ETV Bharat / state

ମହାବିଦ୍ୟାଳୟରେ ମହିଳା ସୁରକ୍ଷା ପାଇଁ ସ୍ବତନ୍ତ୍ର ସେଲ୍‌, ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ - UGC WORKING WOMEN HARASSMENT

କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ୟୁଜିସି। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ମହିଳାଙ୍କ ଲାଗି ସୁରକ୍ଷିତ ପରିବେଶ କରିବାକୁ ୟୁଜିସିର ନିର୍ଦ୍ଦେଶ।

UGC WORKING WOMEN HARASSMENT
UGC WORKING WOMEN HARASSMENT (ETV BHARAT ODISHA)
author img

By ETV Bharat Odisha Team

Published : June 4, 2025 at 7:33 AM IST

1 Min Read

ଭୁବନେଶ୍ବର: ମହିଳାଙ୍କ ସୁରକ୍ଷା ପାଇଁ କଲେଜ ଗୁଡିକରେ ସ୍ବତନ୍ତ୍ର ସେଲ୍‌। ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ। କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ଗୁରୁତ୍ୱ। ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ପାଇଁ ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌। କଲେଜ ଗୁଡିକରେ କାର୍ଯ୍ୟରତ ମହିଳା ଓ ବିଶେଷକରି ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ୟୁଜିସି। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ମହିଳାଙ୍କ ଲାଗି ସୁରକ୍ଷିତ ପରିବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

କଣ କହୁଛି ୟୁଜିସି:-
ୟୁଜିସି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ସେଲ୍‌ ଗଠନ କରିବେ। ଏପଟେ କାର୍ଯ୍ୟରତ ମହିଳାଙ୍କ ପାଇଁ ମଧ୍ୟ ଗଠନ ହେବ ଏକ ସ୍ଵତନ୍ତ୍ର ମହିଳା ସେଲ୍‌। ଅନ୍ୟପଟେ ଏହି ମହିଳା ସେଲ୍ ସମ୍ପୂର୍ଣ୍ଣ ଭାବେ କଲେଜର କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବ। କଲେଜ ଅଧକ୍ଷ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ଗୁରୁରତର ସହିତ ନଜର ରଖିବେ। ଏହା ସହିତ ଶିକ୍ଷାନୁଷ୍ଠାନ ଗୁଡିକର କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମହିଳାଙ୍କ ପ୍ରତି ବିଭିନ୍ନ ସଚେତନତାର ବ୍ୟାନର ଏବଂ ପୋଷ୍ଟର ରହିବ। ଯେଭଳି ଭାବେ ପିଲାମାନଙ୍କ ନଜର ଏହି ପୋଷ୍ଟର ଗୁଡ଼ିକ ଉପରେ ଭଲ ଭାବେ ପଡ଼ିପାରିବ। ଏହାସହ ଯୌନ ନିର୍ଯାତନାକୁ ନେଇ ସଚେତନତା ମଧ୍ୟ ଅଧିକରୁ ଅଧିକ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କମିଟିର ମେମ୍ବରଙ୍କ ନମ୍ବର ଆଦି ନୋଟିସ ବୋର୍ଡରେ ରହିବା ଜରୁରୀ ଅଟେ। ମହିଳାଙ୍କ ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୧ ଏବଂ ଏମରଜେନ୍ସି ରେସପନ୍ସ ସପୋର୍ଟ ନମ୍ବର ୧୧୨ ମଧ୍ୟ ଜାରି କରାଯିବ।

UGC WORKING WOMEN HARASSMENT
UGC WORKING WOMEN HARASSMENT (ETV BHARAT ODISHA)

କଲେଜ ଗୁଡିକରେ ଆଣ୍ଟି ରାଗିଂ ପାଇଁ ପଦକ୍ଷେପ:-
ଅନ୍ୟପଟେ କଲେଜ ଓ ବିଶ୍ୱବିଦ୍ୟାକୟ ଗୁଡିକରେ ରାଗିଂକୁ କିଭଳି ଭାବେ ରୋକାଯାଇପାରିବ ସେନେଇ ମଧ୍ୟ ୟୁଜିସି ଅନେକ ପଦକ୍ଷେପ ନେଇଛି। ଜିଲ୍ଲା ସ୍ତରରେ ଗଠନ କରାଯାଇଛି ଆଣ୍ଟି ରାଗିଂ କମିଟି। ଜିଲ୍ଲାପାଳ ବା ଡେପୁଟି କମିଶନର ଏହି ଆଣ୍ଟି ରାଗିଂ କମିଟର ମୁଖ୍ୟ ଭାବେ ରହିବେ। ଏହି କମିଟିରେ ସଦସ୍ୟ ଭାବେ ବିଶ୍ବବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ଜିଲ୍ଲା ଏସ୍‌ପି, ଏସ୍‌ଏସ୍‌ପି ମଧ୍ୟ ରହିପାରିବେ। ରାଜ୍ୟରେ ଅନେକ ସମୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଛି। ଏହାସହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକମାନଙ୍କ ନାମରେ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆସୁଛି। ତେବେ ଏ ସବୁକୁ ଆଧାର କରି ୟୁଜିସି ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ସେଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛି।

ଏହା ମଧ୍ୟ ପଢ଼ନ୍ତୁ- ପୁଣି ବଢ଼ିଲା ପ୍ଲସ ଥ୍ରୀ ଆଡମିସନ ଆବେଦନ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କଲେଜ ଓ ସିଟ୍ ?

ଏହା ମଧ୍ୟ ପଢ଼ନ୍ତୁ- UPSC ମାଗଣା କୋଚିଂ: ଜାଣନ୍ତୁ କେଉଁ ଦିନଠୁ ଆବେଦନ, କେବେ ହେବ ପରୀକ୍ଷା ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.