ETV Bharat / technology

ପୁଣି ଘୁଞ୍ଚିଲା ଆକ୍ସିଓମ-4 ମିଶନ; ଜୁନ 10ରେ ISS ଯିବେ ଶୁଭାଂଶୁ ଶୁକ୍ଳା - AXIOM 4 MISSION POSTPONED

ଆକ୍ସିଓମ୍-୪ ମିଶନରେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ ଯିବେ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା । ଅଧିକ ପଢନ୍ତୁ

Axiom-4 Mission Crew Members
Axiom-4 Mission Crew Members (Image Credits: X@Axiom_Space)
author img

By ETV Bharat Tech Team

Published : June 4, 2025 at 10:33 AM IST

3 Min Read

ହାଇଦ୍ରାବାଦ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯିବାକୁ ଥିବା ଆକ୍ସିଓମ-4 ମିଶନ ପୁଣି ଥରେ ସ୍ଥଗିତ ରହିଛି । ଏହି ଯାତ୍ରା ଏବେ ଜୁନ 8 ବଦଳରେ, ଜୁନ 10 ସନ୍ଧ୍ୟା 5.52ଟାରେ ଫ୍ଲୋରିଡାର କେନେଡି ସ୍ପେଶ୍‌ ସେଣ୍ଟରରୁ ସ୍ପେଶଏକ୍ସର ଫାଲକନ୍-9 ରକେଟରେ ଗସ୍ତ କରିବ । ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISS ଗସ୍ତ କରିବାକୁ ଥିବାରୁ ଏହି ମିଶନ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।

ବର୍ତ୍ତମାନ ISS ଯାତ୍ରା ପୂର୍ବରୁ ଆକ୍ସିଓମ୍-4 ମିଶନ କ୍ରୁ ସଦସ୍ୟ କ୍ବାରେଣ୍ଟାଇନରେ ଥିବାବେଳେ ଏକ ଭର୍ଚ୍ଚୁଆଲ୍ ପ୍ରେସ୍ କନଫରେନ୍ସ ମାଧ୍ୟମରେ ଏହି ଘୋଷଣା କରାଯାଇଛି । କହି ରଖୁଛୁ କି, ପ୍ରଥମେ ଏହି ମହାକାଶ ଉଡ଼ାଣ ମୂଳତଃ ମେ 29 ତାରିଖରେ ସ୍ଥିର କରାଯାଇଥିଲା ଏବଂ ଏହାପରେ ତାରିଖକୁ ଘୁଞ୍ଚାଯାଇ ଜୁନ 8 ପାଇଁ ପୁନଃନିର୍ଦ୍ଧାରିତ କରାଯାଇଥିଲା । ପୁଣି ତୃତୀୟ ଥର ଲାଗି ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି ।

Zero Gravity Indicator
ଶୂନ୍ୟ ମାଧ୍ୟାକର୍ଷଣ ଇଣ୍ଡିକେଟର୍‌ 'Joy' ନାମକ ହଂସ (Image Credits: Axiom Space)

ଉଡ଼ାଣ ପୂର୍ବର ଏକ ସାମ୍ବାଦିକ ସମ୍ମିଳନୀରେ, ମିଶନ କମାଣ୍ଡର ପେଗି ହ୍ବିଟସନ୍, ମିଶନ ପାଇଲଟ୍ ଶୁଭାଂଶୁ ଶୁକ୍ଲା ଏବଂ ମିଶନ ସ୍ପେଶାଲିଷ୍ଟ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର୍ କାପୁଙ୍କୁ ନେଇ ଗଠିତ ଆକ୍ସିଓମ-4 ସଦସ୍ୟମାନେ 'Joy' ନାମକ ଏକ ଶୂନ୍ୟ ମାଧ୍ୟାକର୍ଷଣ ଇଣ୍ଡିକେଟର୍‌ (Zero Gravity Indicator) ଉନ୍ମୋଚନ କରିଥିଲେ ।

ଗ୍ରୁପ କ୍ୟାପ୍ଟେନ ଶୁକ୍ଲା ଆମେରିକାର ଫ୍ଲୋରିଡାର ଲଞ୍ଚ ସେଣ୍ଟରରୁ ଭର୍ଚ୍ଚୁଆଲ୍ ପ୍ରେସ୍ କନଫରେନ୍ସରେ ଭାରତବାସୀଙ୍କୁ ସମ୍ବୋଧିତ କରି କହିଥିଲେ, "ମୁଁ ପ୍ରତ୍ୟେକ 'ଭାରତବାସୀ'ଙ୍କୁ ଆମ ସହିତ ଯୋଗଦେବା, ଅଂଶଗ୍ରହଣ କରିବା, ଜଡିତ ହେବା ଏବଂ ଭବିଷ୍ୟତ ବିଷୟରେ ସାହସର ସହିତ ସ୍ବପ୍ନ ଦେଖିବା ପାଇଁ ଆହ୍ବାନ କରୁଛି । ମୁଁ କେବଳ ବୈଷୟିକ ଉପକରଣ ବହନ କରେ ନାହିଁ ବରଂ 1.4 ବିଲିୟନ ଭାରତୀୟଙ୍କ ଆଶା ଏବଂ ସ୍ବପ୍ନ ବହନ କରେ। ଅନେକ ଦୃଷ୍ଟିରୁ, ମୁଁ ନିଜକୁ ପୃଥିବୀ ଏବଂ ମହାକାଶ ମଧ୍ୟରେ ଏକ ସେତୁ ଭାବରେ ଦେଖେ ।"

ଶୁକ୍ଲା କହିଛନ୍ତି ଯେ ସେ ତାଙ୍କ ମହାକାଶ ଉଡ଼ାଣରେ ତାଙ୍କ ପରାମର୍ଶଦାତା ରାକେଶ ଶର୍ମାଙ୍କ ପାଇଁ ଏକ ବିଶେଷ ସ୍ମାରକୀ ମଧ୍ୟ ବହନ କରିବେ, ଯିଏ 1984ରେ ଋଷ ମିଶନର ଅଂଶ ଭାବରେ ମହାକାଶ ଯାତ୍ରା କରିଥିଲେ । ସେ କହିଛନ୍ତି ଯେ Axiom-4 ମିଶନରୁ ଫେରିବା ପରେ ଏବଂ ତାଲିମ ଅବଧି ମଧ୍ୟରେ ତାଙ୍କୁ ମାର୍ଗଦର୍ଶନ କରିଥିବା ଶର୍ମାଙ୍କୁ ଭେଟିବା ପରେ ଏହି ବିଶେଷ ସ୍ମାରକୀ ପ୍ରକାଶିତ ହେବ, ଯିଏ ତାଙ୍କୁ ତାଲିମ ଅବଧି ମଧ୍ୟରେ ମାର୍ଗଦର୍ଶନ କରିଛନ୍ତି ।

1984 ମସିହାରେ ଋଷର ସୋୟୁଜ୍ ସ୍ପେଶକ୍ରାଫ୍ଟରେ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ । ତେବେ ଏହି ଯାତ୍ରାର 4 ଦଶନ୍ଧି ପରେ ଶୁକ୍ଲା ଦ୍ବିତୀୟ ଭାରତୀୟ ହେବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ।

ଯାତ୍ରା ବେଳେ ଶୁକ୍ଳାଙ୍କ ସହ କଥା ହୋଇପାରନ୍ତି ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ISSରେ 14 ଦିନିଆ ରହଣି ସମୟରେ Axiom-4 କ୍ରୁଙ୍କ ସହିତ ଭାବ ବିନିମୟ କରିବେ ବୋଲି ଆଶା କରାଯାଉଛି । ମହାକାଶରୁ ପ୍ରଧାନମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଶୁକ୍ଳା କହିଛନ୍ତି, "ଆମର ଜଣେ ଭାରତୀୟ VVIP ସହିତ ଏକ ଯାତ୍ରା ହେବ ।" ସେ ଆହୁରି କହିଛନ୍ତି ଯେ Ax-4 ସଦସ୍ୟମାନେ ସ୍କୁଲ ଛାତ୍ର, ଶିକ୍ଷକ ଏବଂ ଭାରତୀୟ ମହାକାଶ ଶିଳ୍ପର ସଦସ୍ୟଙ୍କ ସହିତ ମଧ୍ୟ ରହଣି ସମୟରେ କଥାବାର୍ତ୍ତା କରିବେ ।

Axiom-4 Mission
ଆକ୍ସିଓମ-4 ମିଶନ ସଦସ୍ୟ (Image Credits: Axiom Space)

ଯୁବପିଢିଙ୍କ ପାଇଁ ଶୁକ୍ଲାଙ୍କ ବାର୍ତ୍ତା

ଶୁଭାଂଶୁ ଶୁକ୍ଲା କହିଛନ୍ତି ଯେ ତାଙ୍କର ମହାକାଶ ଯାତ୍ରା ଯୁବପିଢିଙ୍କ ମନ ମଧ୍ୟରେ କୌତୁହଳ ସୃଷ୍ଟି କରିବ, ଯେଉଁମାନେ ଭାରତର ମହାକାଶ ଅନୁସନ୍ଧାନ ପାଇଁ ମହତ୍ବାକାଂକ୍ଷୀ ଯୋଜନାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେ ଆହୁରି କହିଛନ୍ତି, "ମୁଁ ଶିକ୍ଷକ, ମହାକାଶ ଶିଳ୍ପର ସଦସ୍ୟ ଏବଂ ଛାତ୍ରମାନଙ୍କ ସହିତ କଥା ହେବି । କେବଳ ଅଭିଜ୍ଞତା ନୁହେଁ, ବରଂ ପ୍ରେରଣା ମଧ୍ୟ ବାଣ୍ଟିବି । ଯଦି ଜଣେ ଯୁବ ସଦସ୍ୟ କେବଳ ଏହି ମିଶନ ଯୋଗୁଁ ବ୍ରହ୍ମାଣ୍ଡ ଅନୁସନ୍ଧାନ କରିବାକୁ ପ୍ରେରିତ ହୁଅନ୍ତି, ତେବେ ଆମେ ସଫଳ ହୋଇସାରିବୁ । ମୁଁ ଯୁବ ମନ ମଧ୍ୟରେ କୌତୁହଳ ଏବଂ ଉତ୍ସାହ ଜାଗ୍ରତ କରିବ ବୋଲି ଆଶା କରୁଛି, ସେମାନଙ୍କୁ ଜଣାଇବା ପାଇଁ ଚାହୁଁଛି ଯେ ଏବେ ମହାକାଶ ଏକ ଦୂର ସ୍ବପ୍ନ ନୁହେଁ, ବରଂ ସେମାନେ ଏକ ଭବିଷ୍ୟତ ଗଠନ କରିପାରିବେ ।"

ପ୍ରାର୍ଥନା କରିବାକୁ କଲେ ନିବେଦନ

ଶୁକ୍ଲା ହିନ୍ଦୀରେ ସଂକ୍ଷିପ୍ତ ମନ୍ତବ୍ୟରେ କହିଛନ୍ତି, "ଭାରତୀୟ ଲୋକଙ୍କ ପାଇଁ ଏହି ମିଶନ ଏକ ମାଇଲଖୁଣ୍ଟ ଏବଂ ମୁଁ ଭାରତକୁ ମିଶନର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି । ଜୟ ହିନ୍ଦ ।" ଶୁକ୍ଲା କହିଛନ୍ତି ଯେ ସେ ଏହି ମହାକାଶ ଯାତ୍ରାରେ ଭାରତୀୟ ସ୍ବାଦିଷ୍ଟ ଖାଦ୍ୟ ଯେପରିକି ଆମ୍ବ ରସ, ମୁଗ ଡାଲି ହାଲୱା ଏବଂ ଗାଜର ହାଲୱା ସାଥୀରେ ନେଇ ଯିବେ।

ଜିରୋ ଗ୍ରାଭିଟି ଇଣ୍ଡିକେଟରରେ 'ହଂସ'

ଶୂନ୍ୟ ଗୁରୁତ୍ବାକର୍ଷଣ ସୂଚକରେ ହଂସର ବ୍ୟବହାର ହୋଇଛି, ଯାହାକି ଆକ୍ସିଓମ-4 ମିଶନରେ ଥିବା ସମସ୍ତ ସଦସ୍ୟଙ୍କ ଲାଗି ଭିନ୍ନ ଭିନ୍ନ ଗୁରୁତ୍ବ ବହନ କରେ । ଯଦି ଆମେ ଭାରତ କଥା କହିବା, ଏନେଇ ଶୁକ୍ଲା କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ହଂସ ହେଉଛି ଏକ ପକ୍ଷୀ ଯାହାକି ଜ୍ଞାନ, ଶିକ୍ଷା ଏବଂ ପବିତ୍ରତାର ପ୍ରତୀକ ଓ ଦେବୀ ସରସ୍ବତୀଙ୍କ ବାହନ। ଏହା ଏକ ପ୍ରତୀକ ଯାହା ବିଭ୍ରାନ୍ତିର ଯୁଗରେ ବିଚକ୍ଷଣତାର ଏକ ଶକ୍ତିଶାଳୀ ସ୍ମରଣକାରୀ । ଏହି ପ୍ରତୀକ ବହନ କରିବା ହେଉଛି ମିଶନରେ ଜ୍ଞାନର ଅନୁସନ୍ଧାନ, ଉଦ୍ଦେଶ୍ୟର ସ୍ପଷ୍ଟତା ଏବଂ ଚାପ ଅଧୀନରେ ଅନୁଗ୍ରହ ବହନ କରିବା ।"

ମିଶନରେ କଣ ହେବ ?

ISS ସହିତ ଥରେ ଡକିଂ ହେବା ପରେ, ମହାକାଶଚାରୀମାନେ ପରିକ୍ରମା ପ୍ରୟୋଗଶାଳା (Orbiting Laboratory)ରେ 14 ଦିନ ପର୍ଯ୍ୟନ୍ତ ବିତାଇବେ । ଏହି ସମୟରେ ବୈଜ୍ଞାନିକ ଅନୁସନନ୍ଧାନ ସହିତ ମହାକାଶ ଯାତ୍ରାର ପ୍ରସାର ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ପରିଚାଳନା କରିବାର ଯୋଜନା କରିଛନ୍ତି । Axiom-4 ମହାକାଶଚାରୀମାନେ ISSରେ ସେମାନଙ୍କର 14 ଦିନିଆ ରହଣି ସମୟରେ 31 ଦେଶର ପ୍ରତିନିଧିତ୍ବ କରି ପ୍ରାୟ 60 ବୈଜ୍ଞାନିକ ଅଧ୍ୟୟନ ଏବଂ କାର୍ଯ୍ୟକଳାପ କରିବେ।

ଅନ୍ୟପଟେ ଶୁଭାଂଶୁ ଶୁକ୍ଲା ନାସା ସହାୟତାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ବାୟୋଟେକ୍ନୋଲୋଜି ବିଭାଗ (DBT) ମଧ୍ୟରେ ସହଯୋଗରେ ବିକଶିତ ସ୍ବତନ୍ତ୍ର ଖାଦ୍ୟ ଏବଂ ପୁଷ୍ଟିସାର-ସମ୍ବନ୍ଧୀୟ ପରୀକ୍ଷଣ କରିବାକୁ ପ୍ରସ୍ତୁତ । ଏଠାରେ କହି ରଖିବାକୁ ଚାହୁଁଛୁ କି, ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଭାରତୀୟ ବାୟୁସେନା ପାଇଲଟ । ସେ ଭାରତର ପ୍ରଥମ ମାନବ ମିଶନ 'ଗଗନାୟନ'ର ମଧ୍ୟ ଜଣେ ସଦସ୍ୟ ।

ଏହା ବି ପଢନ୍ତୁ: କିଏ ଶୁଭାଂଶୁ ଶୁକ୍ଳା ? ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ କରିବେ ISS ଯାତ୍ରା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.