ହାଇଦ୍ରାବାଦ: ଗତବର୍ଷ ଆଶାଠାରୁ ପୂର୍ବରୁ ଗୁଗଲ୍, Pixel 9 ସିରିଜ୍ ଲଞ୍ଚ କରିଥିଲା । ସାଧାରଣତଃ ଅକ୍ଟୋବର ଲଞ୍ଚ ପରିବର୍ତ୍ତେ ଏହି ଟେକ୍ ଜାଏଣ୍ଟ ଅଗଷ୍ଟରେ Pixel 9 ଲାଇନଅପ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲା । ଏବେ ଏକ ନୂତନ ଲିକ୍ ଅନୁଯାୟୀ, Google ଏହି ବର୍ଷ ସମାନ ଢାଞ୍ଚା ଅନୁସରଣ କରିପାରେ। Google Pixel Superfans ପ୍ରୋଗ୍ରାମ ସଦସ୍ୟଙ୍କୁ ପଠାଯାଇଥିବା ଏକ ନିମନ୍ତ୍ରଣ, Pixel 10 ଲାଇନଅପ୍ ପାଇଁ ଏକ ପ୍ରାରମ୍ଭିକ ଲଞ୍ଚ ସମୟସୀମାକୁ ସୂଚାଉଛି ।
Pixel 10 ସରିଜରେ Pixel 10, Pixel 10 Pro, Pixel 10 Pro XL ଏବଂ Pixel 10 Pro Fold ସ୍ମାର୍ଟଫୋନ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଆଣ୍ଡ୍ରଏଡ ଅଥୋରିଟିର ଏକ ରିପୋର୍ଟରେ, ଗୁଗଲ୍ ଏହାର ପିକ୍ସେଲ ସୁପରଫ୍ୟାନଙ୍କୁ ଏକ ନିମନ୍ତ୍ରଣ ପତ୍ର ପଠାଇଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ କରୁଛି ଯେ ଗୁଗଲ୍, ଲଣ୍ଡନରେ ଜୁନ 27ରେ ଆୟୋଜିତ ଏକ ପ୍ରି-ଲଞ୍ଚ ଇଭେଣ୍ଟରେ ପିକ୍ସେଲ 10 ସିରିଜକୁ ଲଞ୍ଚ କରିବ । ଏହି ଦେଢ ଘଣ୍ଟାର ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ସୁରପଫ୍ୟାନଙ୍କୁ 25ଟି ସ୍ଲଟ୍ ମଧ୍ୟରୁ ଗୋଟିଏ ଜିତିବା ପାଇଁ ଆବେଦନ କରିବାକୁ ପଡ଼ିବ । ଅଂଶଗ୍ରହଣକାରୀଙ୍କୁ ନୂଆ ପିକ୍ସେଲ-10 ସିରିଜର ହ୍ୟାଣ୍ଡସ-ଅନ୍ ଅନୁଭବ ପ୍ରଦାନ କରିବା ଲାଗି ଗୁଗଲ୍ ପ୍ରତିଶ୍ରୁତି ଦେଇଛି ।

ଯଦିଓ ଗୁଗଲ୍ ସିଧାସଳଖ Pixel 10 ବିଷୟରେ ଉଲ୍ଲେଖ କରିନାହିଁ, କିନ୍ତୁ କଥିତ ନିମନ୍ତ୍ରଣ ପତ୍ରରେ "Next Pxel Line" ଉଲ୍ଲେଖ କରାଯାଇଛି, ଯାହା ସୂଚାଇ ଦେଉଛି ଯେ Pixel 10 ସିରିଜର ପ୍ରାରମ୍ଭିକ ଝଲକ ଦେଖାଯିବ । ନିମନ୍ତ୍ରଣ ପତ୍ରରେ ଥିବା ଚିତ୍ରରେ ଏକ Pixel ଫୋନ ଏବଂ ଘଣ୍ଟା ଦେଖିବାକୁ ମିଳିଛି ।
କିଛି ମାସ ମଧ୍ୟରେ Pixel 10ର ଖୁଲାସା !
ଲିକ୍ ରିପୋର୍ଟରୁ ଆଶା କରାଯାଉଛି ଯେ ଗୁଗଲ୍ ଏହାର ପିକ୍ସେଲ-10 ସିରିଜକୁ ଚଳିତ ମାସ ଜୁନ ଶେଷ କିମ୍ବା ଜୁଲାଇରେ ଖୁଲାସା କରିପାରେ । ଗତବର୍ଷ ଅକ୍ଟୋବର ବଦଳରେ ଅଗଷ୍ଟରେ ପିକ୍ସେଲ-9 ସିରିଜ ଲଞ୍ଚ ହୋଇଥିଲା । ଚଳିତ ବର୍ଷ ମଧ୍ୟ କମ୍ପାନୀ ଏହି ଧାରାକୁ ବଜାୟ ରଖିପାରେ । ଗୁଗଲ୍ Pixel 9aକୁ ଚଳିତ ବର୍ଷ ମାର୍ଚ୍ଚରେ ଲଞ୍ଚ କରିଥିବାବେଳେ Pixel 8aକୁ ଗତବର୍ଷ ମେ ମାସରେ ଲଞ୍ଚ କରିଥିଲା ।

Pixel 10 ସିରିଜ
ଗୁଗଲ୍ର ପିକ୍ସେଲ-10 ସିରିଜ Tensor G5 ଚିପସେଟ୍ ସହିତ ଆସିପାରେ । ଯଦି ଏହାର କଲର ଅପସନ ବିଷୟରେ ଆଲୋଚନା କରିବା, ତେବେ Pixel 10 ସ୍ମାର୍ଟଫୋନଟି blue, limoncello (ହଳଦିଆ), iris (ବାଇଗଣୀ) ଓ obsidian (କଳା) ରଙ୍ଗରେ ଆସିପାରେ । ସେହିପରି Pixel 10 Pro ଓ Pixel 10 Pro XL ସ୍ମାର୍ଟଫୋନ ଦ୍ବୟ ସବୁଜ, ଗ୍ରେ, ଧଳା ଓ କଳା ରଙ୍ଗରେ ଆସିପାରେ ।

କେତେ ରହିପାରେ ଦାମ ?
ପିକ୍ସେଲ-10 ସିରିଜର ଦାମ କେତେ ରହିପାରେ ସେ ସମ୍ପର୍କରେ ଖୁଲାସା ହୋଇନାହିଁ । ଯଦି ଆମେ ଏହାର ପୂର୍ବ ମଡେଲ ଦାମ ସମ୍ପର୍କରେ କହିବା ତେବେ Pixel 9ର 12GB RAM + 256GB ଷ୍ଟୋରେଜ୍ ଭାରିଏଣ୍ଟ ପାଇଁ ଭାରତରେ ବର୍ତ୍ତମାନ ଏହାର ମୂଲ୍ୟ ₹74,999 ରହିଛି । ସେହିପରି Pixel 9 Proର ମୂଲ୍ୟ ₹99,999ରୁ ଆରମ୍ଭ ହେଉଛି ଓ Pixel 9 Pro XL ସ୍ମାର୍ଟଫୋନ ₹1,24,999ରେ ଉପଲବ୍ଧ ।