ETV Bharat / technology

ଏପ୍ରିଲ 18ରେ ଭାରତରେ ଲଞ୍ଚ ହେବ Infinix Note 50s 5G+; ଫୋନରୁ ଆସିବ ବାସ୍ନା - INFINIX NOTE 50S 5G PLUS LAUNCH

ଆସନ୍ତା ଏପ୍ରିଲ 18 ତାରିଖରେ ଲଞ୍ଚ ହେବାକୁ ଯାଉଛି Infinix Note 50s 5G+ ସ୍ମାର୍ଟଫୋନ । ମିଳିବ 6.78 ଇଞ୍ଚର ଡିସପ୍ଲେ ସହ 144hzର ରିଫ୍ରେସ୍‌ ରେଟ୍‌ । ଅଧିକ ପଢନ୍ତୁ

Infinix Note 50s 5G Plus
Infinix Note 50s 5G Plus (Image Credit: Infinix)
author img

By ETV Bharat Tech Team

Published : April 10, 2025 at 11:40 AM IST

1 Min Read

ହାଇଦ୍ରାବାଦ: ଇନଫିନିକ୍ସ ଭାରତରେ ଏକ ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ଯାହାର ନାମ ଇନଫିନିକ୍ସ ନୋଟ୍ 50s 5G ପ୍ଲସ । ଏହି ଫୋନକୁ କମ୍ପାନୀ 18 ଏପ୍ରିଲରେ ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ପୂର୍ବରୁ ଏହି ଫୋନର ଅନେକ ସ୍ପେଶିଫିକେସନ ଓ ଫିଚର ସମ୍ପର୍କରେ କମ୍ପାନୀ ଖୁଲାସା କରିଛି । ଏହା 144Hzର ରିଫ୍ରେସ୍‌ ରେଟ୍‌ ସହିକତ 6.78 ଇଞ୍ଚର ଡିସପ୍ଲେ ସହ ଆସିବ । ସବୁଠୁ ଖାସ କଥା ହେଉଛି ଏହି ଫୋନର ବ୍ୟାକ୍‌ ପ୍ୟାନେଲରୁ ସୁଗନ୍ଧ ବାହାରିବ ।

କହି ରଖୁଛୁ କି ଇନଫିନିକ୍ସ ଏହି ସ୍ମାର୍ଟଫୋନ ଲାଇନଅପ୍‌ରେ ଇନଫିନିକ୍ସ ନୋଟ୍ 50x 5G ନାମକ ଏକ ସ୍ମାର୍ଟଫୋନ ଲଞ୍ଚ କରିସାରିଛି । ବର୍ତ୍ତମାନ କମ୍ପାନୀ ଏହି ଲାଇନଅପ୍‌ର ଦ୍ବିତୀୟ ଫୋନ 'ଇନଫିନିକ୍ସ ନୋଟ୍ 50s 5G +' ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏହି ଫୋନକୁ ଫ୍ଲିପକାର୍ଟରେ ବିକ୍ରୟ ପାଇଁ ଉପଲବ୍ଧ କରାଇବ ।

ପେନସିଲରୁ ପତଳା ହେବ ଫୋନ

ଇନଫିନିକ୍ସ ନୋଟ୍ 50s 5G ପ୍ଲସରେ କମ୍ପାନୀ 6.78 ଇଞ୍ଚ 3D କର୍ଭଡ୍‌ AMOLED ସ୍କ୍ରିନ୍ ପ୍ରଦାନ କରିବାକୁ ନିଶ୍ଚିତ କରିଛି । ଏହା ବ୍ୟତୀତ ସେଗମେଣ୍ଟରେ ଏହା ପ୍ରଥମ ସ୍ମାର୍ଟଫୋନ ହେବ ଯାହାକି 144Hz ରିଫ୍ରେସ୍‌ ରେଟ ଡିସପ୍ଲେ ସହିତ ଆସିବ । କମ୍ପାନୀ ଏହି ଫୋନର ଏକ ଫଟୋ ସେୟାର କରିଛି, ଯେଉଁଥିରେ ଫୋନର ମୋଟେଇକୁ ଏକ ପେନସିଲ ସହିତ ତୁଳନା କରାଯାଇଛି । ଏହି ଫଟୋରେ ଦେଖାଯାଇଛି ଯେ ଇନଫିନିକ୍ସ ନୋଟ୍ 50s 5G + ଫୋନ ଏକ ସାଧାରଣ ପେନସିଲଠାରୁ ବି ପତଳା ହେବ ।

Infinix Note 50s 5G+
Infinix Note 50s 5G+ (Image Credit: X/@ZionsAnvin)

ଏହି ଫୋନର ଡିସପ୍ଲେରେ ଏକ 10-ବିଟ୍ ପ୍ୟାନେଲ୍ ବ୍ୟବହୃତ ହୋଇଛି, ଯାହାକି 2340Hz PWM ଡିମିଂ ରେଟ୍‌ ଏବଂ 100% DCI-P3 ଗଲର ଗେମଟକୁ ସମର୍ଥନ କରେ । ଏହା ବ୍ୟତୀତ ୟୁଜରମାନେ ଏହି ଫୋନର ଡିସପ୍ଲେରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ ଗରିଲା ଗ୍ଲାସ ସୁରକ୍ଷା ଫିଚର ପାଇବେ । ଏହି ଫୋନର ଡିସପ୍ଲେ ବିଷୟରେ କମ୍ପାନୀ ଦ୍ବାରା ନିଶ୍ଚିତ ହୋଇଥିବା ଫିଚରରୁ ଲାଗୁଛି ଯେ ଫୋନର ଡିସପ୍ଲେ ବହୁତ ଭଲ ହେବ ।

ବ୍ୟାକ୍‌ ପ୍ୟାନେଲରୁ ବାହାରିବ ସୁଗନ୍ଧ

ଏହି ଫୋନର ପଛ ଭାଗରେ ଭେଗାନ ଲେଦର ବ୍ୟାକ୍ ପ୍ୟାନେଲର ବ୍ୟବହୃତ ହୋଇଛି, ଯାହା ସୁଗନ୍ଧିତ ବୈଷୟିକ ଜ୍ଞାନକୌଶଳ (Energising scent tech) ସହିତ ଆସିଥାଏ । ଏହି ଟେକ୍ନୋଲୋଜି ଯୋଗୁଁ ଫୋନରେ ମାଇକ୍ରୋ କ୍ୟାପସୁଲେସନ୍ ଟେକ୍ନୋଲୋଜି ବ୍ୟବହାର ହେବ, ଯାହା ଦୀର୍ଘସ୍ଥାୟୀ ସୁଗନ୍ଧ ଆଣିବ । ଏହା କେବଳ Marine Drift ସେଡ୍‌ ପର୍ଯ୍ୟନ୍ତ ସୀମିତ ରହିବ ।

ଏହା ବି ପଢନ୍ତୁ
  1. MWC 2025: ସ୍ମାର୍ଟଫୋନ ପାଇଁ Infinix ଲଞ୍ଚ କଲା କଲର ଚେଞ୍ଜିଂ ଓ ସୋଲାର ଚାର୍ଜିଂ ଟେକ୍ନୋଲୋଜି
  2. ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କଲା realme; ପତଳା ଡିଜାଇନ ସହ ମିଳିବ ବଡ଼ ବ୍ୟାଟେରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.