ହାଇଦ୍ରାବାଦ: ଖରାପ ପାଗ ଯୋଗୁଁ ଆମାଜନ ପ୍ରୋଜେକ୍ଟ କୁଇପର (Amazon Project Kuiper) ଲଞ୍ଚକୁ ସ୍ଥଗିତ ରଖିଛି । ଫ୍ଲୋରିଡାର କେପ୍ କେନାଭେରାଲ ସ୍ପେଶ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଇନ୍ସ (ULA) ଆଟଲାସ୍ V ରକେଟରେ ଷ୍ଟାରଲିଙ୍କ ଉପଗ୍ରହ ସେବାର ପ୍ରତିଦ୍ବନ୍ଦ୍ବୀ ଭାବରେ କମ୍ପାନୀ ପ୍ରଥମ ପୂର୍ଣ୍ଣ ବ୍ୟାଚ୍ ଉପଗ୍ରହ ଉତକ୍ଷେପଣ କରିବାର ଥିଲା । ଏଥିରେ ଆମାଜନ 3236 ସାଟେଲାଇଟ୍ ଲଞ୍ଚ କରାଯାଇ ସାରା ବିଶ୍ବକୁ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ।
ଲଞ୍ଚ ପାଣିପାଗ ଅଫିସର ବ୍ରିଆନ ବେଲସନ୍ଙ୍କ ଅନୁସାରେ ULA ଏହାର ଲାଇଭ ଅପଡେଟରେ କହିଛି, "ପାଣିପାଗକୁ ନଜରରେ ରଖି ଆଜି ସନ୍ଧ୍ୟାରେ (ଭାରତୀୟ ସମୟ ଏପ୍ରିଲ 10 ଭୋର ସମୟ) କେପ କେନାଭେରାଲରେ ଲଞ୍ଚ ହେବାକୁ ଥିବା ପ୍ରୋଜେକ୍ଟ କୁଇପରକୁ ସ୍ଥଗିତ ରଖାଯାଇଛି । ମେଘୁଆ ପାଗ ଏବଂ କ୍ରମାଗତ ପବନ ଯୋଗୁଁ ଲିଫ୍ଟଅଫ୍ ସମ୍ଭବ ହୋଇପାରିନାହିଁ ।"
ପ୍ରୋଜେକ୍ଟ କୁଇପର ଉତକ୍ଷେପଣ
ଆମାଜନ ଫ୍ଲୋରିଡାର କେପ କେନାଭେରାଲ ସ୍ପେଶ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଇନ୍ସ (ULA) ଆଟଲାସ୍ ଭି ରକେଟରେ 450 କିଲୋମିଟର ଉଚ୍ଚରେ ପୃଥିବୀର ନିମ୍ନ କକ୍ଷପଥରେ 27 ଉପଗ୍ରହ ଉତକ୍ଷେପଣ କରିବାର ଯୋଜନା କରିଛି । ପ୍ରୋଜେକ୍ଟ କୁଇପର ପାଇଁ ଉପଗ୍ରହର ପ୍ରଥମ ପୂର୍ଣ୍ଣ ବ୍ୟାଚ୍ ଲଞ୍ଚର ସମୟ ଏପ୍ରିଲ୍ 10, 2025 ପାଇଁ ଭୋର 4.30ରୁ ସକାଳ 6.30 ମଧ୍ୟରେ ସ୍ଥିର ହୋଇଥିଲା । ତେବେ ଖରାପ ପାଗ ଯୋଗୁଁ କମ୍ପାନୀ ରକେଟ୍ ଉତକ୍ଷେପଣକୁ ସ୍ଥଗିତ ରଖିଛି ।
The launch of a United Launch Alliance Atlas V rocket carrying the Kuiper 1 mission for the Amazon’s Project Kuiper was scrubbed today due to inclement weather. A new launch date will be announced when approved on the range.https://t.co/Q1UeJK8FKl
— ULA (@ulalaunch) April 10, 2025
ଆମାଜନର ପ୍ରୋଜେକ୍ଟ କୁଇପର ପୂର୍ବରୁ 2023 ଶେଷରେ ଏକ ଆଟଲାସ୍ ଭି ରକେଟରେ ଦୁଇଟି ପ୍ରୋଟୋଟାଇପ୍ ଉପଗ୍ରହ, କୁଇପରସାଟ-1 ଏବଂ କୁଇପରସାଟ-2 କୁ ଲଞ୍ଚ କରିଥିଲା । ଏହା ଆରିୟାନସ୍ପେସ୍, ବ୍ଲୁ ଅରିଜିନ୍, ସ୍ପେଶଏକ୍ସ ଏବଂ ULA ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ 80ରୁ ଅଧିକ ଲଞ୍ଚର ବ୍ୟବସ୍ଥା କରିଛି ଏବଂ ପ୍ରତ୍ୟେକ ଉତକ୍ଷେପଣ ସହିତ 10 ହଜାର ଉପଗ୍ରହ ଲଞ୍ଚ କରିବାକୁ ଯୋଜନା କରିଛି ।
ଏହି KA-01 ମିଶନ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଦ୍ବନ୍ଦ୍ବତା କରିବା ଏବଂ ହାଇସ୍ପିଡ୍ ଲୋ-ଲାଟେନ୍ସି ସାଟଲାଇଟ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ 2026 ମଧ୍ୟଭାଗରେ ପୃଥିବୀର ନିମ୍ନ କକ୍ଷପଥ (LEO)ରେ 3236 ଉପଗ୍ରହର ଏକ ନେଟୱାର୍କ ପ୍ରତିଷ୍ଠା କରିବାକୁ ପ୍ରୋଜେକ୍ଟ କୁଇପର ଲକ୍ଷ୍ୟ ରଖିଛି, ଯାହା ଚଳିତ ବର୍ଷ ଶେଷରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
SCRUB. ULA Launch Director Eric Richards has announced that we will not continue with countdown operations today.
— ULA (@ulalaunch) April 10, 2025
Weather is observed and forecast NO GO for liftoff within the remaining launch window this evening, according to Launch Weather Officer Brian Belson. pic.twitter.com/8wUWqQlB2q
ସାଟେଲାଇଟ୍ ଇଣ୍ଟରନେଟ୍ର କଣ ଆବଶ୍ୟକ ?
ବିଶ୍ବରେ ଏବେ ବି ଏପରି ଲୋକ ବା ଅଞ୍ଚଳ ଅଛି ଯେଉଁଠି ଇଣ୍ଟରନେଟ୍ ସେବା ପହଞ୍ଚିପାରିନାହିଁ । ଫଳରେ ସେମାନେ ଡିଜିଟାଲ ୟୁଗ ସହିତ ଯୋଡ଼ି ହୋଇପାରିନାହାନ୍ତି । ଏହି ସାଟେଲାଇଟ୍ ଇଣ୍ଟରନେଟ୍ ସେବା ବିନା ମୋବାଇଲ ଟାୱାରରେ ନିରବଚ୍ଛିନ୍ନ ଇଣ୍ଟରନେଟ୍ ପ୍ରଦାନ କରିବ । ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ହୋଇଥିବା ଏହି ସାଟେଲାଇଟ୍ଗୁଡ଼ିକ ପୃଥିବୀପୃଷ୍ଠରୁ ସିଗ୍ନାଲ ଗ୍ରହଣ ଓ ପ୍ରେରଣ କରିବ । ଫଳରେ ଲୋକେ ବିନା ଦ୍ବିଧାରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଯୋଗାଉଥିବା ଦୁନିଆରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଏବେ ଆଗରେ ଅଛି । ଆମାଜନର କୁଇପର ଲଞ୍ଚ ହେବା ପରେ ଏହା ଷ୍ଟାରଲିଙ୍କକୁ ଟକ୍କର ଦେବ ।