Bihar Election Results 2025

ETV Bharat / state

କାର୍ତ୍ତିକ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର, 1000 ଟଙ୍କାରେ ବି ପୁରୁନି ବ୍ୟାଗ

ଧାର୍ମିକ ମାସ କାର୍ତ୍ତିକ ଆରମ୍ଭରୁ ହୁ ହୁ ହୋଇ ବଢୁଛି ପରିବା ଦର । ଏପରି କାହିଁକି ବଢୁଛି ଜାଣନ୍ତୁ

BHUBANESWAR VEGETABLE PRICE HIKE
BHUBANESWAR VEGETABLE PRICE HIKE (ETV Bharat Odisha)
author img

By ETV Bharat Odisha Team

Published : October 12, 2025 at 2:53 PM IST

3 Min Read
Choose ETV Bharat

ଭୁବନେଶ୍ବର/କଟକ: କାର୍ତ୍ତିକ ମାସ ଆରମ୍ଭରୁ ଚିନ୍ତା ବଢାଇଲାଣି ପରିବା ଦର । କାର୍ତ୍ତିକ ମାସରେ ବିଭିନ୍ନ କଞ୍ଚା ପନିପରିବାର ବେଶ୍ ଚାହିଦା ରହିଥିବା ବେଳେ ଦର ଏବେ ଆକାଶ ଛୁଆଁ ହୋଇଛି । ଧାର୍ମିକ ମାସ କାର୍ତ୍ତିକରେ ସାଧା ଖାଇବାର ପରମ୍ପରା ରହିଥିବା ବେଳେ ବର୍ଦ୍ଧିତ ପରିବା ଦର ଖାଉଟିଙ୍କ ମାସିକ ବଜେଟକୁ ବେଶ୍ ପ୍ରଭାବିତ କରିଛି । ଯେଉଁ ପରିବା ଦର ଗତକିଛି ଦିନ ପୂର୍ବରୁ ସ୍ୱାଭାବିକ ଥିଲା, ତାହା ଏବେ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି କି ଜଣେ ସାଧାରଣ ଲୋକ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । କଟକ ଏବଂ ଭୁବନେଶ୍ବରରେ ଗତ ସପ୍ତାହ ପୂର୍ବରୁ ଯେଉଁ ପରିବା ଦର ଯେତିକି ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ କିଲୋ ପ୍ରତି 20ରୁ 30 ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଖାଉଟିଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।

BHUBANESWAR VEGETABLE PRICE HIKE (ETV Bharat Odisha)

କଟକ ଛତ୍ର ବଜାରରେ ପରିବା ଦର:

ଗତ ସପ୍ତାହ ପୂର୍ବରୁ କଟକ ଛତ୍ର ବଜାରରେ ପୋଟଳ ଦର 60 ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ଘଟି କିଲୋ ପ୍ରତି 100 ଟଙ୍କାରେ ପହଞ୍ଚିଛି । ଭେଣ୍ଡି କିଲୋପ୍ରତି ପୂର୍ବରୁ 50 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା 80 ଟଙ୍କାରେ ବିକ୍ରି ହେଉଛି, ବାଇଗଣ ବି ପୂର୍ବରୁ କିଲୋ ପ୍ରତି 40ରୁ 50 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ବୃଦ୍ଧି ଘଟି 70 ଟଙ୍କାରେ ବିକ୍ରି ହେଉଛି । ସେହିପରି ଝୁଡ଼ଙ୍ଗ ପୂର୍ବରୁ କିଲୋ ପ୍ରତି 40 ଟଙ୍କା ଥିବାବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି, ବିନ୍ସ ଦର ପୂର୍ବରୁ 60ରୁ 70 ଟଙ୍କା ଥିବାବେଳେ ଏବେ କିଲୋ ପ୍ରତି 100 ଟଙ୍କାରେ ପହଞ୍ଚିଛି । କଲରା ପୂର୍ବରୁ 40 ଟଙ୍କା ଥିବା ବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି । କାଙ୍କଡ଼ ଦର ପୂର୍ବରୁ କିଲୋପ୍ରତି 40ରୁ 50 ଟଙ୍କା ଥିବା ବେଳେ ଏବେ ତାହା 70 ଟଙ୍କାରେ ବିକ୍ରି ହେଉଛି ।

KARTIK MONTH VEGETABLE PRICES
KARTIK MONTH VEGETABLE PRICES (ETV Bharat Odisha)
KARTIK MONTH VEGETABLE PRICES
KARTIK MONTH VEGETABLE PRICES (ETV Bharat Odisha)

କାର୍ତ୍ତିକ ମାଡ଼ରେ ହାଣ୍ଡିଶାଳ ଚେପା:

ଯେଉଁ ପରିବା କିଛି ଦିନ ପୂର୍ବରୁ ସ୍ୱାଭାବିକ ଦରରେ ବିକ୍ରୟ ହେଉଥିଲା, ତାହା ଏବେ ବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି । ଯାହାକି ସାଧାରଣ ଲୋକର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଶହେ ଦୁଇ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିବା ବେଳେ ଏବେ 1000ରୁ ଅଧିକ ଲାଗୁଛି । ତେବେ ସରକାର ଏହି ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି । ସେପଟେ କିଛି ଦିନ ପରେ ସ୍ଥାନୀୟ ଚାଷୀଙ୍କ ଫସଲ ଅମଳ ହେବା ପରେ ପରିବା ଦର ଖସିବ ଏବଂ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବ ବୋଲି କହିଛନ୍ତି ଏକ ନମ୍ବର ହାଟର ବ୍ୟବସାୟୀ ।

BHUBANESWAR VEGETABLE PRICE HIKE
BHUBANESWAR VEGETABLE PRICE HIKE (ETV Bharat Odisha)
KARTIK MONTH VEGETABLE PRICES
KARTIK MONTH VEGETABLE PRICES (ETV Bharat Odisha)

ଭୁବନେଶ୍ୱର ଏକ ନମ୍ବର ହାଟରେ ପରିବା ଦର:

  • କାଙ୍କଡ଼ କିଲୋ ପ୍ରତି 80 ଟଙ୍କା
  • ପୋଟଳ କିଲୋ ପ୍ରତି 70 ଟଙ୍କା
  • ଗାଜର କିଲୋ ପ୍ରତି 60 ଟଙ୍କା
  • ବିଟ କିଲୋ ପ୍ରତି 50 ଟଙ୍କା
  • ଅମୃତ ଭଣ୍ଡା କିଲୋ ପ୍ରତି 15 ଟଙ୍କା
  • କଖାରୁ କିଲୋ ପ୍ରତି 30 ଟଙ୍କା
  • କଦଳୀ 7ଟାକୁ - 50 ଟଙ୍କା
  • ବିନ କିଲୋ ପ୍ରତି 120 ଟଙ୍କା
  • ବନ୍ଧା କୋବି କିଲୋ ପ୍ରତି 20 ଟଙ୍କା
  • ଲେଉଟିଆ ସାଗ କିଲୋ ପ୍ରତି 5 ଟଙ୍କା
  • ଓଉ ଏକ କିଲୋ ପ୍ରତି 30 ଟଙ୍କା.
  • ଲାଉ- 40 ଟଙ୍କା
  • ପାଣି କଖାରୁ କିଲୋ ପ୍ରତି 50 ଟଙ୍କା
  • ଶାରୁ କିଲୋ ପ୍ରତି 80 ଟଙ୍କା
  • ଫୁଲ କୋବି 3 ଟା 100 ଟଙ୍କା
  • କନ୍ଧମୂଳ କିଲୋ ପ୍ରତି 80 ଟଙ୍କା

'କୌଣସି ପରିବାରେ ହାତ ମାରି ହେଉନାହିଁ'

ଏନେଇ ଗ୍ରାହକ କହିଛନ୍ତି, କାର୍ତ୍ତିକ ମାସ ଆସିଲେ ସାଧାରଣ ଭାବରେ କଞ୍ଚା ପନିପରିବା ଦର ବଢିଥାଏ । ଚଳିତ ବର୍ଷ ଅଧିକ ଦର ଦାମ ବଢିଛି । କୌଣସି ପରିବାରେ ହାତ ମାରି ହେଉନାହିଁ । ଘରୁ ଯେତିକି ଭାବିକି ଆସିଥିଲେ ମଧ୍ୟ ପରିବା ହାଟରୁ ପରିବା ନେଇ ହେଉନାହିଁ। ଦର ଦାମ ଯେଉଁ ଭଳି ମାତ୍ରାରେ ବୃଦ୍ଧି ଘଟିଛି, ସେହି ଆନୁସାରେ ବ୍ୟାଗ ମଧ୍ୟ ଫୁଲ ହେଉନାହିଁ ।"

BHUBANESWAR VEGETABLE PRICE HIKE
BHUBANESWAR VEGETABLE PRICE HIKE (ETV Bharat Odisha)
କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର
କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ପରିବା ଦର (ETV Bharat Odisha)

ଏପରି କହିଲେ ବ୍ୟବସାୟୀ:
ଅନ୍ୟପଟେ ବ୍ୟବସାୟୀ କହିଛନ୍ତି,"ଯେଉଁ ପର୍ଯ୍ୟନ୍ତ ଠିକ୍ ଭାବରେ ପନିପରିବା ଆସିନାହିଁ, ସେ ପର୍ଯ୍ୟନ୍ତ ଦର ଉଚ୍ଚା ରହିବ। ଓଡ଼ିଶାକୁ ଅନେକ ପରିବା ରାଜ୍ୟ ବାହାରୁ ଆସୁଥିବା ବେଳେ ସେହି ସବୁ ରାଜ୍ୟରେ ବର୍ଷା ହେଉଛି । ଫଳରେ ପରିବା ଦର ବୃଦ୍ଧି ଘଟିଛି । ସେହିପରି କିଛି ଦିନ ପରେ ସ୍ଥାନୀୟ ଚାଷୀଙ୍କ ଫସଲ ଅମଳ ହେବା ପରେ ପରିବା ଦର ଖସିବ ଏବଂ ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବ । କିନ୍ତୁ କେବେ ଏହାର ଦର କମିବ, ତାହା ଏବେ କହିବା ଠିକ୍ ହେବ ନାହିଁ ।"

ଆକାଶ ଛୁଆଁ ପରିବା ଦର
ଆକାଶ ଛୁଆଁ ପରିବା ଦର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...OPINION: ଆକାଶଛୁଆଁ ହେଉଛି ଟମାଟୋ ଦର; ସତରେ କଣ ଏଥିରୁ ଗ୍ରାହକଙ୍କୁ ମିଳି ପାରିବ ମୁକ୍ତି?

ଏହା ମଧ୍ୟ ପଢନ୍ତୁ...ପାରାଦ୍ବୀପ ବନ୍ଦରକୁ ମିଳିଲା ସବୁଜ 'ହାଇଡ୍ରୋଜେନ୍ ହବ୍ ଟ୍ୟାଗ୍‌'; କଣ ଏହା ଜାଣନ୍ତୁ..

ଏହା ମଧ୍ୟ ପଢନ୍ତୁ... ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା, ଆନନ୍ଦ ବଜାରରେ ଲାଗି ପାରିଲାନି ମହାପ୍ରସାଦ ଦର ତାଲିକା

ଇଟିଭି ଭାରତ, ଭୁବନେଶ୍ବର/କଟକ