ETV Bharat / technology

ଏବେ ସାଥୀରେ ଆଧାର କାର୍ଡ ନେବା ଆବଶ୍ୟକ ନାହିଁ; ଆସୁଛି ନୂଆ ଆଧାର ଆପ୍‌ - NEW AADHAAR APP LAUNCH

ଏଣିକି ନିଜର ପରିଚୟ ନିଶ୍ଚିତ କରିବା ଲାଗି ପ୍ରତିଥର ସାଥୀରେ ଆଧାର କାର୍ଡର ଫଟୋକପି ନେବା ଆବଶ୍ୟକ ନାହିଁ । ନୂଆ ଆଧାର ଆପ୍‌ ଆପଣଙ୍କ ପରିଚୟର ପ୍ରମାଣ ଦେବ । ଅଧିକ ପଢନ୍ତୁ

Govt launches New Aadhaar App
Govt launches New Aadhaar App (Etv Bharat)
author img

By ETV Bharat Tech Team

Published : April 9, 2025 at 11:53 AM IST

2 Min Read

ହାଇଦ୍ରାବାଦ: ନିର୍ଭରଯୋଗ୍ୟତା, ଆଇନଗତ ଅନୁପାଳନ ଏବଂ ପରିଚୟ ଲାଗି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଆଧାର କାର୍ଡକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଏବେ ଆପଣଙ୍କୁ ବିମାନବନ୍ଦର, ହୋଟେଲ ବା କୌଣସି ସରକାରୀ କାର୍ଯ୍ୟାଳୟରେ ଅରିଜିନାଲ ଆଧାର କାର୍ଡ ବା ଏହାର ଫଟୋକପି ଦେଖାଇବାକୁ ପଡ଼ିବ ନାହିଁ । ସରକାର ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି ଏକ ନୂଆ ଆଧାର ଆପ୍‌ (Aadhaar Authentication App) ଲଞ୍ଚ କରିଛନ୍ତି । ଏହାର ଉଦ୍ଦେଶ୍ୟ ଡାଟା ପ୍ରାଇଭେସିକୁ ସୁରକ୍ଷିତ ରଖିବା ଓ ଭେରିଫିକେସନ ପ୍ରକ୍ରିୟାକୁ ସହଜ କରିବା ।

କଣ ଏହି ନୂଆ ଆଧାର ଆପ୍‌ ?

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଏହି ନୂଆ ଆଧାର ଆପ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିଲାଗି ସେ ନିଜର X ଆକାଉଣ୍ଟରେ ଏକ ଡେମୋ ଭିଡିଓ ସେୟାର କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଆପ୍‌ କିପରି କାମ କରିବ । ନୂଆ ଆଧାର ଆପ୍‌ UPI ପରି ସରଳ ଓ ୟୁଜର ଫ୍ରେଣ୍ଡଲି ରହିବ ।

କେମିତି କାମ କରିବ ଆପ୍‌ ?

  • QR କୋଡ୍ ସ୍କାନ୍ କରନ୍ତୁ: ସର୍ବପ୍ରଥମେ ଯେଉଁଠାରେ ଆପଣଙ୍କର ପରିଚୟ ଆବଶ୍ୟକ ସେହି ସ୍ଥାନରେ ଏକ QR କୋଡ୍ ଥିବ ।
  • ଫେସ୍ ସ୍କାନ୍: ସ୍କାନ ପରେ ଆପ୍ କ୍ୟାମେରା ଖୋଲବ ଓ ଆପଣଙ୍କର ସେଲଫି ନେଇ UIDAI ତଥ୍ୟ ସହିତ ଯାଞ୍ଚ କରିବ ।
  • ଜରୁରୀ ତଥ୍ୟ ସେୟାର ହେବ: କେବଳ ସେହି ନିର୍ଦ୍ଦିଷ୍ଟ ତଥ୍ୟ ସେୟାର ହେବ, ଯାହାକି ଉକ୍ତ ଭେରିଫିକେସନ ଲାଗି ଆବଶ୍ୟକ ।

ନୂଆ ଆଧାର ଆପ୍‌ ବ୍ୟବହାରର ଫାଇଦା

  • ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ । କେବଳ ଜରୁରୀ ଆବଶ୍ୟକତା ହିଁ ସେୟାର ହେବ ।
  • ଫିଜିକାଲ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ । ସର୍ବଦା ଫଟୋକପି ସାଥୀରେ ନେବା ଆବଶ୍ୟକତା ନାହିଁ ।
  • ନକଲି ଡକ୍ୟୁମେଣ୍ଟ ବି ତିଆରି ହେବ ନାହିଁ । ଫେସ୍‌ ସ୍କାନ ଦ୍ବାରା ଠକେଇକୁ ରୋକାଯାଇପାରିବ ।
  • ସାଇବର ଠକେଇରୁ ମଧ୍ୟ ସୁରକ୍ଷା ଦେବ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟ କାହା ହାତକୁ ଯିବନାହିଁ ।
  • ଖାଲି ସେତିକି ନୁହେଁ ସାଧାରଣ ନାଗରିକ ଡିଜିଟାଲ ଇଣ୍ଡିଆ ସହିତ ଯୋଡ଼ି ହେବେ ।

ଉପଲବ୍ଧତା ଓ ସାବଧାନତା

ଏବେ ଏହି ନୂଆ ଆଧାର ଆପ୍‌ ବିଟା ଭର୍ସନ ବା ପରୀକ୍ଷଣ ପ୍ରକ୍ରିୟାରେ ରହିଛି । ଏବେ ଏହା ଗୁଗଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇନାହିଁ । ଏଣୁ ଯଦି ଆପଣଙ୍କୁ କେହି କଲ୍‌ କିମ୍ବା ଲିଙ୍କ ମାଧ୍ୟମରେ ଆପ୍‌ ଡାଉନଲୋଡ କରିବାକୁ କହୁଛି ତେବେ ସତର୍କ ହୁଅନ୍ତୁ । ଆପ୍‌କୁ ସର୍ବଦା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ (UIDAI) ସୋର୍ସରୁ ଡାଉନଲୋଡ୍‌ କରନ୍ତୁ । ଏହି ଆପ୍‌ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ହୋଇଥିବାରୁ ଭଲ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି ।

ଏହା ବି ପଢନ୍ତୁ
  1. ବଢୁଛି AIର ବ୍ୟବହାର, ନିମିଷକେ ତିଆରି ହେଉଛି ନକଲି ଆଧାର, ପାନ୍, ପାସପୋର୍ଟ, ଭୋଟର ପରିଚୟ
  2. ବ୍ଲୁ ଆଧାର କାର୍ଡ କଣ ? ରେଗୁଲାର ଆଧାର କାର୍ଡରୁ ଏହା କିପରି ଅଲଗା ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.