ETV Bharat / technology

ଲଞ୍ଚ ହେଲା ଅପଡେଟେଡ୍‌ ହିରୋ Glamour, Super Splendor XTEC ବାଇକ୍‌; ଦାମ କେତେ ଜାଣନ୍ତୁ - HERO UPDATED TWO BIKES

ହିରୋ ମୋଟୋକର୍ପ ଭାରତରେ ଏହାର ଦୁଇ ବାଇକ୍‌ Glamour ଓ Super Splendor XTECକୁ ଅପଡେଟ୍‌ କରିଛି । ଏହାର ଦାମ କେତେ ଜାଣନ୍ତୁ...

2025 Hero Glamour And Super Splendor XTEC
2025 Hero Glamour And Super Splendor XTEC (Image Credit: Hero Motocorp)
author img

By ETV Bharat Tech Team

Published : April 15, 2025 at 3:49 PM IST

2 Min Read

ହାଇଦ୍ରାବାଦ: ହିରୋ ମୋଟୋକର୍ପ ଏହାର ଦୁଇଟି ଲୋକପ୍ରିୟ ମଡେଲ୍ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଏବଂ ପ୍ୟାସନ ପ୍ଲସ୍ ମୋଟରସାଇକେଲକୁ ଭାରତରେ OBD2B ଅନୁପାଳନ ସହିତ ଅପଡେଟ୍‌ କରିବା ପରେ ଏବେ ଗ୍ଲାମର ଓ ସୁପର୍‌ ସ୍ପ୍ଲେଣ୍ଡରକୁ ମଧ୍ୟ ଅପଡେଟ୍‌ କରିଛି । ଏହାର ଅର୍ଥ କମ୍ପାନୀ OBD2B ମାନଦଣ୍ଡ ସହିତ ଏହାର ସମ୍ପୂର୍ଣ୍ଣ ଲାଇନ୍ଅପ୍ କ୍ରମାଗତ ଭାବରେ ଅପଡେଟ୍ କରୁଛି । ନୂଆ ଅପଡେଟେଡ୍‌ ବାଇକ୍‌ରେ କଣ ନୂଆ ଅଛି ଓ କାହାର ଦାମ କେତେ ରହିଛି ଜାଣିବା ।

2025 Hero Glamour, Super Splendor XTEC: ଦାମ ଓ ଉପଲବ୍ଧତା

ଅପଡେଟେଡ୍‌ ହିରୋ ଗ୍ଲାମର ଡ୍ରମ୍ ବ୍ରେକ୍ ଏବଂ ଡିସ୍କ ବ୍ରେକ୍ ଭାରିଏଣ୍ଟରେ ଉପଲବ୍ଧ ହୋଇଛି । ପୂର୍ବ ଗ୍ଲାମର ବାଇକ୍‌ର ମୂଲ୍ୟ 86,698 ଟଙ୍କା ଥିବାବେଳେ ଏବେ ଏହାର ଦାମ 90,698 ଟଙ୍କା ରହିଛି । ଏହି ଭାରିଏଣ୍ଟରେ Candy Blazing Red, Black Metallic Silver ଓ Techno Blu Metallic Black ଫିଚର ଥିବାବେଳେ ଡ୍ରମ୍ ବ୍ରେକ୍ ଭାରିଏଣ୍ଟରେ ବ୍ଲାକ୍-ସ୍ପୋର୍ଟସ୍ ରେଡ୍ କଲର ଉପଲବ୍ଧ ରହିଛି ।

2025 Hero Super Splendor XTEC
2025 Hero Super Splendor XTEC (Image Credit: Hero MotorCorp)

ସେପଟେ ଅପଡେଟେଡ୍‌ ହିରୋ ସୁପର ସ୍ପ୍ଲେଣ୍ଡର XTEC ଦୁଇଟି ପ୍ରକାର- ଡ୍ରମ୍ ବ୍ରେକ୍ ଏବଂ ଡିସ୍କ ବ୍ରେକ୍ ସହ ଆସିଛି । ପୂର୍ବ ମଡେଲର ମୂଲ୍ୟ 88,128 ଟଙ୍କା ଥିବାବେଳେ ଅପଡେଟେଡ୍‌ ମଡେଲର ଦାମ 92,028 ଟଙ୍କା ରହିଛି । ଏହା 4ଟି କଲର ଅପସନ ସହିତ ଉପଲବ୍ଧ ସେଗୁଡ଼ିକ ହେଉଛି Matt Nexus Blue, Matt Grey, Black ଓ Candy Blazing Red ।

2025 Hero Glamour, Super Splendor XTEC: ସ୍ପେଶିଫିକେସନ

ଉଭୟ ମୋଟରସାଇକେଲ ପ୍ରାୟ ସମାନ ରହିଛି । 2025 ହିରୋ ଗ୍ଲାମର ସମାନ 124.7cc, 4-ଷ୍ଟ୍ରୋକ, ଏୟାର-କୁଲ୍ଡ FI ସହିତ OBD2B ଅନୁକୂଳ ଇଞ୍ଜିନ ସହିତ ଆସିଥାଏ । ଏହା 7500 rpmରେ 10.39 bhp ଶକ୍ତି ଉତ୍ପାଦନ ଏବଂ 6000 rpmରେ 10.4 Nm ଟର୍କ ଉତ୍ପାଦନ କରିଥାଏ । ଏହାର ଇନ୍ଧନ ଦକ୍ଷତା 63 କିମି ରହିଛି । ଏହି ବାଇକ୍ 18-ଇଞ୍ଚ୍ ଟ୍ୟୁବଲେସ୍ ଆଲଏ ହ୍ବିଲ୍‌ ଏବଂ 105 ମିମି ଷ୍ଟ୍ରୋକ ସହିତ 30 ମିମି ଟେଲିସ୍କୋପିକ୍ ଫର୍କର ଆଗ ସସପେନ୍ସନ୍ ଏବଂ 73.5 ମିମି ଷ୍ଟ୍ରୋକ ହାଇଡ୍ରୋଲିକ୍ ଶକ୍ ଅବଜେକ୍ଟର ପଛ ସସପେନ୍ସନ୍ ସହିତ ଆସିଛି ।

2025 Hero Glamour
2025 Hero Glamour (Image Credit: Hero MotorCorp)

ଯଦି ହିରୋ ସୁପର୍‌ ସ୍ପ୍ଲେଣ୍ଡର XTEC ବିଷୟରେ କହିବା ତେବେ ଏହା ସମାନ 124.77ସିସି, 4 ଷ୍ଟ୍ରୋକ୍‌, ଏୟାର କୁଲ୍ଡ, ଓଏଚସି, ସିଙ୍ଗଲ ସିଲିଣ୍ଡର, OBD2B ଅନୁକୂଳ ଇଞ୍ଜିନ ସହ ଆସିଛି । ଏହା 7500rpmରେ 10.7ବିଏଚପି ଓ 6000rpmରେ 10.6ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଏହି ଇଞ୍ଜିନ 5-ସ୍ପିଡ୍‌ ଗିଅରବକ୍ସ ସହିତ ମେଳ ଖାଉଛି । କମ୍ପାନୀ ଦାବି କରିଛି ଯେ ବାଇକ୍‌ ଲିଟର ପ୍ରତି 69 କିଲୋମିଟର ମାଇଲେଜ୍‌ ଦେଇଥାଏ ।

କଣ ମିଳିବ ଫିଚର ?

ଉଭୟ ବାଇକର ଫିଚର ସମ୍ପର୍କରେ କହିଲେ 2025 ହିରୋ ଗ୍ଲାମର ଅପରିବର୍ତ୍ତିତ ରହିଛି । ଏହା ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ କନସୋଲ୍ ସହିତ ଆସିଥାଏ, ଯାହା ଏକ ରିଅଲ୍ ଟାଇମ୍ ମାଇଲେଜ୍ ସୂଚକ ଏବଂ ଚାର୍ଜିଂ ପାଇଁ ଏକ USB ପୋର୍ଟ ସହ ଆସିଛି । ସେପଟେ 2025 ହିରୋ ସୁପର ସ୍ପ୍ଲେଣ୍ଡର XTEC ବ୍ଲୁଟୁଥ୍ କନେକ୍ଟିଭିଟି, କଲ୍ ଏବଂ SMS ଆଲର୍ଟ ସହିତ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହ ଆସିଛି । ଚାର୍ଜିଂ ପାଇଁ ବାଇକ୍‌ରେ ଏକ USB ପୋର୍ଟ ରହିଛି ।

ଏହା ବି ପଢନ୍ତୁ
  1. Hero ଲଞ୍ଚ କଲା ଦୁଇ ନୂଆ ବାଇକ୍‌; ମିଳିଲା ଏହି ବଡ଼ ଅପଡେଟ୍‌, ଦାମ କେତେ ଜାଣନ୍ତୁ
  2. ଭାରତରେ ଲଞ୍ଚ ହେଲା 2025 KTM 390 Enduro R, ଦାମ ₹3.37 ଲକ୍ଷ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.