ହାଇଦ୍ରାବାଦ: କ୍ଲାସିକ୍ ଲିଜେଣ୍ଡସ୍ (CL) ମାଲିକାନାରେ ଥିବା Jawa ଓ Yezdi ଭାରତୀୟ ବଜାରରେ ଏହାର Yezdi Adventure ବାଇକ୍କୁ 2025 ବର୍ଷ ପାଇଁ ଅପଡେଟ୍ କରିଛି । ମାତ୍ର 1 ବର୍ଷରୁ କମ ସମୟ ମଧ୍ୟରେ ଏହି ବାଇକ୍ଟି ଅପଡେଟ୍ ହୋଇଥିବାବେଳେ ଏହାର ସବୁଠୁ ବଡ଼ ଅପଡେଟ୍ ହେଉଛି ଡିଜାଇନ । ଏଥର ବାଇକ୍ର ଲୁକ୍ ପୂର୍ବାପେକ୍ଷା ଭିନ୍ନ ଓ ଦମଦାର ଲୁକ୍ ସହ ଆସିଛି । ଏହାସହିତ କମ୍ପାନୀ କିଛି ନୂଆ ଫିଚର ମଧ୍ୟ ଏଥିରେ ପ୍ରଦାନ କରିଛି । ଏହାର ବୁକିଂ ଭାରତରେ ଆରମ୍ଭ ହୋଇସାରିଛି ।
କମ୍ପାନୀ ଗତ ବର୍ଷର ମଡେଲ ତୁଳନାରେ ଏହାର ମୂଲ୍ୟ ପ୍ରାୟ 5000 ଟଙ୍କା ବୃଦ୍ଧି କରିଛି । 2025 ସଂସ୍କରଣରେ ରିଫ୍ରେସ୍ ଷ୍ଟାଇଲିଂ, ଅଧିକ ଫିଚର ଏବଂ ସମ୍ପୂର୍ଣ୍ଣ ନୂତନ ରଙ୍ଗ ବିକଳ୍ପ ରହିଛି । ଅପଡେଟ୍ ହୋଇଥିବା ମୋଟରସାଇକେଲର ବୁକିଂ ଏବେ ଦେଶବ୍ୟାପୀ ଅଧିକୃତ ଡିଲରସିପ୍ଗୁଡ଼ିକରେ ଆରମ୍ଭ ହୋଇଛି ।
2025 Yezdi Adventure: ଡିଜାଇନ
କମ୍ପାନୀ ଏହାର ଫ୍ରଣ୍ଟ ପ୍ରୋଫାଇଲରେ ନୂତନ ମଡେଲରେ ସର୍ବାଧିକ ପରିବର୍ତ୍ତନ କରିଛି । ଏହାର ଗୋଲ ହେଡଲ୍ୟାମ୍ପ ସେଟଅପ୍ ହଟାଇ ଏକ ନୂତନ ଅସିମେଟ୍ରିକ୍ LED ହେଡଲାଇଟ୍ ସେଟଅପ୍ ଦେଇଛି । ଏହି ଆଲୋକ ସାଧାରଣତଃ ବଡ ଆଡଭେଞ୍ଚର ବାଇକରେ ଦେଖାଯାଏ । ଏହାବାଦ କମ୍ପାନୀ ବାଇକକୁ ଏକ ଲମ୍ବା, ରାଲି-ଷ୍ଟାଇଲର ଫ୍ରଣ୍ଟ ବିକ୍, ପୁନଃଡିଜାଇନ୍ ଟେଲ୍ ଲ୍ୟାମ୍ପ, ଏକ ଷ୍ଟାଣ୍ଡାର୍ଡ ବେ ବ୍ୟାଶ୍ ପ୍ଲେଟ୍ ଏବଂ ଏକ ନୂତନ ଆଡଜଷ୍ଟେବଲ୍ ୱିଣ୍ଡସ୍କ୍ରିନ୍ ଦିଆଯାଇଛି । ସିଟ୍ କୁଶନିଂକୁ ମଧ୍ୟ ଉନ୍ନତ କରାଯାଇଛି, ଯାହା ଆରୋହୀଙ୍କୁ ଆରାମ ପ୍ରଦାନ କରିଥାଏ ।
2025 Yezdi Adventure: ଫିଚର୍ସ
ଏହାର ଫିଚର ସମ୍ପର୍କରେ କହିବାକୁ ଗଲେ, 2025 ୟେଜଦି ଆଡଭେଞ୍ଚରରେ ଏବେ 3ଟି ABS ମୋଡ୍- Road, Rain ଏବଂ Off-Road ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସହିତ ଆସିଛି, ଯାହାକି ପୂର୍ବ ମଡେଲରେ ମଧ୍ୟ ଥିଲା । ଏହା ବ୍ୟତୀତ, ବାଇକ୍ର ବାକି ଅଂଶକୁ ପୂର୍ବ ପରି ରଖାଯାଇଛି । ଏଥିରେ ଏକ ଆୟତାକାର ଯନ୍ତ୍ର କନସୋଲ୍ ଅଛି, ଯେଉଁଥିରେ ଗୁରୁତ୍ବପୂର୍ଣ୍ଣ ରିଡ୍ଆଉଟ୍ ପାଇଁ ଦୁଇଟି ଗୋଲ LCD ସ୍କ୍ରିନ୍ ଦିଆଯାଇଛି । ଏହାର କ୍ଲଷ୍ଟରରେ ବ୍ଲୁଟୁଥ୍ କନେକ୍ଟିଭିଟି ଅଛି, ଯାହା ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍ ସହିତ ଆସିଥାଏ । ଏହା ବ୍ୟତୀତ ଏଥିରେ ଏକ USB ଚାର୍ଜିଂ ପୋର୍ଟ ମଧ୍ୟ ଅଛି ।

2025 Yezdi Adventure: ହାର୍ଡୱେର
ବାଇକ୍ର ଆଗ ଭାଗରେ ଟେଲିସ୍କୋପିକ୍ ଫର୍କ ଏବଂ ପଛ ଭାଗରେ ପଛ ମନୋଶକ୍ ରହିଛି । ଏଥିରେ ବ୍ରେକିଂ ପାଇଁ 320 ମିମି ଫ୍ରଣ୍ଟ ଡିସ୍କ ଏବଂ 240 ମିମି ରିଅର ଡିସ୍କ ବ୍ରେକ୍ ବ୍ୟବହାର କରାଯାଇଛି । ଏହା ବ୍ୟତୀତ, ବାଇକ୍ରେ 21-ଇଞ୍ଚ ଫ୍ରଣ୍ଟ ଏବଂ 17-ଇଞ୍ଚ ରିଅର ଚକ, 220 ମିମି ଗ୍ରାଉଣ୍ଡ କ୍ଲିୟରାନ୍ସ, 815 ମିମି ସିଟ୍ ଉଚ୍ଚତା ଏବଂ 15.5-ଲିଟର ଇନ୍ଧନ ଟ୍ୟାଙ୍କ୍ ଅଛି ।
2025 Yezdi Adventure: ଇଞ୍ଜିନ
ଗତବର୍ଷ ଲଞ୍ଚ ହୋଇଥିବା ମଡେଲରେ ଯେଉଁ ଇଞ୍ଜିନର ବ୍ୟବହାର କରାଯାଇଥିଲା, 2025 ମଡେଲରେ ମଧ୍ୟ ସମାନ ଇଞ୍ଜିନର ବ୍ୟବହାର କରାଯାଇଛି । ଏଥିରେ 334 ସିସି ସିଙ୍ଗଲ୍-ସିଲିଣ୍ଡର, ଲିକ୍ବିଡ୍-କୁଲ୍ଡ ଆଲଫା 2 ଇଞ୍ଜିନ ଅଛି । ଏହି ଇଞ୍ଜିନ 29 ବିଏଚପି ପାୱାର ଏବଂ 29.8 ଏନଏମ ପିକ୍ ଟର୍କ ଉତ୍ପାଦନ କରେ । ଏହା 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡା ହୋଇଛି ।
2025 Yezdi Adventure: ଦାମ ଓ ପ୍ରତିଦ୍ବନ୍ଦ୍ବୀ
ଏହି ବାଇକ୍କୁ କମ୍ପାନୀ ଭାରତରେ 2.15 ଲକ୍ଷ ଟଙ୍କା (ଏକ୍ସଶୋରୁମ)ରେ ଲଞ୍ଚ କରିଛ, ଯାହାକି ଗତବର୍ଷ ଲଞ୍ଚ ହୋଇଥିବା ମଡେଲ ତୁଳନାରେ ପ୍ରାୟ 5000 ଟଙ୍କା ମହଙ୍ଗା । ଏହା ବଜାରରେ Royal Enfield Himalayan 450 (₹2.85–₹2.98 ଲକ୍ଷ), KTM 390 Adventure X (₹2.91 ଲକ୍ଷ) ଓ Hero Xpulse 210 (₹1.86 lakh) ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।