ETV Bharat / state

ହୀରା ବିବି: ନିଶା ନିବାରଣ ଓ ବାଲ୍ୟ ବିବାହ ବିରୋଧରେ ମହିଳା ଯୋଦ୍ଧା - HEERA BIBI SLUM ACTIVIST ODISHA

ସମାଜ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ଭୁବନେଶ୍ବର ବସ୍ତିରେ ରହୁଥିବା ଜରି ଗୋଟାଳି ହୀରା ବିବି । ତାଙ୍କ ପ୍ରଚେଷ୍ଠାରେ ରୋକିଲେଣି ବାଲ୍ୟ ବିବାହ । ନିଶାଗ୍ରସ୍ତ ଯୁବକଙ୍କୁ ଦେଖାଉଛନ୍ତି ସଠିକ ପଥ ।

ସମାଜ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ହୀରା
ସମାଜ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ହୀରା (ETV Bharat Odisha)
author img

By ETV Bharat Odisha Team

Published : June 3, 2025 at 5:35 PM IST

6 Min Read

ସ୍ପେଶାଲ ରିପୋର୍ଟ: ଭବାନୀ ଶଙ୍କର ଦାସ

Heera Bibi Bhubaneswar Slum Activist ଭୁବନେଶ୍ବର: ‘ବାପାରେ ନିଶା ପାଖକୁ ଯାଅନି...ଯେଉଁ ବଡ଼ ଲୋକ ମଦ ପିଉଛନ୍ତି ତାଙ୍କ ପାଖକୁ ଯାଅନି...ବହୁତ କଷ୍ଟ ଭୋଗୁଛି, ଆଉ କେହି ନଭୋଗନ୍ତୁ ।’ ଏଇ ନିଶା ଉଜାଡି ଦେଇଛି ତାଙ୍କ ସୁନାର ସଂସାର...ଅଳ୍ପ ବୟସରେ ସ୍ବାମୀ ହାତ ଛାଡି ଆରପାରିକୁ ଚାଲିଗଲେ । ବଡ଼ ପୁଅକୁ ବି ଗ୍ରାସ କଲା ନିଶା...ପାଠପଢାରୁ ପଥଚ୍ୟୁତ ହୋଇ ନିଶାରେ ଚୂର ରହିଲେ । ଆଉ ଏବେ ସେ ନିଶା ନିବାରଣ କେନ୍ଦ୍ରରେ । ଏସବୁ କଷ୍ଟ ଭିତରେ ସମାଜରୁ ବାଲ୍ୟ ବିବାହ ଉଚ୍ଛେଦ ଓ ଯୁବପିଢିଙ୍କୁ ନିଶାଠୁ ଦୂରେଇ ରହିବାକୁ ସଚେତନ କରିବାକୁ ପଣ କରିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ନିକଟ କଳ୍ପନା ଛକ କଦଳୀ ଗୋଦାମ ବସ୍ତିରେ ରହୁଥିବା ‘ହୀରା ବିବି’ । ନିଜେ ଜରି ଗୋଟାଇ ପେଟ ପୋଷୁଛନ୍ତି ହେଲେ ସମାଜକୁ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା...ତାଙ୍କ ପ୍ରେରଣାଦାୟୀ କାହାଣୀକୁ ନେଇ ସ୍ପେଶାଲ ରିପୋର୍ଟ...‘ସଲାମ ହୀରା ବିବି’ ।

ସମାଜ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ହୀରା (ETV Bharat Odisha)

କଦଳୀ ଗୋଦାମ ବସ୍ତିର ‘ହୀରା’

ଭିନ୍ନ ଜଣେ ମହିଳା । ଭିନ୍ନ ତାଙ୍କର ମହାନତା । ନିଜେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଭିତରେ ଥାଇ ବି ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ସାହା ଭରସା । ଜୀବନ ସହ ସଂଘର୍ଷ ଓ ପେଟ ପାଇଁ ସଂଗ୍ରାମ ଭିତରେ ବି ଅନ୍ୟମାନଙ୍କୁ ଦେଖାଉଛନ୍ତି ବଞ୍ଚିବାର ରାହା । କାଚ, ଜରି ଓ ପ୍ଲାଷ୍ଟିକ ଗୋଟାଇ ପେଟ ପୋଷୁଥିବା ମହିଳା ଧରିଛନ୍ତି ସମାଜ ପରିବର୍ତ୍ତନର ମଙ୍ଗ । ସମାଜରେ ଉପେକ୍ଷିତ ଏହି ଅଭାବୀ ବିଧବା ମହିଳାଙ୍କ ଭିତରେ ରହିଛି ମାନବିକତାର ଜୀବନ୍ତ ଉଦାହରଣ । କେତେବେଳେ ସେ କାହା ପାଇଁ ମା' ସାଜନ୍ତି ତ ଆଉ କେତେବେଳେ ଝିଅ ଓ ଭଉଣୀ ସାଜି ସହାୟତାର ହାତ ବଢ଼େଇ ଦିଅନ୍ତି । ନିଜ ବସ୍ତି ଅଞ୍ଚଳରେ ସାମାଜିକ କୁପ୍ରଥା ହେଉ ଅବା ପଥଚ୍ୟୁତଙ୍କୁ ପଥ ଦେଖାଇବାରେ ସେ ନିଅନ୍ତି ନେତୃତ୍ୱ । ବାଲ୍ୟ ବିବାହ ରୋକିବା ସହ ପଥଚ୍ୟୁତଙ୍କୁ ଦେଖାଉଛନ୍ତି ରାହା ।

ସମାଜ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି ଜରି ଗୋଟାଳି
ସମାଜ ପାଇଁ ସେ ଉଦାହରଣ (ETV Bharat Odisha)

କିଏ ଏହି ହୀରା ?

ନୁଖୁରା ମୁଣ୍ଡକୁ ଫୁରଫୁର ହୋଇ ଉଡୁଥିବା ବାଳ । ରଫୁ ହୋଇଥିବା ଶାଢ଼ୀ ସହ ଚିରା ଚପଲ । ବେଶଭୂଷା ପୂରା ସାଧାରଣ । ନାଁ ତାଙ୍କର ହୀରା ବିବି । ବୟସ ପ୍ରାୟ ୫୦ ହେବ । ଘର ଭୁବନେଶ୍ୱର ରେଳ ଷ୍ଟେସନ ନିକଟ କଳ୍ପନା ଛକ କଦଳୀ ଗୋଦାମ ବସ୍ତି । ସରକାରୀ ସହାୟତାରେ ମିଳିଥିବା ଏହି ଛୋଟିଆ ଘରେ ପିଲା ଛୁଆଙ୍କ ସହ ରୁହନ୍ତି ହୀରା । ୫ ପିଲା ଛୁଆଙ୍କୁ ନେଇ ହୀରାଙ୍କ ତେଲ ଲୁଣର ସଂସାର । 5ଟି ସନ୍ତାନଙ୍କ ମଧ୍ୟରୁ 2 ଝିଅ ଓ 3ଟି ପୁଅ । ବଡ଼ ଝିଅ ବିବାହ କରିସାରିଥିବା ବେଳେ ବଡ଼ ପୁଅ ନିଶାଗ୍ରସ୍ତ ହୋଇ ଏବେ ନିଶା ନିବାରଣ କେନ୍ଦ୍ରରେ । ସ୍ବାମୀ ଗତ 12 ବର୍ଷ ତଳେ ପ୍ରାଣ ହରାଇଥିଲେ । କାଚ ବୋତଲ, ଜରି ଓ ପ୍ଲାଷ୍ଟିକ ଗୋଟାଳି ଭାବେ ଏବେ ତାଙ୍କର ପରିଚୟ । ରାଜଧାନୀ ଓ ଉପକଣ୍ଠରେ ବିଭିନ୍ନ ଗଳିକନ୍ଦି ବୁଲି ଟିଣ, କାଚ, ଜରି, ବୋତଲ ଗୋଟାଇ ଆଣି କବାଡ଼ିଆଙ୍କ ପାଖରେ ବିକ୍ରି କରନ୍ତି । ଆଉ ସେଥିରୁ ଯାହା ରୋଜଗାର ହୁଏ ସେଥ‌ିରେ ଚଳେ ହୀରାଙ୍କ ପରିବାର । ପରିବାରର ପେଟ ପୋଷିବା ସହ ଝିଅଙ୍କ ବିବାହ ପାଇଁ ଅର୍ଥ ସଞ୍ଚୁଛନ୍ତି ହୀରା ।

କେତେ ବାଲ୍ୟ ବିବାହ ରୋକିଲେଣି ହୀରା ?

ରାଜଧାନୀର ବସ୍ତି ଅଞ୍ଚଳରେ ବାପା ମା' ମାନେ ଦଲାଲଙ୍କ ପ୍ରଲୋଭନରେ ପଡ଼ି ଝିଅମାନଙ୍କୁ ପାଠପଢ଼ା ଅଧାରୁ ବାଲ୍ୟ ବିବାହ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେଭଳି କ୍ଷେତ୍ରରେ ବସ୍ତିରେ ଥ‌ିବା କମ୍ୟୁନିଟି ସେଣ୍ଟର ସହାୟତାରେ ବାଲ୍ୟ ବିବାହ ରୋକିବାର ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୮ରୁ ୧୦ଟି ବାଲ୍ୟ ବିବାହ ରୋକି ସାରିଲେଣି । ସ୍କୁଲ ଦୁଆର ମାଡି ନଥିବା ହୀରା ଝିଅ ମାନଙ୍କୁ ସଚେତନ କରିବା ଲାଗି ଆଗେଇ ଆସିଛନ୍ତି । କେବଳ ସେତିକି ନୁହେଁ ସେହି ଝିଅମାନଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ପ୍ରୟାସ କରୁଛନ୍ତି ।

ସମାଜ ପାଇଁ ସେ ଉଦାହରଣ ‘ହୀରା’ (ETV Bharat Odisha)

ବସ୍ତିରେ ବାଣ୍ଟୁଛନ୍ତି ନିଶା ନିବାରଣ ବାର୍ତ୍ତା:

ନିଶା ଯୋଗୁଁ ଅଳ୍ପ ବୟସରେ ସ୍ବାମୀଙ୍କୁ ହରାଇଥିବା ହୀରାଙ୍କ ପୁଅ ପାଠପଢ଼ା ଛାଡି ପଥଚ୍ୟୁତ ହୋଇ ଏଣେତେଣେ ବୁଲୁଥିଲେ । ଏହା ତାଙ୍କୁ ବ୍ୟସ୍ତ କରିଥିଲା । ଏହା ପରଠୁ ବସ୍ତିରେ ସେ ନିଶା ନିବାରଣର ବାର୍ତ୍ତା ଦେଉଛନ୍ତି । ପାଠପଢୁ ନ ଥିବା ପିଲାଙ୍କୁ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ପାଠ ପଢ଼ାଇବାର ବ୍ୟବସ୍ଥା କରୁଛନ୍ତି । ପାଖାପାଖି ୪୦-୪୫ ପିଲାଙ୍କ ଦାୟିତ୍ଵ ସେ ନେଇଛନ୍ତି । ଏପରିକି ବସ୍ତିରେ ରୋଗାକ୍ରାନ୍ତ ଅସହାୟଙ୍କ ସେବା ଶୁଶ୍ରୂଷା ମଧ୍ୟ କରନ୍ତି । ଯାହା ରୋଜଗାର କରନ୍ତି, ସେଥିରୁ କିଛି ଏହି ଅଭାବୀ ଲୋକଙ୍କ ଲାଗି ଖର୍ଚ୍ଚ କରନ୍ତି । ନିରାଶ୍ରୟଙ୍କ ସାହାରା ଓ ଅଭାବୀ ବନ୍ଧୁ ସାଜିଛନ୍ତି ହୀରା ।

ହୀରାଙ୍କ ସମ୍ପର୍କରେ...
ମୂଳତଃ ଆନ୍ଧ୍ରପ୍ରଦେଶର ବାସିନ୍ଦା ହେଉଛନ୍ତି ହୀରାଙ୍କ ପରିବାର । ପରିବାରର ପୂର୍ବ ପିଢ଼ି ପେଟ ପାଟଣା ପାଇଁ ଭୁବନେଶ୍ୱର ଚାଲି ଆସିଥିଲେ । ଭୁବନେଶ୍ୱର ଷ୍ଟେସନ ନିକଟରେ ଥିବା ଏହି କଦଳୀ ଗୋଦାମ ବସ୍ତିରେ ହୀରାଙ୍କର ଜନ୍ମ । ଭାଇଭଉଣୀ ୩ ଜଣଙ୍କ ମଧ୍ୟରେ ହୀରା ବଡ଼ । କିନ୍ତୁ ୧୩ ବର୍ଷ ବୟସରେ ସେ ବିବାହ କରିଥିଲେ । ବୟସରେ ତାଙ୍କ ଠାରୁ ବହୁତ ବଡ଼ ସେକ ତାଜୁଙ୍କୁ ସେ ବାହା ହୋଇଥିଲେ । ଦୁନିଆକୁ ଭଲ ଭାବେ ଜାଣିନଥିବା ହୀରା ବିବାହର ବର୍ଷକ ମଧ୍ୟରେ ମା' ହୋଇଥିଲେ । କିନ୍ତୁ ଦୁର୍ବଳ ସ୍ୱାସ୍ଥ୍ୟ ଓ ଅଜଣା ରୋଗରେ ୩ ମାସର ପ୍ରଥମ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ସେ 2ଟି ଝିଅ ଓ 3ଟି ପୁଅର ଜନନୀ ହୋଇଥିଲେ । ମାଂସ କଟାଳି ଭାବେ କାମ କରୁଥିବା ସ୍ୱାମୀ ସବୁବେଳେ ନିଶାରେ ଚୁର ରହୁଥିଲେ । ଏଥିପାଇଁ ପରିବାରରେ ବିଶୃଙ୍ଖଳା ସହ ଅବହେଳାର ଶିକାର ହୋଇଥିଲେ ହୀରା ।

ହୀରା ବିବିଙ୍କ ଦୈନନ୍ଦିନ କାର୍ଯ୍ୟ (ETV Bharat Odisha)

ନିଶା ନେଲା ସ୍ବାମୀଙ୍କ ଜୀବନ...
ଶେଷରେ ନିଶା ନେଇଥିଲା ହୀରାଙ୍କ ସ୍ୱାମୀଙ୍କ ଜୀବନ । ୧୨ ବର୍ଷ ତଳେ ସେ ସ୍ୱାମୀଙ୍କୁ ହରାଇଥିଲେ । ଦୁଃଖ କଷ୍ଟରେ ୫ ଛୁଆଙ୍କୁ ନେଇ ଚାଲିଥିଲା ହୀରାଙ୍କ ସଂସାର । ନିଜେ ଭୋଗିଥିବା ଯନ୍ତ୍ରଣାରେ ଆଉ ଯେମିତି କେହି ନଜୁଝୁ ସେ ଦିଗରେ ଆରମ୍ଭ କରିଥିଲେ ପ୍ରୟାସ । ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ଲାଗି ସେ ନେଇଥିଲେ ପଣ । ଏହାରି ଭିତରେ ବସ୍ତିର ପିଲାଙ୍କ ସହ ମିଶି ତାଙ୍କ ବଡ଼ ପୁଅ ନିଶାଗ୍ରସ୍ତ ହେବା ହୀରାଙ୍କୁ ବେଶ ପ୍ରଭାବିତ କରିଥିଲା । ପୁଅ ଓ ଅନ୍ୟ ଯୁବ ବର୍ଗଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡିବା ବ୍ୟବସ୍ଥା କରିବା ସହ ବସ୍ତିକୁ ନିଶା ମୁକ୍ତ କରିବାକୁ ଶପଥ ନେଇଛନ୍ତି ହୀରା ।

ହୀରାଙ୍କ ମହତ ଉଦ୍ଦେଶ୍ୟ ପଛରେ ରହସ୍ୟ କଣ ?

ଦୀପା ଶିଖା ଭଳି ନିଜେ ଜଳି ସମାଜକୁ ଆଲୋକର ରାସ୍ତା ଦେଖାଉଛନ୍ତି ହୀରା ବିବି । ବାସ୍‌ ତାଙ୍କ ଜୀବନଙ୍କ ସେହି ସଂଘର୍ଷର କାହାଣୀ ଜାଣିବାକୁ କଳ୍ପନା ଛକ କଦଳୀ ଗୋଦାମ ବସ୍ତିରେ ପହଞ୍ଚିଥିଲା ଆମ 'ETV Bharat' ଟିମ୍‌ । ନିଜେ ଦୁଃଖ କଷ୍ଟରେ ଚଳୁଥିବା ହୀରା... ସମାଜର ପଥଭ୍ରଷ୍ଟ ଯୁବପିଢିଙ୍କୁ ଶିକ୍ଷିତ କରିବା ପାଇଁ ଅହରହ ବସ୍ତିରେ କାର୍ଯ୍ୟ କରି ଚାଲିଛନ୍ତି । ଏନେଇ ‘ଇଟିଭି ଭାରତ’ ଆଗରେ ଦୁଃଖ-କଷ୍ଟ-ଖୁସିକୁ ବାଣ୍ଟିଥିଲେ ହୀରା ।

ହୀରାଙ୍କ ସହ ଭୁବନେଶ୍ବର ସମ୍ବାଦଦାତା ଭବାନୀ ଶଙ୍କର (ETV Bharat Odisha)

13 ବର୍ଷରେ ବିବାହ କରିଥିଲେ, ଏବେ ବାଲ୍ୟ ବିବାହ ରୋକିବାକୁ ଚଳାଇଛନ୍ତି ପ୍ରୟାସ:

ETV Bharatକୁ ହୀରା ବିବି କହିଛନ୍ତି, ‘ମୁଁ ମାତ୍ର 13 ବର୍ଷ ବୟସରେ ବାହା ହୋଇଥିଲି । କମ ବୟସରେ ବାହା ହୋଇ ମୋର ପରିସ୍ଥିତି ଯାହା ହୋଇଛି, ଅନ୍ୟମାନେ କେହି ଏହି ଅବସ୍ଥାରେ ନପଡ଼ନ୍ତୁ । ସ୍ୱାମୀ ନିଶା ଖାଇ ପରିବାରକୁ ଅଣଦେଖା କରୁଥିବାରୁ ଘରୁ ପାଦ କାଢିଥିଲି । ଗୋଟିଏ ଓଳି ଖାଇ ଅନ୍ୟ ଓଳି ଉପବାସ ରହୁଥିଲି । ଟିଣ ଓ କାଚ ଗୋଟେଇ ପରିବାର ଚଳେଇବା ଆରମ୍ଭ କରିଥିଲି, ଯାହା ଏବେ ମଧ୍ୟ ଜାରି ରହିଛି । ବହୁତ କଷ୍ଟ ଭୋଗୁଛି, ଆଉ କେହି ନଭୋଗନ୍ତୁ । ଜୀବନରୁ ମିଳିଥିବା ଶିକ୍ଷାରୁ ବାଲ୍ୟ ବିବାହ ରୋକ ଦିଗରେ କାର୍ଯ୍ୟ ଆରମ୍ଭ କଲି । ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଝିଅଙ୍କୁ ପାଠ ପଢେଇବା ଲାଗି ବ୍ୟବସ୍ଥା କରେ । ଜରି ଗୋଟାଳି ବୋଲି ସମସ୍ତଙ୍କ ନଜରରେ ଛୋଟ ହୋଇଥିଲେ ବି କାହାରି ଦୁଃଖ ଦେଖିଲେ ସହିପାରେନାହିଁ । ନିଶା ଯୋଗୁଁ କାହାରି ଜୀବନ ଚାଲି ନଯାଉ ଏଥ‌ିପାଇଁ ସବୁବେଳେ ଚେଷ୍ଟା କରେ ।’

ଓଡ଼ିଶାରେ ବାଲ୍ୟ ବିବାହ ହିସାବ ?

ସଭ୍ୟତା ସହ ତାଳ ଦେଇ ଆଗକୁ ବଢୁଛି ଦେଶ । ହେଲେ ଦାରିଦ୍ର୍ୟର ତାଡନା ହେଉ ଅବା ଦଲାଲଙ୍କ ଶିକାର ହୋଇ ବାଲ୍ୟ ବିବାହ କରାଉଛନ୍ତି ବାପା ମା’ । ଯେଉଁଥିରୁ ମୁକୁଳି ପାରିନି ଓଡ଼ିଶା । ଏବେବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବାଲ୍ୟ ବିବାହ ହେଉଥିବା ରିପୋର୍ଟ ହେଉଛି । ଗତ 5 ବର୍ଷର ବାଲ୍ୟ ବିବାହ ରିପୋର୍ଟ ଯଦି ଦେଖାଯାଏ ଏଥିରେ ସବୁଠୁ ଆଗରେ ରହିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା । ଆସନ୍ତୁ ନଜର ପକାଇବା ବିଗତ 5 ବର୍ଷରେ ଓଡ଼ିଶାରେ କେତେ ବାଲ୍ୟ ବିବାହ ରେକର୍ଡ କରାଯାଇଛି । ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଦେଇଥିବା ଉତ୍ତର ଅନୁସାରେ ୨୦୧୯ ମସିହାରୁ ଚଳିତ ବର୍ଷ ଫେବୃଆରୀ ମଧ୍ୟରେ ୮୧୫୯ଟି ବାଲ୍ୟ ବିବାହ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ଓ ଝାରସୁଗୁଡା ଜିଲ୍ଲାରେରେ ସର୍ବନିମ୍ନ ବାଲ୍ୟ ବିବାହ ଘଟଣା ହୋଇଛି ।

ଓଡ଼ିଶାରେ କେତେ ହେଉଛି ବାଲ୍ୟ ବିବାହ
ଓଡ଼ିଶାରେ କେତେ ହେଉଛି ବାଲ୍ୟ ବିବାହ (ETV Bharat GFX)
2019-2025(ଫେବୃଆରୀ ସୁଦ୍ଧା) ରିପୋର୍ଟ
ଜିଲ୍ଲାବାଲ୍ୟ ବିବାହ ସଂଖ୍ୟା
ଅନୁଗୋଳ 271
ବାଲେଶ୍ଵର

361

ବରଗଡ଼

208

ଭଦ୍ରକ

76

ବଲାଙ୍ଗୀର180
ବୌଦ୍ଧ 142
କଟକ 154
ଦେବଗଡ଼

154

ଢେଙ୍କାନାଳ 97
ଜିଲ୍ଲାବାଲ୍ୟ ବିବାହ ସଂଖ୍ୟା
ଗଜପତି

137

ଜଗତସିଂହପୁର

60

ଯାଜପୁର

112

ଝାରସୁଗୁଡା 57
କଳାହାଣ୍ଡି

65

କନ୍ଧମାଳ308
କେନ୍ଦ୍ରାପଡା 92
କେନ୍ଦୁଝର

328

ଖୋର୍ଦ୍ଧା 110
କୋରାପୁଟ

636

ମାଲକାନଗିରି157
ମୟୂରଭଞ୍ଜ

594

ନବରଙ୍ଗପୁର1347
ନୟାଗଡ308
ନୂଆପଡା110
ପୁରୀ

163

ରାୟଗଡ଼ା

408

ସମ୍ବଲପୁର

62

ସୋନପୁର 243
ସୁନ୍ଦରଗଡ253

ବାଲ୍ୟ ବିବାହ ରୋକିବାକୁ କଣ ରହିଛି ଆଇନ:

ବାଲ୍ୟ ବିବାହ ଏକ ସାମାଜିକ ସମସ୍ୟା ରୂପେ ଉଭା ହୋଇଛି । ବାଲ୍ୟ ବିବାହ ଦ୍ବାରା ଶିଶୁଙ୍କ ସବୁ ଅଧିକାର ଗୁଡିକରୁ ବଞ୍ଚିତ କରିଥାଏ । ବାଲ୍ୟ ବିବାହ ରୋକିବାକୁ 2006 ମସିହାରେ ଏକ ଆଇନ ପ୍ରଣିତ ହୋଇଥିଲା ଯାହା ବାଲ୍ୟବିବାହ ନିଷେଧ ଆଇନ 2006 ନାମରେ ପରିଚିତ।

ଏବେ ନଜର ପକାଇବା ଓଡ଼ିଶାରେ ନିଶାଜନିତ ମୃତ୍ୟୁ ଉପରେ...

ନିଶା ଯୋଗୁଁ ଅନେକ ଅକାଳରେ ପ୍ରାଣ ହରାଇଥାନ୍ତି । ଯାହା ଦେଶ ଓ ରାଜ୍ୟ ପାଇଁ ଉଭୟ ଚିନ୍ତାଜନକ । ଓଡ଼ିଶାରେ ମଦ ମୃତ୍ୟୁକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...

ଓଡ଼ିଶାରେ ମଦ ମୃତ୍ୟୁ ରିପୋର୍ଟ
ଓଡ଼ିଶାରେ ମଦ ମୃତ୍ୟୁ ରିପୋର୍ଟ (ETV Bharat GFX)

ଓଡ଼ିଶାରେ ମଦ ମୃତ୍ୟୁ ମାମଲା:

2024ରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଦେଇଥିବା ଉତ୍ତର ଅନୁସାରେ,

  • 2010-2022 ମଧ୍ୟରେ ବିଷାକ୍ତ ମଦ ପିଇ 50 ଜଣଙ୍କ ମୃତ୍ୟୁ
  • ନିର୍ବାଚନ ବେଳେ ମଦ ପିଇ ଭଦ୍ରକ 9 ଜଣଙ୍କ ମୃତ୍ୟୁ
  • 2011-2019ରେ କଟକ ମଦ ମୃତ୍ୟୁରେ 41 ଜଣ ପ୍ରାଣ ହରାଇଛନ୍ତି
  • ଚଳିତ ବର୍ଷ ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ

ଶିକ୍ଷାଠୁ ଦୂରେଇ ରହିଥିବା ପିଲାଙ୍କ ପାଇଁ କାମ କରୁଛନ୍ତି ହୀରା:

ସମାଜସେବୀ ରତ୍ନାକର ସାହୁ କହିଛନ୍ତି, ‘ହୀରା ବିବି ବସ୍ତିରେ ରହି ମଧ୍ୟ ହୀରା ପରି ଜାଜୁଲ୍ୟା ମାନ ବ୍ୟକ୍ତିତ୍ୱ । ଜରି ଗୋଟାଇ ନିଜର ଓ ପରିବାରର ପ୍ରତି ପୋଷଣ କରୁଛନ୍ତି । ୧୨ରୁ ୧୩ ବର୍ଷ ହେବ ମୁଁ ତାଙ୍କୁ ଜାଣିଛି । ଶିକ୍ଷାଠୁ ଦୂରେଇ ରହୁଥିବା ବସ୍ତି ଅଞ୍ଚଳର ପିଲା ଶିକ୍ଷାର ଅଲୋକ ସ୍ପର୍ଶ କରିବେ । ନିଶାରୁ ଦୂରେଇ ରହିବେ । ସେହିପରି ଅଞ୍ଚଳରେ ବାଲ୍ୟ ବିବାହ ମୁକ୍ତ ହେବ । ଏଭଳି ଘଟଣା ନଜରକୁ ଆସିଲେ, ସେ ଦୃଢତାର ସହ ହସ୍ତକ୍ଷେପ କରନ୍ତି । ସରକାରୀ ଅଧିକାରୀ ଓ ସାମାଜିକ ଅନୁଷ୍ଠାନର ଦୃଷ୍ଟି ଆକର୍ଷଣ କରନ୍ତି । ଏହି ପ୍ରୟାସ ସେ ନିରନ୍ତର ଭାବେ କରୁଛନ୍ତି । ତାଙ୍କ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।’

ପିଲା ମାନଙ୍କୁ ପଢାଉଛନ୍ତି ହୀରା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଅକ୍ଷମତା, ଯୁବ ଅଧ୍ୟାପକଙ୍କ ପ୍ରେରଣାଦାୟୀ ଯାତ୍ରା

ପରିବାରରୁ ଅସମ୍ମାନ, ସିଏମସି ଦେଲା ସମ୍ମାନ: କଟକ କିନ୍ନରଙ୍କ ସଂଘର୍ଷ କାହାଣୀ ...

ଗାଁ ବୋହୂ ଏବେ ଲକ୍ଷପତି ଦିଦି, ୩୦ ହଜାର ଋଣରୁ କରୁଛନ୍ତି ଲକ୍ଷଲକ୍ଷ ରୋଜଗାର

ମହାପ୍ରଭୁଙ୍କ ସେବା ଆଗରେ ହାର ମାନିଛି ବୟସ, 76 ବର୍ଷରେ ବି ରଥ ତିଆରିରେ ନିମଗ୍ନ ନୃସିଂହ

ପେଟ ପୋଷିବା ପାଇଁ ସମାଜରେ ଲୋକେ କିଛି ନା କିଛି କାମ କରୁଛନ୍ତି । ହେଲେ ସେ ଜରି ଗୋଟାଇ ସମାଜକୁ ଦେଉଛନ୍ତି ସଚେତନାର ବାର୍ତ୍ତା । ବାଲ୍ୟ ବିବାହ ରୋକିବାରେ ତାଙ୍କ ସଚେତନା ଓ ନିଶାରୁ ଯୁବପିଢିଙ୍କୁ ରକ୍ଷା କରିବାକୁ କରୁଥିବା ସଚେତନ ନିହାତି ପ୍ରଶଂସନୀୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.