ETV Bharat / state

ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା - TRANSGENDERS SAMBALPUR SITAL SASTHI

ଅଦ୍ଭୁତ ଐତିହ୍ୟ ନିଆରା ପରମ୍ପରା । ବିନା ନିମନ୍ତ୍ରଣରେ ହୋଇଯାଆନ୍ତି ହାଜର । ଅର୍ଦ୍ଧନାରୀଶ୍ୱର ମହାଦେବ ଶିବ ଓ କିନ୍ନରଙ୍କ ମଧ୍ୟରେ ସଂପର୍କ କଣ ? ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ ।

Transgenders In Sambalpur Sital Sasthi Yatra symbolizing the unity of opposites
Transgenders In Sambalpur Sital Sasthi Yatra symbolizing the unity of opposites (ETV Bharat)
author img

By ETV Bharat Odisha Team

Published : May 31, 2025 at 3:02 PM IST

Updated : May 31, 2025 at 4:26 PM IST

4 Min Read

Transgenders Sambalpur Sital Sasthi Yatra , ସମ୍ବଲପୁର: ମର୍ତ୍ତ୍ୟାଲୋକରେ ଦେବ ଦମ୍ପତ୍ତିଙ୍କ ବାହାଘର । ତାହା ପୁଣି ଶିବ ପାର୍ବତୀଙ୍କର । ଏମିତି ବିବାହ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି । ଯେଉଁଥି ପାଇଁ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ । ବାଜା, ବାଣ ରୋଶଣୀରେ ଦୁଲୁକେ ଶୀତଳଷଷ୍ଠୀ । ଆଉ ଦେବ ଦମ୍ପତ୍ତିଙ୍କ ବିବାହ ଶୋଭାଯାତ୍ରାର ଆଗରେ ନାଚନ୍ତି ସଭିଏଁ । ଶିବ ବିବାହରେ ଏକାକାର ହୁଅନ୍ତି ଦେବତା, ମାନବ, ରାକ୍ଷସ, ପିଶାଚ ଏବଂ ବାରଙ୍ଗନା ସମସ୍ତେ ସାମିଲ ହୁଅନ୍ତି । ତେବେ ଏଠାକାର ନିଆରା ପରମ୍ପରା କିନ୍ନର ନାଚ । କିଏ ଏମାନେ ? କାହିଁକି ଆସନ୍ତି ଏଠାକୁ ? କଣ ରହିଛି ଏହା ପଛର ପ୍ରଥା, ପରମ୍ପରା, ବିଶ୍ବାସ ଓ ବିଚାରଧାରା ? ଆସନ୍ତୁ ଜାଣିବା...

ସମ୍ବଲପୁର ଶିବ ପାର୍ବତୀ ବିବାହରେ ସାମିଲ ହୁଅନ୍ତି କିନ୍ନର ସମାଜ । ସଭିଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । କେବଳ ଓଡିଶା ନୁହେଁ, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟରୁ କିନ୍ନରମାନେ ଶୀତଳଷଷ୍ଠୀରେ ସାମିଲ ହେବାକୁ ସମ୍ବଲପୁରରେ ପହଞ୍ଚିଥାଆନ୍ତି । କୋରୋନା ପୂର୍ବରୁ ସମ୍ବଲପୁର ଶୀତଳଷଷ୍ଠୀରେ ହଜାର ହଜାର ସଂଖ୍ୟାରେ କିନ୍ନର ସାମିଲ ହେଉଥିଲେ । କିନ୍ତୁ ଏବେ ଏହି ସଂଖ୍ୟା ଦେଢ ହଜାରରୁ ଦୁଇ ହଜାରରକୁ ହ୍ରାସ ପାଇଛି।

Transgenders In Sambalpur Sital Sasthi Yatra 2025 (ETV Bharat Odisha)

କାହିଁକି ଶୀତଳଷଷ୍ଠୀରେ ସାମିଲ ହୁଅନ୍ତି କିନ୍ନର ?

‘‘ମହାଦେବ ବି ଅର୍ଦ୍ଧ୍ବନାରୀଶ୍ବର ବେଶ ଧାରଣ କରିଥିଲେ । ଆମେମାନେ ଶୀତଳଷଷ୍ଠୀରେ ସାମିଲ ହୋଇ ନାଚିଲେ କିନ୍ନର ଜନ୍ମରୁ ମୁକ୍ତି ପାଇବୁ । ପୁରୁଷ ନୁହେଁ ନାରୀ ହୋଇ ଜନ୍ମ ନେବାକୁ ଆମେ ଭଗବାନଙ୍କୁ ପ୍ରାର୍ଥନା କରୁ । ପ୍ରତିବର୍ଷ ଆମେ ଶୀତଳଷଷ୍ଠୀକୁ ଅପେକ୍ଷା କରିଥାଉ । କିନ୍ତୁ ଷଷ୍ଠୀ ସାରି ଏଠାରୁ ଗଲା ବେଳକୁ ବାପ ଘରୁ ଶାଶୁ ଘରକୁ ଯିବା ଭଳି ଆମକୁ ବହୁତ ଦୁଃଖ ଲାଗେ’’ । ଶୀତଳଷଷ୍ଠୀ ଯାତ୍ରା ଏବଂ କିନ୍ନରଙ୍କ ଯୋଗଦାନକୁ ନେଇ ଏମିତି କୁହନ୍ତି ଦେବକୀ କିନ୍ନର

  • ସମ୍ବଲପୁର ଓ ଶୀତଳଷଷ୍ଠୀ

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଦେବ ଦମ୍ପତିଙ୍କ ବିବାହ ହେଉଥିଲେ ମଧ୍ୟ ଏଥିରେ ମାନବୀୟ ରୀତିନୀତିର ପ୍ରତିଫଳନ ହୋଇଥାଏ । ଏହି ପର୍ବର ରହିଛି ବିଭିନ୍ନ ପ୍ରକାର ବିଶେଷତ୍ୱ । ଏହା କେଵଳ ଏକ ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ଆଧାରିତ ନୁହେଁ । ବରଂ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ କଳା ଓ କଳାକାରଙ୍କୁ ଶହ ଶହ ବର୍ଷ ହେବ ବର୍ଷକରେ ଥରେ ଏକ ମଞ୍ଚ ଯୋଗାଇ ବିଲୁପ୍ତ କଳାକୁ ବଞ୍ଚାଇ ରଖିବାରେ ସହାୟତା କରି ଆସୁଛି । ତେବେ ଏହି ଶୀତଳ ଷଷ୍ଠୀ ଯାତ୍ରାର ଅନ୍ୟ ଏକ ବିଶେଷତ୍ୱ ହେଉଛି ପ୍ରତି ବର୍ଷ ଶହ ଶହ କିନ୍ନର ନିଜ ଇଚ୍ଛା ରେ ଯୋଗ ଦେବାକୁ ଆସନ୍ତି । ଏମାନଙ୍କୁ ନା ଦିଆଯାଏ ନିମନ୍ତ୍ରଣ ନା ଏମାନେ ଆମନ୍ତ୍ରିତ ଅତିଥି । ତଥାପି ଶୀତଳଷଷ୍ଠୀ ଯାତ୍ରା ହେବା ପୂର୍ବରୁ ଏମାନେ ସମ୍ବଲପୁର ସହରକୁ ଆସି ଥାଆନ୍ତି । ଏହି ସାଂସ୍କୃତିକ ମହାକୁମ୍ଭରେ ପ୍ରତ୍ୟେକ ବର୍ଷ ପ୍ରାୟ 10 ହଜାର ଲୋକ କଳାକାର ସାମିଲ ହୁଅନ୍ତି ।

କିନ୍ନର ରଶ୍ମି
କିନ୍ନର ରଶ୍ମି (ETV Bharat)

ସମ୍ବଲପୁର ସହରରେ ଏମାନଙ୍କ ଉପସ୍ଥିତି ଶୀତଳ ଷଷ୍ଠୀ ଯାତ୍ରା ଆଗମନର ଆଭାସ ଦେଇଥାଏ । ସତେ ଯେମିତି ଏମାନେ ଶୀତଳ ଷଷ୍ଠୀ ଯାତ୍ରାର ଅଭିନ୍ନ ଅଂଶ । ବହୁ ସଚେତନତା ସତ୍ତ୍ବେ ମଧ୍ୟ ଏମାନଙ୍କୁ ଆମ ସମାଜର କିଛି ଲୋକ ଏବେ ମଧ୍ୟ ଭିନ୍ନ ଦୃଷ୍ଟି କୋଣରେ ଦେଖନ୍ତି । ହୁଏତ ଏହି ଦୃଷ୍ଟି କୋଣରେ କିଛି ପରିବର୍ତନ ଆସିଛି ତେବେ ଏବେ ମଧ୍ୟ ଏମାନଙ୍କୁ ଅଭିଶପ୍ତ ଜନ୍ମ ବୋଲି କିଛି ଲୋକ ବିବେଚନା କରନ୍ତି । ହେଲେ ଏମାନଙ୍କ ବିନା ଶୀତଳ ଷଷ୍ଠୀ ଯାତ୍ରା ଅଧୁରା ହୋଇଥାଏ । ବାବା ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ଏମାନେ ସବୁଠୁ ଆଗରେ ନୃତ୍ୟ ପରିବେଷଣ କରନ୍ତି ।

  • କିନ୍ନର ଜନ୍ମରୁ ମୁକ୍ତି ଦିଏ ଶୀତଳଷଷ୍ଠୀ

ସମ୍ବଲପୁରର ସଂସ୍କୃତି ଗବେଷକ ତଥା ଐତିହାସିକ ଦୀପକ ପଣ୍ଡା କୁହନ୍ତି ଯେ ‘‘ଏହା ଏକ ଧର୍ମୀୟ ପରମ୍ପରା । ସେଥିପାଇଁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ସେମାନେ ବିନା ନମନ୍ତ୍ରଣରେ ଆସିଥାନ୍ତି । ଏହା ତାଙ୍କର ଅଧିକାର ଅଟେ । କିନ୍ନରଙ୍କ ବିଶ୍ୱାସ ରହିଛି ଯେ ପୂର୍ବ ଜନ୍ମରେ କୌଣସି ପାପ ଯୋଗୁଁ ସେମାନେ ନର ଅଥବା ନାରୀ ରୂପେ ଜନ୍ମ ନହୋଇ କିନ୍ନର ହୋଇ ଜନ୍ମ ହୁଅନ୍ତି । ତେଣୁ ସେମାନଙ୍କୁ ନାନା ପ୍ରକାର ହତାଦର, ନିଷ୍ପେସିିତ ହେବାକୁ ପଡେ । ସେମାନେ ଅର୍ଦ୍ଧନାରୀଶ୍ୱର ଶିବ ଓ ପାର୍ବତୀଙ୍କ ବିବାହ ରେ ନୃତ୍ୟ ପରିବେଷଣ କଲେ ପରବର୍ତ୍ତୀ ଜନ୍ମରେ ସେମାନେ ଯେପରି ନର ଅଥବା ନାରୀ ରୂପେ ଜନ୍ମ ନେଇ ସମ୍ମାନ ପାଇବେ ସେଥିପାଇଁ ଶୀତଳଷଷ୍ଠୀ ଯାତ୍ରାକୁ ଆସନ୍ତି ’’।

ବିନ୍ଦିଆ କିନ୍ନର
ବିନ୍ଦିଆ କିନ୍ନର (ETV Bharat)

ପ୍ରତ୍ୟେକ ବର୍ଷ ଏହି ଯାତ୍ରାକୁ ବିଭିନ୍ନ ସ୍ଥାନରୁ କିନ୍ନରମାନେ ଆସନ୍ତି । ଏମିତି ଜଣେ କିନ୍ନର ହେଉଛନ୍ତି କିନ୍ନର ରଶ୍ମି । ତାଙ୍କ କହିବା ହେଲା ‘‘ଆମେ ହେଉଛୁ କିନ୍ନର, ସେଥିପାଇଁ ଆମ ଭିତରେ ବହୁତ ଉତ୍ସୁକତା ଥାଏ ଯେ ଶୀତଳ ଷଷ୍ଠୀ କେବେ ଆସିବ ବୋଲି । ଆମ ଗୁରୁ ଆମକୁ ପ୍ରତ୍ୟେକ ବର୍ଷ ଏଠାକୁ ନେଇକି ଆସନ୍ତି । ଏଠାକୁ ଆସିଲେ ଆମକୁ ବହୁତ ଖୁସି ଲାଗେ । ଏଠାରେ ଆମେ ନାଚ ଗୀତ କରି ଶୀତଳଷଷ୍ଠୀକୁ ଉପଭୋଗ କରୁ । ଏହା ସହ ଏହି ଶୀତଳ ଷଷ୍ଠୀ ଆମ ସାଙ୍ଗ ସାଥୀଙ୍କୁ ଭେଟିବାକୁ ଏକ ଅବସର ମଧ୍ୟ ଦେଇଥାଏ ’’।

  • ପୂର୍ବ ଭଳି ମିଳୁନି ସୁବିଧା ସୁଯୋଗ

ପୁରୀରୁ 17 ବର୍ଷ ହେଲା ସମ୍ବଲପୁର ଶୀତଳଷଷ୍ଠୀରେ ସାମିଲ ହେବାକୁ ପହଞ୍ଚୁଛନ୍ତି ଦେବକୀ କିନ୍ନର । ଦେବକୀ କୁହନ୍ତି ଯେ ‘‘ମହାଦେବ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର । ତେଣୁ ଆମେ ପ୍ରତ୍ୟେକ ବର୍ଷ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାକୁ ଆସୁ । ଆମକୁ ଡାକିଲେ ବି ଆସୁ ଓ ନଡାକିଲେ ବି ଆସୁ । ବର୍ତ୍ତମାନ ସମ୍ବଲପୁରକୁ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବାକୁ ପ୍ରାୟ 1500 ରୁ 2000 କିନ୍ନର ଆସୁଛନ୍ତି । ପୂର୍ବରୁ ଦେଶର ବଭିନ୍ନ ରାଜ୍ୟରୁ ମଧ୍ୟ କିନ୍ନର ଆସୁଥିଲେ । ତେବେ କୋଭିଡ ପର ଠାରୁ ଏହି ସଂଖ୍ୟା କମି ଗଲା । ଏହା ସହ ପୂର୍ବରୁ ଯାତ୍ରା କମିଟି ମାନେ କିନ୍ନର ମାନଙ୍କ ରହିବା, ଖାଇବା ଆଦି ସବୁ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଏବେ ଆଉ କମିଟି ଗୁଡିକ ସେହି ସୁବିଧା ଦେଉ ନାହାନ୍ତି ’’।

ସମ୍ବଲପୁର ଶୀତଳଷଷ୍ଠୀରେ କିନ୍ନର
ସମ୍ବଲପୁର ଶୀତଳଷଷ୍ଠୀରେ କିନ୍ନର (ETV Bharat)

ଦେବ ଦମ୍ପତିଙ୍କ ବାହାଘରରେ ସାଧାରଣ ଲୋକ ନାଚନ୍ତି ନାହିଁ । କିନ୍ନରମାନଙ୍କୁ ନାଚିବାକୁ ଅଗ୍ରାଧିକାର ଦିଆ ଯାଇଥାଏ । ତେବେ ପୂର୍ବର ଶୀତଳଷଷ୍ଠୀ ଓ ବର୍ତମାନର ଶୀତଳଷଷ୍ଠୀ ଭିତରେ ବହୁତ ପାର୍ଥକ୍ୟ ରହୁଛି । " ପୂର୍ବରୁ ନିମନ୍ତ୍ରଣ ନଥାଇ ମଧ୍ୟ କୌଣସି କିନ୍ନର ଆସିଲେ ତାକୁ ବହୁତ ଆଦର ସତ୍କାର କରାଯାଇ ତାଙ୍କର ରହିବା ଖାଇବାର ସବୁ ବ୍ୟବସ୍ଥା କରାଯାଉଥିଲା । ବର୍ତ୍ତମାନ ଯୁଗ ବଦଳିଛି । ବର୍ତ୍ତମାନ କିନ୍ନରମାନଙ୍କୁ ସବୁ ପ୍ରକାର କାମ ଧନ୍ଦା ମିଳୁଛି । ବର୍ତ୍ତମାନ କିଛି ଲୋକ ଆମକୁ ଏହି ନାଚ ଗୀତ କଣ ପାଇଁ କରୁଛ ବୋଲି ପ୍ରଶ୍ନ କରୁଛନ୍ତି । ତେବେ ସେମାନଙ୍କୁ ଜଣା ନାହିଁ ଯେ ଆମେ ଏହି ଜନ୍ମରୁ ମୁକ୍ତି ପାଇବାକୁ ଏହି ସବୁ କରୁ " ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା କିନ୍ନର ସମାଜ ସଭାପତି ବିନ୍ଦିଆ କିନ୍ନର

ସମ୍ବଲପୁର ଆଉ ଶୀତଳଷଷ୍ଠୀ ଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଛି । ଆଜିର ଦିନରେ କିନ୍ନରଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଜଡିତ ରହିବା ସହ ଏହି ପରମ୍ପରା ଏଭଳି ବଜାୟ ରହୁ ବୋଲି ଐତିହାସିକ ଗବେଷକ ମାନେ ମତ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ ବିଶ୍ୱ ଜାଣିଲା କନ୍ଦରାସୁର ଓ କେନ୍ଦ୍ରାପଡା ଗାଥା, ରଣବୀରଙ୍କ କମିକ୍ସ କଲା କମାଲ୍‌

ଏହା ମଧ୍ୟ ପଢନ୍ତୁ ମହାପ୍ରଭୁଙ୍କ ସେବା ଆଗରେ ହାର ମାନିଛି ବୟସ, 76 ବର୍ଷରେ ବି ରଥ ତିଆରିରେ ନିମଗ୍ନ ନୃସିଂହ

ଇଟିଭି ଭାରତ, ସମ୍ବଲପୁର

Last Updated : May 31, 2025 at 4:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.