ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ 24 ଅର୍ଥାତ ପଞ୍ଚାୟତିରାଜ ଦିବସ ଅବସରରେ ମିଳିବ ସୁଭଦ୍ରା ଟଙ୍କା । 1 ଲକ୍ଷ 70 ହଜାର ମହିଳା ପାଇବେ କିସ୍ତି । ଅର୍ଥାତ ଦୁଇଟି କିସ୍ତିର ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ । ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଣ୍ଟାଯିବ ସୁଭଦ୍ରା ଟଙ୍କା ।
ଏପ୍ରିଲ 24ରେ ମିଳିବ ସୁଭଦ୍ରାର 2ଟି କିସ୍ତି:
ଆସନ୍ତା ଏପ୍ରିଲ 24 ହେଉଛି ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟର ଏକ ଲକ୍ଷ 70 ହଜାର ମହିଳାଙ୍କୁ ଦିଆଯିବ ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଦୁଇଟି କିସ୍ତି ଏକା ସାଙ୍ଗରେ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଯେଉଁମାନେ ମାର୍ଚ୍ଚ 31 ସୁଦ୍ଧା ଆବେଦନ କରିଥିଲେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ମାର୍ଚ୍ଚ 31 ଡେଡଲାଇନ ଦେଇଥିଲେ ସରକାର:
ତେବେ ଆଗରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ‘ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହେଇ ଯାଇଥିବ । ସେମାନେ କରି ପାରିବେ ଆବେଦନ । ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା ।’
କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ଦର୍ଶାଇ ଥିବାରୁରୁ ସୁଭଦ୍ରାର ଦ୍ଵିତୀୟ ମିଳିନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଥିଲା । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କ୍ୟଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ। ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା। ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।
କେତେ ମହିଳା ଦ୍ବିତୀୟ କିସ୍ତିରୁ ବାଦ୍ ପଡିଥିଲେ ?
ଏକ ଲକ୍ଷ ହିତାଧିକାରୀ ଦ୍ବିତୀୟ କିସ୍ତିରୁ ବାଦ ପଡିଛନ୍ତି । ସେଇ ଏକ ଲକ୍ଷ ମହିଳା ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀରୁ ଯେଉଁମାନେ ବାଦ ପଡ଼ିବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ସର୍ଭେ କରାଯିବ । କାହିଁକି ସେମାନେ ପ୍ରଥମ କିସ୍ତି ପରେ ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି । ତାପରେ ସାମୁହିକ କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନା କଣ ?
ସୁଭଦ୍ରା ଯୋଜନା ହେଉଛି ବିଜେପି ସରକାରଙ୍କ ଏକ ମହିଳା କେନ୍ଦ୍ରିକ ଯୋଜନା । ଏଥିରେ ମହିଳାଙ୍କୁ 5 ବର୍ଷରେ 50 ହଜାର ଟଙ୍କା ପ୍ରଦାନ କରିବେ ସରକାର । ବର୍ଷକୁ 2ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଉଛି । ମହିଳା ଦିବସରେ ପ୍ରଥମ କିସ୍ତି ଓ ରାକ୍ଷୀ ପୂର୍ଣ୍ଣିମାରେ ଦ୍ବିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିଲେ । ପ୍ରତି କିସ୍ତିରେ 5 ହଜାର ଟଙ୍କା ପ୍ରଦାନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏହି ଯୋଜନା ଓଡ଼ିଶାରେ ଲାଗୁ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନିଜେ ଭୁବନେଶ୍ବର ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।