ETV Bharat / technology

CMF Phone 2 Pro ଲଞ୍ଚ ତାରିଖର ଖୁଲାସା; କେମିତି ରହିବ ଡିଜାଇନ ଓ ଫିଚର୍ସ - CMF PHONE 2 PRO INDIA LAUNCH

CMF ଗତ କିଛି ଦିନ ଧରି ନିଜର ଆଗାମୀ ଫୋନର ଟିଜର ଜାରି କରିଥଲା । ଏବେ CMF Phone 2 Pro ଲଞ୍ଚ ତାରିଖର ଘୋଷଣା କରିଛି । ଅଧିକ ପଢନ୍ତୁ

CMF Phone 2 Pro India Launch Date Confirmed
CMF Phone 2 Pro India Launch Date Confirmed (Image Credit: CMF by Nothing)
author img

By ETV Bharat Tech Team

Published : April 8, 2025 at 3:50 PM IST

2 Min Read

ହାଇଦ୍ରାବାଦ: ଲଣ୍ଡନ ସ୍ଥିତ ଘରୋଇ ଇଲେକ୍ଟ୍ରୋନିକ୍‌ କମ୍ପାନୀ ନଥିଙ୍ଗର ସବ୍‌ବ୍ରାଣ୍ଡ ସିଏମଏଫ ନିଜର କିଛି ଆଗାମୀ ପ୍ରଡକ୍ଟ ସମ୍ପର୍କରେ ଘୋଷଣା କରିଛି । ଦୁଇଟି ଟିଜର ଜାରି କରିବା ପରେ କମ୍ପାନୀ CMF Phone 2 Pro ଲଞ୍ଚ ତାରିଖର ଖୁଲାସା କରିଥିବାବେଳେ ଆସନ୍ତା ଏପ୍ରିଲ 28 ତାରିଖରେ କମ୍ପାନୀ ଏହି ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ବଜାରରେ କମ୍ପାନୀ ପ୍ରଥମେ CMF Phone 1 ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା, ଏବେ କମ୍ପାନୀ CMF Phone 2 Proକୁ ଲଞ୍ଚ କରିବ । ଏହାସହ କମ୍ପାନୀ 3ଟି TWS ଲଞ୍ଚ କରିବା ନେଇ ମଧ୍ୟ ଘୋଷଣା କରିଛି ।

CMF Phone 2 Pro: ଭାରତ ଲଞ୍ଚ ଟାଇମଲାଇନ

ସିଏମଏଫ ଫୋନ 2 ପ୍ରୋ ସ୍ମାର୍ଟଫୋନକୁ ଭାରତରେ ଏପ୍ରିଲ 28 ତାରିଖ ସନ୍ଧ୍ୟା 6.30ରେ ଲଞ୍ଚ କରାଯିବ । ଏହି ଫୋନ ସହିତ କମ୍ପାନୀ 3ଟି ଇଅରବଡ୍ସ ମଧ୍ୟ ଲଞ୍ଚ କରିବ, ଯାହାର ନାମ Buds 2, Buds 2a ଓ Buds 2 Plus ଅଛି । କମ୍ପାନୀ ପୂର୍ବରୁ ହିଁ ସ୍ପଷ୍ଟ କରିଛି ଯେ ସିଏମଏଫର ପ୍ରଡକ୍ଟ ଫ୍ଲିପକାର୍ଟରେ ବିକ୍ରି ଲାଗି ଉପଲବ୍ଧ ହେବ । ୟୁଜର CMF Phone 2 Proକୁ ଫ୍ଲିପକାର୍ଟ ମାଇକ୍ରୋସାଇଟ୍‌କୁ ଯାଇ ଏହି ଫୋନର ଡିଟେଲ୍‌ ଜାଣିପାରିବେ । କମ୍ପାନୀ ଜାରି କରିଥିବା ଟିଜରରୁ ମଧ୍ୟ ଫୋନର ଡିଜାଇନ ସମ୍ପର୍କରେ ଜଣାପଡ଼ିଛି ।

ଫୋନରେ ମିଳିବ କଷ୍ଟୋମାଇଜେନ ଡିଜାଇନ

CMF ଫୋନ 2 Proରେ ଏକ କଷ୍ଟୋମାଇଜେବଲ୍ ଡିଜାଇନ୍ ଫିଚର ଦିଆଯାଇଛି ଯାହାକୁ ପୂର୍ବରୁ CMF ଫୋନ 1ରେ ମଧ୍ୟ ଦିଆଯାଇଥିଲା । ସିଏମଏଫ ଫୋନ 2 ପ୍ରୋର ଟିଜରରେ ଫୋନର ଏକ ସ୍କ୍ରୁ ଦୃଶ୍ୟମାନ ହେଉଛି ଅର୍ଥାତ୍ ଏହି ଫୋନର ପଛ ପ୍ୟାନେଲ୍ ଅଦଳବଦଳ ହୋଇପାରିବ । ସରଳ ଭାଷାରେ କହିବାକୁ ଗଲେ ଉପଭୋକ୍ତାମାନେ ମଧ୍ୟ ଏହି ଫୋନର ପଛ ପ୍ୟାନେଲ୍ ପରିବର୍ତ୍ତନ କରିପାରିବେ ।

ଗତ ବର୍ଷ ଆରମ୍ଭ ହୋଇଥିବା CMF ଫୋନ 1 ତୁଳନାରେ CMF ଫୋନ 2 ପ୍ରୋର ଡିଜାଇନ ବହୁତ ପତଳା ଦେଖାଯାଉଛି । ଫୋନର ତଳ ଭାଗରେ ଏକ ସ୍ପିକର ଗ୍ରିଲ୍ ମଧ୍ୟ ଦୃଶ୍ୟମାନ ହେଉଛି । ସିଏମଏଫ ଫୋନ 2 ପ୍ରୋର ନୂତନ ଟିଜରର କ୍ୟାପସନରେ CMF ଲେଖିଛି- 'ନୂଆ ଫିନିଶ୍, ଟେକ୍ସଚର୍ଡ୍, ଟାକ୍ଟାଇଲ୍‌ ଆଣ୍ଡ ଡିଫରେଣ୍ଡ ।'

କେତେ ରହିପାରେ ଦାମ ?

CMF ଫୋନ୍ 2 ପ୍ରୋର ସମ୍ଭାବ୍ୟ ଦାମ ବିଷୟରେ କଥାବାର୍ତ୍ତା, ଯେହେତୁ ଏହା CMF ଫୋନର ପ୍ରଥମ ପ୍ରୋ ମଡେଲ୍ ହେବ, ଏହାର CMF ଫୋନ 1 ଅପେକ୍ଷା ଭଲ ଫିଚର ମିଳିପାରେ । ଏପରି ସ୍ଥିତିରେ ନୂତନ ଫୋନର ମୂଲ୍ୟ ପୁରୁଣା ଫୋନଠାରୁ ଅଧିକ ହୋଇପାରେ । କହି ରଖୁଛୁ କି ଭାରତରେ CMF ଫୋନ 1 କମ୍ପାନୀ ଦ୍ବାରା 15,999 ଟଙ୍କାରେ ଲଞ୍ଚ କରାଯାଇଥିଲା ।

ଏହା ବି ପଢନ୍ତୁ
  1. ଏପ୍ରିଲରେ ଲଞ୍ଚ ହେବ ଏହି ସ୍ମାର୍ଟଫୋନ; ତାଲିକାରେ Samsung Galaxy S25 Edge
  2. 5% ବଢିଲା ଭାରତୀୟ ସ୍ମାର୍ଟଫୋନ ସେଲ୍‌; ସେଗମେଣ୍ଟରେ ସବୁଠୁ ଆଗରେ Vivo

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.