state-level revenue officers conference and workshop ଭୁବନେଶ୍ୱର: ରାଜସ୍ବ ବିଭାଗରେ କାହିଁକି ଦୁର୍ନୀତି ଓ ତ୍ରୁଟି ବିଚୁତି ହେବ ଭିଜିଲାନ୍ସ କାହିଁକି ତଦନ୍ତ କରିବ । ଯାହା ବି ହେବ ବିଭାଗରେ ଦୁର୍ନୀତି ହେବ ରାଜସ୍ବ ବିଭାଗରେ ସମାଧାନ ହେବ ବୋଲି ତାହାର ତଦନ୍ତ ବିଭାଗ କରିବ ପାଇଁ ଚିନ୍ତା କରାଯାଉଛି ।
Disaster Management Minister Suresh Pujari ରାଜସ୍ବ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ କର୍ଣ୍ଣାଟକ ରାଜସ୍ବ ଢାଞ୍ଚାର ଉଦାହରଣ ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ରାଜସ୍ବ ସେବା ଯୋଗାଇବାରେ କର୍ଣ୍ଣାଟକ ଅନେକ ସୁଧାର ଆଣିଛି। 70 ପ୍ରତିଶତ ବନ୍ଦଵସ୍ତ ଆପେ ଆପେ ହେଇ ଯାଉଛି। ତେଣୁ ଆମକୁ ସିଷ୍ଟମକୁ ରି-ଡିଜାଇନ କରିବାକୁ ହେବ । ସରକାର ପାଖେ ରାଜନୈତିକ ଇଛା ଶକ୍ତି ଅଛି । ଅର୍ଥ ସହ ମାନବ ସମ୍ଭଳ ବି ଅଛି । ଆପଣ ମାନଙ୍କ ଭିତରେ ଆତ୍ମବିଶ୍ୱାସ ଦରକାର। ସରକାର ଏକ ଅନଲାଇନ ସିଷ୍ଟମ କରିବେ ଯେଉଁଥିରେ ଆରଆଇ ପର୍ଯ୍ୟନ୍ତ ରାଜସ୍ବ ଅଧିକାରୀ ମଧ୍ୟ ପ୍ରସ୍ତାବ ଦେଇ ପାରିବେ । ସବୁ ରାଜସ୍ବ କାର୍ଯ୍ୟାଳୟରେ ହେଲପ ଡେସ୍କ ରଖିବାକୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ।
ରାଜସ୍ବ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଟାସ୍କ-
"କୌଣସି ତହସିଲରେ ଗୋଟିଏ ଭୂମିହୀନ ଲୋକ ରହିବେନି । ବିସ୍ଥାପିତ ସମସ୍ୟାର ସମାଧାନ । ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର । ପଡାକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା । ଏହା ସହ ରାଜ୍ୟର ଭୂମିକୁ ସୁରକ୍ଷା । ସରକାରଙ୍କ ଏହି ସଂକଳ୍ପକୁ ପୂର୍ଣ୍ଣ କରିବାକୁ ହେବ । 51ଟି ବିଭାଗର ମେରୁଦଣ୍ଡ ରାଜସ୍ବ ବିଭାଗ । କିନ୍ତୁ ଏବେ ସଂଖ୍ୟା କମିଲାଣି । ଯେବେ ମୋ ପାଖକୁ ଲୋକ ଆସିବା ବନ୍ଦ କରିଦେବେ ଜାଣି ବି ରାଜସ୍ବ ସେବା ଠିକ ବାଟରେ ଚାଲିଛି," କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
କାମ ଗୁଡିକ ଠିକ୍ ଭାବରେ ସଠିକ୍ ଢଙ୍ଗରେ ହେଉନାହିଁ-
"ଭୂମି ହେଉଛି ସାମାଜିକ ନ୍ୟାୟର ଅଧିକାର । ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ। ଲୋକଙ୍କୁ ଠିକ୍ ଭାବରେ ବେଳେ ବେଳେ କାର୍ଯ୍ୟ ଯୋଗାଇ ଦେଇପାରୁ ନାହି କାହିଁକି ? ତଳସ୍ତରରେ ସମସ୍ୟା ଯଦି ସମାଧାନ ହୋଇପାରନ୍ତା ତାହାଲେ ଲୋକେ ଜର୍ଜରିତ ହୋଇ ରାଜଧାନୀ ଆସନ୍ତେ ନାହିଁ," ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏପରି କହି ତାଗିଦ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜିଲ୍ଲାପାଳ ଓ ବିଡିଓ ଅଭିଯୋଗ ଶୁଣାଣୀ କରୁଛନ୍ତି ତାଥା ପି କାହିଁକି ଜିଲ୍ଲା ସ୍ତରରେ ସମସ୍ୟା ସମାଧାନ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି । ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ । ୨୨୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଇଛି । ଜନଗଣନା ପୂର୍ବରୁ ହୋଇପାରିଛି । ରାଜ୍ୟରେ ଭୂମିହୀନ ଅଛନ୍ତି । ପୂର୍ବ ସରକାର ବିଭିନ୍ନ ସ୍କିମରେ ଜମି ଯୋଗାଇ ଦେଇଛନ୍ତି ସତ କିନ୍ତୁ ଏବେ ବି ଭୂମିହୀନ ରାଜ୍ୟରେ ରହିଛନ୍ତି । ତାଙ୍କୁ ଜମି ଯୋଗାଇ ଦେବାର ଦାୟିତ୍ଵ ନିଭାନ୍ତୁ । ସମାଜର ଶେଷ ଧାଡ଼ିର ଲୋକ ଯାଏଁ ତାର ହକ ତାଙ୍କ ନିକଟରେ ପହଞ୍ଚାନ୍ତୁ । ଯେଉଁ ଅଭିଯୋଗ ଗୁଡ଼ିକ ବିଶେଷ ଜରି ଜମି ଜମା ମାମଲା ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ କରନ୍ତୁ । କାହିଁକି ନା ଆପଣ ମାନେ ନ୍ୟାୟଦଣ୍ଡ ପାଲଟି ଥାଆନ୍ତି । ଓଡ଼ିଶାରେ କେହି ବି ଭୂମି ହିନ ରହିବେ ନାହିଁ ଆମର ଲକ୍ଷ୍ୟ । ଯେଉଁ ମାନେ ବି ଚାରି ଡିସିମିଲ ତଳେ ରହିଛନ୍ତି ସେମାନଙ୍କୁ ସରକାର ଭୂମି ଯୋଗାଇ ଦେବେ । ଆପଣ ସେଥିପାଇଁ ଗୁରୁଦାୟିତ୍ଵ ତୁଲାନ୍ତୁ । ଲଘୁ ଖଣିଜ ଦ୍ରବ୍ୟକୁ ଚୋରିରୁ ରୋକିବାରେ ଓ ଟିକସ ଆଦାୟ କ୍ଷେତ୍ରରେ ଖଣି ବିଭାଗ ଦ୍ଵାରା ସମ୍ଭବ ହେଉନାହିଁ । ରାଜସ୍ବ ବିଭାଗର ଖଣି ବିଭାଗକୁ ଗଲା ପରେ ମଧ୍ୟ କିନ୍ତୁ ପୂର୍ବ ପରି ରାଜସ୍ବ ବିଭାଗକୁ ଲଘୁ ଖଣିଜ ଦାୟିତ୍ଵ ଆଣିବା ପାଇଁ ଚିନ୍ତା କରାଯାଉଛି । ତେଣୁ ଆପଣ ପୂର୍ବ ପରି ସଠିକ୍ ଭାବେ ତୁଲାଇବେ ବୋଲି ମୋର ଆଶା ।"

ମ୍ୟାନ ପାୱାର ରାଜସ୍ବ ବିଭାଗରେ ଭରପୁର ରହିଛି-
"ରାଜସ୍ବ ବିଭାଗରେ କାହିଁକି ଦୁର୍ନୀତି ଓ ତ୍ରୁଟି ବିଚୁତି ହେବ ଭିଜିଲାନ୍ସ କାହିଁକି ତଦନ୍ତ କରିବ । ଯାହା ବି ବିଭାଗରେ ଦୁର୍ନୀତି ହେବ ରାଜସ୍ବ ବିଭାଗରେ ସମାଧାନ ହେବ ବୋଲି ତାହାର ତଦନ୍ତ ବିଭାଗ କରିବ ପାଇଁ ଚିନ୍ତା କରାଯାଉଛି । ଆଷାଢ଼ ମାସ ଆସିନାହିଁ କିନ୍ତୁ ଗତକାଲି ବର୍ଷାରେ ଭୁବନେଶ୍ୱର ବେହାଲ ହେଉଛି । ପୁରୁଣା ଭୁବନେଶ୍ବରରେ ରାସ୍ତା ଦବି ଯାଉଛି । ଏ ଦିଗରେ ଆମକୁ ଗୁରୁତ୍ଵ ଦେବାର ଆବଶ୍ୟକ ରହିଛି । ଲୋକେ ଯେତେବେଳେ ଅଭିଯୋଗ ନେଇ ଆସୁଛନ୍ତି କିଛି ଅଧିକାରୀ ଅଛନ୍ତି ଲୋକଙ୍କ ଅଭିଯୋଗ ଧରି ଦେଉଛନ୍ତି ହଁ ହେଇଯିବ କହି ତାଙ୍କୁ ଚାଲିଯିବାକୁ କହୁଛନ୍ତି କିନ୍ତୁ କରୁନାହାନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ ଲୋକଙ୍କୁ ସେବା ଯୋଗାଇ ଦିଅନ୍ତୁ ସମୟ କାଢି । ଯଦି ଯେଉଁଟା ହେଉନାହିଁ ତା ପାଇଁ ରାସ୍ତା କାଢ଼ନ୍ତୁ । ଲୋକଙ୍କ ସହ ଆଲୋଚନା କରନ୍ତୁ ତା ସମସ୍ୟାକୁ ନେଇ । ସେବା ମନୋଭାବ ନେଇ କର୍ଯ୍ୟକର ।ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ବ ବିଭାଗ କରିବା ଆମ ସରକାରଙ୍କ ଲକ୍ଷ୍ୟ," କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଯେତେବେଳେ ତୃତୀୟ ଥର ବିଧାୟକ ହୋଇଥିଲେ ସେହି ସମୟରେ ଜାତି ଭିତ୍ତିକ ସାଟି ଫିକେଟ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଛାତ୍ରଛାତ୍ରୀ ଦୌଡ଼ି ଦୌଡ଼ି ଯାଉଥିଲେ ବି ମିଳୁନଥିଲା। ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ସେହି ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ ଧାରଣା ବି ଦେଇଥିଲେ । କାହିଁକି ଯଥା ସମୟରେ ଜାତିଭିତ୍ତିକ ସାଟିଫିକେଟ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ? ହେଲେ ତହସିଲଦାର ଅନୁପସ୍ଥିତ ଥିବାରୁ ସେଠାରେ ଧାରଣାରେ ବସିଥିଲେ କିନ୍ତୁ ତହସିଲଦାର ନଥିଲେ ଧାରଣା ବସିବାର ଖବର ପାଇବା ପରେ ପ୍ରାୟ ଦୁଇ ଘଣ୍ଟା ପରେ ତହସିଲଦାର ଆସିଲେ । ଆଉ ଚିରା ଚରିତ କହିଲେ ମୁଁ ଦେଇଦେବି। କିନ୍ତୁ କାହିଁକି ଛାତ୍ରଛାତ୍ରୀଙ୍କ ସହ ଏମିତି ଆମେ କରିବା ଆମ ଦାୟିତ୍ୱରେ ବ୍ୟତିକ୍ରମ କରିବା । ଏବେ ବୋଧେ ହୁଏ ସେଥିପାଇଁ ଗୋଟେ ନିର୍ଦ୍ଧିଷ୍ଟ ସମୟ ନିର୍ଧାରଣ କରାଯାଇଛି । ତେଣୁ ମୋର ଆଶା ଆପଣ ମାନେ ଛାତ୍ରଛାତ୍ରୀଙ୍କ ସହ ସେମିତି କରିବେ ନାହିଁ ବୋଲି ।
