ETV Bharat / technology

ଅପଡେଟେଡ୍‌ Skoda Kodiaq କାର ଲଞ୍ଚ୍‌; କଣ ମିଳିଲା ନୂଆ ଫିଚର୍ସ ଜାଣନ୍ତୁ - 2025 SKODA KODIAQ LAUNCHED

ସ୍କୋଡା ଭାରତୀୟ ବଜାରରେ ବର୍ଷ 2025 ପାଇଁ ଅପଡେଟେଡ୍‌ Skoda Kodiaq କାରକୁ ଲଞ୍ଚ କରିଛି । ଏହାର ଦାମ କେତେ ଓ କଣ ନୂଆ ଫିଚର ମିଳିଛି ଜାଣନ୍ତୁ....

2025 Skoda Kodiaq Launched In India
2025 Skoda Kodiaq Launched In India (Image Credit: Skoda)
author img

By ETV Bharat Tech Team

Published : April 18, 2025 at 1:24 PM IST

2 Min Read

ହାଇଦ୍ରାବାଦ: ସ୍କୋଡା ଭାରତରେ ଦ୍ବିତୀୟ ପିଢିର Skoda Kodiaq ଏସୟୁଭି ଲଞ୍ଚ କରିଛି । ଏହି ଫ୍ଲାଗସିପ୍ ଏସୟୁଭି ପ୍ରଥମେ ଦିଲ୍ଲୀର ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ 2025ରେ ପ୍ରଦର୍ଶିତ ହୋଇଥିଲା । ଏହା ଦୁଇଟି ଭାରିଏଣ୍ଟ Sportline ଓ Laurin & Klementରେ ଉପଲବ୍ଧ ହୋଇଥିବାବେଳେ ଏକ ନୂଆ ଡିଜାଇନ୍, ପ୍ରିମିୟମ୍ ଫିଚର ଏବଂ କାର୍ଯ୍ୟଦକ୍ଷତା ସହ ଆସିଛି । ପ୍ରିମିୟମ୍ ଏସୟୁଭି 2017ରେ 7 ସିଟ୍ ବିଶିଷ୍ଟ 4x4 ଯାନ ଭାବରେ ଭାରତୀୟ ଡେବ୍ୟୁ କରିଥିଲା ।

2025 Skoda Kodiaq: ମୂଲ୍ୟ ଓ ଉପଲବ୍ଧତା

ନୂତନ କୋଡିଆକ୍‌ର ସ୍ପୋର୍ଟଲାଇନ୍ ଭାରିଏଣ୍ଟର ମୂଲ୍ୟ 46.89 ଲକ୍ଷ (ଏକ୍ସ-ଶୋରୁମ୍) ଥିବାବେଳେ ଲରିନ୍ ଆଣ୍ଡ କ୍ଲେମେଣ୍ଟ ଭାରିଏଣ୍ଟର ମୂଲ୍ୟ 48.69 ଲକ୍ଷ (ଏକ୍ସ-ଶୋରୁମ୍) ରହିଛି । ଏହା 7ଟି ଭିନ୍ନ ରଙ୍ଗରେ ଉପଲବ୍ଧ ହୋଇଛି ସେଗୁଡ଼ିକ ହେଉଛି: Bronx Gold, Steel Grey, Magic Black, Graphite Grey, Velvet Red, Race Blue ଓ Moon White । 2025 ସ୍କୋଡା କୋଡିଆକ୍ ପାଇଁ ବୁକିଂ ଆରମ୍ଭ ହୋଇଥିବାବେଳେ ଆଗ୍ରହୀ ଗ୍ରାହକ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ 50,000 ଟଙ୍କା ଟୋକେନ୍ ଦେଇ ଅନଲାଇନରେ ବୁକିଂ କରିପାରିବେ । ନୂତନ କୋଡିଆକ୍‌ର ବିତରଣ ଆସନ୍ତା ମେ 2 ତାରିଖରୁ ଆରମ୍ଭ ହେବ ।

2025 Skoda Kodiaq: କାହାକୁ ଦେବ ଟକ୍କର ?

ଭାରତୀୟ ବଜାରରେ ଏହି ଅପଡେଟେଡ୍‌ କାରଟି ଟୟୋଟା ଫର୍ଚୁନ୍, ଜିପ୍ ମେରିଡିଆନ୍, ଏମଜି ଗ୍ଲୋଷ୍ଟର, ହୁଣ୍ଡାଇ ଟୁକସନ, ଅଡି Q3 ଏବଂ ଭୋଲ୍ସୱେଗେନ ଟିଗୁଆନ R-ଲାଇନ ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।

2025 Skoda Kodiaq: କଣ ନୂଆ ?

ପୂର୍ବ ମଡେଲ ଅପେକ୍ଷା ଅପଡେଟେଡ୍‌ ମଡେଲରେ ଏକ ସାର୍ପ ଡିଜାଇନ ସହ ଆସିଛି । ଏହି SUVର ଲମ୍ବ 4758ମିମି ରହିଛି ଯାହାକି ପୂର୍ବ ମଡେଲ ଅପେକ୍ଷା 61ମିମି ବଡ଼ । ଏହାର ମୋଟେଇ 1864ମିମି ସହ 18ମିମି ବଡ଼ ହୋଇଥିବାବେଳେ ଉଚ୍ଚତା 1659ମିମି ରହିଛି । ଉଚ୍ଚତାରେ 20ମିମି ବୃଦ୍ଧି କରାଯାଇଛି । ଅପଡେଟେଡ୍‌ ମଡେଲର ହ୍ବିଲବେସ୍‌କୁ ଅପରିବର୍ତ୍ତିତ ରଖାଯାଇଛି, ଯାହାକି 2791ମିମି ରହିଛି ।

ନୂତନ SUVର ଉଭୟ ଭିତର ଓ ବାହାର ପାର୍ଶ୍ବରେ ଅନେକ ପରିବର୍ତ୍ତନ କରାଯାଇଛି । 2025 ସ୍କୋଡା କୋଡିଆକ୍‌ର ଏକ୍ସଟିରିଅର ବର୍ତ୍ତମାନ ନୂତନ ବମ୍ପର ଏବଂ ହେଡଲାଇଟ୍ ଡିଜାଇନ୍ ସହିତ ଆସିଛି । ସାଇଡ୍‌ରେ ସ୍ପୋର୍ଟସ୍ 18-ଇଞ୍ଚର ଏରୋ-ଷ୍ଟାଇଲ୍ ଆଲଏ ଚକ ଏବଂ ପଛରେ ଏହାର ଏକ ନୂଆ ଯୋଡି ଟେଲଲାଇଟ୍ ଦିଆଯାଇଛି ।

ଏହାରି ଭିତର ବା ଇଣ୍ଟିରିଅର ଡିଜାଇନ ସମ୍ପର୍କରେ କହିଲେ 2025 ସ୍କୋଡା କୋଡିଆକ୍, ଡ୍ୟାସବୋର୍ଡରେ 13-ଇଞ୍ଚର ଇନଫୋଟେନମେଣ୍ଟ ଡିସପ୍ଲେ, 10.25-ଇଞ୍ଚର ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ ଡିସପ୍ଲେ, HUD (ହେଡସ୍ ଅପ୍ ଡିସପ୍ଲେ), ଇନଫୋଟେନମେଣ୍ଟ ସ୍କ୍ରିନ ତଳେ 3ଟି ଘୂର୍ଣ୍ଣନ ନବ୍‌ ସହିତ ସ୍ମାର୍ଟ ଡାଏଲ୍ ସେଟଅପ୍ ରହିଛି ।

2025 Skoda Kodiaq: ସ୍ପେଶିଫିକେସନ

ଅପଡେଟେଡ୍‌ କୋଡିଆକ୍‌ରେ 2.0 ଲିଟର 4ଟି ସିଲିଣ୍ଡର, TSI ପେଟ୍ରୋଲ୍ ଇଞ୍ଜିନ୍ ରହିଛି ଯାହା 201 bhpର ଶକ୍ତି ଉତ୍ପାଦନ ଏବଂ ସର୍ବାଧିକ 320 ନ୍ୟୁଟନ ମିଟର ଟର୍କ ଉତ୍ପାଦନ କରେ । ଏହା ପୂର୍ବ ପିଢି ଅପେକ୍ଷା 14 bhp ଅଧିକ ଶକ୍ତି ଉତ୍ପାଦନ କରେ । ଇଞ୍ଜିନ୍ 7-ସ୍ପିଡ୍ DCT ଅଟୋମେଟିକ୍‌ ଟ୍ରାନ୍ସମିସନ୍ ସହିତ ଆସିଥିବାବେଳେ ଏଥିରେ 4x4 ପାୱାର୍ ଟ୍ରେନ୍ ସିଷ୍ଟମ୍ ଅଛି । ଏହାସହ ନୂତନ କୋଡିଆକ୍‌ର ମାଇଲେଜ ଲିଟର ପିଛା 14.86 କିଲୋମିଟର ରହିଛି ।

2025 Skoda Kodiaq: ଫିଚର

  • ଆପଲ୍‌ କାରପ୍ଲେ
  • ଆଣ୍ଡ୍ରଏଡ ଅଟୋ
  • 14-ସ୍ପିକର କ୍ୟାଣ୍ଟନ ଅଡିଓ ସିଷ୍ଟମ
  • ଆମ୍ବିଏଣ୍ଟ ଲାଇଟିଂ
  • ଆଗ ସିଟ୍‌ରେ ହିଟିଂ ଓ କୁଲିଂ ସୁବିଧା
  • ପେନାରୋମିକ୍‌ ସନରୁଫ୍‌
  • ୱେୟାରଲେସ୍‌ ଚାର୍ଜିଂ
  • ଏକାଧିକ USB ଟାଇପ-ସି ପୋର୍ଟ
ଏହା ବି ପଢନ୍ତୁ
  1. ମାତ୍ର 10ମିନିଟରେ ଟେଷ୍ଟ ଡ୍ରାଇଭ ପାଇଁ ଘରେ ପହଞ୍ଚିବ Kylaq SUV; ଜେପ୍ଟୋ ଯୋଗାଉଛି ସେବା
  2. କମ ବଜେଟରେ ଡାର୍କ ଏଡିସନ୍‌ କାର କିଣିବାକୁ ଚାହୁଁଛନ୍ତି କି ? ଦେଖନ୍ତୁ ଟପ୍‌-7 ତାଲିକା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.