ETV Bharat / technology

ଜୁନ 18ରେ ଲଞ୍ଚ ହେବ iQOO Z10 Lite ସ୍ମାର୍ଟଫୋନ; ମିଳିବ 6000mAh ବ୍ୟାଟେରୀ - IQOO Z10 LITE 5G LAUNCH

ଆସନ୍ତା ଜୁନ 18 ତାରିଖରେ ଭାରତୀୟ ବଜାରକୁ ଆସିବାକୁ ୟାଉଛି iQOOର ଆଉ ଏକ ସ୍ମାର୍ଟଫୋନ । ଏଥିରେ 6000mAhର ବଡ଼ ବ୍ୟାଟେରୀ ମିଳିବ । ଅଧିକ ପଢନ୍ତୁ

iQOO Z10 Lite 5G
iQOO Z10 Lite 5G (Image Credits: iQOO India)
author img

By ETV Bharat Tech Team

Published : June 9, 2025 at 12:19 PM IST

2 Min Read

ହାଇଦ୍ରାବାଦ: ଭାରତୀୟ ସ୍ମାର୍ଟଫୋନ ବଜାରରେ iQOO Z10 ଓ Z10x ସ୍ମାର୍ଟଫୋନ ଲଞ୍ଚ ହେବା ପରେ ଏବେ କମ୍ପାନୀ ଜୁନ 18 ତାରିଖରେ iQOO Z10 Liteକୁ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ଆଗାମୀ ସ୍ମାର୍ଟଫୋନଟି ଏକ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ହେବାକୁ ଥିବାବେଳେ iQOO Z9 Lite 5G ହ୍ୟାଣ୍ଡସେଟ୍‌ର ସଫଳତା ପୂର୍ବକ ଲଞ୍ଚ ହେବ । କମ୍ପାନୀ ନିଜ X ହ୍ୟାଣ୍ଡେଲରେ ସେୟାର କରିଥିବା ଏକାଧିକ ପୋଷ୍ଟରେ ଏହି ସ୍ମାର୍ଟଫୋନ ଡିଜାଇନ, କ୍ୟାମେରା, ବ୍ୟାଟେରୀ ଦକ୍ଷତା ସ୍ପଷ୍ଟ ହୋଇଛି ।

iQOO Z10 Lite: ଭାରତ ଲଞ୍ଚ

  • ଚଳିତ ମାସ ଶେଷ ସୁଦ୍ଧା ଅର୍ଥାତ ଜୁନ 18 ତାରିଖରେ ସ୍ମାର୍ଟଫୋନଟି ଭାରତରେ ଲଞ୍ଚ ହେବ ।
  • Xରେ କମ୍ପାନୀ ସେୟାର କରିଥିବା ପୋଷ୍ଟରେ ଫୋନଟି 6000mAh ବ୍ୟାଟେରୀ ସହିତ ଆସିବ ବୋଲି ସ୍ପଷ୍ଟ ହୋଇଛି । ପୂର୍ବ ମଡେଲରେ କମ୍ପାନୀ 5000mAh ସେଲ୍‌ ଦେଇଥିଲା ।
  • ପୋଷ୍ଟ ଅନୁସାରେ, ଫୋନଟି ଅଣ୍ଡାକାର ଆକାରର କ୍ୟାମେରା ମଡ୍ୟୁଲ ସହିତ ଆସିବ, ଯେଉଁଥିରେ ଡୁଆଲ କ୍ୟାମେରା ସେନ୍ସର ଓ ଏକ LED ଫ୍ଲାସ୍‌ ଲାଇଟ ରହିବ ।
  • ଆଗାମୀ iQOO ଫୋନଟିରେ ଗୋଲ ଧାର ସହିତ ଆସିବ ।
  • ଭଲ୍ୟୁମ୍ ରକର୍ ଏବଂ ପାୱାର ବଟନ୍ ଡାହାଣ ଧାରରେ ଅଛି । ଉପର ଅଂଶରେ ସ୍ପିକର ଭେଣ୍ଟଗୁଡ଼ିକ ରହିଛି ।
  • iQOO Z10 Liteଟି ସାଇବର ଗ୍ରୀନ ଓ ଟାଇଟାନିୟମ ବ୍ଲୁ ରଙ୍ଗ ସହିତ ଆସିବ ।

iQOO Z10 Lite: ସମ୍ଭାବ୍ୟ ସ୍ପେଶିଫିକେସନ

ଆଶା ଅନୁଯାୟୀ, ଏଥିରେ 6.5ରୁ 6.7 ଇଞ୍ଚର IPS LCD ଡିସପ୍ଲେ ରହିପାରେ, ଯାହା HD+ ରିଜୋଲ୍ୟୁସନ୍ ଏବଂ ସମ୍ଭବତଃ 120Hz ରିଫ୍ରେସ୍ ରେଟ୍ ସହିତ ଆସିପାରେ । ଏହାର ପୂର୍ବବର୍ତ୍ତୀ Z9 Lite ସ୍ମାର୍ଟଫୋନରେ, HD+ ରିଜୋଲ୍ୟୁସନ୍ ଏବଂ 90Hz ସ୍କ୍ରିନ୍ ରିଫ୍ରେସ୍ ରେଟ୍ ସହିତ 6.56 ଇଞ୍ଚର IPS LCD ଡିସପ୍ଲେ ଥିଲା । ପ୍ରୋସେସର କଥା କହିଲେ, ଆଗାମୀ ହ୍ୟାଣ୍ଡସେଟ୍‌ଟି Snapdragon 4 Gen 2 ସହ ଆସିପାରେ । Z9 Lite ମଡେଲଟି Dimensity 6300 SoC ସହ ଆସିଥିଲା ।

ବୈଶିଷ୍ଟ୍ୟବିବରଣୀ
ଡିସପ୍ଲେ6.5-6.7 ଇଞ୍ଚ IPS LCD, HD+ ରିଜୋଲ୍ୟୁସନ, 120Hz ରିଫ୍ରେସ୍‌ ରେଟ୍‌
ପ୍ରୋସେସରSnapdragon 4 Gen 2
RAM4GB ଓ 6GB
ଷ୍ଟୋରେଜ128GB
ବ୍ୟାଟେରୀ6,000mAh
ଚାର୍ଜିଂ ଗତି15W
ସଫ୍ଟୱେରFuntouch OS 15 ଉପରେ Android 15 (ଅପେକ୍ଷିତ)

iQOO ପୂର୍ବରୁ ନିଶ୍ଚିତ କରିସାରିଛି ଯେ ଏହି ଫୋନର ବ୍ୟାଟେରୀ କ୍ଷମତା 6000mAh ହେବ, ଯାହା Z9 Liteରେ ଦେଖାଯାଇଥିବା 5,000mAh ବ୍ୟାଟେରୀଠାରୁ ଏକ ଉଲ୍ଲେଖନୀୟ ବୃଦ୍ଧି । ଆଶା କରାଯାଉଛି ଯେ ଚାର୍ଜିଂର ଗତି ପୂର୍ବ ମଡେଲ ପରି 15W ପରି ରହିବ । ଫୋନର ବାକ୍ସ ଭିତରେ ଏକ ଚାର୍ଜର ବଣ୍ଡଲ୍ ରହିବ । ସଫ୍ଟୱେର୍ କଥା କହିଲେ, ଫୋନଟି Android 15 ଉପରେ Funtouch OS 15 ସହିତ ଆସିପାରେ ।

iQOO Z10 Lite 5G
iQOO Z10 Lite 5G (Image Credits: iQOO India)

କ୍ୟାମେରା କଥା ଯଦି କହିବା, ଆଶା କରାଯାଉଛି ଏଥିରେ ସେପରି କୌଣସି ବଡ଼ ଅପଗ୍ରେଡ୍‌ କରାଯିବ ନାହିଁ । ଏହି ସ୍ମାର୍ଟଫୋନଟି ପୂର୍ବ ମଡେଲ Z9 Lite ପରି କ୍ୟାମେରା ସେଟଅପ୍‌ରେ ଆସିବ । ଆଶା କରାଯାଉଛି ଏହା 50MP ଡୁଆଲ୍‌ ରିଅର ସେଟଅପ୍‌ ସହ ଆସିପାରେ, ଯେଉଁଥିରେ ସେଲ୍ଫି ଆଗରେ 8MP ଫ୍ରଣ୍ଟ କ୍ୟାମେରା ମିଳିପାରେ ।

iQOO Z10 Lite: ଦାମ କେତେ ରହିପାରେ ?

ଦାମ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ, ମାତ୍ର ଆଶା କରାଯାଉଛି ଏହାର ଦାମ 10 ହଜାରରୁ କମ୍‌ ଅର୍ଥାତ 9,999 ଟଙ୍କା ରହିପାରେ । ଏହା ଦୁଇଟି RAM ଅପସନ 4GB ଓ 6GB ସହ ଆସିପାରେ । ଷ୍ଟୋରେଜ ଅତିକମରେ 128GB ରହିପାରେ । ଏହା ସ୍ବତନ୍ତ୍ର ଭାବେ Amazonରେ ବିକ୍ରି ଲାଗି ଉପଲବ୍ଧ ହେବ, ଏଥିଲାଗି ଆମାଜନ ସାଇଟ୍‌ରେ ଏକ ଡେଡିକେଟେଡ୍‌ ମାଇକ୍ରୋସାଇଟ୍‌ ଲାଇଭ୍‌ ହୋଇସାରିଛି । ଏହାବ୍ୟତୀତ ଲଞ୍ଚ ପରେ ଏହା ବିକ୍ରି ଲାଗି କମ୍ପାନୀର ଅଫିସିଆଲ ସାଇଟ୍‌ iQOO.comରେ ଉପଲବ୍ଧ ହେବ ।

ଏହା ବି ପଢନ୍ତୁ: ଖୁବଶୀଘ୍ର ଲଞ୍ଚ ହୋଇପାରେ Realme Narzo 80 Lite; ଦାମ 10ହଜାରରୁ କମ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.