ETV Bharat / state

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଗରମ ଡାଲି ପଡ଼ି 7 ଭକ୍ତ ଆହତ - PURI TEMPLE HOT DAL INCIDENT

ଆହତ 7 ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

TRAGIC INCIDENT AT PURI TEMPLE
TRAGIC INCIDENT AT PURI TEMPLE (ETV BHARAT ODISHA)
author img

By ETV Bharat Odisha Team

Published : June 9, 2025 at 7:38 AM IST

1 Min Read

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଗରମ ଡାଲି ପଡି 7 ଜଣ ଭକ୍ତ ଆହତ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ ଗରମ ଡାଲି ନେଇ ଯାଉଥିବା ବେଳେ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟିଛି। ନୟାଗଡ଼ରୁ ଆସିଥିବା 7 ଜଣ ଭକ୍ତଙ୍କ ଉପରେ ଗରମଡାଲି ପଡିଯାଇଥିଲା। ଆହତ 7 ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

INJURED DEVOTEES
INJURED DEVOTEES (ETV BHARAT ODISHA)
INJURED DEVOTEES
INJURED DEVOTEES (ETV BHARAT ODISHA)

ଆହତ ଭକ୍ତମାନଙ୍କର ଗୋଡ଼ରେ ଗରମଡାଲି ପଡିଯାଇଥିଲା। ଔଷଧ ଲଗାଯିବା ପରେ ସେମାନେ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି।

INJURED DEVOTEES
INJURED DEVOTEES (ETV BHARAT ODISHA)
INJURED DEVOTEES
INJURED DEVOTEES (ETV BHARAT ODISHA)

ଏହା ପୂର୍ବରୁ ମଧ୍ୟ ଅନେକ ଥର ଗରମ ଡାଲି ପଡ଼ି ଅନେକ ଥର ମହାପ୍ରସାଦ ବୋହୁଥିବା ବୋଝିଆ ମାନେ ଆହତ ହୋଇଥିବା ନଜିର ରହିଛି। ସେପଟେ ଦର୍ଶନ ପାଇଁ ମଧ୍ୟ ଲକ୍ଷାଧିକ ଭକ୍ତ ପୁରୀ ଶ୍ରୀମନ୍ଦିର ଆସୁଛନ୍ତି। ଏପରିସ୍ଥଳେ ଉଭୟଙ୍କ ସୁରକ୍ଷା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହିଥାନ୍ତି। ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ରହୁଥିବାରୁ ଗୋଡ ଖସିବାର ସମ୍ଭାବନା ରହିଥାଏ। ତେଣୁ ଗୋଡ଼ ଖସୁଥିବା ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଛି। ବାରମ୍ବାର ଭୋଗ ମଣ୍ଡପ ପାହାଚରେ ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ଏହି ପାହାଚକୁ ସୁବ୍ୟବସ୍ଥିତ କରିବା ପାଇଁ ଦାବି କରିଆସୁଛନ୍ତି ବୋଝିଆ।

INJURED DEVOTEES
INJURED DEVOTEES (ETV BHARAT ODISHA)

ଆସନ୍ତୁ ଏକ ନଜର ପକାଇବା କେବେ କେବେ ହୋଇଥିଲା ଏପରି ଅଘଟଣ-

  • 27 ମେ 2023 - ମହାପ୍ରସାଦ ନେବା ବେଳେ ଗରମ ଡାଲି ପଡ଼ି 2 ଜଣ ବୋଝିଆ ଗୁରୁତର ହୋଇଥିଲେ। ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।
  • 26 ମେ 2022 - ଗରମ ଡାଲି ପଡ଼ି ଜଣେ ବୋଝିଆଙ୍କ ଗୋଡ ପୋଡ଼ି ଯାଇଥିଲା। ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।
  • 4 ମେ 2022 - ଗରମ ଡାଲି ପଡ଼ି ବୋଝିଆ ବିଶ୍ଵନାଥ ବେହେରା ଆହତ ଆହତ ହୋଇଥିଲେ। ଭୋଗମଣ୍ଡପ ଦ୍ଵାର ମୁହଁରେ ମହାପ୍ରସାଦ ନେବା ବେଳେ ଗରମ ଡାଲି ଶରୀରରେ ପଡି ଯିବାରୁ ସେ ଆହତ ହୋଇଥିଲେ।
  • 14 ଡିସେମ୍ବର 2021 - ଭୋଗମଣ୍ତପ ଗୃହରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିବା ବେଳେ ସୁଆରନରସିଂହ ମହାପାତ୍ରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ଗରମ ଡାଲି କୁଡୁଆ ଭାଙ୍ଗି ସୁଆରଙ୍କ ଦେହରେ ପଡିଯାଇ ବାମ ହାତ ଓ ଗୋଡରେ ଫୋଟକା ହୋଇଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ- ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ, ଦିବା 12ଟା 20ରୁ 1ଟା 45 ଯାଏଁ ଚାଲିବ ସ୍ନାନ

ଏହା ମଧ୍ୟ ପଢ଼ନ୍ତୁ- ଏଥର ଦେବସ୍ନାନ ପୂର୍ଣ୍ଣିମା ସୁରକ୍ଷାରେ 70 ପ୍ଲାଟୁନ୍ ପୋଲିସ ଫୋର୍ସ, କେଉଁଠି କରିବେ ପାର୍କିଂ ଜାଣନ୍ତୁ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.