ETV Bharat / technology

ମାରୁତି ସୁଜୁକି WagonR କାରରେ ବଡ଼ ଅପଡେଟ୍‌; ପୂର୍ବାପେକ୍ଷା ହେଲା ଅଧିକ ସୁରକ୍ଷିତ - MARUTI SUZUKI WAGONR IS NOW SAFER

ମାରୁତି ସୁଜୁକି ଏହାର ଲୋକପ୍ରିୟ ହ୍ୟାଚବ୍ୟାକ୍‌ Maruti Suzuki WagonRକୁ ଅଧିକ ସୁରକ୍ଷିତ କରି ଏକ ବଡ଼ ଅପଡେଟ୍‌ ସହ ବର୍ଷ 2025 ପାଇଁ ଲଞ୍ଚ କରିଛି । ଅଧିକ ପଢନ୍ତୁ

2025 Maruti Suzuki WagonR comes with 6 airbags.
ମାରୁତି ସୁଜୁକି WagonR କାରରେ ବଡ଼ ଅପଡେଟ୍‌ (Image Credit: Maruti Suzuki)
author img

By ETV Bharat Tech Team

Published : April 11, 2025 at 2:42 PM IST

2 Min Read

ହାଇଦ୍ରାବାଦ: ଦେଶର ପ୍ରମୁଖ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜର ବେଷ୍ଟ ସେଲିଂ ମଡେଲ WagonRର ସୁରକ୍ଷା ଫିଚରରେ ଏକ ବଡ଼ ଅପଗ୍ରେଡ୍‌ କରିଛି । ଚଳିତ ବର୍ଷ 2025ରୁ ଏହାର ସମସ୍ତ ଭାରିଏଣ୍ଟ ଏବେ 6ଟି ଏୟାରବ୍ୟାଗ୍‌ ସହ ଆସିବେ । ଏହାପୂର୍ବରୁ କମ୍ପାନୀ ଏହି କାରକୁ କେବଳ 2ଟି ଏୟାରବ୍ୟାଗ୍‌ ସହିତ ବଜାରରେ ବିକ୍ରି କରୁଥିଲା, ଯେଉଁଥିରେ ଗୋଟିଏ ଡ୍ରାଇଭର ଓ ଅନ୍ୟଟି ଡ୍ରାଇଭର ପାଖ ସିଟ୍‌ ଲାଗି ଥିଲା ।

କମ୍ପାନୀ WagonRରେ ଯେପରି ସୁରକ୍ଷା ଫିଚରକୁ ଅପଡେଟ୍‌ କରିଛି ଆଗାମୀ ଦିନରେ ନିକଟରେ ଲଞ୍ଚ ହୋଇଥିବା Maruti Grand Vitaraରେ ମଧ୍ୟ ଯୋଡ଼ିବ ବୋଲି ପ୍ରତିଶ୍ରୁତି ଦେଇଛି । ଅପଗ୍ରେଡ୍‌ ସହିତ ଏହି କାର ଲାପ୍‌ ଟାଇପ ସିଟବେଲ୍ଟ ବଦଳରେ ଏବେ ଥ୍ରି-ପଏଣ୍ଟ ରିଅର ସେଣ୍ଟର ସିଟବେଲ୍ଟ ସହିତ ଆସିବ । ଏହାସହିତ କାରଟି E20 ଇନ୍ଧନ (20% ଇଥାନଲ ଓ 80% ପେଟ୍ରୋଲ ମିଶ୍ରଣ )କୁ ଜାରି ରଖିଛି ।

2025 Maruti Suzuki WagonR: ଦାମ କେତେ ?

ସୁଲଭତା ଏବଂ ବ୍ୟବହାରିକତା ପାଇଁ ଜଣାଶୁଣା WagonR ସମସ୍ତ ପ୍ରକାରରେ ଦାମରେ 14,000 ଟଙ୍କା ବୃଦ୍ଧି ଘଟିଛି । ଏହି ମୂଲ୍ୟ ସଂଶୋଧନ ଅତିରିକ୍ତ ସୁରକ୍ଷା ଫିଚର ଏବଂ ବୈଷୟିକ ଉନ୍ନତି ସହିତ ହୋଇଛି । ଅପଡେଟ୍ ମୂଲ୍ୟ ତାଲିକା ଅନୁସାରେ ବେସ୍ ମଡେଲ୍ WagonR LXi MT ବର୍ତ୍ତମାନ 5,78,500 ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଟପ୍-ଏଣ୍ଡ୍ ZXi + AMT ଭାରିଏଣ୍ଟର ମୂଲ୍ୟ 7,49,500 ଟଙ୍କା (ଏକ୍ସଶୋରୁମ, ଦିଲ୍ଲୀ) ରହିଛି ।

2025 Maruti Suzuki WagonR
2025 Maruti Suzuki WagonR (Image Credit: Maruti Suzuki)

ଉନ୍ନତ ସୁରକ୍ଷା ଫିଚର ଓ କାର୍ଯ୍ୟଦକ୍ଷତା

ଏହାର ସୁରକ୍ଷା ଫିଚର ସମ୍ପର୍କରେ କହିବାକୁ ଗଲେ କାରଟି କମ୍ପାନୀର ସୁଜୁକିର ଦୃଢ ହାର୍ଟେକ୍ଟ ପ୍ଲାଟଫର୍ମରେ ନିର୍ମିତ ଯାହାକି ଏକ ଦୃଢ ମୂଳଦୁଆ ନିଶ୍ଚିତ କରେ । ଏଥିରେ ଆଣ୍ଟି-ଲକିଂ ବ୍ରେକିଂ ସିଷ୍ଟମ (ABS) ସହିତ EBD, ESP ଓ ସେଣ୍ଟ୍ରାଲ ଲକିଂ, ରିଅର ପାର୍କିଂ ସେନ୍ସର ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ସହିତ ସମସ୍ତ ଭାରିଏଣ୍ଟରେ ଉପଲବ୍ଧ ।

ଇଞ୍ଜିନ ବିକଳ୍ପ ଓ ମାଇଲେଜ୍‌

ଏହା ଦୁଇଟି ଇଞ୍ଜିନ ବିକଳ୍ପ ମିଳିଥାଏ, ଯେଉଁଥିରେ ପ୍ରଥମ 1.0 ଲିଟର, 3 ସିଲିଣ୍ଡର, ନାଚୁରାଲି ଏସ୍ପିରେଟେଡ୍‌ ପେଟ୍ରୋଲ ଇଞ୍ଜିନ ମିଳିଥାଏ । ଏହା 66ବିଏଚପି ପାୱାର ଓ 89ଏନଏମ ଟର୍କ ଉତ୍ପନ୍ନ କରିଥାଏ । ଅନ୍ୟ ବିକଳ୍ପରେ 1.2 ଲିଟର, 3 ସିଲିଣ୍ଡର ନାଚୁରାଲି ଏସ୍ପିରେଟେଡ୍‌ ପେଟ୍ରୋଲ ଇଞ୍ଜିନ ମିଳିଥାଏ । ତେବେ 1-ଲିଟର ଏବଂ 1.2-ଲିଟର ପେଟ୍ରୋଲ ବିକଳ୍ପରେ ଉପଲବ୍ଧ ହ୍ୟାଚବ୍ୟାକ୍‌ର ଇଞ୍ଜିନଗୁଡ଼ିକ ବର୍ତ୍ତମାନ E20 ଇନ୍ଧନ ଉପଯୁକ୍ତ । କହି ରଖୁଛୁ କି କମ୍ପାନୀ ଏହି କାରର 1.0 ଲିଟର ଇଞ୍ଜିନକୁ CNG ବିକଳ୍ପ ସହିତ 5.65ଲକ୍ଷରୁ 7.48 ଲକ୍ଷ (ଏକ୍ସଶୋରୁମ) ମୂଲ୍ୟରେ ବିକ୍ରି କରିଥାଏ । ତେବେ କମ୍ପାନୀ ଏବେ ଅପଟେଡେଟ୍‌ ମଡେଲର ମାଇଲେଜ ସମ୍ପର୍କରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିନାହିଁ ।

ଏହା ବି ପଢନ୍ତୁ
  1. 7ଲକ୍ଷ ଟଙ୍କା ଭିତରେ ବେଷ୍ଟ SUV କିଣିବାକୁ ଚାହୁଁଛନ୍ତି କି ? ଦେଖନ୍ତୁ ତାଲିକାରେ କିଏ
  2. ଫେବୃଆରୀ 2025 ବିକ୍ରିରେ ପ୍ରଥମ ସ୍ଥାନରେ Maruti; ପଛରେ ପଡିଲେ ଏହି କମ୍ପାନୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.