ହାଇଦ୍ରାବାଦ: ଦେଶର ସବୁଠୁ ବଡ଼ ମୋଟରସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ (Hero MotoCorp) ଭାରତରେ 2025 ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଏବଂ ପ୍ୟାସନ୍ ପ୍ଲସ୍ ମୋଟରସାଇକେଲକୁ ଲଞ୍ଚ କରିଛି । ଉଭୟ ବାଇକ୍ ବର୍ତ୍ତମାନ OBD2B ନିୟମକୁ ପାଳନ କରୁଥିବା ଇଞ୍ଜିନ ସହିତ ଆସିଥିବାବେଳେ ଯାନ୍ତ୍ରିକ ଭାବରେ ଉଭୟ ମୋଟରସାଇକେଲ୍ ସମାନ ରହିଛି । କିନ୍ତୁ ଅପଡେଟ୍ ହୋଇଥିବା ସ୍ପ୍ଲେଣ୍ଡର ପ୍ଲସରେ ସାମାନ୍ୟ କିଛି ପରିବର୍ତ୍ତନ କରାଯାଇଛି । ନୂଆ ସ୍ପ୍ଲେଣ୍ଡର ପ୍ଲସ 5ଟି ରଙ୍ଗ ବିକଳ୍ପ ସହ ଆସିଥିବାବେଳେ ପୂର୍ବରୁ କେବଳ ଦୁଇଟି ରଙ୍ଗ ସହିତ ଉପଲବ୍ଧ ହେଉଥିଲା ।
2025 Hero Splendor Plus, Passion Plus: ଦାମ, ବୁକିଂ
2025 ହିରୋ ସ୍ପ୍ଲେଣ୍ଡର ପ୍ଲସ 6ଟି ଟ୍ରିମ (SPLENDOR+ XTEC 2.0 DRUM BRAKE OBD2B, SPLENDOR+ DRUM BRAKE OBD2B, SPLENDOR+ I3S BLACK and ACCENT OBD2B, SPLENDOR+ I3S OBD2B, SPLENDOR+ XTEC DRUM BRAKE OBD2B ଓ SPLENDOR+ XTEC DISC BRAKE OBD2B)ର ଦାମ ₹78,926ରୁ ଆରମ୍ଭ ହୋଇ ₹86,051 ମଧ୍ୟରେ ରହିଛି ।

2025 ହିରୋ ସ୍ପ୍ଲେଣ୍ଡର ପ୍ଲସ ବାଇକ୍: ଦାମ | |
ଭାରିଏଣ୍ଟ | ଦାମ (ଏକ୍ସଶୋରୁମ) |
SPLENDOR+ DRUM BRAKE OBD2B | ₹78,926 |
SPLENDOR+ I3S BLACK and ACCENT OBD2B | ₹80,176 |
SPLENDOR+ I3S OBD2B | ₹80,176 |
SPLENDOR+ XTEC DRUM BRAKE OBD2B | ₹82,751 |
SPLENDOR+ XTEC 2.0 DRUM BRAKE OBD2B | ₹85,501 |
SPLENDOR+ XTEC DISC BRAKE OBD2B | ₹86,051 |
2025 ହିରୋ ପ୍ୟାସନ୍ ପ୍ଲସ୍: ଦାମ | |
PASSION + DRUM BRAKE OBD2B | ₹81,651 |
ସେପଟେ ନୂଆ ପ୍ୟାସନ୍ ପ୍ଲସ୍ କେବଳ ଗୋଟିଏ ଭାରିଏଣ୍ଟ PASSION + DRUM BRAKE OBD2Bର ଦାମ ₹81,651 ଟଙ୍କା ରହିଛି । ଏହି ସମସ୍ତ ଏକ୍ସଶୋରୁମ ମୂଲ୍ୟ ରହିଛି । ଗ୍ରାହକ ଏହି ଅପଡେଟେଡ୍ ବାଇକ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍ ବା ନିକଟସ୍ଥ ହିରୋ ମୋଟୋକର୍ପ ଡିଲରସିପ୍ଙ୍କଠାରୁ କିଣିପାରିବେ ।
2025 Hero Splendor Plus, Passion Plus: କଣ ନୂଆ ?
ପ୍ରମୁଖ ଅପଡେଟ୍ ହେଉଛି ଉଭୟ ବାଇକ୍ରେ ବର୍ତ୍ତମାନ OBD2B ଅନୁକୂଳ ଇଞ୍ଜିନ ଅଛି । ଯାନ୍ତ୍ରିକ ଭାବରେ ଏହି ମୋଟରସାଇକେଲଗୁଡିକ ସମାନ ରହିଛି, କିନ୍ତୁ ଅପଡେଟ୍ ହୋଇଥିବା ସ୍ପ୍ଲେଣ୍ଡର ପ୍ଲସ୍ ଏକ ସ୍ପୋର୍ଟିଂ ଲୁକ୍ ପାଇଁ ପାର୍ଶ୍ବରେ ନୂତନ ଗ୍ରାଫିକ୍ସ ଫିଚର କିଛି ନିର୍ଦ୍ଦିଷ୍ଟ ଟ୍ରିମ୍ ପାଇଁ ଦିଆଯାଇଛି । ଉଭୟ ମୋଟରସାଇକେଲ୍ ବର୍ତ୍ତମାନ ନୂଆ କଲର ଅପସନ ସହ ଆସିଛି । ଅପଡେଟ୍ ହୋଇଥିବା ସ୍ପ୍ଲେଣ୍ଡର ପ୍ଲସ୍ 5ଟି ନୂଆ ସେଡ୍ (Sports Red Black, Black Red Purple, Force Silver, Black Heavy Grey ଓ Blue Black)ରେ ଉପଲବ୍ଧ । ସେପଟେ ନୂତନ ପ୍ୟାସନ ପ୍ଲସ୍ 2ଟି ନୂତନ ରଙ୍ଗ (Black Nexus Blue ଓ Black Heavy Grey)ରେ ଉପଲବ୍ଧ ହୋଇଛି ।

2025 Hero Splendor Plus, Passion Plus: ସ୍ପେଶିଫିକେସନ
ନୂଆ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ପୂର୍ବ ପରି ସମାନ 97.2ସିସି, ଏୟାର କୁଲ୍ଡ, ସିଙ୍ଗଲ ସିଲିଣ୍ଡର, SOHC, 2 ଭଲଭ୍ ଇଞ୍ଜିନ ସହିତ ଆସିଛି । ଏହା ସର୍ବାଧିକ 7.91 ବିଏଚପି ପାୱାର ଓ 8.05ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଏହାର ଇଞ୍ଜିନ 4-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ାଯାଇଛି । ସେପଟେ 2025 ପ୍ୟାସନ୍ ପ୍ଲସ୍ ବାଇକ୍ଟି 97.2ସିସି, ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍ଡ OBD2B ଅନୁକୂଳ ଇଞ୍ଜିନ ସହ ଆସିଛି । ଏହା 7.8ବିଏଚପି ପାୱାର ଓ 8.05ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଏହାର ଇଞ୍ଜିନ ମଧ୍ୟ 4-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ି ହୋଇଛି ।