ETV Bharat / technology

ChatGPT ମେମୋରୀକୁ ମିଳିଲା ଅପଡେଟ୍‌; ଏବେ ୟୁଜର ପାଇବେ ଅଧିକ ବ୍ୟକ୍ତିଗତ ଅନୁଭବ - CHATGPT MEMORY UPDATE

OpenAIର ଏଆଇ ଚାଟବଟ୍‌ ଚାଟଜିପିଟିର ମେମୋରୀ ଅପଡେଟ୍‌ ହୋଇଛି, ଯାହାଦ୍ବାରା ଏହା ଆପଣଙ୍କ ଅତୀତ ବାର୍ତ୍ତାଳାପକୁ ମନେ ରଖି ପୂର୍ବାପେକ୍ଷା ଅଧିକ ବ୍ୟକ୍ତିଗତ ଅନୁଭବ ପ୍ରଦାନ କରିବ ।

OpenAI updated ChatGPT's memory feature
OpenAI updated ChatGPT's memory feature (Image Credit: OpenAI)
author img

By ETV Bharat Tech Team

Published : April 11, 2025 at 11:26 AM IST

1 Min Read

ହାଇଦ୍ରାବାଦ: କୃତ୍ରିମ ବୁଦ୍ଧିମତା (AI) ଉପରେ ଗବେଷଣା କରୁଥିବା ଆମେରିକୀୟ କମ୍ପାନୀ OpenAI ଏହାର ଲୋକପ୍ରିୟ ଚାଟବଟ୍‌ ଚାଟ୍‌ଜିପିଟି (ChatGPT)ର ମେମୋରୀକୁ ଅପଡେଟ୍‌ କରିଛି । ଏହାଦ୍ବାରା ଚାଟବଟ୍‌ ୟୁଜରଙ୍କ ଅତୀତର ସମସ୍ତ ବାର୍ତ୍ତାଳାପକୁ ମନେ ରଖି ସେମାନଙ୍କ ପସନ୍ଦ ଓ ଆଗ୍ରହକୁ ଚିହ୍ନଟ କରିବ । ସେହି ଅନୁଯାୟୀ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେବ, ଯାହାଦ୍ବାରା ୟୁଜର ଅଧିକ ବ୍ୟକ୍ତିଗତ ଅନୁଭବ (Personalised experiences) ପାଇପାରିବେ । ପୂର୍ବରୁ ଚାଟବଟ୍‌ କେବଳ ୟୁଜରଙ୍କ ଅନୁରୋଧ ଅନୁଯାୟୀ ପୂର୍ବ ବାର୍ତ୍ତାଳାପକୁ ନିଜ ମେମୋରୀରେ ସଂଗ୍ରହ କରି ରଖୁଥିଲା ।

OpenAI ଏକ X ପୋଷ୍ଟରେ ଲେଖିଛି, "ବର୍ତ୍ତମାନ ଆପଣଙ୍କର ଅତୀତ ଚାଟ୍‌କୁ ଅନୁସରଣ କରି ଏହି ଚାଟବଟ୍‌ ଜବାବ ଦେବ ଯାହା ପ୍ରତିକ୍ରିୟାଗୁଡ଼ିକୁ ଅଧିକ ପ୍ରାସଙ୍ଗିକ ଏବଂ ଉପଯୋଗୀ କରିବ । ନୂତନ ବାର୍ତ୍ତାଳାପ ସମୟରେ ଚାଟବଟ୍‌ ସ୍ବାଭାବିକ ଭାବରେ ଉପଭୋକ୍ତାଙ୍କ ବିଷୟରେ ପୂର୍ବରୁ ଜାଣିଥିବା ତଥ୍ୟ ଉପରେ ନିର୍ଭର କରି ଜବାବ ଦେବ, ଯାହା ପ୍ରତ୍ୟେକ ୟୁଜରଙ୍କ ପାଇଁ ପାରସ୍ପରିକ କାର୍ଯ୍ୟକୁ ଅଧିକ ସୁଗମ ଏବଂ ସ୍ବତନ୍ତ୍ର ଭାବରେ ଅନୁକୂଳ କରିଥାଏ ।"

କେମିତି କାମ କରେ ମେମୋରୀ ଫିଚର ?

ବିଶେଷ ଭାବରେ ମେମୋରୀ ଫିଚର ମାଧ୍ୟମରେ ଯୁଜରମାନେ ସେମାନଙ୍କର ପସନ୍ଦ, ନାପସନ୍ଦ, ସେମାନେ କେଉଁ ପ୍ରକାରର ଉତ୍ତରକୁ ପସନ୍ଦ କରନ୍ତି, ଖାଦ୍ୟପେୟର ପ୍ରତିବନ୍ଧକ ଏବଂ ଅଧିକ ବ୍ୟକ୍ତିଗତ ଉତ୍ତର ପାଇବାକୁ ଚାଟ୍‌ଜିପିଟିକୁ ଜଣାଇ ଦିଅନ୍ତି । ଉଦାହରଣ ସ୍ବରୂପ, ୟୁଜରଙ୍କୁ କେଉଁ ଖାଦ୍ୟ ଉପାଦାନରୁ ଆଲର୍ଜି ରହିଛି ତାହା ChatGPT ମନେ ରଖିପାରେ । ଯଦି ଆପଣ କୌଣସି ଖାଦ୍ୟ ସମ୍ପର୍କରେ ପଚାରୁଛନ୍ତି ତେବେ ଏହା ସେହି ରେସିପିଗୁଡ଼ିକୁ ପରାମର୍ଶ ଦେବ, ଯେଉଁଥିରେ ସେହି ଉପାଦାନଟି ନଥିବ ।

ଯେଉଁ ୟୁଜରମାନେ ମେମୋରୀ ଫିଚରକୁ ବାଦ୍ ଦେଇଛନ୍ତି, ସେମାନଙ୍କ ପୂର୍ବ ଚାଟଗୁଡ଼ିକୁ ଡିଫଲ୍ଟ ଭାବରେ ରେଫରେନ୍ସରୁ ବାଦ୍ ଦିଆଯିବ । ଏହି ସେଟିଂକୁ ପରିବର୍ତ୍ତନ କରିବାକୁ ଉପଭୋକ୍ତାମାନେ ଚାଟ୍‌ରେ ChatGPTକୁ ପଚାରିପାରିବେ । ଯେତେବେଳେ ଆପଣ ଏକ ବାର୍ତ୍ତାଳାପ କରିବାକୁ ଚାହାଁନ୍ତି ଏବଂ ଉକ୍ତ ବାର୍ତ୍ତାଳାପକୁ ଚାଟବଟ୍ ମନେ ରଖୁ ବୋଲି ଆପଣ ଚାହୁଁନାହାଁନ୍ତି, ସେତେବେଳେ ଆପଣ ମେମୋରୀ ଫିଚର ବନ୍ଦ କରିବା ପରିବର୍ତ୍ତେ ଅସ୍ଥାୟୀ ଚାଟ୍ ବ୍ୟବହାର କରି ତାହା କରିପାରିବେ ।

କେବେ ଓ କେଉଁଠି ଉପଲବ୍ଧ ହେବ ?

ChatGPTର ମେମୋରୀ ଫିଚରର ଅପଡେଟ୍ ୟୁରୋପୀୟ ଅର୍ଥନୈତିକ ଅଞ୍ଚଳ (EEA), ୟୁକେ, ସ୍ବିଜରଲ୍ୟାଣ୍ଡ, ନରୱେ, ଆଇଲ୍ୟାଣ୍ଡ ଏବଂ ଲିଚଟେଷ୍ଟାଇନ୍ ବ୍ୟତୀତ ସମସ୍ତ ପ୍ଲସ୍ ଏବଂ ପ୍ରୋ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି । ଟିମ୍, ଏଣ୍ଟରପ୍ରାଇଜ୍ ଏବଂ ଛାତ୍ର ଓ ଶିକ୍ଷକ ଉପଭୋକ୍ତାମାନେ କିଛି ସପ୍ତାହ ମଧ୍ୟରେ ନୂତନ ଫିଚର ପାଇପାରିବେ ।

ଏହା ବି ପଢନ୍ତୁ
  1. ବଢୁଛି AIର ବ୍ୟବହାର, ନିମିଷକେ ତିଆରି ହେଉଛି ନକଲି ଆଧାର, ପାନ୍, ପାସପୋର୍ଟ, ଭୋଟର ପରିଚୟ
  2. ଏବେ ଆପଣଙ୍କ ଭାବାବେଗକୁ ବୁଝିବ AI; OpenAI ଲଞ୍ଚ କଲା ସବୁଠୁ ବଡ଼ ଏଆଇ ମଡେଲ୍‌ 'GPT-4.5'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.