ETV Bharat / state

ବିଧାନସଭାରେ ରାତି ତମାମ ଆଲୋଚନା, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍ - ODISHA UNIVERSITY AMENDMENT BILL

ରାତି ସାରା ବିଧାନସଭା ଚାଲିବା ପରେ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା । ସାଢେ ୧୨ ଘଣ୍ଟାର ଆଲୋଚନା ପରେ ପାସ୍ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ।

Odisha Assembly All Night Session universities amendment bill 2024 passes
Odisha Assembly All Night Session universities amendment bill 2024 passes (ETV BHARAT ODISHA)
author img

By ETV Bharat Odisha Team

Published : April 3, 2025 at 7:46 AM IST

2 Min Read

Odisha University Amendment Bill 2024 passed ଭୁବନେଶ୍ବର: ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ । ନିର୍ଦ୍ଧାରିତ ଦିବସର 3 ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଗୃହରେ ପାରିତ ହେଲା ଓଡି଼ଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ 2024 । ବୁଧବାର ରାତି ତମାମ ଆଲୋଚନା ପରେ ଆଜି ଭୋର ସମୟରେ ପାରିତ ହୋଇଥିଲା । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ,ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶେଷ ଯାଏଁ ଉପସ୍ଥିତ ରହିଥିଲେ । ରାଜ୍ୟ ରାଜପଥ ପ୍ରାଧିକାରଣ ବିଲ 2025 ମଧ୍ୟ ପାରିତ ହୋଇଛି ।

Odisha Assembly All Night Session :
ଦଶନ୍ଦୀ ପରେ ରାତିସାରା ଚାଲିଲା ବିଧାନସଭା: ବଜେଟ ଅଧିବେଶନର 25 ତମ ଦିବସରେ ଗୃହ ରାତିସାରା ଚାଲିଥିଲା । ବୁଧବାର ଅପରାହ୍ନରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । 12 ଘଣ୍ଟା ଧରି ଏହା ଉପରେ ଆଲୋଚନା ହେବା ପରେ ଆଜି ଭୋର 4ଟା 30 ସମୟରେ ପାରିତ ହୋଇଥିଲା । ବିରୋଧୀ ଦଳ ଆଣିଥିବା ସମସ୍ତ ସଂଶୋଧନ କାଟ ଖାଇଥିଲା । ଦୀର୍ଘ 2 ଦଶନ୍ଦୀ ପରେ ବିଧାନସଭାରେ ରାତିସାରା ଚାଲିଥିଲା ଓ ବିଧାୟକ ମାନେ ଉପସ୍ଥିତ ରହିଥିଲେ । ଗୃହ କାର୍ଯ୍ୟ ରାତି 9ଟା ପର୍ଯ୍ୟ ଚାଲିବା ନିୟମ ରହିଛି । କିନ୍ତୁ ଏହି ସମୟ ପରେ ମଧ୍ୟ ଗୃହ କାର୍ଯ୍ୟ ଜାରି ରହିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ । ଏହାରୁ ବିରୋଧୀ ବିଜେଡି ବିରୋଧ କରିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ବଜାୟ ରଖିବାକୁ ସଂଶୋଧନ ଜରୁରୀ ବୋଲି ଶାସକ ଦଳ ବିଧାୟକ କହିଥିଲେ ।

Odisha Assembly All Night Session universities amendment bill 2024 passes (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-12 କଂଗ୍ରେସ ବିଧାୟକ 7 ଦିନ ପାଇଁ ବିଧାନସଭାରୁ ସସପେଣ୍ଡ, ଗୃହ ଭିତରେ ରାତି ସାରା ରହିବାକୁ ନିଷ୍ପତ୍ତି - CONGRESS MLA SUSPENDED

ଏହା ମଧ୍ୟ ପଢନ୍ତୁ-ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର, ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - ODISHA POSHANA KENDRA

'ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର'

ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ 2024 ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। 2024 ରେ ଯେଉଁ ବିଲ ଅଣା ଯାଇଛି 1989ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି । ବିଲର ବୈଧତା କଣ ଅଛି, ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ରେ ଆଲୋଚନା ହେବ । ବିଲରେ ଗଭର୍ଣ୍ଣର ଙ୍କ ପାୱାରକୁ କାଟି ଦିଆ ଯାଇଛି । ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ, NEPର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ । ଯେହେତୁ 4 ବର୍ଷ ତଳେ ବିଜେପି ବିରୋଧରେ ଥିଲେ, ୟୁଜିସି କୁ ଲଗେଇ ମାମଲା କରିଥିଲେ, ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି । ବିଲ ଉପରେ ସାଢେ 12 ଘଣ୍ଟା ଆଲୋଚନା ହେଲା । ଆହୁରି ହୋଇ ପାରିଥାନ୍ତା ହେଲେ ସେତିକି ସୁଯୋଗ ଦିଆଯାଉନି । ମୁଁ କେବଳ 3 ଘଣ୍ଟା 10 ମିନିଟ ଆଲୋଚନାରେ ଭାଗ ନେଇଛି ।

13 ଫେବୃଆରୀରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ । 17 ତାରିଖରେ ଚଳିତ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଅଧିବେଶନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ 2024 ଓ ଓଡିଶା ରାଜ୍ୟ ରାଜପଥ ପ୍ରାଧିକାରଣ ବିଲ 2025 ପାରିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.