ETV Bharat / technology

ଲଞ୍ଚ ହେଲା 2025 Hero Karizma ସ୍ପୋର୍ଟ୍ସ ବାଇକ୍‌; ଦାମ ₹1.81 ଲକ୍ଷରୁ ଆରମ୍ଭ - 2025 HERO KARIZMA XMR 210

ହିରୋ ମୋଟୋକର୍ପ ଅଗଷ୍ଟ 2023ରେ Karizma XMR 210କୁ ଲଞ୍ଚ କରି 'Karizma' ନାଁକୁ ପୁନର୍ଜୀବିତ କରିଥିଲା । ଏବେ ଏହାର ଅପଡେଟେଡ୍‌ ଭର୍ସନକୁ ଲଞ୍ଚ କରିଛି । ଅଧିକ ପଢନ୍ତୁ

Hero Karizma XMR 210
Hero Karizma XMR 210 (Image Credit: Hero MotoCorp)
author img

By ETV Bharat Tech Team

Published : April 8, 2025 at 5:30 PM IST

2 Min Read

ହାଇଦ୍ରାବାଦ: ଯେତେବେଳେ ସମସ୍ତେ ଭାବୁଥିଲେ ସ୍ବଦେଶୀ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ (Hero MotoCorp) ଏହାର ଏଣ୍ଟ୍ରି ଲେଭଲ୍‌ ସ୍ପୋର୍ଟ୍ସ ବାଇକ୍‌ Karizma XMR 210ର ଉତ୍ପାଦନକୁ ବନ୍ଦ କରିଦେବ, ଏହି ସମୟରେ କମ୍ପାନୀ ଏହାର ଅପଡେଟେଡ୍‌ ଭର୍ସନକୁ ଲଞ୍ଚ କରିଛି । ଏଥିରେ କମ୍ପାନୀ ଦୁଇଟି ନୂଆ ଭାରିଏଣ୍ଟ ସାମିଲ କରିଥିବାବେଳେ ଏବେ ଏହା 3ଟି ଭାରିଏଣ୍ଟରେ ଉପଲବ୍ଧ । ଅପଗ୍ରେଡେସନରେ ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ଫିଚର ଓ ମେକାନିକାଲ୍‌ ଅପଗ୍ରେଡ୍‌ ମଧ୍ୟ ହୋଇଛି ।

ଗତ 4 ମାସ ମଧ୍ୟରେ କମ୍ପାନୀ କରିଜମା ଏକ୍ସଏମଆର 210 (Karizma XMR 210)ର ଗୋଟିଏ ବି ୟୁନିଟ୍‌ ବିକ୍ରି କରିନଥିଲା । ଏଥିଲାଗି କମ୍ପାନୀ ଏହି ମଡେଲର ବିକ୍ରି ବନ୍ଦ କରିଦେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ଦୁଇଟି ନୂଆ ଭାରିଏଣ୍ଟ ଓ ଅନ୍ୟାନ୍ୟ ନୂଆ ଫିଚର ସହ ବାଇକ୍‌କୁ ଅପଗ୍ରେଡ କରିଛି । ଯାହାର ଦାମ ₹1.81 ଲକ୍ଷଠାରୁ ଆରମ୍ଭ ହୋଇ ₹2.01 ଲକ୍ଷ (ଏକ୍ସଶୋରୁମ)ରେ ଉପଲବ୍ଧ ହୋଇଛି ।

Hero Karizma XMR 210
Hero Karizma XMR 210 (Image Credit: Hero MotoCorp)

2025 Hero Karizma XMR 210: କଣ ନୂଆ ?

ବେସ୍ ଭାରିଏଣ୍ଟ ତିନୋଟି ରଙ୍ଗରେ ଉପଲବ୍ଧ ହୋଇଛି ସେଗୁଡ଼ିକ ହେଉଛି- ଆଇକନିକ୍ ୟେଲୋ, ଟର୍ବୋ ରେଡ୍ ଏବଂ ମ୍ୟାଟ୍ ଫାଣ୍ଟମ୍ ବ୍ଲାକ୍ । ସେହିପରି ଟପ୍ ଭାରିଏଣ୍ଟ ଆଇକନିକ୍ ୟେଲୋ, ଟର୍ବୋ ରେଡ୍ ଏବଂ ଫାଣ୍ଟମ୍ ବ୍ଲାକ୍‌ କଲର ଅପସନ ସହ ଆସିଛି । କମ୍ବାଟ୍ ଭାରିଏଣ୍ଟକୁ ଏକ କମ୍ବିଟ୍ ଗ୍ରେ ରଙ୍ଗ ସହିତ ସ୍ବତନ୍ତ୍ର ଭାବେ ଆସିଥିବାବେଳେ ଏହାକୁ ଏକ ସ୍ପୋର୍ଟିଂ ସ୍ପର୍ଶ ଦେବା ପାଇଁ ଧୂସର ଏବଂ କଳା ରଙ୍ଗର ମିଶ୍ରଣର ବ୍ୟବହାର କରାଯାଇଛି ।

କହି ରଖୁଛୁ ଯେ, 2025 କରିଜମା XMR 210ର ସବୁଠାରୁ ବଡ ଅପଡେଟ୍ ହେଉଛି ଟପ୍ ଏବଂ କମ୍ବାଟ୍ ଭାରିଏଣ୍ଟରେ ଉପଲବ୍ଧ ସୁବର୍ଣ୍ଣ ରଙ୍ଗର ଅପସାଇଡ-ଡାଉନ ଫ୍ରଣ୍ଟ ଫର୍କ ରହିଛି । ଅନ୍ୟ ବଡ ଅପଡେଟ୍ ହେଉଛି ଏକ ନୂତନ 4.2-ଇଞ୍ଚ ପୂର୍ଣ୍ଣ-ଡିଜିଟାଲ୍ TFT ଯନ୍ତ୍ର ପ୍ୟାନେଲ । ସେହିପରି ବେସ୍ ଭାରିଏଣ୍ଟରେ ଦିଆଯାଇଥିବା LCD ୟୁନିଟ୍ ଉପରେ ଏକ ଅପଗ୍ରେଡ୍ । ଅପଡେଟ୍ ହୋଇଥିବା ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲ୍ ବ୍ଲୁଟୁଥ୍ କନେକ୍ଟିଭିଟି, ଟର୍ଣ୍ଣ-ଟୁ-ନେଭିଗେସନ୍ ପ୍ରଦାନ କରେ । ଡିସପ୍ଲେ ଚାଳକମାନଙ୍କୁ କଲ୍ ଏବଂ SMS ଆଲର୍ଟ, ଯାନର ବ୍ୟାଟେରୀ ସ୍ଥିତି ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ ଯାଞ୍ଚ କରିବାକୁ ମଧ୍ୟ ଅନୁମତି ଦିଏ ।

2025 Hero Karizma XMR 210: ପାୱାରଟ୍ରେନ

ଇଞ୍ଜିନ ସମ୍ପର୍କରେ କହିଲେ ଏଥିରେ ଦମଦାର 210ସିସିର ଲିକ୍ବିଡ୍‌-କୁଲ୍ଡ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି, ଯାହାକି 9250rpmରେ 25.5PS ଶକ୍ତି ଓ 7250rpmରେ 20.4Nm ଟର୍କ ଉତ୍ପନ୍ନ କରିଥାଏ । ବାଇକର ଆଗରେ ଡୁଆଲ ଚ୍ୟାନେଲ ABS, 300ମିମି ଫ୍ରଣ୍ଟ ଓ 230ମିମି ରିଅର ପ୍ୟାଟେଲ୍‌ ଡିସ୍କ ବ୍ରେକ୍‌ ସେଟଅପ୍‌ ଦିଆଯାଇଛି । ଏହାସହ 17-ଇଞ୍ଚର ଆଲଏ ହ୍ବିଲ ଓ ୱାଇଡ ଟାୟାର ବାଇକକୁ ଏକ ଦମଦାର ଲୁକ୍‌ ପ୍ରଦାନ କରିଥାଏ ।

2025 Hero Karizma XMR 210: ଡିଜାଇନ

ଯଦି ଏହାର ଡିଜାଇନ ସମ୍ପର୍କରେ କହିବା ତେବେ ବେଶ ଆକର୍ଷଣୀୟ ରହିଛି । XMR210ରେ ଏବେ ଏକ LED ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଟ୍ବିନ୍‌ LED DRLs, ସ୍ପିଲ୍ଟ ସିଟ୍‌, ଆଡଜଷ୍ଟେବଲ୍‌ ୱିଣ୍ଡସିଲଡ୍‌ ଓ ହାଲୁକା କ୍ଲିପ୍‌-ଅନ୍‌ ହ୍ୟାଣ୍ଡେଲବାର୍‌ ଦିଆଯାଇଛି । ବାଇକ୍‌ର ଫେୟାରିଂରେ 'XMR'ର ବେଜିଂ ବି ଦିଆଯାଇଛି ଯାହାକି ଏହାକୁ ଆକର୍ଷଣୀୟ କରିଥାଏ ।

କାହା ସହ କରିବ ମୁକାବିଲା ?

ହିରୋ କମ୍ପାନୀର ଏହି ନୂଆ କରିଜମା ବାଇକ୍‌ର ସିଧାସଳଖ ମୁକାବିଲା Yamaha R15, Bajaj Pulsar 220F ଓ TVS Apache RTR 200 4V ସହିତ ହେବ । ମାଇଲେଜ ସମ୍ପର୍କରେ କହିଲେ କମ୍ପାନୀ ଦାବି କରିଛି ଯେ ଏହି ବାଇକ୍‌ ପ୍ରତି ଲିଟର ପିଛା 32.8 କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍‌ ପ୍ରଦାନ କରିବ ।

ଏହା ବି ପଢନ୍ତୁ
  1. ଭାରତୀୟ ବଜାରରେ ଲଞ୍ଚ ହେଲା ଅପଡେଟେଡ୍‌ Hero Destini 125 ସ୍କୁଟି; ଦାମ ଏତିକି
  2. 14 ନୂଆ ଇଲେକଟ୍ରିକ୍‌ ଯାନ ଆଣିବାକୁ ଯୋଜନା କରୁଛି Ola; ତିନି ଚକିଆ ବି ସାମିଲ
  3. 650cc ରୟାଲ ଏନଫିଲ୍ଡ ବାଇକ୍‌ କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେଉଁଟା ବେଷ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.