ETV Bharat / technology

ମୁମ୍ବାଇରେ ଦ୍ବିତୀୟ ଷ୍ଟୋର୍‌ ଖୋଲିବ ଆପଲ୍‌, ମାସକୁ ଭଡ଼ା ଦେବ 17.35 ଲକ୍ଷ ଟଙ୍କା - APPLE SECOND STORE IN MUMBAI

ଆପଲ୍‌ ଭାରତରେ ଏହାର ଷ୍ଟୋର୍‌କୁ ବିସ୍ତାର କରି ମୁମ୍ବାଇରେ ଆଉ ଏକ ଷ୍ଟୋର୍‌ ଖୋଲିବାକୁ ଯାଉଛି । କେବଳ ଭଡ଼ା ପାଇଁ ଭରିବ 17.35 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

Apple Store
ଥାଇଲ୍ୟାଣ୍ଡରେ ଥିବା ଆପଲ୍‌ର ଏକ ଷ୍ଟୋର୍‌ (Image Credits: Apple)
author img

By ETV Bharat Tech Team

Published : June 6, 2025 at 4:36 PM IST

2 Min Read

ହାଇଦ୍ରାବାଦ: ଆପଲ୍ ଭାରତରେ ଏହାର ଖୁଚୁରା ବ୍ୟବସାୟକୁ ବିସ୍ତାର କରି ମୁମ୍ବାଇରେ ଦ୍ବିତୀୟ ଖୁଚୁରା ଷ୍ଟୋର ଖୋଲିବାକୁ ଯାଉଛି । ରିଅଲ୍ ଇଷ୍ଟେଟ୍ ଡାଟା ଫାର୍ମ CRE Matrix ଏବଂ Propstack ଦ୍ବାରା ମଳିଥିବା ଡକ୍ୟୁମେଣ୍ଟ ଅନୁଯାୟୀ, ଟେକ୍ ଜାଏଣ୍ଟ ମୁମ୍ବାଇ ଉପକଣ୍ଠ ବୋରିଭଲିର ପୂର୍ବାଞ୍ଚଳରେ 10 ବର୍ଷ 10 ମାସର ଦୀର୍ଘକାଳୀନ ଲିଜ୍ ପାଇଁ 12,616 ବର୍ଗଫୁଟରୁ ଅଧିକ ସ୍ଥାନକୁ ଭଡ଼ାରେ ନେଇଛି ।

ମୁମ୍ବାଇ ସ୍ଥିତ ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ବିକାଶ କମ୍ପାନୀ Oberoi Realtyର ସ୍କାଏ ସିଟି ମଲ୍‌ର ଭୂତଳ ମହଲାରେ ଅବସ୍ଥିତ ଏହି ଆଗାମୀ ଷ୍ଟୋରଟି ଭାରତରେ ଚତୁର୍ଥ ଆପଲ୍ ଷ୍ଟୋର ହେବାକୁ ଯାଉଛି । କମ୍ପାନୀର ଦେଶରେ ପୂର୍ବରୁ ଦୁଇଟି କାର୍ଯ୍ୟକ୍ଷମ ଷ୍ଟୋର ଅଛି - ଗୋଟିଏ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC)ରେ ଏବଂ ଦ୍ବିତୀୟଟି ଅଛି ଦିଲ୍ଲୀର ସାକେତରେ । ତୃତୀୟ ଷ୍ଟୋର୍‌ଟି ବେଙ୍ଗାଲୁରୁରେ ଖୋଲିବ, କାରଣ କମ୍ପାନୀ ନିକଟରେ କନ୍ନଡ ସହରରେ ଖୁଚୁରା ସ୍ଥାନ ଭଡା ନେଇଥିବା ସୂଚନା ସାମ୍ନାକୁ ଆସିଥିଲା ।

ମାସକୁ ଦେବ 17.35 ଲକ୍ଷ ଟଙ୍କା ଭଡ଼ା

ରିପୋର୍ଟ ଅନୁସାରେ, ଆପଲ୍ ଖୁଚୁରା ସ୍ଥାନ ପାଇଁ ବାର୍ଷିକ ପ୍ରାୟ 2.08 କୋଟି ଟଙ୍କା କିମ୍ବା ପ୍ରତି ବର୍ଗଫୁଟ 17.35 ଲକ୍ଷ ଟଙ୍କା ମାସିକ ଭଡା ଦେବାକୁ ରାଜି ହୋଇଛି, ଯାହା ପ୍ରତି ବର୍ଗଫୁଟ ପିଛା 138 ଟଙ୍କା । ପ୍ରତି ତିନି ବର୍ଷରେ ଭଡା 15 ପ୍ରତିଶତ ବୃଦ୍ଧି ପାଇବ ବୋଲି ସ୍ଥିର କରାଯାଇଛି । ଉଲ୍ଲେଖନୀୟ ଯେ, 130 ମାସର ଲିଜ୍ ଚୁକ୍ତିନାମାରେ 10 ମାସର ଭଡ଼ାମୁକ୍ତ ଅବଧି ସାମିଲ ଏବଂ ଏହି ପ୍ରାରମ୍ଭିକ ଅବଧି ପରେ ହିଁ ଦେୟ ଆରମ୍ଭ ହେବ । ଆଇଫୋନ ନିର୍ମାତା କମ୍ପାନୀ ପ୍ରଥମ 42 ମାସ ପାଇଁ ଷ୍ଟୋରରୁ ତାହାର ରାଜସ୍ବର 2% ଏବଂ 43ତମ ମାସରୁ 2.5% ପ୍ରଦାନ କରିବେ । ଏହି ଲିଜ୍‌ ସମୟସୀମା ଶେଷ ହେବା ପରେ ଆପଲ୍‌ ଚାହିଁଲେ ସମୟସୀମାକୁ ବୃଦ୍ଧି କରିପାରିବ ।

ଭାରତରେ ଖୋଲିବ 4 ନୂଆ ଆପଲ୍‌ ଷ୍ଟୋର

ଏହି ବର୍ଷ ଆରମ୍ଭରେ ଆପଲ୍ ସିଇଓ ଟିମ୍ କୁକ୍ ଘୋଷଣା କରିଥିଲେ ଯେ କମ୍ପାନୀ ଭାରତରେ 4ଟି ନୂଆ ଖୁଚୁରା ଷ୍ଟୋର ଖୋଲିବ । ଏହା ପରେ ଆପଲ୍ ଷ୍ଟୋର ଲିଡର ଜନ୍ ଟାଫେଙ୍କ ଦ୍ବାରା ଏକ ପୋଷ୍ଟ ପ୍ରକାଶିତ ହୋଇଥିଲା ଯେଉଁଥିରେ ଏହି ନୂଆ ଷ୍ଟୋରଗୁଡ଼ିକର ସ୍ଥାନ ନିଶ୍ଚିତ କରାଯାଇଥିଲା, ଯାହା ପୁଣେ, ଦିଲ୍ଲୀ ଏନସିଆର୍, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ସ୍ଥାପିତ ହେବ ।

ଏହାର ଅର୍ଥ ହେଉଛି ମୁମ୍ବାଇ ଏବଂ ଦିଲ୍ଲୀ ଏନସିଆର୍ ଉଭୟରେ 2ଟି ଲେଖାଏଁ ଆପଲ୍ ଷ୍ଟୋର ରହିବ କାରଣ ଉଭୟ ସ୍ଥାନରେ ବର୍ତ୍ତମାନ ଭାରତରେ ଆପଲ୍‌ର ଏକମାତ୍ର ଖୁଚୁରା ସ୍ଥାନ ରହିଛି । ସୂଚନା ଥାଉ କି, ଆପଲ୍ ଭାରତରେ ଏହି ଆଗାମୀ ଷ୍ଟୋର୍‌ଗୁଡ଼ିକ ପାଇଁ ନିଯୁକ୍ତି ମଧ୍ୟ ଆରମ୍ଭ କରିଥିଲା । ଆପଲ୍ ତାର ପୋଷ୍ଟର ଶେଷରେ ଏକ ଲିଙ୍କଡଇନ୍‌ ଲିଙ୍କ୍ ଯୋଡିଥିଲା, ଯାହାଦ୍ବାରା ଆଗ୍ରହୀ ପ୍ରାର୍ଥୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଏହା ବି ପଢନ୍ତୁ: ରାଜସ୍ବ ସଂଗ୍ରହରେ ଭାରତରେ Appleର ବଡ଼ ରେକର୍ଡ; ଆଉ 4ଟି ଷ୍ଟୋର ଖୋଲିବାକୁ ଘୋଷଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.