ETV Bharat / technology

ଚୀନରେ ପ୍ରଥମ ସ୍ବୟଂଚାଳିତ ଯାତ୍ରୀବାହୀ ଫ୍ଲାଇଙ୍ଗ ଟ୍ୟାକ୍ସିକୁ ଗ୍ରୀନ ସିଗ୍ନାଲ; ବିନା ପାଇଲଟରେ ଉଡ଼ିବ - CHINA APPROVED FLYING TAXIS

ଚୀନରେ ଏବେ ବିନା ପାଇଲଟରେ ଉଡ଼ିବ ଫ୍ଲାଇଙ୍ଗ ଟ୍ୟାକ୍ସି । EHang Holdings ଏବଂ Hefei Hey Airlines ଏହି ବାଣିଜ୍ୟିକ ଯାତ୍ରୀ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

China Approved First Pilotless Flying Taxis
China Approved First Pilotless Flying Taxis (Image Credit: X/@ehang)
author img

By ETV Bharat Tech Team

Published : April 14, 2025 at 4:06 PM IST

2 Min Read

ହାଇଦ୍ରାବାଦ: ଚୀନରେ ଉଡ଼ିବାକୁ ଯାଉଛି ଦେଶର ପ୍ରଥମ ସ୍ବୟଂଚାଳିତ ଡ୍ରୋନ୍‌ ବା ଫ୍ଲାଇଙ୍ଗ ଟ୍ୟାକ୍ସି । ଏଥିରେ କୌଣସି ପାଇଲଟ୍‌ର ଆବଶ୍ୟକ ନାହିଁ । ଚୀନର ବେସାମରିକ ଚଳାଚଳ ବିଭାଗ (CAAC) ସର୍ବପ୍ରଥମ ସ୍ବୟଂଶାସିତ ଫ୍ଲାଇଙ୍ଗ ଟ୍ୟାକ୍ସି ପାଇଁ ଏୟାର ଅପରେଟର ପ୍ରମାଣପତ୍ର ଅନୁମୋଦନ କରିଛି ବୋଲି ଦକ୍ଷିଣ ଚୀନ ମର୍ନିଂ ପୋଷ୍ଟ (SCMP) ରିପୋର୍ଟ କରିଛି । ଏହାଦ୍ବାରା ସ୍ବୟଂଚାଳିତ ବିମାନ ଯାନ ବିକଶିତ କରୁଥିବା କମ୍ପାନୀ EHang Holdings ଏବଂ Hefei Hey Airlines ବାଣିଜ୍ୟିକ ଯାତ୍ରୀ ସେବା ଆରମ୍ଭ କରିବେ, ଯାହାଦ୍ବାରା ଯାତ୍ରୀମାନେ ଆକାଶ ମାର୍ଗରୁ ଆକର୍ଷଣୀୟ ଦୃଶ୍ୟକୁ ଉପଭୋଗ କରିପାରିବେ ।

Flying Taxi
Flying Taxi (Image Credit: X/@ehang)

ଫ୍ଲାଇଙ୍ଗ ଟ୍ୟାକ୍ସିକୁ ଚୀନର ଅନୁମୋଦନ

ସାଇଟିକ୍ ସିକ୍ୟୁରିଟିଜ୍ ରିପୋର୍ଟ ଅନୁଯାୟୀ ଉଭୟ କମ୍ପାନୀ ସେମାନଙ୍କର ଟାଇପ୍‌ ସାର୍ଟିଫିକେଟ୍, ଉତ୍ପାଦନ ପ୍ରମାଣପତ୍ର ଏବଂ ବାୟୁ ଯୋଗ୍ୟତା ପ୍ରମାଣପତ୍ର ସୁରକ୍ଷିତ କରିବା ପରେ ଅନୁମୋଦନ ହାସଲ କରିପାରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏହି ଫ୍ଲାଇଙ୍ଗ ଟ୍ୟାକ୍ସି ଦ୍ବାରା ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ପର୍ଯ୍ୟଟନ ପରି ନୂଆ ବ୍ୟବସାୟର ଆରମ୍ଭ ହେବ । ଏହାସହ EHangର ସହରୀ ଦର୍ଶନ ଯାତ୍ରା ଦ୍ବାରା ଶିଳ୍ପର ବିକାଶ ତ୍ବରାନ୍ବିତ ହେବ ବୋଲି କୁହାଯାଇଛି । ରିସର୍ଚ୍ଚ ଗ୍ରୁପ Hurun ଅନୁଯାୟୀ, 2025 ସୁଦ୍ଧା ଚୀନର ନିମ୍ନ ଉଚ୍ଚତା ବିଶିଷ୍ଟ ଅର୍ଥନୀତିର ମୂଲ୍ୟ 1.5 ଟ୍ରିଲିୟନ ୟୁଆନ ହେବ ବୋଲି ଆକଳନ କରାଯାଇଛି ଏବଂ ଏହା 2035 ସୁଦ୍ଧା 2.5 ଟ୍ରିଲିୟନ ୟୁଆନ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ ।

Flying Taxi
Flying Taxi (Image Credit: X/@ehang)

ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଅର୍ଥବ୍ୟବସ୍ଥାକୁ ଗୁରୁତ୍ବ

ବେଜିଂ ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି ଯେଉଁଥିରେ ଡେଲିଭରି ଡ୍ରୋନ୍, ବ୍ଲିମ୍ପସ୍ ଏବଂ ଫ୍ଲାଇଙ୍ଗ୍ କାର୍ ଭଳି ଉଦ୍ଭାବନ ସାମିଲ । ଚୀନ ସରକାର ଏହି କ୍ଷେତ୍ରରେ ଜୈବ ଉତ୍ପାଦନ, କ୍ବାଣ୍ଟମ୍ ଗଣନା, ଏଆଇ ଏବଂ 6G ନେଟୱାର୍କ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସହିତ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ଦିଗକୁ ଦେଖୁଛନ୍ତି । ଏହା ଚୀନର ଅର୍ଥବ୍ୟବସ୍ଥାକୁ ଦ୍ରୁତ ଗତିରେ ଆଗକୁ ବଢାଇବ ବୋଲି ସରକାର ଆଶା କରିଛନ୍ତି ।

ଚୀନର ଫ୍ଲାଇଙ୍ଗ ଟ୍ୟାକ୍ସି ଶିଳ୍ପ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । EHang ଏବଂ Feihang Aviation ପରି ଘରୋଇ ଷ୍ଟାର୍ଟଅପ୍ Xpeng ଏବଂ Geely ଭଳି ପାରମ୍ପାରିକ ଅଟୋ ନିର୍ମାତାମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଛି । ସେପଟେ ବୋଇଙ୍ଗ, ଏୟାରବସ୍ ଏବଂ ଏମ୍ବ୍ରାୟର ଭଳି ଜାଏଣ୍ଟ ଗ୍ଲୋବାଲ୍‌ ଆଭିଏସନ ମଧ୍ୟ ଏହି ବଜାର ଉପରେ ନଜର ରଖିଛନ୍ତି ।

Flying Taxi
Flying Taxi (Image Credit: X/@ehang)

EHang EH216-S: ଚୀନରେ ଅଧିକ ଉତ୍ପାଦନ ହେଉଥିବା ଫ୍ଲାଇଙ୍ଗ ଟ୍ୟାକ୍ସି

  • ଚୀନରେ ସର୍ବାଧିକ ସ୍ବୟଂଚାଳିତ ଫ୍ଲାଇଙ୍ଗ ଟ୍ୟାକ୍ସି ଉତ୍ପାଦନ କରିବା ଲାଗି ଏପ୍ରିଲ 2024ରେ ଇହାଙ୍ଗ (EHang)କୁ ଅନୁମତି ପ୍ରଦାନ କରାଯାଇଥିଲା ।
  • 2018ରେ ଘୋଷିତ EH216-S ହେଉଛି ଏକ ସମ୍ପୂର୍ଣ୍ଣ ବୈଦ୍ୟୁତିକ, ପାଇଲଟ୍ ବିହୀନ ଦୁଇ ସିଟ୍ ବିଶିଷ୍ଟ ଫ୍ଲାଇଙ୍ଗ ଟ୍ୟାକ୍ସି ।
  • ଏହାର ଘଣ୍ଟା ପ୍ରତି ବେଗ 100 କିଲୋମିଟର ଏବଂ ସର୍ବାଧିକ 10,000 ଫୁଟ (3000 ମିଟର) ଉଚ୍ଚତାରେ ପହଞ୍ଚିପାରେ ।
  • EH216-S ସ୍ବୟଂଚାଳିତ ହୋଇଥିବାରୁ ପାଇଲଟ୍‌ର ଆବଶ୍ୟକ ପଡ଼େ ନାହିଁ ।
  • EHang କମ୍ପାନୀ ଏହି ଟ୍ୟାକ୍ସିକୁ ଏୟାର ଟ୍ୟାକ୍ସି ସେବା, ଏରିଅଲ୍‌ ପର୍ଯ୍ୟଟନ, ଏୟାରପୋର୍ଟ ସଟଲ୍‌ ଓ ଦ୍ବୀପ ମଧ୍ୟରେ ପରିବହନ ଲାଗି ବ୍ୟବହାର କରୁଛି ।
ଏହା ବି ପଢନ୍ତୁ
  1. ଖୁବଶୀଘ୍ର ଆରମ୍ଭ ହେବ ଏୟାର ଟ୍ୟାକ୍ସି, ସରିଲା ପରୀକ୍ଷଣ
  2. ଆକାଶରେ ଉଡିବ କାର, ହୁଣ୍ଡାଇ ଆଣିଲା Supernal S-A2

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.