ETV Bharat / state

ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର, ବନ୍ଧାହେଲେ YouTuber ତପି ମିଶ୍ର - YOUTUBER TAPI MISHRA ARRESTED

ମହିଳାଙ୍କ ପ୍ରତି ସୋସିଆଲ ମିଡିଆରେ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ୟୁଟ୍ୟୁୁବର ତଥା ଅଭିନେତା ତପି ମିଶ୍ର ଗିରଫ ।

YOUTUBER TAPI MISHRA ARRESTED
YOUTUBER TAPI MISHRA ARRESTED (ETV Bharat Odisha)
author img

By ETV Bharat Odisha Team

Published : March 20, 2025 at 9:49 AM IST

1 Min Read

ଭୁବନେଶ୍ବର: ପୁଣି ବିବାଦରେ ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ର । ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ ଧମକ । ଉତ୍ତେଜିତ ତଥା ଅପଶବ୍ଦ ପୋଷ୍ଟ କରି ଧମକ ଦେବା ଘଟଣାରେ ଏବେ ତପି ମିଶ୍ର ଓରଫ ସରୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ । ତାଙ୍କ ନାମରେ ଲାଗିଛି ବିଏନଏସର ବିଭିନ୍ନ ଧାରା । ଗିରଫ ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ସୋସିଆଲ ମଡିଆରେ କମେଣ୍ଟ କରି ଫସିଲେ ତପି:

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ତପି ମିଶ୍ର କମେଣ୍ଟ ଦେଇଥଲେ । ଏଥିରେ ଜଣେ ମହିଳା ମଧ୍ୟ ନିଜର ମତାମତ ରଖିଥିଲେ । ଏହାପରେ ତପି ମିଶ୍ର ସେହି ମତାମତରେ ମହିଳା ଜଣଙ୍କ ପ୍ରତି ଅପମାନ ଜନକ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ମହିଳା ଜଣଙ୍କ ଇନଫୋସିଟି ଥାନାରେ ତାଙ୍କ ମାନ କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲେ । ଏହାକୁ ଆଧାର କରି କମିଶନରେଟ ପୋଲିସ ଏକ କେସ ରୁଜୁ କରି ତପି ମିଶ୍ରଙ୍କୁ ଗିରଫ କରିଥିଲା । କେସ ନମ୍ବର 104ରେ ଧାରା 296/75(3)/351(2)/351(4) BNSରେ ଗିରଫ କରି ମେଡିକାଲ ଯାଞ୍ଚ କରାଇ ଭୁବନେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି।

Youtuber Tapi Mishra Arrested
Youtuber Tapi Mishra Arrested (ETV BHARAT ODISHA)

ଗିରଫ ଓ କୋର୍ଟ ଚାଲାଣ ସମୟରେ ତପି ମିଶ୍ର ପ୍ରତିକ୍ରିୟା ଦେଇଥିଲେ । ନିଜର ପ୍ରତିକ୍ରିୟା ରେ ତପି କହିଥିଲେ ଯେ, 'ଶିବ ତାଣ୍ଡବର ଓଡି଼ଆରେ ଲେଖିବାରୁ ତାଙ୍କୁ ଏପରି ଫସାଇ ଦିଆଯାଇଛି । ଏପରିକି ତାଙ୍କ ସହ ଓଡ଼ିଶାବାସୀ ଓ ହିନ୍ଦୁ ରହିଛନ୍ତି । ଏହା ପଛରେ ଯେପରି ଷଡ଼ଯନ୍ତ୍ର କରାଯାଇଛି ।' ଏନେଇ କିଛି ଆଇପିଏସ ଓ ଓଲିଉଡ ଗ୍ଲାମର ଦୁନିଆର କିଛି ବିବାଦିଅ ମନ୍ତବ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମରେ ଚାଞ୍ଚଲ୍ୟ: ଗୁଣିଗାରେଡ଼ି ସନ୍ଦେହରେ ୩ ମୁଣ୍ଡ ଗଡ଼ିବା ଘଟଣାରେ 13 ଅଟକ - GROUP CLASH OVER SORCERY

ଏହା ବି ପଢନ୍ତୁ- ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ବାପ-ପୁଅ ସମେତ 3 ମୃତ - GROUP CLASH

ପୂର୍ବରୁ ତପିଙ୍କ ନାମରେ ଆସିଥିଲା ଅଭିଯୋଗ:

ୟୁଟ୍ୟୁବର ତଥା ଅଭିନେତା ତପି ମିଶ୍ର ତାଙ୍କ ନାମରେ ଅଭିଯୋଗ ଆଣିଥିଲେ ଅଭିନେତା ଅରିନ୍ଦମ ରାୟ ଓ ଜଣେ ଲେଖିକା । ଉଭୟ ଅଭିଯୋଗ କରିବା ସହ ତପିଙ୍କ ମିଛ ଓ ଠକାମୀର ଚିଠା ମଧ୍ୟ ଖୋଲିଥିଲେ ଗଣମାଧ୍ୟମ ଆଗରେ । ତପିଙ୍କୁ ଠକାମୀର ଚର୍ଚ୍ଚା ବେଶ ଜୋର ଧରିଥିଲା। ଜଣାଶୁଣା ଲେଖିକାଙ୍କ ଲେଖା ସେ ଚୋରି କରିଥିବା ଅଭିଯୋଗ ଆସିଥିଲା । ୨୦୨୩ ମସିହାରେ ସଂସ୍କୃତ ଶିବ ତାଣ୍ଡବର ଓଡି଼ଆ ଅନୁବାଦକୁ ନିଜର ଲେଖା କହିଥିଲେ ତପି ମିଶ୍ର ବୋଲି ଅଭିଯୋଗ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.