ETV Bharat / state

ଟ୍ରାଫିକ ପୋଲିସ ବିରୋଧରେ ଗ୍ୟାରେଜ ବୟଙ୍କ ସଙ୍ଗୀନ ଆରୋପ - TRAFFIC COP ASSAULT

ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ କର୍ମଚାରୀଙ୍କ ହଙ୍ଗାମା । ଓ୍ବାକି ଟକିରେ ଗ୍ୟାରେଜ ବୟଙ୍କ ମୁଣ୍ଡ ଫଟାଇଥିବା ଅଭିଯୋଗ ।

Youth Alleged Attacked by Traffic Police In Bhubaneswar Pandra
Youth Alleged Attacked by Traffic Police In Bhubaneswar Pandra (ETV Bharat Odisha)
author img

By ETV Bharat Odisha Team

Published : April 15, 2025 at 12:57 PM IST

Updated : April 15, 2025 at 5:05 PM IST

2 Min Read

Traffic police controversy in Bhubaneswar ଭୁବନେଶ୍ବର: ବର୍ଦ୍ଦିରେ ଥାଇ ଟ୍ରାଫିକ କର୍ମଚାରୀଙ୍କ ହଙ୍ଗାମା ଅଭିଯୋଗ । ଗ୍ୟାରେଜ ପଶି ଗାଳିଗୁଲଜ ସହ ମାରପିଟ । ଧମକ ଚମକ ସହ ଓ୍ବାକି ଟକିରେ ଗ୍ୟାରେଜ ବୟଙ୍କ ମୁଣ୍ଡ ଫଟାଇଥିବା ଅଭିଯୋଗ । ଠେଲାପେଲା ସହ ଆକ୍ରମଣ ଯୋଗୁଁ ଜଣେ ଯୁବକ ଆହତ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମଞ୍ଚେଶ୍ବର ଥାନା ପାଣ୍ଡରା ଛକରୁ । ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଗିରଫଦାରୀ ନେଇ ଥାନା ଘେରି ଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ ।

Bhubaneswar news:

ଗ୍ୟାରେଜ ବୟଙ୍କୁ ମାଡ଼: ଟ୍ରାଫିକ ପୋଲିସ ମାଡରେ ଆହତ ଗ୍ୟାରେଜରେ କାମ କରୁଥିବା ଯୁବକ ମହମ୍ମଦ ଅଖତର କହିଛନ୍ତି, "ପୁରୀ-କଟକ ବାଇପାସ୍ ରୋଡରେ ଥିବା ଗ୍ୟାରେଜରେ ମୁଁ କାମ କରୁଥିଲି । ଟ୍ରାଫିକ ପୋଲିସ ଜଣଙ୍କ ମଦ ପିଇକି ଆସି ମୋ ନାମ ପଚାରିଥିଲେ । ପରେ ବିନା କୌଣସି କାରଣରେ ଓଲଟା ପାଲଟା କଥା ବାର୍ତ୍ତା କରି କିଛି ଅଶ୍ଳୀଳ ଭାଷାରେ ମୋତେ ଗାଳିଗୁଲଜ କରିଥିଲେ । ଏକ ଘଣ୍ଟା ଧରି ଆସି ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ । ମୁଁ ତାଙ୍କୁ ତାଙ୍କ ଡ୍ୟୁଟିକୁ ଯିବା ପାଇଁ କହିଥିଲେ । ନିଶାରେ ଚୁର ଥିବା ଟ୍ରାଫିକ ପୋଲିସ ଜଣଙ୍କ ମୋତେ ଧକ୍କା ମାରିବା ସହ ଠେଲାପେଲା କରି ୱାକି ଟକିରେ ମୋ ମୁଁଣ୍ଡକୁ ଆକ୍ରମଣ କରିଥିଲେ ।"

Youth Alleged Attacked by Traffic Police In Bhubaneswar Pandra (ETV Bharat Odisha)

ଘଟଣା ପରେ ଉତ୍ତେଜନା:
ଘଟଣା ଘଟିବା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି ଲୋକ ଜମା ହୋଇ ପୋଲିସ କର୍ମଚାରୀଙ୍କ ଏଭଳି କାରନାମା ନେଇ ହୋହଲ୍ଲା କରିଥିଲେ । ପରେ ପିସିଆର ଓ ପୋଲିସ ଟିମ୍ ପହଞ୍ଚି ମାଡ଼ ଖାଇଥିବା ଯୁବକ ଓ ମାଡ଼ ମାରିଥିବା ପୋଲିସ କର୍ମାଚରୀଙ୍କୁ ଥାନାକୁ ନେଇଥିଲା । ମୁଣ୍ଡ ଫାଟି ଥିବା ଗ୍ୟାରେଜ ଯୁବକକୁ ହସ୍ପିଟାଲ ନେଇଥିଲା ପୋଲିସ ।ସେଠାରେ ତାଙ୍କର ମୁଣ୍ଡରେ ଷ୍ଟିଚ ପକାଇବା ସହ ଥାନାକୁ ଆଣି ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ଚୋରି ବାଲେଶ୍ବରରୁ ଉଦ୍ଧାର, ୨ ଦିନ ପରେ ମିଳିଲା ଅପହୃତ ଶିଶୁ

Law and order issues in Bhubaneswar:

ସିସିଟିଭି ଫୁଟେଜ ଯାଞ୍ଚ: ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଯେଉଁଥିରେ ଟ୍ରାଫିକ ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ ଆକ୍ରମଣ କରୁଥାବାର ଭିଡିଓ ରହିଛି । ଏହା ସହିତ ଆକ୍ରମଣ କରୁଥିବାର ଓ ଗୋଡେଇ ଗୋଡେଇ ଗାଳିଗୁଲଜ କରୁଥିବା ମଧ୍ୟ ନଜରକୁ ଆସିଛି । ସିସିଟିଭି ଫୁଟେଜ, ଅଭିଯୋଗକାରୀଙ୍କ ପକ୍ଷ ଓ ପୋଲିସର ପକ୍ଷ ନେଇ ଆଲୋଚନା କରୁଛନ୍ତି ।

Youth Alleged Attacked by Traffic Police In Bhubaneswar Pandra
Youth Alleged Attacked by Traffic Police In Bhubaneswar Pandra (ETV Bharat Odisha)

ଥାନା ଘେରିଲା ନବ ନିର୍ମାଣ ଛାତ୍ର ସଂଗଠନ:

ପୋଲିସର ବ୍ୟବହାର ନେଇ ଥାନା ଘେରିଛନ୍ତି ନବ ନିର୍ମାଣ ଛାତ୍ର ସଂଗଠନ । କିଛି ଯୁବକ ଥାନା ଘେରାଉ ସହ ପୋଲିସର ଏପରି ବ୍ୟବହାରକୁ ଜୋରଦାର ବିରୋଧ କରିଛନ୍ତି । ତୁରନ୍ତ ସେହି ପୋଲିସ କର୍ମଚାରୀକୁ ଗିରଫ ଦାବି ନେଇ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ବିହାରରୁ ଆସିଥିବା ସେହି ଯୁବକକୁ ପୋଲିସର ଏପରି ବ୍ୟବହାର ନେଇ କଡ଼ା ପ୍ରଶ୍ନ କରିଛନ୍ତି ।

ନବ ନିର୍ମାଣ ଛାତ୍ର ସଂଗଠନର ସଦସ୍ୟ ଏସ.କେ ଅଲ୍ଲୀ କହିଛନ୍ତି, "ଭିଡିଓରୁ ଦେଖାଯାଉଛି ଯେ, ଟ୍ରାଫିକ ପୋଲିସ ମଦ ପିଇ ସେ ପିଲାକୁ ବାଡେଇଛନ୍ତି । ପୋଲିସ ବିଭାଗ ଖରାପ ନୁହେଁ, କିଛି ପୋଲିସ କର୍ମାଚରୀଙ୍କ ପାଇଁ ବିଭାଗ ଏପରି ବଦନାମ ହୋଇଛି । ଯଦି କେହି ରାଜରାସ୍ତାରେ ମଦ୍ୟପାନ କରେ, ତେବେ ପୋଲିସ ଚେକ୍ କରେ । କିନ୍ତୁ ଏଠି ଟ୍ରାଫିକ ପୋଲିସ ମଦ ପିଇ ଆସି ଭାଓଲେନ୍ସ କରୁଛନ୍ତି । ମାଡମାରିଥିବାର ଭିଡ଼ିଓ ସିସିଟିଭି କ୍ୟାମେରାରେ ରହିଛି । ସେ ନିଜେ ଡ୍ରେସରେ ଥାଇ ବାଡଉଛନ୍ତି ଓ ଚେୟାର ଫୋଫାଡୁଛନ୍ତି, ସବୁ ଘଟଣା ସିସିଟିଭିରେ କଏଦ ହୋଇଛି । ଆକ୍ରମଣ କରିଥିବା ଟ୍ରାଫିକ ପୋଲିସଙ୍କୁ ଗିରଫ କରାଯାଉ ବୋଲି ନବ ନିର୍ମାଣ ଛାତ୍ର ସଂଗଠନ ଦାବି କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ..

BJD ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଉଦ୍ୟମ

ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ, ଅସଦାଚାରଣ ସହ ମାଡ଼ ମାରିଥିବା ଅଭିଯୋଗ

ଏନେଇ ପୋଲିସ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଟ୍ରାଫିକ ପୋଲିସ ଜଣଙ୍କ ଖରାରେ ଦୀର୍ଘ ସମୟ ଧରି ଠିଆ ହୋଇ ଡ୍ୟୁଟି କରିଥିଲେ‌ । ଛାଇ ପ‌ାଇଁ ସେ ଗ୍ୟାରେଜ ପାଖରେ ଠିଆ ହୋଇଥିଲେ । ଦୋକାନ ପାଖରେ ବସନ୍ତୁ ନାହିଁ ତାଙ୍କୁ ଗ୍ୟାରେଜ ପିଲା ମନା କରିଥିଲେ । ଯେଉଥି ପାଇଁ ପାଟିତୁଣ୍ଡ ହେବା ସହ ଏଭଳି ଘଟଣା ଘଟିଛି । ଏନେଇ ପୋଲିସ କର୍ମଚରୀ ସହ ଆକ୍ରମଣ ଅଭିଯୋଗ ଆଣିଥିବା ପିଲା ମଧ୍ୟ ଥାନାରେ ରହିଛି । ପୋଲିସ ଉଭୟଙ୍କୁ ପଚରାଉଚୁରା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : April 15, 2025 at 5:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.