ଦାମ ₹30.58 ଲକ୍ଷ ଟଙ୍କା (ଏକ୍ସ-ଶୋରୁମ ) ଥିବାବେଳେ ଅଟୋମେଟିକ୍ ଭାରିଏଣ୍ଟର ମୂଲ୍ୟ ₹28.64 ଲକ୍ଷ ଟଙ୍କା ଅଛି । ଏହାର ବୁକିଂ ଆରମ୍ଭ ହୋଇସାରିଥିବାବେଳେ ଆପଣ ନିଜର ନିକଟସ୍ଥ ଜିପ୍ ଡିଲରସିପ୍କୁ ଯାଇ ଆଗୁଆ ବୁକ୍ କରିପାରିବେ ।
| ଭାରିଏଣ୍ଟ | ଦାମ (ଏକ୍ସ-ଶୋରୁମ) |
| Compass Track Manual (2WD) | ₹ 26,78,200 |
| Compass Track Automatic (2WD) | ₹ 28,64,200 |
| Compass Track Automatic (4WD) | ₹ 30,58,200 |
ସୂଚନା ଥାଉ କି ଚଳିତ ବର୍ଷ ମାର୍ଚ୍ଚ ମାସରେ କମ୍ପାନୀ Jeep Compassର Sandstorm Editionକୁ ଲଞ୍ଚ କରିଥିଲା । ଏହାପରେ ଜୁଲାଇରେ ଏହାର ସ୍ବତନ୍ତ୍ର ସଂସ୍କରଣ Trail Editionକୁ ମଧ୍ୟ ଲଞ୍ଚ କରିଥିଲା ।

