ହାଇଦ୍ରାବାଦ: ହିରୋ ମୋଟୋକର୍ପର ପ୍ରିମିୟମ୍ ମ୍ୟାକ୍ସି-ସ୍କୁଟର, Xoom 160 ଭାରତୀୟ ବଜାରରେ ଜାନୁଆରୀ 2025ରେ ଲଞ୍ଚ ହୋଇଥିଲା । କିନ୍ତୁ ଏଯାବତ ସ୍କୁଟରର ଡେଲିଭରି ଆରମ୍ଭ ହୋଇନାହିଁ । ରିପୋର୍ଟ ଅନୁଯାୟୀ ଏହି ସ୍କୁଟର ଅଗଷ୍ଟରୁ ସେପ୍ଟେମ୍ବର 2025 ମଧ୍ୟରେ ଗ୍ରାହକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିବ। ଭାରତ ମୋବିଲିଟି ଏକ୍ସପୋ 2025ରେ ଉନ୍ମୋଚିତ ହେବା ପରେ ଏହାର ବୁକିଂ ଆରମ୍ଭ ହୋଇଥିଲା । ଏବେ ପୁଣିଥରେ କମ୍ପାନୀ ଏହାର ବୁକିଂ ଆରମ୍ଭ କରିଛି ।
Xoom 160 ଭାରତ ମୋବିଲିଟି ଏକ୍ସପୋ 2025 ରେ ଲଞ୍ଚ କରାଯାଇଥିଲା, ଯାହା Yamaha Aerox 155 ଭଳି ମଡେଲଗୁଡ଼ିକ ସହିତ ପ୍ରତିଯୋଗିତା କରିବା ପାଇଁ Heroର ମ୍ୟାକ୍ସି-ସ୍କୁଟର ବଜାରରେ ପ୍ରବେଶକୁ ଚିହ୍ନିତ କରିଥିଲା । ଏଥିରେ ମସ୍କୁଲାର ବଡିୱାର୍କ ସହିତ ଏକ ଅନନ୍ୟ ଡିଜାଇନ, ଏକ ଉଚ୍ଚ ୱିଣ୍ଡସ୍କ୍ରିନ୍ ଏବଂ ଏକ ସିଙ୍ଗଲ୍-ପିସ୍ ସିଟ୍, ଏକ ସ୍ବତନ୍ତ୍ର ସ୍ପ୍ଲିଟ୍ LED ହେଡଲାଇଟ୍ ସହିତ ଆସିଛି । ଏହାର ଦାମ ଓ ଅନ୍ୟ ବିଶେଷତା ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Hero Xoom 160: ଇଞ୍ଜିନ ଓ କାର୍ଯ୍ୟଦକ୍ଷତା
ଏହି ସ୍କୁଟରଟି ଏକ 156 cc ତରଳ-କୁଲ୍ଡ ଇଞ୍ଜିନ ଦ୍ବାରା ପରିଚାଳିତ ଯାହା 8000 rpmରେ 14.6 bhp ଏବଂ 6500 rpmରେ 14 Nm ଟର୍କ ଉତ୍ପାଦନ କରେ । ଏହା ଏକ CVT ସ୍ବୟଂଚାଳିତ ଟ୍ରାନ୍ସମିସନ ବ୍ୟବହାର କରେ । 142 କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ମ୍ୟାକ୍ସି ସ୍କୁଟର ପ୍ରାୟ 40 କିଲୋମିଟର ଇନ୍ଧନ ଦକ୍ଷତା ପ୍ରଦାନ କରେ ।
Hero Xoom 160: ଦାମ କେତେ ?
ଏହି ବାଇକର ଏକ୍ସଶୋରୁମ ମୂଲ୍ୟ 1.48 ଲକ୍ଷ ଟଙ୍କା ରହିଛି । ଏଥିରେ ଆଲଏ ଚକ, ଡିସ୍କ ବ୍ରେକ୍, ABS, ଚାବିହୀନ ଇଗ୍ନିସନ୍, ଡିଜିଟାଲ୍ ଯନ୍ତ୍ର କ୍ଲଷ୍ଟର ଏବଂ LED ଲାଇଟ୍ ଭଳି ଫିଚର ରହିଛି । ହିରୋ ଏହାକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ଏକ ସୁସଜ୍ଜିତ ସ୍କୁଟର ଭାବରେ ଡିଜାଇନ କରିଛି ।
କାହିଁକି ଡେଲିଭରିରେ ହେଉଛି ବିଳମ୍ବ ?
Hero Xoom 160ର ଡେଲିଭରି ଗତ ଏପ୍ରିଲ 2025ରେ ଆରମ୍ଭ ହେବାର ଥିଲା, କିନ୍ତୁ ଡିଲରମାନେ ଏହି ମ୍ୟାକ୍ସି ସ୍କୁଟରର ଷ୍ଟକ୍ ପାଇନଥିଲେ । ଏଥିଯୋଗୁଁ ଏହାର ବୁକିଂ ମଧ୍ୟ ସ୍ଥଗିତ ରଖାଯାଇଛି । ରିପୋର୍ଟ ଅନୁଯାୟୀ, କମ୍ପାନୀ ନୂତନ Hero Xoom 160 ବିଷୟରେ କର୍ମଚାରୀମାନଙ୍କୁ ତାଲିମ ଦେଇସାରିଛି ଏବଂ ଡେଲିଭରି ଖୁବଶୀଘ୍ର ଆରମ୍ଭ ହେବ । ଏହି ସ୍କୁଟରର ପ୍ରଥମ ବ୍ୟାଚ୍ ଡେଲିଭରି ପରେ Hero Xoom 160ର ବୁକିଂ ମଧ୍ୟ ଶୀଘ୍ର ଆରମ୍ଭ ହେବ ।

ଏହି ସ୍କୁଟର ସହିତ କମ୍ପାନୀ Heroi XPulse 210, Xtreme 250R ଓ Xoom 125 ବି ଲଞ୍ଚ କରିଛି । ଏହି ତିନୋଟି ମଡେଲର ଡେଲିଭରି ଆରମ୍ଭ ହୋଇସାରିଥିବାବେଳେ Xoom 160ର ମଧ୍ୟ ଡେଲିଭରି ଆରମ୍ଭ କରିବ । ଏହି ସମସ୍ତ ମଡେଲ ହିରୋର ପ୍ରିମିୟମ ଡିଲରସିପ୍ଙ୍କ ମାଧ୍ୟମରେ ବିକ୍ରି କରାଯିବ । କମ୍ପାନୀ ଭାରତରେ ଖୁବଶୀଘ୍ର ଅଧିକ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି ।