ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଆଇକୁ ଭାରତରେ ଆଜି(ଶୁକ୍ରବାର) ଦୁଇଟି ସ୍ମାର୍ଟଫୋନ iQOO Z10 ଓ iQOO Z10xକୁ ଲଞ୍ଚ କରିଛି । ଭିଭୋର ସବବ୍ରାଣ୍ଡ ଆଇକୁ ନିଜର ଲାଟେଷ୍ଟ Z ସିରିଜରେ ସ୍ମାର୍ଟଫୋନକୁ ଦୁଇଟି କଲର ଅପସନ ସହିତ ଉପଲବ୍ଧ କରାଇଛି । ସବୁଠୁ ଖାସ କଥା ହେଉଛି କମ୍ପାନୀ ଦେଶରେ ସବୁଠୁ ବଡ଼ ବ୍ୟାଟେରୀ ଥିବା ସ୍ମାର୍ଟଫୋନ ଭାବେ iQOO Z10କୁ 7,300mAh ବ୍ୟାଟେରୀ ସହ ଲଞ୍ଚ କରିଛି । ତେବେ ଉଭୟ ଫୋନର ଦାମ କେତେ ଓ କଣ କଣ ଖାସ ଫିଚର ରହିଛି ଜାଣିବା ।
⚡ Announcing 90W FlashCharge on the #iQOOZ10 & #iQOOZ10x! Get 50% charge in just 33 minutes*, so you spend less time plugged in and more time on the go.
— iQOO India (@IqooInd) April 11, 2025
Fast. Safe. Unstoppable. 🔋
**Charging data comes from the vivo laboratory. The ambient and phone temperature is 25℃±1℃.… pic.twitter.com/YuuMWiNbAI
iQOO Z10, iQOO Z10x: ଦାମ କେତେ
- ଆଇକୁ Z10 ସ୍ମାର୍ଟଫୋନଟି ବେସ୍ ଭାରିଏଣ୍ଟ 8GB + 128GB ଲାଗି ₹21,999 ଟଙ୍କା ରହିଛି । ସେହିପିରି 8GB + 256GB ଓ 12GB + 256GB ଭାରିଏଣ୍ଟ ଲାଗି ଦାମ ଯଥାକ୍ରମେ ₹23,999 ଓ ₹25,999 ରହିଛି । ଏହା ଦୁଇଟି କଲର ଅପସନ Glacier Silver ଓ Stellar Black ସହ ଆସିଛି । ଏହି ହ୍ୟାଣ୍ଡସେଟ୍କୁ ଗ୍ରାହକ କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଡିସକାଉଣ୍ଟ ଓ ଏକ୍ସଚେଞ୍ଜ ଅଫର ସହିତ ମାତ୍ର 19,999 ଟଙ୍କାରେ କିଣିପାରିବେ । ଏହାର ସେଲ୍ ଏପ୍ରିଲ 16 ତାରିଖ ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବ ।
- ସେହିପରି iQOO Z10x ସ୍ମାର୍ଟଫୋନର ଦାମ 6GB + 128GB ଭାରିଏଣ୍ଟ ଲାଗି ₹13,499 ରହିଛି । ହ୍ୟାଣ୍ଡସେଟ୍ଟି ଅନ୍ୟ ଦୁଇ ଭାରିଏଣ୍ଟ 8GB + 128GB ଓ 8GB + 256GB ଲାଗି ଦାମ ଯଥାକ୍ରମେ ₹14,999 ଓ ₹16,999 ରହିଛି । ଏହା ମଧ୍ୟ ଦୁଇଟି କଲର ଅପସନ Ultramarine ଓ Titaniumରେ ଉପଲବ୍ଧ । ଗ୍ରାହକ ଏହାକୁ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଅଫର ସହିତ 1000ଟଙ୍କା ରିହାତିରେ ₹12,499ରେ କିଣିପାରିବେ । ଏହାର ସେଲ୍ ଏପ୍ରିଲ 22 ତାରିଖ ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବ ।
🚀 Redefining Slim & Powerful!
— iQOO India (@IqooInd) April 11, 2025
Presenting India's Biggest Battery Ever* – the #iQOOZ10. Just 7.89mm thin, powered by industry-leading third-gen silicon anode tech and 90W FlashCharge for unstoppable performance! ⚡
*iQOO Z10 is the first smartphone in India offering 7300 mAh… pic.twitter.com/88LR88VUuB
iQOO Z10: ସ୍ପେଶିଫିକେସନ
- ଡିସପ୍ଲେ: 6.77 ଇଞ୍ଚ ଫୁଲ୍ ଏଚଡି (1080x2392 ପିକ୍ସେଲ) AMOLED ଡିସପ୍ଲେ ଯାହାକି 120Hz ରିଫ୍ରେସ୍ ରେଟ୍ ସହ ଆସିଥିବାବେଳେ ପିକ୍ ବ୍ରାଇଟନେସ୍ 5000ନିଟ୍ସ ରହିଛି ।
- ପ୍ରୋସେସର: ଅକ୍ଟା କୋର୍ ସ୍ନାପଡ୍ରାଗନ 7s Gen 3 ଚିପସେଟ୍ ।
- ପରିମାପ: 163x76.40x7.93ମିମି ଏବଂ ଓଜନ 199 ଗ୍ରାମ ରହିଛି ।
- ମେମୋରୀ: 12GB LPDDR4X RAM ଓ 256GB UFS 2.2 ପର୍ଯ୍ୟନ୍ତ ଷ୍ଟୋରେଜ ଅପସନ
- କ୍ୟାମେରା: ଡୁଆଲ ରିଅର କ୍ୟାମେରା ସେଟଅପ ସହ ଆସିଛି ଯେଉଁଥିରେ 50MP ମୁଖ୍ୟ କ୍ୟାମେରା, 2MP ସୁଟର୍ ଓ 8MP ଫ୍ରଣ୍ଟ କ୍ୟାମେରା ସହ ଆସିଛି ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଉପରେ ଆଧାରିତ Funtouch OS 15 ଦ୍ବାରା ଚାଳିତ ।
- ବ୍ୟାଟେରୀ ଓ ଚାର୍ଜିଂ: 7300mAh ବ୍ୟାଟେରୀ ଯାହାକି 90ୱାଟ୍ ଚାର୍ଜିଂକୁ ସପୋର୍ଟ କରେ ।
- କନେକ୍ଟିଭିଟି: 5G, ୱାଇ-ଫାଇ, ୱାଇଫାଇ ଡିରେକ୍ଟ, ବ୍ଲୁଟୁଥ୍ 5.2, ଜିପିଏସ, eiDou, GLONASS, Galileo, QZSS, GNSS ଓ ୟୁଏସବି ଟାଇପ-ସି ପୋର୍ଟ ।
- ଅନ୍ୟାନ୍ୟ ଫିଚର: ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP65 ରେଟିଂ ସହ ଆସିଛି ।
iQOO Z10x: ସ୍ପେଶିଫିକେସନ
- ଡିସପ୍ଲେ: 6.7 ଇଞ୍ଚ (1080x2408 ପିକ୍ସେଲ) ଯାହାକି 120Hz ରିଫ୍ରେସ୍ ରେଟ୍ ସହ ଆସିଛି ।
- ପ୍ରୋସେସର: ମିଡିଆଟେକ୍ ଡାଇମେନସିଟି 7300 ଚିପସେଟ୍
- ପରିମାପ: 165.70x76.30x8.0ମିମି ଏବଂ ଓଜନ 204 ଗ୍ରାମ ରହିଛି ।
- ମେମୋରୀ: 8GB RAM ଓ 256GB ପର୍ଯ୍ୟନ୍ତ ଷ୍ଟୋରେଜ
- କ୍ୟାମେରା: 50MP ମେନ୍ ସେନ୍ସର, 2MP ସୁଟର୍ ଓ ସେଲ୍ଫି ଲାଗି 8MP ଫ୍ରଣ୍ଟ କ୍ୟାମେରା ସହ ହ୍ୟାଣ୍ଡସେଟଟି ଆସିଛି ।
- ସଫ୍ଟୱେର: ଆଣ୍ଡ୍ରଏଡ 15 ଉପରେ ଆଧାରିତ Funtouch OS 15 ଦ୍ବାରା ଚାଳିତ ।
- ବ୍ୟାଟେରୀ ଓ ଚାର୍ଜିଂ: 6500mAh ବ୍ୟାଟେରୀ ଓ 44ୱାଟ୍ ଦ୍ରୁତ ଚାର୍ଜିଂ ସପୋର୍ଟ ରହିଛି ।
- କନେକ୍ଟିଭିଟି: ବ୍ଲୁଟୁଥ୍ 5.4 ଓ Wi-Fi 6
- ଅନ୍ୟାନ୍ୟ ଫିଚର: ଡୁଆଲ ଷ୍ଟେରିଓ ସ୍ପିକର, ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP64 ରେଟିଂ ସହ ଆସିଛି ।