ETV Bharat / state

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ଖୁବଶୀଘ୍ର ଉପସ୍ଥାପିତ ହେବ ତଦନ୍ତ କମିଶନଙ୍କ ରିପୋର୍ଟ - RATNA BHANDAR ISSUE IN HC

ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନଙ୍କ ରିପୋର୍ଟ । କୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ ।

RATNA BHANDAR KEY MISSING CASE
RATNA BHANDAR KEY MISSING CASE (Etv Bharat)
author img

By ETV Bharat Odisha Team

Published : April 7, 2025 at 10:13 PM IST

2 Min Read

କଟକ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଖୁବଶୀଘ୍ର ତଦନ୍ତ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବ। ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ । ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ୱେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଜାରି ରହିଛି, ଆସନ୍ତା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶେଷ ହୋଇଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ବା ASI ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ମେ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଏହାମଧ୍ୟ ପଢନ୍ତୁ...

ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ

ଅଳଙ୍କାର ସ୍ଥାନାନ୍ତର ପରେ ବି ଯାଞ୍ଚ ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର; ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବ, ସାଧାରଣରେ ତୀବ୍ର ଅସନ୍ତୋଷ - Ratna Bhandar Ornaments Counting

ଏହି ମାମଲା ୨୦୧୮ ମସିହାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅନ୍ତଃଭଣ୍ଡାର ଚାବି ହଜିଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବର ଦାସ କମିଶନ ଗଠନ କରିଥିଲେ । କମିଶନ ତାଙ୍କ ତଦନ୍ତ ପରେ ୨୦୨୨ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, କିନ୍ତୁ ଏହା ସାର୍ବଜନୀନ ହୋଇନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ମାମଲାଟି ହାଇକୋର୍ଟରେ ପହଞ୍ଚିଥିଲା।

ପୂର୍ବ ଶୁଣାଣିରେ କଣ ନିର୍ଦ୍ଧେଶ ଦେଇଥିଲେ କୋର୍ଟ ?

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ କରି ଜଷ୍ଟିସ ରଘୁବୀର ଦାଶ କମିଶନ ଦାଖଲ କରିଥିବା ରିପୋର୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସ୍ଥିତି ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ପ୍ରସଙ୍ଗରେ ସରକାର ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ। ଏହି ମାମଲାରେ ବିଭିନ୍ନ ସମୟରେ ସରକାର ଦାଖଲ କରିଥିବା ସତ୍ୟପାଠରେ ରହିଥିବା ତଥ୍ୟ ଦ୍ବନ୍ଦ୍ବାତ୍ମକ। ପ୍ରଥମେ ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇବା ସହିତ ଏପରି ରିପୋର୍ଟ ସାର୍ବଜନୀନ ନ କରିବା ସପକ୍ଷରେ ସରକାର କହିଥ‌ିଲେ।

୨୦୨୪, ଏପ୍ରିଲ ୫ରେ ଏକ ସତ୍ୟପାଠ ସରକାର ଦାଖଲ କରି ଦର୍ଶାଇଥିଲେ ଯେ, ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ୨୦୨୪, ଜୁନରେ ପ୍ରକାଶ ପରେ ଗଠିତ ହେବାକୁ ଥିବା ନୂଆ କ୍ୟାବିନେଟରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯିବ। କମିଶନଙ୍କ ରିପୋର୍ଟ ଯଥା ସମୟରେ କ୍ୟାବିନେଟ ନିକଟରେ ଉପସ୍ଥାପନ କରାଯିବ ଓ ଏଥି ପାଇଁ କିଛି ସମୟ ଆବଶ୍ୟକ ବୋଲି ସରକାର ଜୁଲାଇ ୧୦ର ସତ୍ୟପାଠରେ ସରକାର ଦର୍ଶାଇଥିଲେ। ତଦନ୍ତ ପରେ କମିଶନ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ରିପୋର୍ଟ ବିଧାନସଭା ଅଥବା କ୍ୟାବିନେଟରେ ଉପସ୍ଥାପନ କରାଯାଉ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତ କମିଶନ ରିପୋର୍ଟ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଥିଲେ।

୨୦୧୮ରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିଶନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିଶନ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନ ଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। କମିଶନ ଅଫ୍ ଇନକ୍ବାରି ଆଇନ, ୧୯୫୨ର ଧାରା ୩(୪) ଅନୁସାରେ ସରକାର ଏହି ପ୍ରସଙ୍ଗରେ ପଦକ୍ଷେପ ନିଅନ୍ତୁ ବୋଲି ଦର୍ଶାଇ ଆବେଦନକାରୀ ୨୦୨୩ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କମିଶନ ଅଫ୍ ଇନକ୍ବାରି ଆଇନ ଅନୁସାରେ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.