ETV Bharat / technology

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ CMF Phone 2; କମ୍ପାନୀ ଜାରି କଲା ଟିଜର - CMF PHONE 2 TEASED AHEAD OF LAUNCH

CMF Phone 2ର ଏକ ନୂଆ ଟିଜର କମ୍ପାନୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଜାରି କରିଛି । ଯେଉଁଥିରେ ଫୋନର ବ୍ୟାକ୍‌ ଡିଜାଇନ୍‌ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

CMF PHONE 2 TEASER
CMF PHONE 2 TEASER (Image Credit: CMF by Nothing)
author img

By ETV Bharat Tech Team

Published : April 7, 2025 at 11:13 AM IST

2 Min Read

ହାଇଦ୍ରାବାଦ: ଗତବର୍ଷ ଲଞ୍ଚ ହୋଇଥିବା CMF ଫୋନ 1ର ଅପଗ୍ରେଡ୍ ଭର୍ସନ CMF ଫୋନ 2କୁ କମ୍ପାନୀ ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ୟୁକେ କମ୍ପାନୀ ନଥିଙ୍ଗର ସବ୍-ବ୍ରାଣ୍ଡ CMF ଏହାର ଆଗାମୀ ଫୋନର ଡିଜାଇନରେ କିଛି ପରିବର୍ତ୍ତନ କରିପାରେ । କମ୍ପାନୀ ନିକଟରେ ଏହାର ନୂଆ ଫୋନର ଏକ ଟିଜର ଜାରି କରିଛି, ଯେଉଁଥିରେ CMF ଫୋନ 2ର ବ୍ୟାକ୍ ଡିଜାଇନ୍ ଦେଖିବାକୁ ମିଳିଛି । ଆସନ୍ତୁ ଫୋନର ନୂଆ ଟିଜର ଏବଂ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଜାଣିବା ।

CMF ଏହାର ଅଫିସିଆଲ୍ X ଆକାଉଣ୍ଟରେ ଏହାର ଆଗାମୀ ଫୋନର ଏକ ନୂଆ ଟିଜର ଜାରି କରିଛି । ଏଥିରୁ ଜଣାପଡୁଛି ଯେ CMF ଫୋନ 2ର ପଛରେ ଏକ ନୂତନ ମ୍ୟାଟ୍ ଫିନିଶ୍ ବ୍ୟବହାର କରାଯାଇପାରେ । ଏହି 5 ସେକେଣ୍ଡ ଟିଜରରେ ଫୋନର ପଛ ଡିଜାଇନ୍ ଦୃଶ୍ୟମାନ ହେଉଛି । ଏହି ଟିଜରରେ ଫୋନର ଡିଜାଇନ୍ ପୁରୁଣା ଫୋନଠାରୁ ସାମାନ୍ୟ ଭିନ୍ନ ଥିବାବେଳେ ବହୁତ ପତଳା ଦିଶୁଛି । କମ୍ପାନୀ ଏହି ଟିଜର ସହିତ କ୍ୟାପସନରେ ଲେଖିଛି- 'A new finish. Textured, tactile, different' । ଏହାର ଅର୍ଥ ହେଉଛି ଯେ କମ୍ପାନୀ ଏହାର ନୂତନ ଫୋନ୍‌କୁ ଏକ ନୂତନ ଫିନିଶ୍ ସହିତ ଲଞ୍ଚ କରିପାରେ, ଯେଉଁଥିରେ ୟୁଜର ନୂତନ ଟେକ୍ସଚର୍ଡ୍, ଟ୍ୟାକ୍ସିଲ୍ ଏବଂ ସବୁକିଛି ନୂଆ ପାଇବେ ।

କଣ କହୁଛି CMF Phone 2 ଟିଜର ?

ସିଏମଏଫ ଫୋନ 2ର ଏକ ଛୋଟ ଝଲକ୍‌ରେ ଏହାର ଫିକା ସବୁଜ ରଙ୍ଗ ଦେଖିବାକୁ ମିଳିଛି । କିନ୍ତୁ ଏହି ଭିଡିଓରୁ ଜଣାପଡୁନି ଯେ ଫୋନ୍‌ର ବ୍ୟାକ୍‌ ପ୍ୟାନେଲ୍‌ କେଉଁ ଉପକରଣରେ ତିଆରି ହୋଇଛି । ଏହା ପ୍ଲାଷ୍ଟିକ କିମ୍ବା ଆଲୁମିନିଅମ ହୋଇପାରେ । ଜାରି ହୋଇଥିବା ଟିଜରରେ CMF ଫୋନ୍ 2ର ପଛରେ ଏକ ସ୍କ୍ରୁ ଅଛି । ଏହା ସୂଚିତ କରେ ଯେ ଡିଭାଇସର ବ୍ୟାକ୍-ପ୍ୟାନେଲ୍ ପରିବର୍ତ୍ତନ ହୋଇପାରିବ, ଯେପରି CMF ଫୋନ୍ 1ରେ ରହିଥିଲା । ଏହି ଫୋନର ମାଇକ୍ରୋ ସାଇଟ୍‌ ଫ୍ଲିପକାର୍ଟରେ ଲାଇଭ୍‌ ହୋଇଛି ।

CMF Phone 2: ସମ୍ଭାବିତ ସ୍ପେଶିଫିକେସନ

ସାମ୍ନାକୁ ଆସିଥିବା ଅନେକ ଲିକ୍‌ ତଥ୍ୟ ଅନୁସାରେ ସିଏମଏଫ ଫୋନ୍‌ 2ରେ ବଢିଆ ଫଟୋ କ୍ଲିକ୍‌ କରିବା ଲାଗି 50MP ଟ୍ରିପଲ୍‌ ରିଅର କ୍ୟାମେରା ସେଟଅପ୍‌ ମିଳିପାରେ । ଉନ୍ନତ କାର୍ଯ୍ୟଦକ୍ଷତା ଲାଗି ଫୋନରେ MediaTek Dimensity 7300 ଚିପ୍‌ ଦିଆଯାଇପାରେ । ଏହି ସ୍ମାର୍ଟଫୋନରେ 5000mAh ବ୍ୟାଟେରୀ ଓ AMOLED ଡିସପ୍ଲେ ମିଳିପାରେ, ଯାହାରି ରିଫ୍ରେସ୍‌ ରେଟ୍‌ 120Hz ହୋଇପାରେ । ନିରବଚ୍ଛିନ୍ନ କନେକ୍ଟିଭିଟି ଲାଗି ଏହି ହ୍ୟାଣ୍ଡସେଟ୍‌ରେ ୱାଇଫାଇ, ଜିପିଏସ, ବ୍ଲୁଟୁଥ୍‌ ଓ ଟାଇପ-ସି ପୋର୍ଟ ଭଳି ଫିଚର ରହିପାରେ ।

CMF Phone 1
CMF Phone 1 (Image Credit: CMF by Nothing)

CMF Phone 1 ସମ୍ପର୍କରେ..

ଯଦି ଆମେ ଏଠାରେ ଏହାର ପୂର୍ବ ମଡେଲ CMF Phone 1 ସମ୍ପର୍କରେ କହିବା ତେବେ ଏହାର ଦାମ 15,499 ଟଙ୍କା ରହିଥିଲା । ଏହି ଫୋନରେ 6.67-ଇଞ୍ଚ ସୁପର ଆମୋଲେଡ୍‌ ଡିସପ୍ଲେ ରହିଛି । ଏହାର ରିଫ୍ରେସ୍‌ ରେଟ୍‌ 120Hz ରହିଛି । ଏହି ହ୍ୟାଣ୍ଡସେଟ୍‌ରେ 8GB ପର୍ଯ୍ୟନ୍ତ RAM, 128GB ଷ୍ଟୋରେଜ ଓ MediaTek Dimensity 7300 ଚିପସେଟ୍‌ ରହିଛି ।

ଏହା ବି ପଢନ୍ତୁ
  1. ଖୁବଶୀଘ୍ର ଲଞ୍ଚ ହେବ CMF Phone 2; କମ୍ପାନୀ ଜାରି କଲା ନୂଆ ଟିଜର
  2. 5% ବଢିଲା ଭାରତୀୟ ସ୍ମାର୍ଟଫୋନ ସେଲ୍‌; ସେଗମେଣ୍ଟରେ ସବୁଠୁ ଆଗରେ Vivo

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.