ହାଇଦ୍ରାବାଦ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯିବାକୁ ଥିବା ଆକ୍ସିଓମ-4 ମିଶନକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଏଥର ପଞ୍ଚମ ଥର ପାଇଁ ସ୍ଥଗିତ ରହିଛି ମିଶନ । ତେବେ ସ୍ପେଶଏକ୍ସର ଫାଲକନ-9 ରକେଟରେ ହୋଇଥିବା ଲିକ୍ ମରାମତି ପାଇଁ ଇଞ୍ଜିନିୟରମାନେ ଅଧିକ ସମୟ ଲୋଡ଼ିଥିବାରୁ ଏହି ମିଶନକୁ ସ୍ଥଗିତ ରଖାୟାଇଛି । ଆଜି (ଜୁନ 11) ଏହି ମିଶନ ଲଞ୍ଚ ହେବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା ।
ଏ ନେଇ ସ୍ପେଶଏକ୍ସ X ଉପରେ ଏକ ପୋଷ୍ଟରେ କହିଛି, "ଫାୟାର ବୁଷ୍ଟର ଯାଞ୍ଚ ସମୟରେ ଚିହ୍ନଟ ହୋଇଥିବା LOx ଲିକ୍ ମରାମତି କରିବା ପାଇଁ ସ୍ପେଶଏକ୍ସ ଟିମଗୁଡ଼ିକୁ ଅତିରିକ୍ତ ସମୟ ନେଇଥିବାରୁ ଜୁନ 11, 2025ରେ Falcon 9 Ax-4 ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । ଏହି ମରାମତି ସମ୍ପୂର୍ଣ୍ଣ ହେବା ପରେ ଆମେ ଏକ ନୂତନ ଲଞ୍ଚ ତାରିଖ ସେୟାର କରିବୁ।"
Standing down from tomorrow’s Falcon 9 launch of Ax-4 to the @Space_Station to allow additional time for SpaceX teams to repair the LOx leak identified during post static fire booster inspections. Once complete – and pending Range availability – we will share a new launch date pic.twitter.com/FwRc8k2Bc0
— SpaceX (@SpaceX) June 11, 2025
ଏପଟେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ସ୍ପେଶ୍ ଷ୍ଟେସନ ଯିବାକୁ ଥିବା ଆକ୍ସିଓମ-4 ମିଶନ ଜୁନ 11 ପାଇଁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛି । ମଧ୍ୟ ଏ ନେଇ Xରେ ଏକ ପୋଷ୍ଟ କରି କହିଛି, "ଭାରତର ମହାକାଶଚାରୀ ଶୁକ୍ଳାଙ୍କୁ ISSକୁ ନେଇ ଯାଉଥିବା ଆକ୍ସିଓମ-4 ମିଶନର ଉତକ୍ଷେପଣ ସ୍ଥଗିତ ରଖାଯାଇଛି । ଫାଲକନ୍-9ର ବୁଷ୍ଟରର 7 ସେକେଣ୍ଡର ହଟ୍ ପରୀକ୍ଷଣ ସମୟରେ ଏକ ତରଳ ଅମ୍ଳଜାନ (LOX) ଲିକ୍ ଚିହ୍ନଟ ହୋଇଥିଲା । ISRO, Axiom ଏବଂ SpaceX ଟିମ ଦ୍ବାରା ଏକ ମିଳିତ ସମୀକ୍ଷା ପରେ, ଉତକ୍ଷେପଣ ପୂର୍ବରୁ ସମସ୍ୟାକୁ ସଂଶୋଧନ ଏବଂ ପୁନଃ ପ୍ରମାଣିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।"
🚀 Mission Update | Axiom-04
— Dr Jitendra Singh (@DrJitendraSingh) June 11, 2025
The launch of #AxiomMission4, carrying 🇮🇳 India’s astronaut Shukla to the ISS, is postponed.
A liquid oxygen (LOX) leak was detected during a 7-second hot test of Falcon 9’s booster. After a joint review by #ISRO, Axiom & SpaceX teams, it was…
ପଞ୍ଚମ ଥର ପାଇଁ ଘୁଞ୍ଚିଲା ମିଶନ
ପ୍ରଥମେ ଏହି ମହାକାଶ ଉଡ଼ାଣ ମୂଳତଃ ମେ 29 ତାରିଖରେ ସ୍ଥିର କରାଯାଇଥିଲା ଏବଂ ଏହାପରେ ତାରିଖକୁ ଘୁଞ୍ଚାଯାଇ ଜୁନ 8 ପାଇଁ ପୁନଃନିର୍ଦ୍ଧାରିତ କରାଯାଇଥିଲା । ପୁଣି ତୃତୀୟ ଥର ଲାଗି ଏହି ତାରିଖକୁ ପରିବର୍ତ୍ତନ କରାଯାଇ ଜୁନ 10କୁ ଧାର୍ଯ୍ୟ ରଖାଯାଇଥିଲା । ଏହାପରେ ଚତୁର୍ଥ ଥର ଲାଗି ଏହି ମିଶନ ଲଞ୍ଚର ତାରିଖକୁ ପରିବର୍ତ୍ତନ କରାଯାଇ ଜୁନ 11, 2025 ରଖାଯାଇଥିଲା । ଏବେ ପୁଣିଥରେ ପଞ୍ଚମ ଥର ଲାଗି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
Representing India, meet #Ax4 Mission Pilot Shubhanshu Shukla. @isro pic.twitter.com/3NkwIP3ER7
— Axiom Space (@Axiom_Space) June 8, 2025
କ୍ରୁଙ୍କ ମଧ୍ୟରେ ଶୁଭାଂଶୁ ଶୁକ୍ଳା
ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ଭାରତୀୟ ବାୟୁସେନା (IAF)ର ଅଧିକାରୀ । ଏହି ମିଶନ ପାଇଁ ତାଙ୍କୁ 'Sukhs' ନାମ ଦିଆଯାଇଛି । ସେ ଆକ୍ସିଓମ୍ ସ୍ପେଶ ଦ୍ବାରା ISRO-NASA ସମର୍ଥିତ ବାଣିଜ୍ୟିକ ମହାକାଶ ଉଡ଼ାଣର ଅଂଶ । ଆକ୍ସିଓମ୍ ମିଶନ-4 ମାଧ୍ୟମରେ ଶୁକ୍ଲାଙ୍କ ଏହି ଉଡ଼ାଣ ତାଙ୍କୁ ମହାକାଶରେ ପହଞ୍ଚାଇବାରେ ପ୍ରଥମ ଗଗନୟାତ୍ରୀ କରାଇବ ।
ଆକ୍ସିଓମ-4 ମିଶନରେ 4 ସଦସ୍ୟ
ଏହି ମିଶନରେ କମାଣ୍ଡର ପେଗି ହ୍ବିଟସନ୍, ପାଇଲଟ୍ ଶୁକ୍ଳା ଏବଂ ହଙ୍ଗେରୀର ବିଶେଷଜ୍ଞ ଟିଗୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସ୍ନିୱସ୍କି ସାମିଲ ଅଛନ୍ତି । ଏହି 14 ଦିନିଆ ମିଶନ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ତିନୋଟି ରାଷ୍ଟ୍ରର ନାଗରିକ ପ୍ରଥମ ଥର ଲାଗି ISSକୁ ଗସ୍ତ କରିବେ ।