ETV Bharat / state

ଜୀବନ ହାରିଲେ ମହିଳା କନଷ୍ଟେବଳ, ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ରଖିଥିଲେ ଦୁଃଖଭରା ଷ୍ଟାଟସ - WOMAN CONSTABLE DEATH

ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ । ପ୍ରେମ ଜନିତ କାରଣରୁ ମହିଳା କନେଷ୍ଟବଳ ଜୀବନ ହାରିଥିବା ସନ୍ଦେହ ।

woman constable death by suicide in balasore police barrack
woman constable death by suicide in balasore police barrack (ETV BHARAT ODISHA)
author img

By ETV Bharat Odisha Team

Published : April 8, 2025 at 10:20 PM IST

2 Min Read

ବାଲେଶ୍ୱର: ସୁଇସାଇଡ ନୋଟ ଓ ହ୍ବାଟ୍ସଆପରେ ଦୁଃଖଭରା ଷ୍ଟାଟସ ଲେଖି ଜୀବନ ହାରିଲେ ମହିଳା କନଷ୍ଟେବଳ । ପ୍ରେମ ଜମିତ କାରଣରୁ କନେଷ୍ଟବଳ ଜୀବନ ହାରିଥିବା ସନ୍ଦେହ କରାୟାଉଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ପୋଲିସ ବାରାକରେ । ମୃତ ହେଉଛନ୍ତି ଯଶୋଦା ଦାସ । କେଉଁ କାରଣରୁ ମହିଳା କନେଷ୍ଟବଳ ଜୀବନ ହାରିଲେ ସେନଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଟାଉନ ଡ଼ିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ସାଙ୍ଗସାଥୀଙ୍କୁ ପଚରାଉଚୁରା କରିବା ସହ ମୋବାଇଲ ଓ ଡାଏରୀକୁ ଜବତ କରିଛି ।

ପୋଲିସ ବାରାକରେ ଜୀବନ ହାରିଲେ ମହିଳା କନଷ୍ଟେବଳ:

ଆଜି ସକାଳ ସମୟରେ ପୋଲିସ ବାରାକ କ୍ବାଟରରେ ଯଶୋଦାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ତାଙ୍କ ସହକର୍ମୀ । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଜଣେ ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେହି କାରଣରୁ ସେ ଜୀବନ ହାରିଥାଇ ପାରନ୍ତି ।

woman constable death by suicide in balasore police barrack
woman constable death by suicide in balasore police barrack (ETV BHARAT ODISHA)

ହାତଲେଖା ଚିଠି ଜବତ କଲା ପୋଲିସ, ହ୍ବାଟ୍ସଆପରେ ରଖିଥିଲେ ଦୁଃଖଭରା ଷ୍ଟାଟସ:

ଅନ୍ୟପଟେ ଜୀବନ ହାରିବା ପୂର୍ବରୁ ନିଜର ହ୍ଵାଟ୍ସଆପ ଷ୍ଟାଟସରେ କିଛି ଦୁଃଖ ଭରା ପୋଷ୍ଟ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଏକ ହାତଲେଖା ଚିଠି ମଧ୍ୟ ପୋଲିସର ହସ୍ତଗତ ହୋଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ''ମୋତେ କ୍ଷମା କରିଦେବ, ଏଥିରେ କାହାର ଭୁଲ ନାହିଁ। ମୋ ଇଚ୍ଛାରେ ସବୁ କରୁଛି, ମୋ ଲାଇଫରେ ଯାହା ସବୁ ହେଉଛି, ମୁଁ ଆଉ କିଛି ସହିପାରୁନି।''

ଏହା ମଧ୍ୟ ପଢନ୍ତୁ-ଅପରାଧ ଦୁନିଆରେ ନାବାଳକ, କଟକ ଅପେକ୍ଷା ଭୁବନେଶ୍ବରରେ ଅଧିକ ବାଳ ଅପରାଧୀ - JUVENILE CRIME IN ODISHA

ପ୍ରେମ ଜନିତ କାରଣରୁ ମହିଳା କନେଷ୍ଟବଳ ଜୀବନ ହାରିଥିବା ସନ୍ଦେହ:

ଏହି ଘଟଣାକୁ ନେଇ ମୃତ ମହିଳା କନେଷ୍ଟବଳଙ୍କ ଭାଇ ଲିଟୁ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଆମକୁ କିଛି ଜଣା ନଥିଲା, ଫୋନ କରିକି ଆମକୁ କୁହାଗଲା ମୋ ଭଉଣୀ ଜୀବନ ହାରିଦେଇଛି । ଆମେ ଆସିକି ହସ୍ପିଟାଲରେ ପହଞ୍ଚିବା ପରେ ମୋ ଭଉଣୀର ମୃତ୍ୟୁ ହୋଇଯାଇଛି । ସେ ଗୋଟେ ପିଲାକୁ ଭଲ ପାଉଥିଲା। ତାଙ୍କ ଭିତରେ କଣ ହୋଇଛି ଆମେ ଜାଣିନୁ । ତା କଲ ଲିଷ୍ଟ ଚେକ କଲା ପରେ ଜଣାପଡ଼ିବ। ସୋର ଅଞ୍ଚଳର ଏକ ଯୁବକକୁ ଭଲ ପାଉଥିଲା ସେ ପୁଅ ପାଇଁ ସେ ସୁଇସାଇଡ଼ କରିଛି ବୋଲି ଆମେ ସନ୍ଦେହ କରୁଛୁ । "

ପୋଲିସର ତଦନ୍ତ ଜାରି :
ଅନ୍ୟପଟେ ଏହି ଘଟଣାରେ ବାଲେଶ୍ଵର ଏସପି ରାଜ ପ୍ରସାଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଘଟଣାକୁ ନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯାହା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ୟକ୍ତିଗତ କାରଣରୁ ଏମିତି ହୋଇଛି। ଏବେ ତଦନ୍ତ ଚାଲୁଛି ଆମେ ତଦନ୍ତ ପରେ ଜଣାଇବୁ। ପରିବାର ପକ୍ଷରୁ କିଛି ଅଭିଯୋଗ ହୋଇନାହିଁ, ଏଇଟା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣ ହୋଇପାରେ। ସେ ସକାଳେ ଆଜି ଷ୍ଟାଟସ ବି ହ୍ଵାଟ୍ସଆପରେ ଛାଡିଥିଲେ, ଯାହା ଦେଖିକି ଲାଗିଲା ସେ କିଛି ବ୍ୟକ୍ତିଗତ ସ୍ତରରେ ଦୁଃଖିତ ଅଛନ୍ତି। ମାନସିକ ସ୍ତରରେ ସେ ଭାଙ୍ଗି ପଡିଥିବା ଜଣାପଡୁଥିଲା।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.