ETV Bharat / technology

Honda ବନ୍ଦ କଲା 65kmpl ମାଇଲେଜ୍‌ ଦେଉଥିବା ଏହି ବାଇକ୍‌; 11ବର୍ଷ ଧରି ଥିଲା ଭାରତୀୟଙ୍କ ଫେବରେଟ୍‌ - HONDA CD 110 DREAM DISCONTINUED

ହୋଣ୍ଡୋ ଇଣ୍ଡିଆ ଭାରତୀୟ ବଜାରରୁ ଏପରି ଏକ ମୋଟରସାଇକେଲକୁ ବନ୍ଦ କରିବାକୁ ଯାଉଛି, ଯାହାକି ଗତ 11 ବର୍ଷ ଧରି ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟ ଥିଲା । ଅଧିକ ପଢନ୍ତୁ

Honda CD 110 Dream
Honda CD 110 Dream (Image Credits: Honda Motorcycle India)
author img

By ETV Bharat Tech Team

Published : May 31, 2025 at 3:44 PM IST

2 Min Read

ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ (HMSI) ଆନୁଷ୍ଠାନିକ ଭାବରେ Hero Splendorର ପ୍ରତିଦ୍ବନ୍ଦ୍ବୀ Honda CD 110 Dream ବାଇକ୍‌ର ବିକ୍ରିକୁ ବନ୍ଦ କରିଦେଇଛି । ଏହା ଭାରତୀୟ ବଜାରରେ ସବୁଠାରୁ ସୁଲଭ କମ୍ୟୁଟର ବାଇକ୍ ମଧ୍ୟରୁ ଗୋଟିଏ ଥିଲା । ତେବେ ଏହି ବାଇକ୍‌ର ବନ୍ଦ କରିବା ଅର୍ଥ ନୁହେଁ ଯେ କମ୍ପାନୀ ବଜେଟ୍‌ ବାଇକ୍‌ ସେଗମେଣ୍ଟକୁ ଛାଡି ଦେଉଛି । କମ୍ପାନୀ Shine 100 ବିକ୍ରୟ ଜାରି ରଖିବ, ଯାହା CD 110 Dream ତୁଳନାରେ ଅଧିକ ସୁଲଭ ।

ଏଥିରେ 109.51ସିସି ଏୟାର-କୁଲ୍ଡ ଇଞ୍ଜିନ ଅଛି ଯାହାକି 7500 rpmରେ 8.6 ବିଏଚପି ପାୱାର ଓ 5500 rpmରେ 9.3 ଏନଏମ ଟର୍କ ଉତ୍ପନ୍ନ କରିଥାଏ । ମୋଟରସାଇକେଲରେ 4-ସ୍ପିଡ୍‌ ଗିଅରବକ୍ସ ଥିଲା ଓ ଏହାର ଇଞ୍ଜିନ OBD2 ନିର୍ଗତ ନିୟମକୁ ପାଳନ କରୁଥିଲା । ଏହାର ସିଟ୍‌ଟି 720ମିମି ଲମ୍ବା ଥିଲା, ଯାହା ଆରୋହୀ ଏବଂ ପଛପଟେ ବସିଥିବା ବ୍ୟକ୍ତି ଉଭୟଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରିଥିଲା ।

Honda CD 110 Dream
Honda CD 110 Dream (Image Credits: Honda Motorcycle India)

କାହିଁକି ବନ୍ଦ ହେଲା ସେଲ୍‌ ?

ବଜାରରେ ବିକ୍ରୟ ହ୍ରାସ ହେବା ଯୋଗୁଁ କମ୍ପାନୀ CD 110 Dreamକୁ ବଜାରରୁ ବାହାର କରିଦେଇଥିଲା । CD 110 Dreamର ମୂଲ୍ୟ କମ ଥିଲେ ସୁଦ୍ଧା ଏହା ପ୍ରତିଯୋଗିତାମୂଳକ କମ୍ୟୁଟର ବାଇକ୍ ସେଗମେଣ୍ଟରେ ତାଳ ଦେଇପାରିଲା ନାହିଁ । ଏହି ବାଇକ୍‌ର ବିକ୍ରି କ୍ରମଶଃ କମିବାରେ ଲାଗିଲା । ଯଦି ଏହାର ବିକ୍ରି ଅକ୍ଟୋବର 2024ରେ ଦେଖିବା ତେବେ ଏହା 8,511 ୟୁନିଟ୍ ଥିଲା, ଯାହାକି ମାର୍ଚ୍ଚ 2025ରେ 33 ୟୁନିଟକୁ ହ୍ରାସ ପାଇଥିଲା ।

Honda CD 110 Dream: ଫିଚର୍ସ

ଏହାର ଫିଚରଗୁଡ଼ିକ ସମ୍ପର୍କରେ ଆଲୋଚନା କଲେ ଏଥିରେ ଏକ ଦୁଇ-ପାଖିଆ ଇଞ୍ଜିନ୍ ଷ୍ଟାର୍ଟ/ଷ୍ଟପ୍ ସ୍ବିଚ୍ ଏବଂ ହୋଣ୍ଡାର କମ୍ବି-ବ୍ରେକ୍ ସିଷ୍ଟମ୍ (CBS) ସାମିଲ ଥିଲା, ଯାହାକି ଉନ୍ନତ ସୁରକ୍ଷା ପାଇଁ ବ୍ରେକିଂ କାର୍ଯ୍ୟଦକ୍ଷତାକୁ ଅପ୍ଟିମାଇଜ୍ କରିଥାଏ । ଏଥିରେ ସିଲଭର 5-ସ୍ପୋକ୍ ଆଲୟ ଚକ, ଏକ ଡାଏମଣ୍ଡ-ଟାଇଫ୍‌ ଫ୍ରେମ୍, ଆଗ ଭାଗରେ ଟେଲିସ୍କୋପିକ୍ ଫୋର୍କ, ପଛ ଭାଗରେ ଯୁଗ୍ମ ସକ୍ ଅବଜର୍ଭର ଏବଂ ଉଭୟ ଚକରେ ଡ୍ରମ୍ ବ୍ରେକ୍ ଥିଲା ।

Honda Shine 100

ହୋଣ୍ଡାର CD 110 Dreamର ମୁଖ୍ୟ କାରଣ Honda Shine 100ର ଲଞ୍ଚ ମଧ୍ୟ ହୋଇପାରେ, କାରଣ ଏହା CD 110 Dream ବାଇକ୍‌ଠାରୁ 10 ହଜାର ଟଙ୍କା ଶସ୍ତାରେ ଲଞ୍ଚ ହୋଇଥିଲା । Shine 100 ବାଇକ୍‌ରେ ଏକ 98.98ସିସି ଇଞ୍ଜିନ ବ୍ୟବହାର ହୋଇଛି ଯାହାକି 5.3 ବିଏଚପି ଓ 8.05 ଏନଏମ ଟର୍କ ଉତ୍ପନ୍ନ କରିଥାଏ ।

Honda Shine 100
Honda Shine 100 (Image Credits: Honda Motorcycle India)

ଏହା 17-ଇଞ୍ଚ ଆଲୟ ଚକ, ଆଗରେ 130ମିମି ଓ ପଛରେ 110ମିମି ଡ୍ରମ ବ୍ରେକ୍ସ ସହିତ ଆସିଛି । ଏହାର ଦାମ 61,915 (ଏକ୍ସଶୋରୁମ, ଦିଲ୍ଲୀ) ରହିଛି । ଯଦି ଆମେ CD 110 Dream ବାଇକ୍‌ର ଦାମ ସମ୍ପର୍କରେ କହିବା ତେବେ ଏହା 76,401 (ଏକ୍ସଶୋରୁମ, ଦିଲ୍ଲୀ) ରହିଥିଲା ।

ଏହା ବି ପଢନ୍ତୁ: ଜାନୁଆରୀରୁ Bajaj Pulsarର ଏହି ମଡେଲର ବିକ୍ରି ବନ୍ଦ; ତାଲିକାରେ ଆଉ 2 ବାଇକ୍‌ ସାମିଲ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.