ETV Bharat / state

ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ, ଗୋଟିଏ କାର୍ଡରେ ସାରା ଦେଶରେ ମାଗଣା ଚିକିତ୍ସା ! - AYUSHMAN BHARAT LAUNCH IN ODISHA

ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା । ଗୋଟିଏ କାର୍ଡରେ ସାରା ଦେଶର 29 ହଜାର ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ।

AYUSHMAN BHARAT
AYUSHMAN BHARAT (ETV Bharat Odisha)
author img

By ETV Bharat Odisha Team

Published : April 11, 2025 at 3:44 PM IST

Updated : April 11, 2025 at 5:32 PM IST

4 Min Read

Ayushman Bharat Yojana launch in Odisha କଟକ: ଓଡ଼ିଶା ପାଇଁ ଐତିହାସିକ ଦିନ । ସାରା ରାଜ୍ୟରେ ଲାଗୁ ହେଲା କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କଟକ ବାଲିଯାତ୍ରା ପଡିଆରେ ଶୁଭାରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ଉପକୃତ ହେବ ଓଡ଼ିଶାର ସାଢେ 3 କୋଟି ଓଡ଼ିଆ ।

ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ (ETV Bharat Odisha)

3ଟି ଯୋଜନାର ଲୋକାର୍ପଣ:

ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଏକା ସାଙ୍ଗରେ ଲୋକାର୍ପଣ କରିଛନ୍ତି । ଏହି ଯୋଜନାର ଲାଭ ପାଇବେ ଓଡିଶାର 1.3 କୋଟି ପରିବାର ଓ ସାଢେ 3 କୋଟି ଓଡିଆ ।

  • ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
  • ଗୋପବନ୍ଧୁ ଜନ ଆରୋଗ୍ୟ
  • ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା

ଆୟୁଷ୍ମାନ ଯୋଜନା ଲାଭ କଣ ?

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM JAY)ରେ ଓଡ଼ିଶାର ସାଢେ 3 କୋଟି ଲୋକ ଯୋଡି ହୋଇଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ଏହି ଯୋଜନା ମାଧ୍ୟମରେ ଦେଶର 29 ହଜାର ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ।

70 ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା:

ସେହିପରି ଯେଉଁମାନଙ୍କ ବୟସ 70 ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ଏଥିରେ 70 ବର୍ଷରୁ ଊର୍ଦ୍ଧ୍ବ ଯେଉଁମାନେ ସେମାନଙ୍କୁ ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ରାଜ୍ୟରେ ଏମାନଙ୍କ ସଂଖ୍ୟା 23 ଲକ୍ଷ 13 ହଜାର । ପ୍ରାୟ 17 ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇ ସାମିଲ ଥିବାରୁ 6 ଲକ୍ଷ ହିତାଧିକାରୀ ଏହି ଯୋଜନାରେ ସାମିଲ କରାଯାଇଛି । ପ୍ରତି ପରିବାର ପିଛା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଥିସହ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ ।

ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ:

ପୂର୍ବରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ରାଜ୍ୟ ବାହାରେ ରହୁଥିଲେ ବି ଚିକିତ୍ସାରେ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ । 29 ହଜାର ହସ୍ପିଟାଲରେ ଦେୟ ମୁକ୍ତ ଚିକିତ୍ସା କରାଇ ପାରିବେ ।

କାର୍ଯ୍ୟକ୍ରମରେ କିଏ କିଏ ଉପସ୍ଥିତ ?

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କଟକ ସାଂସଦ ଭର୍ତ୍ତୃହରି, ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂହ ଦେବ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଶୁଭାରମ୍ଭ କଲେ ଜେପି ନଡ୍ଡା:

ଏହି ଯୋଜନାର ଶୁଭାରମ୍ଭ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ‘ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ଓଡ଼ିଶାରେ 2 ଯୋଜନାର ସମ୍ବନୟ ହୋଇକି ଲାଗୁ ହୋଇଛି ଯୋଜନା । ନିର୍ବାଚନ ସମୟରେ ଆମେ ପ୍ରତିଜ୍ଞା କରିଥିଲୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବୁ । ଆପଣ ଜାଣିକି ଖୁସି ହେବେ ଖୁବ କମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଚେଷ୍ଠା ଫଳରେ ଲାଗୁ ହୋଇଛି ଯୋଜନା ।

ଇସ୍ୟୁରାନ୍ସ ନୁହେଁ ଆସ୍ୟୁରାନ୍ସ:

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆହୁରି କହିଛନ୍ତି, ‘ଆୟୁଷ୍ମାନ ଯୋଜନା ଦେଶର ଏକ ବଡ ଯୋଜନା । ଏହା Insurance ନୁହେଁ Assurance ଯୋଜନା । ଏହାର ନିଷ୍ପତ୍ତି କୌଣସି ଇସ୍ୟୁରାନ୍ସ କମ୍ପାନୀ ନୁହେଁ ଡାକ୍ତର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଚି ସମ୍ପନ୍ନ ଯୋଗୁଁ ଏହି ଯୋଜନା ଆଜି ଓଡିଶାରେ ଲାଗୁ ହେଲା । ଏଥିରେ 5 ଲକ୍ଷ ଟଙ୍କା ମାଗଣା ଚିକିତ୍ସା ମିଳିବ । ମହିଳାଙ୍କ ପାଇଁ ସ୍ବତନ୍ତ୍ର 5 ଲକ୍ଷ ମିଳିବ ।

70 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ କଥା ଚିନ୍ତା କରୁଛନ୍ତି ପ୍ରଧାନମନ୍ତ୍ରୀ:

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆହୁରି କହିଛନ୍ତି,‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ 70 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପାଇଁ ଯୋଜନା ଲାଗୁ ହେଲା । 70 ବର୍ଷରୁ ଅଧିକ ଯେଉଁ ମାନଙ୍କ କଥା କେହି ବୁଝୁ ନଥିଲେ ସେମାନଙ୍କ କଥା ପ୍ରଧାନମନ୍ତ୍ରୀ ବୁଝିଲେ । 3 କୋଟି 51 ଲକ୍ଷ ଲୋକଙ୍କୁ ଆଜି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ଦିଆଗଲା । ଏହା 8 କୋଟି 90 ଲକ୍ଷ ଲୋକଙ୍କ ମାଗଣା ଚିକିତ୍ସା ହୋଇସାରିଛି । ହେଲେ ଓଡ଼ିଶାକୁ ବଞ୍ଚିତ କରି ରଖାଯାଇଥିଲା । ଓଡିଶାର ଯେଉଁ ଲୋକ ମୁମ୍ବାଇ, ମାଡ୍ରାସ, କେରଳ, ବେଙ୍ଗାଲୁରୁ, ଦିଲ୍ଲୀ ଭଳି ବାହାର ରାଜ୍ୟରେ ରହୁଛନ୍ତି ଏବେ ସେମାନଙ୍କ ଚିକିତ୍ସା ପାଇଁ ଏହି ଯୋଜନା ମାଧ୍ୟମରେ 30 ହଜାର ହସ୍ପିଟାଲରେ ହୋଇପାରିବ । ଏବେ ଆପଣ ଦେଶର କୌଣସି ହସ୍ପିଟାଲ ଯାଆନ୍ତୁ ସେଠି ଚିକିତ୍ସା ହୋଇପାରିବ ।’

ଟିବି ଚିହ୍ନଟ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା:

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆହୁରି କହିଛନ୍ତି, ‘ଓଡ଼ିଶାରେ ଏହାର ଲାଭ ମିଳୁପାରୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ତେବେ ସରକାରଙ୍କ ପ୍ରଚେଷ୍ଠା ଯୋଗୁଁ 100 ଦିନରେ ଟିବି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିପାଇଁ ଧନ୍ୟବାଦ ଜଣାଉଛି । 100 ଦିନ ମଧ୍ୟରେ ସାଢେ ଷୋଳ ହଜାର ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ଦେଶରେ କେବେ ଲାଗୁ ହୋଇଥିଲା ?

କେନ୍ଦ୍ର ସରକାରଙ୍କ ଏହି ଯୋଜନା 2018 ମସିହା ସେପ୍ଟମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ପ୍ରଥମେ ଲାଗୁ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ନବୀନ-କେଜ୍ରିୱାଲ-ମମତାଙ୍କୁ ମଞ୍ଚରୁ ଟାର୍ଗେଟ:

ମଞ୍ଚରୁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଜେପି ନଡ୍ଡା କହିଛନ୍ତି, ‘ଗତ ସାତ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଏହି ଯୋଜନା ଲାଗୁ କରିବାକୁ ମୁଁ କହିଆସୁଥିଲି । ହେଲେ ସେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଚାଲିବ କହି ଲାଗୁ କଲେନି । ଆପଣ ଲୋକଙ୍କ କଥା ଶୁଣିଲେନି ଲୋକେ ଆପଣଙ୍କୁ ଘରେ ବସାଇ ଦେଲେ । ସେହିପରି କେଜ୍ରିୱାଲଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, ଦିଲ୍ଲୀରେ ପୂର୍ବରୁ ସରକାରରେ ଥିବା କେଜ୍ରିୱାଲ ମଧ୍ୟ ଏହି ଯୋଜନା ଲାଗୁ କରିନଥିଲେ । ମୁଁ ତାଙ୍କୁ ବି କହିଲି ଏହି ଯୋଜନା ଲାଗୁ କରନ୍ତୁ ସେ ଶୁଣିଲେନି । ଲୋକଙ୍କ ତାଙ୍କୁ ବି କ୍ଷମତାରୁ ହଟାଇ ଦେଲେ । ଆଉ ଗୋଟେ ରାଜ୍ୟ ହେଉଛି ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ । ସେଠାରେ ବି ଯୋଜନା ଲାଗୁ ହୋଇନି । ସମୟ ଆସି ଯାଇଛି ସେଠି ବି ପଦ୍ମ ଫୁଟିବ । ଏହି ଯୋଜନା ଲାଗୁ ହେବ ।

ଦେଶର କେତୋଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଛି ଏହି ଯୋଜନା:

ଦେଶର ମୋଟ 33ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହୋଇଛି PM JAY । ତେବେ ଆଜି ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏହି ସଂଖ୍ୟା 34ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:

11ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: କେମିତି ପାଇବେ ସ୍ବାସ୍ଥ୍ୟକାର୍ଡ ? ଜାଣନ୍ତୁ

ଆୟୁଷ୍ମାନ ଭାରତ ପାଇଁ ନୂଆ ଆଇଟି ପ୍ଲାଟଫର୍ମ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ ପାଇଁ ଜାରି ହେଲା SoP

ଇଟିଭି ଭାରତ, କଟକ

Last Updated : April 11, 2025 at 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.