Sambalpur encounter ସମ୍ବଲପୁର: ସମ୍ବଲପୁର ପୋଲିସର ଏନକାଉଣ୍ଟର l ସମ୍ବଲପୁର ଗୋବିନ୍ଦପୁର ପୋଲିସ କରିଛି ଏନକାଉଣ୍ଟର l ଆଜି(ରବିବାର) ଭୋର 5ଟା 15ରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକରା ଗାଁରେ ହୋଇଛି ଏନକାଉଣ୍ଟର l ଏଥିରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ସର୍ଗିଡ଼ିଡ଼ି ଗାଁର କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀ (34) ଆହତ ହୋଇଛି l
ହାର୍ଡକୋର ଅପରାଧୀକୁ ଏନକାଉଣ୍ଟର:
ଅପରାଧୀ ସୀତାରାମ ଷଡ଼ଙ୍ଗୀ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଜିଲ୍ଲାରେ ହତ୍ୟା, ଲୁଟ, ଡକାୟତି ଆଦି ଏକାଧିକ ମାମଲାରେ ସଂଶ୍ଲିଷ୍ଟ ଥିବା ପୋଲିସ ସୂଚନା ଦେଇଛି l ତାର ବାମ ଗୋଡ଼ ଆଣ୍ଠୁ ତଳେ ପୋଲିସ ଗୁଳି ବାଜିଛି l ତାକୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସରକାରୀ ହସ୍ପିଟାଲ ପ୍ରାଥମିକ ଚିକିତ୍ସା କରାଗଲା ପରେ ଭୀମସାର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l
ପୋଲିସ ଉପରକୁ ଗୁଳିମାଡ, ଜବାବ ଦେଲା ପୋଲିସ:
ଆଜି ଭୋର 5ଟା 15ରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଶିଷ୍ଟ ସୂତ୍ରରୁ ସୂଚନା ପାଇଁ ତାକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା l ଏଥିରୁ ବର୍ତ୍ତିବା ପାଇଁ ପୋଲିସ ନିଜ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ମାଡ଼ କରିଥିଲା l ଏଥିରେ ସୀତାରାମ ଷଡ଼ଙ୍ଗୀ ଆହତ ହୋଇଥିଲା l

କଣ ସବୁ ଜବତ କଲା ପୋଲିସ:
ତା ଠାରୁ ଗୋଟିଏ 7.65 ଏମଏମର ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଓ 2 ଟି ଫୁଟିଥିବା କେଟ୍ରିଜ, ପୋଲିସ ଫାୟାର କରିଥିବା 2ଟି କେଟ୍ରିଜ, ଗୋଟିଏ ବାଇକ, ନଗଦ 1 ଲକ୍ଷ ଟଙ୍କା ଜବତ ହୋଇଛି l ସେ ଗୋବିନ୍ଦପୁର ଥାନା କେସ ନଂ 46/25u/s-310(2)BNS & Arms Actରେ ଅଭିଯୁକ୍ତ ଅଛି l
ଏନକାଉଣ୍ଟର ନେଇ କଣ କହିଲେ ଏସପି ?

ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇ କହିଛନ୍ତି, ‘ସୀତାରାମ ଷଡ଼ଙ୍ଗୀ ସେହି ଅଞ୍ଚଳରେ ଜଣେ ପୁରୁଣା ଓ କୁଖ୍ୟାତ ଅପରାଧୀ ଅଟେ l ସୁନ୍ଦରଗଡ଼, ଝାରସୁଗୁଡା, ରାଉରକେଲା, ରାଜଗାଙ୍ଗପୁର ଓ ଝାରଖଣ୍ଡ ବୋର୍ଡର ଅଞ୍ଚଳରେ ସେ ଅନେକ ମାମଲାରେ ସମ୍ପୃକ୍ତ ଅଟେ l ମୁଖ୍ୟତଃ ଏହି ଅଞ୍ଚଳରେ ସେ ବହୁ ଡକାୟତି କେସରେ ସମ୍ପୃକ୍ତ ଅଛି l ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l’
ଇଟିଭି ଭାରତ, ସମ୍ବଲପୁର