ETV Bharat / technology

କମ ବଜେଟରେ ଡାର୍କ ଏଡିସନ୍‌ କାର କିଣିବାକୁ ଚାହୁଁଛନ୍ତି କି ? ଦେଖନ୍ତୁ ଟପ୍‌-7 ତାଲିକା - DARK EDITION SUV UNDER 15 LAKHS

ଯଦି ଆପଣଙ୍କ ବଜେଟ୍‌ କମ୍‌ ଓ ଆପଣ ଡାର୍କ ଏଡିସନ କାର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଭାରତରେ ବିକ୍ରି ହେଉଥିବା 7ଟି କାର ବିଷୟରେ କହିବୁ ।

Hyundai Venue Knight Edition
Hyundai Venue Knight Edition (Image Credit: Hyundai Motor India)
author img

By ETV Bharat Tech Team

Published : April 16, 2025 at 11:42 AM IST

3 Min Read

ହାଇଦ୍ରାବାଦ: ଭାରତୀୟ କାର ବଜାରରେ ଏବେ ସ୍ପୋର୍ଟ ୟୁଟିଲିଟି ଭେଇକିଲ (SUV)ର ଲୋକପ୍ରିୟତା ବେଶ ବୃଦ୍ଧି ପାଉଛି । ତନ୍ମଧ୍ୟରୁ ଅଧିକାଂଶ କାରର ଦାମ 15 ଲକ୍ଷ ଟଙ୍କା ମଧ୍ୟରେ ରହିଥାଏ । କାରର ଅନେକ କଲର ଅପସନ ମଧ୍ୟରେ ଡାର୍କ ଏଡିସନ ବେଶ ଲୋକପ୍ରିୟତା ହାସଲ କରିଛି । ଏହି ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକଙ୍କ ଲାଗି ଏବେ କାର ନିର୍ମାତା କମ୍ପାନୀଗୁଡ଼ିକ ଏକ୍ସଟିରିଅର ଓ ଇଣ୍ଟିରିଅର ଉଭୟକୁ କଳା ରଙ୍ଗର ସହିତ ଲଞ୍ଚ କରୁଛନ୍ତି । ତେବେ ଯଦି ଆପଣ ବି ଜଣେ ଡାର୍କ ଏଡିସନ କାର ଲଭର୍‌ ଓ ବଜେଟ୍‌ରେ ଭଲ କାର କିଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏଠାରେ ଭାରତରେ ବିକ୍ରି ହେଉଥିବା କିଛି ଟପ୍‌ କାର ସମ୍ପର୍କରେ କହିବୁ ।

7. Hyundai Creta Knight Edition (ଦାମ: ₹14.62 ଲକ୍ଷ ଟଙ୍କା)

Hyundai Creta Knight Edition
Hyundai Creta Knight Edition (Image Credit: Hyundai Motor India)

ଏହି ତାଲିକାରେ ସବୁଠାରୁ ଲୋକପ୍ରିୟ ହୁଣ୍ଡାଇ କ୍ରେଟା ଶୀର୍ଷରେ ଅଛି । ଏହାର S (O) ନାଇଟ୍ ଏଡିସନ୍‌ ଭାରିଏଣ୍ଟର ମୂଲ୍ୟ 14.62 ଲକ୍ଷ ଟଙ୍କା ରହିଥିବାବେଳେ SX (O) 1.5D AT ନାଇଟ୍ ଏଡିସନ୍ ଟ୍ରିମକୁ କମ୍ପାନୀ 20.42 ଲକ୍ଷ ଟଙ୍କାରେ ବିକ୍ରି କରୁଛି । ନିଜର ଛୋଟ ମଡେଲଗୁଡିକ ପରି, ହୁଣ୍ଡାଇ କ୍ରେଟା ଡାର୍କ ଏଡିସନର ବାହାର ଭାଗରେ ଲାଲ୍ ବ୍ରେକ୍ କାଲିପର୍ ଏବଂ ଟେଲଗେଟ୍ ଉପରେ ଏକ 'Dark Edition' ଲୋଗୋ ରହିଛି । କାରର ଭିତର ଭାଗ ମଧ୍ୟ ପିତଳ ହାଇଲାଇଟ୍ ସହିତ ସମ୍ପୂର୍ଣ୍ଣ ଭାବେ ଅଲ୍‌ ବ୍ଲାକ୍‌ ଥିମ ଦେଖିବାକୁ ମିଳେ ।

6. MG Astor Blackstorm (ଦାମ: ₹13.78 ଲକ୍ଷ ଟଙ୍କା)

MG Astor Blackstorm
MG Astor Blackstorm (Image Credit: MG Motor India)

ଏମଜି ଆଷ୍ଟର ବ୍ଲାକ୍‌ଷ୍ଟ୍ରମ ନିଜର କଳା ଓ ଲାଲ ରଙ୍ଗରେ ଥିମ ସହିତ ହୁଣ୍ଡାଇ କ୍ରେଟା ନାଇଟ୍‌ ଏଡିସନ ପରି ସମାନ ଡିଜାଇନର ବ୍ୟବହାର କରିଛି । କାରର ବାହାର ପାର୍ଶ୍ବ ସମ୍ପର୍କରେ କହିଲେ ଏଥିରେ ଅଲ୍‌ ବ୍ଲାକ୍‌ ଫିନିଶ ବମ୍ପର, ବ୍ରେକ୍‌ କାଲିପର୍‌ ଓ ସାଇଡ୍‌ ମିରରରେ ଲାଲ ରଙ୍ଗର ହାଇଲାଇଟ୍‌ ଦେଖିବାକୁ ମିଳୁଛି । ଏହାର ଭିତର ପାର୍ଶ୍ବ ସମ୍ପର୍କରେ କହିଲେ ଏଥିରେ ଲାଲ ରଙ୍ଗର ଷ୍ଟିଚିଂ ସହ ଏୟାର କଣ୍ଡିସନର ଭେଣ୍ଟ, ଷ୍ଟିଅରିଂ ହ୍ବିଲ୍‌ ଓ ଡୋର୍‌ରେ ଲାଲ ରଙ୍ଗର ହାଇଲାଇଟ୍‌ ଦେଖିବାକୁ ମିଳିବ । ଗ୍ରାହକ କେବଳ Astrorର ମିଡ୍‌ ସ୍ପେକ୍‌ Select ଭାରିଏଣ୍ଟର ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଟ୍ରାନ୍ସମିଶନରେ 34ହଜାର ଟଙ୍କା ଅଧିକ ଦେଇ ଏହି ଡାର୍କ ଏଡିସନ କାରକୁ କିଣିପାରିବେ ।

5. Citroen Aircross Dark Edition (ଦାମ: ₹13.13 ଲକ୍ଷ ଟଙ୍କା)

Citroen Aircross Dark Edition
Citroen Aircross Dark Edition (Image Credit: Citroen India)

ସିଟ୍ରନ ଇଣ୍ଡିଆ (Citroen India) ନିକଟରେ ନିଜର Aircross ଓ C3 ସହିତ Basaltର ମଧ୍ୟ ଡାର୍କ ଏଡିସନକୁ ଲଞ୍ଚ କରିଛି । କାରର କ୍ୟାବିନ ବା ଭିତର ପାର୍ଶ୍ବରେ ବ୍ଲାକ୍‌ ଏସଥେଟିକ୍‌ ଲୁକ୍‌ ରହିଛି । ଏଥିରେ Basalt ଡାର୍କ ଏଡିସନ୍‌ ପରି ଏଥିରେ ଲେଦର ଚଟାଣ, ଗ୍ଲସ୍-ବ୍ଲାକ୍ ଟ୍ରିମ୍ ପିସ୍‌ ଏବଂ ଲାଲ୍ ରଙ୍ଗର ସିଲେଇ କରାଯାଇଛି । ଏହାସହ ଆଲୋକିତ ସିଲ୍ ପ୍ଲେଟ୍ ଏବଂ ଆମ୍ବିଏଣ୍ଟ ଲାଇଟ୍‌ ମଧ୍ୟ ଭିତର ଭାଗରେ ଉପଲବ୍ଧ । କେବଳ Aircrossର ରେଞ୍ଜ-ଟପିଂ Max 5-ସିଟ୍ ଭାରିଏଣ୍ଟରେ ଉପଲବ୍ଧ ଡାର୍କ ଏଡିସନ କାରଟି 22,500 ଟଙ୍କା ମହଙ୍ଗା ।

4. Citroen Basalt Dark Edition (ଦାମ: 12.80 ଲକ୍ଷ ଟଙ୍କା)

Citroen Basalt Dark Edition
Citroen Basalt Dark Edition (Image Credit: Citroen India)

ସିଟ୍ରନର ତିନୋଟି ଡାର୍କ ଏଡିସନ୍‌ ମଡେଲ ମଧ୍ୟରୁ Basalt ଗୋଟିଏ । ଏହାର ବାହାର ପାର୍ଶ୍ବ ସମ୍ପର୍କରେ କହିଲେ ଏଥିରେ Aircross ଫିନିଶ ଦିଆଯାଇଛି । ଏହାର ଟେଲଗେଟ୍‌ ଓ ରିଅରଭ୍ୟୁ ମିରରର ତଳେ 'Dark' ବ୍ୟାଜ୍‌ ଲେଖା ରହିଛି । ଏହାବ୍ୟତୀତ ଏହାର ଭିତର ଭାଗରେ ଲେଦର ଚଟାଣ, ଗିଅର ଲିଭରରେ ମଧ୍ୟ ବ୍ଲାକ୍‌ ଫିନିଶ ଦିଆଯାଇଛି । କିନ୍ତୁ କାରର ଡ୍ୟାସବୋର୍ଡ, ସିଟ୍‌ ଓ ଆର୍ମରିଷ୍ଟରେ ଲାଲ ରଙ୍ଗର ସିଲେଇ, ଆଲୋକିତ ସିଲ୍‌ ପ୍ଲେଟ୍‌, ଫୁଟୱେଲ ଲାଇଟିଂ ମିଳୁଛି । Basalt ଡାର୍କ ଏଡିସନ ଏହାର ଟପ୍‌ ସ୍ପେକ୍‌ Max ଟ୍ରିମ ଉପରେ ଆଧାରିତ ଓ ଏହାର ଦାମ 23,000ଟଙ୍କା ଅଧିକ ରହିଛି ।

3. Tata Nexon Dark Edition (ଦାମ: 11.70 ଲକ୍ଷ ଟଙ୍କା)

Tata Nexon Dark Edition
Tata Nexon Dark Edition (Image Credit: Tata Motors)

ଟାଟା ନେକ୍ସନର ଡାର୍କ ଏଡିସନ ଏହି ତାଲିକାରୁ ସବୁଠୁ ଅଲ୍‌ ବ୍ଲାକ୍‌ ଥିମ ଉପରେ ଆଧାରିତ । ଅନ୍ୟ SUV ଗୁଡ଼ିକ ତୁଳନାରେ Nexonର ଡାର୍କ ଏଡିସନ ସମ୍ପୂର୍ଣ୍ଣ କଳା ରଙ୍ଗର ହୋଇଥାଏ ଅର୍ଥାତ ଏଥିରେ ଅନ୍ୟ କୌଣସି ରଙ୍ଗ ଦେଖିବାକୁ ମିଳେ ନାହିଁ । ଏହାର କ୍ୟାବିନ ବିଷୟରେ କହିଲେ ଏଥିରେ ମଧ୍ୟ କଳା ରଙ୍ଗର ଡ୍ୟାସବୋର୍ଡ, ସେଣ୍ଟର କନସୋଲ୍‌, ଷ୍ଟିଅରିଂ ହ୍ବିଲ୍‌ ସହିତ ଆସିଥାଏ । ଟାଟା ନେକ୍ସନ୍ ଡାର୍କ ଏଡିସନର ଦାମ ଏହାର କ୍ରିଏଟିଭ୍ ପ୍ଲସ୍ ଭାରିଏଣ୍ଟ ସହିତ ସମାନ, ଏଥିଲାଗି ଗ୍ରାହକଙ୍କୁ ଅତିରିକ୍ତ 40,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

Hyundai Venue Knight Edition
Hyundai Venue Knight Edition (Image Credit: Hyundai Motor India)

2. Hyundai Venue Knight Edition (ଦାମ: 10.34 ଲକ୍ଷ ଟଙ୍କା)

କମ୍ପାନୀର ଦ୍ବିତୀୟ ସବୁଠୁ ସୁଲଭ ମୂଲ୍ୟର ଡାର୍କ ଏଡିସନ କାର ହେଉଛି ହୁଣ୍ଡାଇ ଭେନ୍ୟୁ । ଏହାର S(O) ନାଇଟ୍‌ ଏଡିସନ୍‌ ଟ୍ରିମ 10.34 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି କାରରେ ରେଡ୍‌ ବ୍ଲାକ୍‌ କାଲିପର୍‌ ସହିତ ସମ୍ପୂର୍ଣ୍ଣ କଳା ରଙ୍ଗର ବ୍ୟବହାର ହୋଇଛି । ଏହାର ହ୍ବିଲ୍‌ ଓ ବମ୍ପରରେ ବ୍ରୋଞ୍ଜ ହାଇଲାଇଟ୍‌ ଦିଆଯାଇଛି । କାରର କ୍ୟାବିନରେ ମଧ୍ୟ ବ୍ରୋଞ୍ଜ ହାଇଲାଇଟ୍‌ ଦେଖିବାକୁ ମିଳେ ।

Hyundai Exter Knight Edition
Hyundai Exter Knight Edition (Image Credit: Hyundai Motor India)

1. Hyundai Exter Knight Edition (ଦାମ: 8.46 ଲକ୍ଷ ଟଙ୍କା)

ଏହି ତାଲିକାର ସବୁଠୁ ଶସ୍ତା ଡାର୍କ ଏଡିସନ କାର ହେଉଛି ହୁଣ୍ଡାଇର Exter Knight Edition, ଯାହାକି ଏହି ତାଲିକାର ଏଣ୍ଟ୍ରିଲ ଲେଭଲ୍‌ କାର ମଧ୍ୟ । କମ୍ପାନୀ ଏହି ସ୍ପେଶାଲ ଏଡିସନକୁ SX ଭାରିଏଣ୍ଟରେ ବିକ୍ରି କରୁଛି ଓ ଏହାର ଦାମ 8.46 ଲକ୍ଷ ଟଙ୍କା (ଏକ୍ସଶୋରୁମ)ରେ ବିକ୍ରି କରାଯାଉଛି । ଏହାର ବାହାର ଭାଗ ବ୍ଲାକ୍‌ ଫିନିଶ୍‌ ସହିତ ଡିଜାଇନ ହୋଇଥିବାବେଳେ ଫ୍ରଣ୍ଟ ବମ୍ପର, ବ୍ରେକ୍‌ କାଲିପର୍‌ ଓ ଟେଲଗେଟ୍‌ରେ ଲାଲ ରଙ୍ଗର ବ୍ୟବହାର ହୋଇଛି । ଏହାର ଭିତର ପାର୍ଶ୍ବରେ କଳା ରଙ୍ଗର ଚଟାଣ, ଲାଲ ରଙ୍ଗର ସିଲେଇ, ଫୁଟୱେଲ୍‌ ଲାଇଟିଂ ରହିଛି ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Tata Curvv ଓ Curvv EVର ଡାର୍କ ଏଡିସନ୍‌; ମିଳିବ ଦମଦାର ଫିଚର
  2. ଲଞ୍ଚ ହେଲା Tata Nexonର iCNG Dark ଏଡିସନ; ଦାମ କେତେ ଜାଣନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.