ସମ୍ବଲପୁର: ବାଜା,ବାଣ ଓ ଲୋକନୃତ୍ୟରେ ଦୁଲୁକୁଛି ସମ୍ବଲପୁର । ଶୀତଳଷଷ୍ଠୀର ଯୁଗଳ ଦର୍ଶନ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଭକ୍ତ । ବିବାହ ବନ୍ଧନରେ ବାନ୍ଧି ହେବା ପରେ ନଗର ପରିକ୍ରମା କରୁଛନ୍ତି ଦେବ ଦେବ ମହାଦେବ ଓ ମାତା ପାର୍ବତୀ । ମନ ମୋହୁଛି ଲୋକନୃତ୍ୟ, ରାତିସାରା ଚାଲିଲା ଯୁଗଳ ମୂର୍ତ୍ତି ଦର୍ଶନ ଶୋଭାଯାତ୍ରା । ଘଣ୍ଟ, ଘଣ୍ଟା, ମର୍ଦଲ ଆଦି ପାରମ୍ପରିକ ବାଦ୍ୟର ଧ୍ୱନି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । 6ଦିନ ଧରି ଶିବ-ପାର୍ବତୀଙ୍କ ବିବାହ ରିତିନୀତି ଚାଲିବା ପରେ ଆଜି ମନ୍ଦିର ପ୍ରବେଶ ପରେ ଶେଷ ହେବ ଯାତ୍ରା ।
ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରବେ ଦେବ ଦମ୍ପତି:
ରବିବାର ସକାଳେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ, ରାତି 12 ଟା ପରେ ନବ ବିବାହିତ ଦମ୍ପତିଙ୍କ ଯୁଗଳ ମୂର୍ତ୍ତିଙ୍କ ମହାଆଳତି ପରେ ବାହାରି ଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା । ଆଜି ସକାଳ 5ଟାରେ ଶୋଭାଯାତ୍ରା ଶେଷ ହୋଇଥିଲା । ପୁଣି ଦିବା 10 ଟା ପରଠୁ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି । ଏହାପରେ ଶୀତଳ ଷଷ୍ଠୀ ସମାପନ ହେବ ।

ରାତିସାରା ଯୁବଳ ମୂର୍ତ୍ତି ଦର୍ଶନ ଶୋଭାଯାତ୍ରା:


ଏହା ମଧ୍ୟ ପଢନ୍ତୁ-ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା - TRANSGENDERS SAMBALPUR SITAL SASTHI
ଇଟିଭି ଭାରତ, ସମ୍ବଲପୁର