ETV Bharat / state

ଭୁବନେଶ୍ୱର ଇସ୍କନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, କାଳିଆ ପ୍ରେମରେ ବିଭୋର ଭକ୍ତ

ପବିତ୍ର ସ୍ନାନପୂର୍ଣ୍ଣିମାରେ ଭୁବନେଶ୍ୱରର ଇସ୍କନ ସମେତ ବିଭିନ୍ନ ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା । କାଳିଆ ପ୍ରେମରେ ବିଭୋର ହେଲେ ଭକ୍ତ ।

The Bathing Festival of the Lord Jagannatha  performed at ISKCON Bhubaneswar
The Bathing Festival of the Lord Jagannatha performed at ISKCON Bhubaneswar (ETV Bharat Odisha)
author img

By ETV Bharat Odisha Team

Published : June 11, 2025 at 10:46 PM IST

1 Min Read
Choose ETV Bharat

Sri Jagannath's Snana yatra mahotsava ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସ୍ନାନପୂର୍ଣ୍ଣିମା । ଏହି ପବିତ୍ର ପୁର୍ଣିମାରେ ଜଗନ୍ନାଥଙ୍କ ଗାଧୁଆ ଦେଖେ ସାରା ଦୁନିଆ । ଭାବବିନୋଦିଆର ଗାଧୁଆ ପର୍ବ ବା ସ୍ନାନ ଯାତ୍ରାକୁ ନେଇ ସବୁଠି ଭକ୍ତିର ପରିବେଶ । ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର ସବୁଠି ଲୀଳାମୟ ଠାକୁରଙ୍କ ହେଇଛି ସ୍ନାନ ଯାତ୍ରା । ଭୁବନେଶ୍ୱରର ଇସ୍କନ ସମେତ ବିଭିନ୍ନ ମନ୍ଦିରରେ ପୁରୀ ନିତି ଅନୁଯାୟୀ ଠାକୁରଙ୍କ ସ୍ନାନ ଯାତ୍ରା ହୋଇଯାଇଛି । ଶଙ୍ଖ, ଘଣ୍ଟ, ଘଣ୍ଟା, ହୁଳହୁଳି ଓ ହରେକୃଷ୍ଣ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିବା ବେଳେ ଭକ୍ତଂକ ଗହଳିରେ ଚତୁର୍ଦ୍ଧାମୂରତି ପହଣ୍ଡିରେ ଆସି ସ୍ନାନ ଯାତ୍ରା ହୋଇଛି ।

ଭକତ ଆଉ ଭଗବାନଙ୍କର ଏହି ଅପୂର୍ବ ମିଳନକୁ ନେଇ ପୁରା ପରିବେଶ ଭକ୍ତିମୟ ହୋଇଥିବା ବେଳେ ପବିତ୍ର ସ୍ନାନ ଯାତ୍ରା ଦେଖିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଚର୍ମ ଚଚକ୍ଷୁରେ ସ୍ନାନ ଯାତ୍ରା ସହ ଦିବ୍ୟ ଗଜାନନ ବେଶ ଦେଖି ପରମାନନ୍ଦ ଲାଭ କରିଛନ୍ତି ଭାବ ବିହୋଳିତ ଶ୍ରଦ୍ଧାଳୁ । ତେବେ ପ୍ରଥମେ ମନ୍ଦିରରୁ ପହଣ୍ଡି ହୋଇ ତିନି ଠାକୁର ସ୍ନାନ ବେଦୀକୁ ଆସିବା ପରେ ୧୦୮ ସୁଗନ୍ଧିତ ଗରା ପାଣିରେ ୪ ତୁର୍ଦ୍ଧାମୂର୍ତିଙ୍କୁ ସେବକ ମାନେ ସ୍ନାନ କରାଇଛନ୍ତି ।

ଏହା ବି ପଢନ୍ତୁ- ସ୍ନାନବେଦୀରେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଗଜାନନ ବେଶ ଦେଖିବାକୁ ଶ୍ରୀକ୍ଷେତ୍ର ଲୋକାରଣ୍ଯ - SNANA YATRA 2025 PURI

"ପ୍ରଭୁଙ୍କ ଏହି ସୁନ୍ଦର ଲୀଳା ଭକ୍ତଙ୍କୁ ଭାବ ବିଭୋଳ କରିଛି । ପୁରୀ ନ ଯାଇପାରୁ ଥିଲେ ମଧ୍ୟ ଭୁବନେଶ୍ୱ ର ଇସ୍କନର ମନ୍ଦିରେ ହେଉଥିବା ସ୍ନାନ ଯାତ୍ରାକୁ ଅନୁଭବ କରିଛି," କହିଛନ୍ତି ଜଣେ ଶ୍ରଦ୍ଧାଳୁ ।

"ଭାବକୁ ନିକଟ ସେତ ଅଭାବେ ଦୂର । ତେଣୁ ସେ ସବୁଠି ଅଛନ୍ତି ତାଙ୍କୁ ଦର୍ଶନ ପାଇଁ କୋଉଠିଁ ଯିବାର ଆବଶ୍ୟକ ନଥାଏ ଭକ୍ତି ଥିଲେ ସବୁଠି ତାଙ୍କୁ ଅନୁଭବ କରିହେବ," ବୋଲି କହିଛନ୍ତି ଜଣେ ଶ୍ରଦ୍ଧାଳୁ ।

ପୁରୀରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଲୋକାରଣ୍ୟ ବଡଦାଣ୍ଡ । ଦିବ୍ୟ ସ୍ନାନର ମୂକସାକ୍ଷୀ ହୋଇଛି ବିଶ୍ବ ବ୍ରହ୍ମାଣ୍ଡ । ବଡ ଠାକୁରଙ୍କୁ ଅତି ପାଖରୁ ଦେଖି ଭାବବିହ୍ବଳ ଭକ୍ତ । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ମହାପ୍ରଭୁ । ପ୍ରଭୁଙ୍କ ଦିବ୍ୟଭବ୍ୟ ରୂପ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।