ETV Bharat / state

କଟକ SCB ମେଡିକାଲରେ ୨ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ; କାର୍ଡିଓଲୋଜି ଡାକ୍ତର ଗିରଫ, ସ୍ବାସ୍ଥ୍ୟ ବିଭାଗ କମିଟି ଗଠନ - PATIENT RAPED BY DOCTOR IN HOSPITAL

author img

By ETV Bharat Odisha Team

Published : Aug 13, 2024, 3:26 PM IST

Updated : Aug 13, 2024, 10:29 PM IST

Patients Raped By Doctor in Cuttack SCB Medical : କଟକ ସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଛି । ପଢନ୍ତୁ ପୂରା ଖବର,

SCB MEDICAL RAPE CASE
SCB MEDICAL RAPE CASE (ETV Bharat Odisha)

କଟକ: ଏସସିବି ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ । ୨ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ନାଁରେ ଏହି ସଙ୍ଗୀନ ଅଭିଯୋଗ ରହିଛି । ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ନେଇ ଆଜି (ମଙ୍ଗଳବାର) କଟକ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । ଡାକ୍ତରଙ୍କ ନାଁରେ ଏତଲା ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇଛନ୍ତି । ଡାକ୍ତର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପାଇଁ 3 ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ସାମିଲ SCB ଅଧିକ୍ଷକ ସୁଧାଂଶୁ ମିଶ୍ର । କମିଟିରେ ଅଛନ୍ତି DMET ସନ୍ତୋଷ ମିଶ୍ର ଓ ରୋମା ରତନ । ସେପଟେ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଛି ପୋଲିସ । ଗିରଫ ଡାକ୍ତରଙ୍କ ନାଁ ଦୀଲବାଗ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ କାର୍ଡିଓଲୋଜି ଡାକ୍ତର ଗିରଫ (ETV Bharat Odisha)

ଗିରଫ ହେଲା ଅଭିଯୁକ୍ତ ଡାକ୍ତର:

2 ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ପରେ ଉଭୟ ପୀଡ଼ିତାଙ୍କ ଡାକ୍ତରୀମାଇନା ହୋଇଥିଲେ । ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଡାକ୍ତରକୁ କଟକ ମଙ୍ଗଳବାଗ ପୋଲିସ ଗିରଫ କରିଛି ।

PATIENTS RAPED BY DOCTOR (ETV Bharat Odisha)

'ମୋ ସ୍ବାମୀ ନିର୍ଦ୍ଦୋଷ':

ଡାକ୍ତର ଗିରଫ ହେବା ପରେ ତାଙ୍କ ପତ୍ନୀ କହିଛନ୍ତି, "42, 52 ବର୍ଷର ମାଆ ସମାନମହିଳାଙ୍କ ସହ ଏଭଳି କିଏ କରିପାରିବ କି । ଦୋଷ ପ୍ରମାଣିତ ହେଲେ ଦଣ୍ଡ ମିଳୁ କିଛି କଥା ନାହିଁ । ମୁଁ ଜାଣିଛି ମୋ ସ୍ବାମୀ ନିର୍ଦ୍ଦୋଶ । ମୁଁ ଚାହୁଁଛି ସଠିକ ଭାବରେ ଯାଞ୍ଚ କରାଯାଉ । ମୋ ସ୍ବାମୀ ନିର୍ଦ୍ଦୋଶ, ତାଙ୍କୁ ନ୍ୟାୟ ମିଳୁ ।"

ଚିକିତ୍ସା ବାହାନାରେ ଦୁଷ୍କର୍ମ !:-

କଟକ ଏସସିବିରେ ମେଡିକାଲ କଲେଜରେ ଲଜ୍ଜ୍ୟା । କାର୍ଡିଓଲୋଜି ବିଭାଗର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ରୋଗୀଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସସିବି ମେଡିକାଲକୁ ECHO ପରୀକ୍ଷା କରିବା ପାଇଁ ଆସି 2 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ 2 ପୀଡ଼ିତାଙ୍କ 161 ଧାରାରେ ବୟାନ ରେକର୍ଡ କରାଯିବା ସହ ଆବଶ୍ୟକ ପଡିଲେ ପୀଡିତାଙ୍କ 164 ଧାରାରେ ବୟାନ ରେକର୍ଡ କରାଯିବ ବୋଲି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।

ଡାକ୍ତରଙ୍କ ପାଲଟା ଅଭିଯୋଗ:-

ବିଭିନ୍ନ ଦିଗରୁ ପୋଲିସ ତାର ତଦନ୍ତ ଜାରି ରଖିଛି । ଘଟଣା ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୋଲିସ ଏନେଇ ଗଣମାଧ୍ୟମକୁ ମାପିଚୁପି ସୂଚନା ଦେଉଛି । ପୀଡିତା ଏସସିବିରେ ଜଣେ ଜୁନିୟର ଡାକ୍ତରଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏନେଇ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନାରେ ପ୍ରତିଅଭିଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛି ।

ଅତିରିକ୍ତ ଡିସିପିଙ୍କ ପ୍ରତିକ୍ରିୟା:

ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, "ଗତ 11 ତାରିଖରେ ଏସିବିର ଜଣେ ଡାକ୍ତର 2 ଜଣ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ଆସିଥିଲା । ରୋଗୀଙ୍କ ସମ୍ପର୍କୀୟ ଏନେଇ ଅଭିଯୋଗ କରିଛନ୍ତି । ମାମଲା ପଞ୍ଜୀକୃତ ହେବା ପରେ ତଦନ୍ତ ଚାଲିଛି । 161, 164 ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ । ସେହି ଅନୁସାରେ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନେବୁ । ସେପଟେ ଶୁଣିବାକୁ ମିଳୁଛି ଯେ, ଡାକ୍ତରଙ୍କୁ କେହି ମାରପିଟ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ହସ୍ତଗସ୍ତ ହୋଇନାହିଁ । ସମସ୍ତ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ତଦନ୍ତ ପାଇଁ କମିଟି ଗଠନ:

ସେପଟେ ଏହି ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟି ଗଠନ କରିଛି ସ୍ବାସ୍ଥ୍ୟ ବିଭାଗ । କମିଟିରେ ସାମିଲ SCB ଅଧିକ୍ଷକ ସୁଧାଂଶୁ ମିଶ୍ର । ଏହାସହ କମିଟିରେ DMET ସନ୍ତୋଷ ମିଶ୍ର ଓ ରୋମା ରତନ ମଧ୍ୟ ରହିଛନ୍ତି ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଚର୍ଚ୍ଚାରେ ଏସସିବି ଦୁଷ୍କର୍ମ ଘଟଣା:-

ସୂଚନା ଥାଉକି, ଗତ 9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିବା 31 ବର୍ଷୀୟା କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ, କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏଭଳି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ‘ନୋ ସେଫ୍ଟି, ନୋ ଡ୍ୟୁଟି’ ନାରାରେ ଏମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି । କେବଳ ଜରୁରୀକାଳୀନ ବିଭାଗକୁ ଛାଡିଦେଲେ ପ୍ରାୟ ଅନ୍ୟ ସମସ୍ତ ବିଭାଗରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବିଭିନ୍ନ ହସ୍ପିଟାଲରେ ‘ଓପିଡି’ ବନ୍ଦ ରହିଛି । ଏହାରି ମଧ୍ୟରେ ଆଜି କଟକ ବଡ ମେଡିକାଲରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌ - Nationwide Doctors Protest

ଇଟିଭି ଭାରତ, କଟକ

Last Updated : Aug 13, 2024, 10:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.