ETV Bharat / technology

Infinix ଲଞ୍ଚ କଲା ଦେଶର ସବୁଠୁ ପତଳା 144Hz AMOLED ଡିସପ୍ଲେ ସ୍ମାର୍ଟଫୋନ; ଦାମ ଏତିକି - INFINIX NOTE 50S 5G PLUS LAUNCHED

ଇନଫିନିକ୍ସ ଭାରତୀୟ ବଜାରରେ ଦେଶର ସବୁଠୁ ପତଳା 144Hz AMOLED ଡିସପ୍ଲେ ଥିବା ସ୍ମାର୍ଟଫୋନ 'Infinix Note 50s 5G+'କୁ ଲଞ୍ଚ କରିଛି । ଦାମ କେତେ ଜାଣନ୍ତୁ...

Infinix Note 50s 5G plus launched in India
Infinix Note 50s 5G plus launched in India (Image Credit: Infinix India)
author img

By ETV Bharat Tech Team

Published : April 18, 2025 at 2:54 PM IST

2 Min Read

ହାଇଦ୍ରାବାଦ: ଚାଇନିଜ କମ୍ପାନୀ ଇନଫିନିକ୍ସ ଭାରତୀୟ ବଜାରରେ ଏକ ନୂଆ ବଜେଟ୍‌ 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି ଯାହାର ନାମ ହେଉଛି 'Note 50s 5G+' । ଏଥିରେ ସ୍ଲିକ୍‌ ଡିଜାଇନ ସହିତ ଉଚ୍ଚ ରିଫ୍ରେସ୍‌ ରେଟ୍‌ ଥିବା ଡିସପ୍ଲେ, କାର୍ଯ୍ୟଦକ୍ଷତା ଉପରେ ଆଧାରିତ ହାର୍ଡୱେୟାର ପ୍ରଦାନ କରାଯାଇଛି । ସବୁଠ ଖାସ କଥା ହେଉଛି ଏହି ବଜେଟ୍‌ ଫୋନରେ କମ୍ପାନୀ ଫ୍ଲାଗସିପ୍‌ ଫିଚର ଯେପରିକି କର୍ଭଡ AMOLED ଡିସପ୍ଲେ, ସୋନି କ୍ୟାମେରା ସେନ୍ସର ଓ AI ଟୁଲ୍ସ ଦିଆଯାଇଛି ।

ପ୍ରୋସେସର ଲାଗି ଏଥିରେ ମିଡିଆଟେକ୍‌ ଡାଇମେନସିଟି 7300 ଚିପସେଟ୍‌ର ବ୍ୟବହାର କରାଯାଇଥିବାବେଳେ 8GB RAM ଓ 256GB ଷ୍ଟୋରେଜ ପ୍ରଦାନ କରାଯାଇଛି । ଫୋନଟି ଆଣ୍ଡ୍ରଏଡ 15 ଆଧାରିତ XOS 15 ଦ୍ବାରା ଚାଳିତ । ଏହି ହ୍ୟାଣ୍ଡସେଟ୍‌ରେ କମ୍ପାନୀ 55oomAh ବ୍ୟାଟେରୀ ଯାହାକି 45ୱାଟ୍‌ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରିଥାଏ । ଫଟୋଗ୍ରାଫି ବିଷୟରେ କହିଲେ ଏଙି ହ୍ୟାଣ୍ଡସେଟ୍‌ରେ 64MP Sony IMX682 ପ୍ରାଇମେରି କ୍ୟାମେରା, 13MP ସେଲ୍ଫି କ୍ୟାମେରା ରହିଛି । କମ୍ପାନୀ ଏଥିରେ ଅନେକ ଏଆଇ ଫିଚର ମଧ୍ୟ ପ୍ରଦାନ କରିଛି ।

Infinix Note 50s 5G plus
Infinix Note 50s 5G plus (Image Credit: Infinix India)

Infinix Note 50s 5G+: ସ୍ପେଶିଫିକେସନ

  • ଡିସପ୍ଲେ: 6.78-ଇଞ୍ଚ ଫୁଲ୍‌ HD+ 3D କର୍ଭଡ୍‌ AMOLED ଡିସପ୍ଲେ, 144Hz ରିଫ୍ରେସ୍‌ ରେଟ୍‌, ଗରିଲା ଗ୍ଲାସ 5 ପ୍ରୋଟେକ୍ସନ ।
  • ପ୍ରୋସେସର: MediaTek Dimensity 7300 ଚିପସେଟ୍‌
  • ମେମୋରୀ: 8GB RAM ଓ 256GB ଇଣ୍ଟରନାଲ ଷ୍ଟୋରେଜ
  • ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ XOS 15 ଦ୍ବାରା ଚାଳିତ ।
  • କ୍ୟାମେରା: ଏଥିରେ ଡୁଆଲ ରିଅର କ୍ୟାମେରା ରହିଛି, ଯେଉଁଥିରେ 64MP Sony IMX682 ପ୍ରାଇମେରି କ୍ୟାମେରା, 2MP ସେକେଣ୍ଡାରୀ ଲେନ୍ସ ଓ 13MP ସେଲଫି କ୍ୟାମେରା ରହିଛି । ଯାହାକି 4K ଭିଡିଓ ରେକର୍ଡିଂ, 10x ଡିଜିଟାଲ ଜୁମ୍‌ ଏବଂ AI ଆଧାରିତ ଫିଚରକୁ ସପୋର୍ଟ କରିଥାଏ । ଏଥିରେ LED ଫ୍ଲାସ୍‌ ମଧ୍ୟ ରହିଛି ।
  • ବ୍ୟାଟେରୀ ଓ ଚାର୍ଜିଂ: 5500mAh ବ୍ୟାଟେରୀ ଯାହାକି 45ୱାଟ୍‌ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରେ । 1% ଚାର୍ଜରେ 27ମିନିଟ୍‌ ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ଓ 21 ମିନିଟ ପର୍ଯ୍ୟନ୍ତ ନାଭିଗେସନ ଆପ୍‌ର ବ୍ୟବହାର କରାଯାଇପାରିବ ବୋଲି କମ୍ପାନୀ ଦାବି କରିଛି । ଏହାସହ ମାତ୍ର 60ମିନିଟ୍‌ରେ 1-100% ଚାର୍ଜ ହୋଇଯିବ ବୋଲି କମ୍ପାନୀ କହିଛି ।
  • ସୁରକ୍ଷା ଫିଚର: ଧୂଳି ପ୍ରତିବନ୍ଧକ ଲାଗି ଫୋନଟି IP64 ରେଟିଂ ସହ ଆସିଛି ।
  • AI ଫିଚର: ଏଥିରେ ଏଆଇ ଇରେଜର, ଏଆଇଜିସି ମୋଡ୍‌ ରହିଛି ।

ଫୋନରେ ଅଛି 'ଏନର୍ଜାଇଜିଂ ସୁଗନ୍ଧ-ଟେକ୍'

ଏହି ହ୍ୟାଣ୍ଡସେଟ୍‌ର ପଛରେ ଡୁଆଲ LED ଫ୍ଲାସ୍‌ ଦିଆଯାଇଥିବାବେଳେ ଏକ ଆକ୍ଟିଭ Halo ଲାଇଟିଂ ରହିଛି । ଏହାସହ ଏକ ନୋଟିଫିକେସନ ଲାଇଟ୍‌ ମଧ୍ୟ ଦିଆଯାଇଛି । ଏହି ଫୋନର ମୁଖ୍ୟ ବିକ୍ରୟ ପଏଣ୍ଟ ହେଉଛି ଏହାର ସୁଗନ୍ଧ । ଇନଫିନିକ୍ସ ଏହାକୁ “ଏନର୍ଜାଇଜିଂ ସୁଗନ୍ଧ-ଟେକ୍” ବୋଲି କହିଛି ଏବଂ ଏହାକୁ କେବଳ Marine Drift Blue କଲର ଭାରିଏଣ୍ଟ ସହିତ ଉପଲବ୍ଧ କରାଇଛି । ଲେଦରରେ ସୁଗନ୍ଧକୁ ମିଶ୍ରଣ କରିବା ପାଇଁ କମ୍ପାନୀ ମାଇକ୍ରୋ କ୍ୟାପସୁଲେସନ୍ (ଏନର୍ଜାଇଜିଂ ସୁଗନ୍ଧ-ଟେକ୍) ଟେକ୍ନୋଲୋଜି ବ୍ୟବହାର କରିଛି ଯାହାକି ସମୟ ସହିତ ସୁଗନ୍ଧ ନିର୍ଗତ କରିବା ପାଇଁ ଡିଜାଇନ ହୋଇଛି । ଏହି ସୁଗନ୍ଧ କେତେ ସମୟ ପର୍ଯ୍ୟନ୍ତ ହେବ ସେ ସମ୍ପର୍କରେ କମ୍ପାନୀ କୌଣସି ତଥ୍ୟ ଦେଇନାହିଁ ।

Infinix Note 50s 5G plus
Infinix Note 50s 5G+ Marine Blue Colour Variant (Image Credit: Infinix India)

Infinix Note 50s 5G+: ଦାମ ଓ ଉପଲବ୍ଧତା

ଏହି ସ୍ମାର୍ଟଫୋନଟି ଏକ୍ସଲୁସିଭ୍‌ ଭାବେ ଫ୍ଲିପକାର୍ଟରେ ବିକ୍ରି ଲାଗି ଉପଲବ୍ଧ ହେବ । ଏଥିରେ ଆପଣଙ୍କୁ 3ଟି କଲର ଅପସନ Marine Drift Blue, Titanium Grey ଓ Burgundy Red ମିଳିବ । ଲଞ୍ଚ ଡେ' ଅଫର ଭାବେ ଏହାର ବେସ୍‌ ଭାରିଏଣ୍ଟ 8GB + 128GBର ଦାମ ₹14,999 ରହିଥିବାବେଳେ 8GB + 256GB ଭାରିଏଣ୍ଟର ଦାମ ₹16,999 ରହିଛି ।

ଏହା ବି ପଢନ୍ତୁ
  1. 50MP ମେନ୍‌ କ୍ୟାମେରା ସହ ଲଞ୍ଚ ହେଲା ସାମସଙ୍ଗ Galaxy M56 5G; ଦାମ ଏତିକି
  2. ଲାପଟପ୍‌ ମାର୍କେଟରେ ମୋଟୋରୋଲାର ଏଣ୍ଟ୍ରି; ଲଞ୍ଚ କଲା ପ୍ରଥମ ଲାପଟପ୍‌ Moto Book 60

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.